ଆଫଗାନିସ୍ତାନ ସରକାରଙ୍କ ମିଡିଆ ଇନଫରମେଶନ ଡାଇରେକ୍ଟରଙ୍କୁ ହତ୍ୟା

କାବୁଲ,୬ ।୮: ଆଫଗାନିସ୍ତାନର ସ୍ଥିତି ବେଳକୁ ବେଳ ଖରାପ ହେବାରେ ଲାଗିଛି । ନୂଆ ଅଞ୍ଚଳକୁ ତାଲିବାନ ତା କବଜାକୁ ନେବାରେ ଲାଗିଛି । ଇତିମଧ୍ୟରେ ଶୁକ୍ରବାର ଆଫଗାନିସ୍ତାନ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଣ୍ଟରର ମୁଖ୍ୟ ଦାବା ଖାନ ମିନାପାଲଙ୍କୁ ହତ୍ୟା କରାଯାଇଥିବା ଜଣାପଡିଛି । ଟୋଲୋ ନ୍ୟୁଜର ସୂଚନା ଅନୁଯାୟୀ, ଦାବା ଖାନଙ୍କ ଉପରେ ଅଜ୍ଞାତ ବନ୍ଧୁକଧାରୀ କାବୁଲରେ ଆକ୍ରମଣ କରିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଏହି ଘଟଣା ଶୁକ୍ରବାର ମଧ୍ୟାହ୍ନରେ ପଶ୍ଚିମ କାବୁଲର ଦାରୁଲ ଅମନ ରୋଡରେ ହୋଇଥିବା କୁହାଯାଉଛି । ଆଫଗାନିସ୍ତାନ ସରକାରଙ୍କ ମିଡିଆ ବିଭାଗର ମୁଖ୍ୟ ରହିବା ପୂର୍ବରୁ ଦାବା ଖାନ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଉପରାଷ୍ଟ୍ରପତିଙ୍କ ପ୍ରବକ୍ତା ରହିଥିଲେ । ୨୦୧୫ରେ ସେ କନ୍ଧାରରେ ସରକାରଙ୍କ ମିଡିଆ ଆଣ୍ଡ ଇନଫରମେଶନ ସେଣ୍ଟରର ମୁଖ୍ୟ ବି ଥିଲେ । ଦକ୍ଷିଣ ଆଫଗାନିସ୍ତାନର ଜାବୁଲ ଅଞ୍ଚଳର ବାସିନ୍ଦା ଥିଲେ ଦାବା ଖାନ ।


Enter your email to get our daily news in your inbox.

All Right Reserved By Dharitri.Com

ଉହାନ ବାୟୁମଣ୍ଡଳରେ ବଢୁଛି ସଲଫର ଡାଇଅକ୍ସାଇଡ୍‌ ମାତ୍ରା: ପ୍ରମାଣିତ କରୁଛି କରୋନା ମୃତ୍ୟୁ ସଂଖ୍ୟା ସରକାରୀ ରିପୋର୍ଟଠାରୁ ଢେର୍‌ ଅଧିକ !

ବେଜିଂ,୧୧।୨: କରୋନା ଭୁତାଣୁ ଚାଇନାରେ ମୁଣ୍ଡ ଗଡ଼ାଇ ଚାଲିଛି। ଇତିମଧ୍ୟରେ ମୃତ୍ୟୁ ସଂଖ୍ୟା ୧୦୧୧ରେ ପହଞ୍ଚିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୪୨ ହଜାର ୬୦୦ ଛୁଇଁଛି।...

ଟ୍ରମ୍ପ୍‌ଙ୍କୁ ଝଟ୍‌କା: ବାଇଡ଼େନଙ୍କ ବିରୋଧରେ ଦାଖଲ ମାମଲା ସୁପ୍ରିମ୍‌କୋର୍ଟରେ ଖାରଜ

ଓ୍ବାଶିଂଟନ,୯।୧୨: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ଗ୍ରହଣ କରିବାକୁ ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରି ଆସୁଛନ୍ତି। ଏହି ମର୍ମରେ ପେନସିଲଭାନିଆରେ ଡେମୋକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ...

ମର୍ମନ୍ତୁଦ ଦୁର୍ଘଟଣାରେ ୩୦ ଜଣଙ୍କ ମୃତ୍ୟୁ…

କରାଚି,୧୯।୭: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପାକିସ୍ତାନ ପଞ୍ଜାବ ପ୍ରଦେଶର ଡେରା ଗାଜି ଖାଁଠାରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ସିନ୍ଧୁ ହାଇଓ୍ବେରେ ଏକ ଯାତ୍ରୀବାହୀ...

ବୈଜ୍ଞାନିକ ତିଆରି କଲେ ନିଆରା ମେଶିନ: ଏକ ସପ୍ତାହ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଲଣ୍ଡନ,୧୪।୧: ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା ମଧ୍ୟରେ ଟ୍ରାନ୍ସପ୍ଲାଣ୍ଟ କରିଦିଆଯାଇଥିବା କୁହାଯାଏ। ବିଶେଷଜ୍ଞଙ୍କ ମତରେ ଲିଭର...

ଭାରତରେ ଫୁଟିବ କରୋନା ବୋମା

ଜାତିସଂଘ, ୭ା୬: ମହାମାରୀ କରୋନା ବିଶ୍ୱକୁ କଲବଲ କରିଚାଲିଛି। ଏବେ ୬୮ ଲକ୍ଷରୁ ଅଧିକ ଲୋକ ଭୂତାଣୁ ଆକ୍ରାନ୍ତ ହୋଇଥିବା ବେଳେ ୩.୯୮ ଲକ୍ଷ ଲୋକଙ୍କ...

ଥମୁନି କରୋନା: ଆକ୍ରାନ୍ତଙ୍କ ସଂଖ୍ୟା ୭୦ ଲକ୍ଷ ୯୧ ହଜାର ଛୁଇଁଲା

ଓ୍ବାଶିଂଟନ/ନୂଆଦିଲ୍ଲୀ, ୮।୬: କରୋନା ମହାମାରୀ ଯୋଗୁ ପୃଥିବୀରେ ଆତଙ୍କ ଦେଖାଦେଇଛି। ଦିନକୁ ଦିନ ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି। ସୋମବାର ସୁଦ୍ଧା ସଂକ୍ରମିତଙ୍କ...

ତେଲ ଟ୍ୟାଙ୍କର ଚଲାଇବ ବ୍ରିଟିଶ୍‌ ସେନା

ଲଣ୍ଡନ, ୩୦ା୯: ଟ୍ରକ୍‌ ଚାଳକଙ୍କ ଅଭାବରୁ ବ୍ରିଟେନରେ ଯୋଗାଣ ଶୃଙ୍ଖଳ ବାଧାପ୍ରାପ୍ତ ହେବାଯୋଗୁ ସପ୍ତାହେ ହେଲା ଲାଗି ରହିଥିବା ତୈଳ ସଙ୍କଟ ଦୂର କରିବା ପାଇଁ...

ରୁଷିଆ ଛାଡ଼ିଲେ ଏଲେନା ମିଲାଶିନା

ମସ୍କୋ,୫ା୨: ପୁରସ୍କାର ବିଜୟିନୀ ଇନ୍‌ଭେଷ୍ଟିଗେଟିଭ୍‌ ଜର୍ନାଲିଷ୍ଟ ଏଲେନା ମିଲାଶିନା ଚେଚନ୍ୟାରୁ ହତ୍ୟା ଧମକ ପାଇବା ପରେ ଶୁକ୍ରବାର ସାମୟିକ ଭାବେ ରୁଷିଆ ଛାଡ଼ିଛନ୍ତି। ଚେଚନ୍ୟାରେ ମାନବାଧିକାର...

Advertisement
Archives

Model This Week