ପ୍ରେମିକାଙ୍କୁ ହତ୍ୟା କରି ୭ ମାସ ଧରି ଏକ ଘରେ ମୃତଦେହ ଲୁଚାଇ ରଖିଥିଲେ ପ୍ରେମିକ, ଏମିତି ପଡ଼ିଲା ଜଣା…

ଓ୍ବାଶିଂଟନ,୭ା୮: ଆମେରିକାରେ ରହୁଥିବା ଜଣେ ଯୁବକ ନିଜର ପ୍ରେମିକାଙ୍କୁ ହତ୍ୟା କରି ତାଙ୍କ ୭ ମାସ ଧରି ଏକ ବନ୍ଦ କୋଠରିରେ ଲୁଚାଇ ରଖିଥିଲେ। ପ୍ରେମିକାଙ୍କ ଭଉଣୀ ଏ ସମ୍ପର୍କରେ ଜାଣିବା ପରେ ଏହି ଜଘନ୍ୟ ହତ୍ୟାକାଣ୍ଡର ପର୍ଦ୍ଦାଫାଶ ହୋଇଥିଲା।

ଏକ ରିପୋର୍ଟ ଅନୁଯାୟୀ, ମିଶିଗାନ ସହରରେ ରହୁଥିବା ୩୭ ବର୍ଷୀୟ ମ୍ୟାଥ୍ୟୁ ଲେମ୍ବିସ୍କି ପୋଲିସ ସମ୍ମୁଖରେ ସ୍ବୀକାର କରିଛନ୍ତି କି, ସେ ତାଙ୍କ ପ୍ରେମିକା ଜେରି ଓ୍ବିଣ୍ଟର୍ସଙ୍କୁ ହତ୍ୟା କରିଥିଲେ। ଡିସେମ୍ବର ୨୦୨୦ରେ ତାଙ୍କ ପ୍ରେମିକାଙ୍କ ସହ ଝଗଡ଼ା ହେବାରୁ ନିଜ ଘରେ ଜେରିଙ୍କୁ ହତ୍ୟା କରିଥିଲେ। ଏହା ପରେ ମୃତଦେହକୁ ଘରେ ଲୁଚାଇ ରଖିଥିଲେ। ୭ ମାସ ପରେ ଯୁବତୀଙ୍କ ଭଉଣୀଙ୍କୁ ଏହା ଜଣାପଡ଼ିଥିଲା।

ତାଙ୍କ ଭଉଣୀ ଅଭିଯୋଗ କରିଛନ୍ତି ମ୍ୟାଥ୍ୟୁ ଏବଂ ଜେରି କିଛିଦିନ ଲିଭ୍‌ ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ଗତବର୍ଷ ନଭେମ୍ବରରେ ଜେରି ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଥିଲେ। ମାଥ୍ୟୁ ଏହି କଥା ତାଙ୍କ ବନ୍ଧୁଙ୍କୁ କହିଥିଲେ। ସେ କହିଥିଲେ ଯଦି ଜେରି ଫେରି ଆସିବେ ସେ ଆଉ ତାଙ୍କୁ ଘରେ ରଖିବେ ନାହିଁ। ଗତମାସରେ ଜେରି ମାଥ୍ୟୁଙ୍କ ନିକଟକୁ ଫେରିଥିଲେ। ଏହା ପରେ ଦୁହିଁଙ୍କର ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ମାଥ୍ୟୁ ଜେରିଙ୍କୁ ହତ୍ୟା କରିଥିଲେ। ଧରା ପଡ଼ିଯିବା ଭୟରେ ମୃତଦେହକୁ ଏକ ଘରେ ଲୁଚାଇ ରଖିଥିଲେ। ଘରୁ ଦୁର୍ଗନ୍ଧ ଆସୁଥିବା ପଡ଼ୋଶୀ କହିଥିଲେ। ସେମାନେ ଭାବୁଥିଲେ କୌଣସି ଜୀବଜନ୍ତୁ ବୋଧେ ମରିଛନ୍ତି। ମାତ୍ର ଦିନକୁ ଦିନ ଏହି ଦୁର୍ଗନ୍ଧ ଅଧିକ ହେବାରୁ ସନ୍ଦେହ ହୋଇଥିଲା। ପରେ ତାଙ୍କ ପଡ଼ୋଶୀ ଜ୍ୟାକଲିନ୍‌ ଜେରିଙ୍କ ଭଉଣୀଙ୍କୁ ଖବର ଦେବା ସହ ପୋଲିସକୁ ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଳିତ ମୃତଦେହ ଜବତ କରିବା ସହ ମାଥ୍ୟୁଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମା’ରାମଚଣ୍ଡୀଙ୍କ ସାମ୍ନାରେ ରଡ଼ ନିଆଁରେ ଚାଲିଲେ ସେବକ: ୭ଥର ପରେ ଘଟିଲା…

ମହାକାଳପଡ଼ା,୧୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ପୀଠରେ ଝାମୁଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୋର ସାଢ଼େ ଚାରିଟାରୁ ମନ୍ଦିର…

ବିଶିଷ୍ଟ ମଞ୍ଚ କଳାକାର ପ୍ରକାଶ ଦେବତାଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକର ଛାୟା

ଦେବଗଡ଼,୧୫।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଶିଷ୍ଟ ମଞ୍ଚ କଳାକାର ତଥା ଜାଗରଣ ଆର୍ଟ ଇଣ୍ଟରନ୍ୟାଶନାଲର ଉପସଭାପତି ପ୍ରକାଶ ଦେବତା (ପେରୁ )ଙ୍କର ବୁର୍ଲା ଡାକ୍ତରଖାନାରେ ପରଲୋକ…

ଧର୍ମ ପରିବର୍ତ୍ତନ କରିଥିବାରୁ ସତ୍କାର ପାଇଁ ଶ୍ମଶାନରେ ମିଳିଲାନି ଜାଗା: ଶେଷରେ…

ରାଇଘର/ଉମରକୋଟ, ୧୫।୪ (କିରଣ ପଟ୍ଟନାୟକ/ ସନ୍ତୋଷ ଶତପଥୀ): ମୂଳ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରିଥିବାରୁ ଗାଁ ଶ୍ମଶାନରେ ସତ୍କାର ପାଇଁ ଶବକୁ ମିଳୁନାହିଁ ସ୍ଥାନ…

ସମୁଦ୍ରରେ ମାଛ ଧରିବା ନିଷେଧ: ଏତିକି ଦିନ ଯାଏ କଟକଣା ଲାଗୁ କଲେ ସରକାର

ଛତ୍ରପୁର,୧୫।୪(ଦିଲ୍ଲୀପ ସାମଲ ): ଆଜିଠୁ ଜୁନ ୧୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରରେ ମାଛ ଧରିବା ନିଷେଧ। ଏନେଇ ମତ୍ସ୍ୟ ବିଭାଗ ପକ୍ଷରୁ କଟକଣା ଜାରି ହୋଇଛି…

ଡବେରୀ ଜଳ ସମସ୍ୟାର ହେବ ସମାଧାନ: ପଦକ୍ଷେପ ନେଲା ପ୍ରଶାସନ

ଦାରିଙ୍ଗବାଡି,୧୪।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଡବେରୀରେ ଜଳ ସମସ୍ୟାର ସମାଧାନ ପାଇଁ ବ୍ଲକ ପ୍ରଶାସନ ପଦକ୍ଷେପ ନେଇଛି। ପ୍ରଥମ ପର୍ଯ୍ୟାୟରେ ଜଳ ଅଭାବ ସ୍ଥାନରେ…

ଶିଶୁପୁତ୍ର ଜନ୍ମଦେଲେ ୧୪ ବର୍ଷୀୟ ବାଳିକା: ବାପା-ମା’ଙ୍କୁ ନେଇ ପୀଡ଼ିତା ଯାହା କହିଲେ, ଗୋଡ଼ ତଳୁ ଖସିଯିବ ମାଟି

ଡେରାଡୁନ,୧୫।୪: ଉତ୍ତରାଖଣ୍ଡର ପିଥୋରାଗଡ଼ର ଜିଲା ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ୧୪ ବର୍ଷୀୟା ଝିଅ ଶିଶୁକୁ ଜନ୍ମ ଦେଇଛନ୍ତି। ଏହାପରେ ନବଜାତ ଶିଶୁର…

୪୦ ମିନିଟର ଫୋନ କଲ୍‌ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟ୍ରମ୍ପଙ୍କ ବଡ଼ ମେସେଜ୍‌: ‘ମୁଁ ଆପଣଙ୍କୁ କେବଳ ଏତିକି କହିବାକୁ ଚାହୁଁଛି…’

ଓ୍ବାଶିଂଟନ୍‌,୧୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନରେ କଥା ହୋଇଛନ୍ତି, ଯାହା ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ପରେ ପ୍ରଥମ…

‘ଭାରତ ନିଷ୍ପତ୍ତି ନେବ’, ଇରାନ-ଆମେରିକା ମଧ୍ୟରେ ଯୁଦ୍ଧ ବନ୍ଦ କରିବାରେ ଭାରତର ଭୂମିକା ଉପରେ ସର୍ଗିଓଙ୍କ ବଡ଼ ବୟାନ

ଓ୍ବାଶିଂଟନ୍‌,୧୫।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ବନ୍ଦ କରିବା ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ସମ୍ପର୍କରେ କଳ୍ପନାଜଳ୍ପନା ଚାଲିଛି। ପାକିସ୍ତାନ ଏବଂ ଇଜିପ୍ଟର ପ୍ରୟାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri