ଆକାଶରେ ଉଡ଼ିଲା ସୁଇମିଂ ପୁଲ୍‌ ପାଣି, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମେଲବୋର୍ନ: କିଛିଦିନ ହେବ ଗ୍ଲୋବାଲ ଓ୍ବାର୍ମିଂ ସହ ଜଡ଼ିତ ଅନେକ ଆଶ୍ଚର୍ଯ୍ୟକର ଘଟଣାସବୁ ସାମ୍ନାକୁ ଆସୁଛି। କାନାଡାରେ ପ୍ରବଳ ଗ୍ରୀଷ୍ମ, ଚାଇନାରେ ୧୦୦୦ ବର୍ଷ ମଧ୍ୟରେ ସବୁଠୁ ଅଧିକ ବର୍ଷା, ଜର୍ମାନୀରେ ପ୍ରବଳ ବନ୍ୟା ଦେଖିବାକୁ ମିଳିଥିବାବେଳେ ବର୍ତ୍ତମାନ ଅଷ୍ଟ୍ରେଲିଆରେ ଜୋର୍‌ରେ ପବନ ଦୁନିଆର ଦୀର୍ଘତମ ତଥା ସବୁଠୁ ଉଚ୍ଚ ସୁଇମିଂ ପୁଲ୍‌ର ପାଣିକୁ ଉଡ଼ାଇ ଦେଇଛି। ଯାହା ସମସ୍ତଙ୍କୁ ଚକିତ କରିଛି।

ଏହି ଫୁଟେଜକୁ ଅଷ୍ଟ୍ରେଲୀୟ ରାପର ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ସେ ଏହି ଭିଡିଓକୁ ଟୁଇଟରରେ ମଧ୍ୟ ଶେୟାର କରିଛନ୍ତି। ଫଳରେ ଏହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ମେଲବୋର୍ନ ସହରରେ ଅଷ୍ଟ୍ରେଲିଆ ୧୦୮ ବିଲ୍ଡିଂର ୭୦ ତମ ମହଲାରେ ଥିବା ପୁଲ୍‌ର। ପ୍ରବଳ ପବନ ଯୋଗୁ ଏହି ପୁଲ୍‌ର ପାଣି ଆକାଶରେ ଉଡ଼ିଛି।

ଏହି ଘଟଣା ରେକର୍ଡ ହୋଇଥିବା ଦିନ ମେଲବୋର୍ନର କେନ୍ଦ୍ରୀୟ ବିଜନେସ ଜିଲାରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ପବନ ବହିଥିବା ରେକର୍ଡ କରାଯାଇଥିଲା। ଅଷ୍ଟ୍ରେଲିଆ ୧୦୮ ବିଲ୍ଡିଂର ୩୧୮ ମିଟର ଅର୍ଥାତ୍‌ ୧୦୪୩ ଫୁଟ ଉଚ୍ଚରେ ରହିଛି। ଯେତେବେଳେ ଏହା ନିର୍ମିତ ହୋଇଥିଲା ଦକ୍ଷିଣ ଗୋଲାର୍ଦ୍ଧର ସବୁଠାରୁ ଉଚ୍ଚ କୋଠା ଥିଲା। ଏହି ବିଲ୍ଡିଂ ନିର୍ମାଣ କରିଥିବା କଣ୍ଟ୍ରାକ୍ଟର ଏହି ପୁଲ୍‌ର ଫୁଟେଜ ଦେଖିଲେ ସେ କହିଥିଲେ ଯେ, ଏହି ମୁଭ୍‌ମେଣ୍ଟ ସ୍ବାଭାବିକ କଥା। ଏତେ ଉଚ୍ଚରେ ଥିବାରୁ ଏପରି ହୋଇଛି। ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ତେବେ ଏହି ବିଲ୍ଡିଂରେ ରହୁଥିବା ଲୋକେ ଅଧିକ ଭୟଭୀତ ହୋଇପଡ଼ିଛନ୍ତି। ଏହା ବ୍ୟତୀତ ପ୍ରବଳ ପବନର ସୁ-ସୁ ଗର୍ଜନକୁ ନେଇ ମଧ୍ୟ ଚିନ୍ତା ପ୍ରକଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଇସଲାଣ୍ଡ, ସ୍ବିଡେନ୍‌ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୋଦି

କୋପେନହାଗେନ,୪।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଡେନମାର୍କରେ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀ କ୍ୟାଟ୍ରିନ ଜାକୋବସଡୋତିରଙ୍କୁ ଭେଟି ଅନେକ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହା ସହିତ ପ୍ରଧାନମନ୍ତ୍ରୀ ଏଠାରେ...

ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ଉପରକୁ ଗୁଳି ଚଳାଇଲା ପାକିସ୍ତାନୀ ସେନା

ଇସଲାମାବାଦ,୬।୧: ପାକିସ୍ତାନ ଦଖଲରେ ଥିବା ଗିଲଗିଟ୍‌-ବାଲୁଚିସ୍ତାନରେ ସ୍ବାଧୀନତା ଲାଗି ବିଦ୍ରୋହ କରୁଥିବା ବିକ୍ଷୋଭକାରୀଙ୍କ ଉପରକୁ ପାକିସ୍ତାନୀ ସେନା ଗୁଳି ଚଳାଇଛି। ଏହି ଗୁଳିମାଡ଼ରେ ଅନେକ ବିକ୍ଷୋଭକାରୀଙ୍କ...

ଗର୍ଭପାତ ଲାଗି ବ୍ୟବହୃତ ବିବାଦୀୟ ଔଷଧକୁ ବୈଧ କହିଲେ ଆମେରିକା ସୁପ୍ରିମକୋର୍ଟ

ଓ୍ବାଶିଂଟନ,୨୨ା୪: ଆମେରିକୀୟ ସୁପ୍ରିମକୋର୍ଟ ଏକ ରାୟ ପ୍ରକାଶ କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର୍‌ ଧରିଛି। ଗର୍ଭପାତ ପାଇଁ ମହିଳାମାନେ ବହୁଳ ଭାବେ ବ୍ୟବହାର କରୁଥିବା...

ନ୍ୟୁଜିଲାଣ୍ଡ୍‌ରେ ଲାଗୁ ହେଲା ଇଛାମୃତ୍ୟୁ ଆଇନ…

ଓ୍ବିଲିଂଟନ୍‌,୭।୧୧: ନ୍ୟୁଜିଲାଣ୍ଡରେ ରବିବାରଠାରୁ ଇଛାମୃତ୍ୟୁ (ୟୁଥାନ୍ସିିଆ) ଆଇନ କାର୍ଯ୍ୟକାରୀ ହୋଇଛି। ଏହି ଆଇନ ପ୍ରଣୟନ ହେବା ସହିତ ନ୍ୟୁଜିଲାଣ୍ଡ ୟୁଥାନ୍ସିିଆକୁ ଏକ ଆଇନଗତ ମାନ୍ୟତା ପ୍ରଦାନ...

ତରଭୁଜ ଖଣ୍ଡରେ ବାଦ୍ୟ ବଜାଇ ସଙ୍ଗୀତ ଶୁଣାଉଛନ୍ତି ଏହି ବ୍ୟକ୍ତି, ଆଶ୍ଚର୍ଯ୍ୟ ନ ହୋଇ ଦେଖନ୍ତୁ ଏହି ଭିଡିଓ

ଏ ଦୁନିଆରେ ଏମିତି କେହି ନାହାନ୍ତି ଯିଏ ସଙ୍ଗୀତ ଶୁଣିବାକୁ ପସନ୍ଦ କରନ୍ତି ନାହିଁ। ସଙ୍ଗୀତ ଯାହା କାନରେ ବାଜେ ସେ କିଛି ସମୟ ପାଇଁ...

ପିପିଇ କିଟ୍‌ ଅଭାବରୁ କରୋନା ସଂକ୍ରମଣରେ ୪୨ ଡାକ୍ତର ମୃତ!

ଇସ୍‌ଲାମାବାଦ,୨୩।୬: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ପାକିସ୍ତାନର ସ୍ଥିତି ମଧ୍ୟ ଉଦ୍‌ବେଗଜନକ ରହିଛି। ମିଳିଥିବା ଖବରରୁ ଜଣାପଡିଛି କି ପାକିସ୍ତାନରେ...

୬ ମାସ ଧରି ଯୁବକଙ୍କ ପେଟ ହେଉଥିଲା ଦରଜ, ଏକ୍ସ-ରେ ସମୟରେ ଡାକ୍ତର ଯାହା ଦେଖିଲେ ହେଲେ ଆଶ୍ଚର୍ଯ୍ୟ

ଜଣେ ଯୁବକଙ୍କ ପେଟ ୬ ମାସ ଧରି ଦରଜ ହେଉଥିଲା। ଚିକିତ୍ସା ପାଇଁ ସେ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ଡାକ୍ତର ତାଙ୍କର ପରୀକ୍ଷା ନିରୀକ୍ଷା...

ମହିଳାଙ୍କୁ ଛୁଇଁ ଜରିମାନା ଦେଲେ ଭାରତୀୟ

ସିଙ୍ଗାପୁର,୪।୯: ସିଙ୍ଗାପୁରର ଏକ ଚର୍ଚ୍ଚରେ ଜଣେ ମହିଳାଙ୍କୁ ଛୁଇଁବା ଭାରତୀୟ ଯୁବକଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ୨୭ ବର୍ଷୀୟ ଭାରତୀୟ ମୂଳବାସିନ୍ଦା ଯୁବକଙ୍କୁ ୫ ଦିନ...

Advertisement
Archives

Model This Week