ଗୋଟିଏ ଦିନରେ ୩୮୫ ତାଲିବାନ ଆତଙ୍କବାଦୀ ମୃତ, ୨୧୦ ଆହତ…

କାବୁଲ,୭।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଏବଂ ସରକାରୀ ସୈନ୍ୟଙ୍କ ମଧ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି। ଗୋଟିଏ ଦିନରେ ସୈନ୍ୟ ବାହିନୀର ଦୃଢ଼ କାର୍ଯ୍ୟାନୁଷ୍ଠାନରେ ୩୮୫ ତାଲିବାନ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। ସେହିପରି ୨୧୦ ଆତଙ୍କବାଦୀ ଆହତ ହୋଇଥିବ। ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶନିବାର ସୂଚନା ପ୍ରଦାନ କରାଯାଇଛି। ଏକାଧିକ ଟୁଇଟ୍‌ କରି ଦେଶର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଫୱାଦ ଅମାନ ଏ ସମ୍ପର୍କରେ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନ ଜାତୀୟ ପ୍ରତିରକ୍ଷା ସୁରକ୍ଷା ବାହିନୀ ଦ୍ୱାରା ପରିଚାଳିତ ଅପରେସନ ଯୋଗୁ ଗତ ୨୪ ଘଣ୍ଟା ମଧ୍ୟରେ ନଙ୍ଗରହାର, ଲୋଗାର, ଘଜନୀ, ପାକ୍‌ଟିକା, ମଇଦାନ ୱାର୍ଡକ, କାନ୍ଧାହାର, ହେରାଟ, ଫରାହ, ଜୋଜଜନ, ସାମଙ୍ଗାନ, ହେଲମଣ୍ଡ, ତାଖର, ବାଘଲାନ ଏବଂ କପିସା ପ୍ରଦେଶରେ ଏଭଳି ଘଟିଥିବା ମୁଖପାତ୍ର କହିଛନ୍ତି। ବାୟୁସେନାର ବୋମା ମାଡ଼ ଯୋଗୁ ବହୁ ତାଲିବାନ ଶିବିର ଧ୍ୱଂସ ହୋଇଯାଇଛି। ତାଲିବାନ ସଦସ୍ୟମାନେ କାନ୍ଧାହାରର ଅନେକ ଜିଲାକୁ ନିଜ ନିୟନ୍ତ୍ରଣକୁ ନେଇଛନ୍ତି ଏବଂ ସରକାରଙ୍କ ସହ ଜଡିତ ଥିବା ଶହ ଶହ ସ୍ଥାନୀୟ ବାସିନ୍ଦାଙ୍କୁ ଅଟକ ରଖିଛନ୍ତି। କେତେକ ଅଟକ ବାସିନ୍ଦାଙ୍କୁ ହତ୍ୟା କରାଯାଇଛି। ୨୦୨୧ର ପ୍ରଥମ ୬ ମାସ ମଧ୍ୟରେ ଦେଶର ୧,୬୫୯ ସାଧାରଣ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୩,୨୫୪ ଜଣ ଆହତ ହୋଇଛନ୍ତି। ଅପରପକ୍ଷରେ ଦେଶର କାର୍ଯ୍ୟକାରୀ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ ବିସ୍ମିଲ୍ଲା ମହମ୍ମଦୀଙ୍କ ଘରେ କାର ବୋମା ବିସ୍ଫୋରଣ ପରେ ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ସେମାନେ ଆଫଗାନିସ୍ତାନର ସରକାରୀ ଅଧିକାରୀଙ୍କ ଉପରେ ଆକ୍ରମଣ ଜାରି ରଖିବେ।


Enter your email to get our daily news in your inbox.

All Right Reserved By Dharitri.Com

୧୩ ମହଲା କୋଠାରେ ଅଗ୍ନିକାଣ୍ଡ, ୩୧ ଜୀବନ୍ତ ଦଗ୍ଧ…

ତାଇପେ,୧୪।୧୦: ତାଇଓ୍ବାନର ଦକ୍ଷିଣ ଅଞ୍ଚଳରେ ଗୁରୁବାର ଏକ ୧୩ ମହଲା କୋଠାରେ ଅଗ୍ନିକାଣ୍ଡ ଘଟି ୩୧ ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଛନ୍ତି। ୫୫ ଜଣଙ୍କୁ ଉଦ୍ଧାର...

କରୋନା ଭୟ: ଜାହାଜରେ ଫସିଛନ୍ତି ୭୦୦୦ ଲୋକ

ସିଭିଟାଭେଛିଆ (ଇଟାଲୀ),୩୧-୧:କରୋନା ଭୂତାଣୁ ସଂକ୍ରମଣ ଭୟରେ ଇଟାଲୀର ଏକ କ୍ରୁଜ୍‌ ଜାହାଜରେ ୭୦୦୦ ଲୋକ ସମୁଦ୍ର ମଧ୍ୟରେ ଅଟକି ରହିଛନ୍ତି। ଜାହାଜରେ ଥିବା ଜଣେ ୫୪...

ରୁଷିଆରେ ବିଦେଶୀଙ୍କୁ ସରୋଗେସି ମନା…

ମସ୍କୋ,୨୮।୧୧ : ରୁଷିଆରେ ସରୋଗେସି ଆଇନଗତ ହୋଇଛି। ତେବେ ଦୀର୍ଘ ଦିନ ଧରି ଅନେକ ଧାର୍ମିକ ଗୋଷ୍ଠୀ ଏହାକୁ ଅପମାନଜନକ ଏବଂ ଧର୍ମ ବିରୋଧୀ ବୋଲି...

ଆର୍ମି ହସ୍ପିଟାଲରେ ଟ୍ରମ୍ପ

ୱାଶିଂଟନ,୪ା୧୦: କୋଭିଡ୍‌ରେ ସଂକ୍ରମିତ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଓ୍ବାଂଶିଟନ ବାହାରେ ଥିବା ଓ୍ବାଲ୍ଟର ରିଡ୍‌ ଆର୍ମି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର...

କରୋନା ଭାଇରସ ମୃତ୍ୟୁ ସଂଖ୍ୟା ୨,୧୧୨: ସୁସ୍ଥ ହେଲେ ସବୁଠାରୁ କମ୍‌ ବୟସର ଶିଶୁ

ବେଜିଂ,୨୦।୨: କରୋନା ଭାଇରସ ସଂକ୍ରମଣରେ ଚାଇନାରେ ଏବେ ସୁଦ୍ଧା ୨,୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହାସହ ୭୪,୧୮୫ ଏହି ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ...

ୟେମେନ୍‌ରେ ରକ୍ତାକ୍ତ ସଂଘର୍ଷ: ୪୪ ମୃତ

ସାନା, ୧୦।୫(ଆଇଏଏନ୍‌ଏସ୍‌): ୟେମେନ୍‌ର ତୈଳ ବହୁଳ ମାରିବ୍‌ ପ୍ରଦେଶରେ ସରକାର ସପକ୍ଷବାଦୀ ଗୋଷ୍ଠୀ ଏବଂ ହାଉଥି ବିଦ୍ରୋହୀଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟି ୪୪ ଜଣଙ୍କ...

ପୁଣି ବିପଦ, ୧୭୨ ଦେଶରେ ଆଲ୍ଫା-୯୬ରେ ଡେଲ୍ଟା ଭାରିଆଣ୍ଟ୍‌ ସଂକ୍ରମଣ, ଚେତାବନୀ ଦେଲା ଡବ୍ଲ୍ୟୁଏଚ୍‌ଓ…

ଜେନେଭା,୧।୭: ପୃଥିବୀର ୧୭୨ ଦେଶରେ ଆଲ୍ଫା(ବି-୧-୧-୭) ଭାରିଆଣ୍ଟ୍‌ ଯୋଗୁ ସଂକ୍ରମଣ ଆରମ୍ଭ ହୋଇଛି। ସେହିପରି ୯୬ଟି ଦେଶରେ ଡେଲ୍ଟା(ବି-୧-୬୧୭) ଭାରିଆଣ୍ଟ୍‌ ସଂକ୍ରମଣ ଜାରି ରହିଛି। ଏପରିସ୍ଥଳେ...

ରୁଷ୍‌ର ୭୫ ତମ ବିଜୟ ଦିବସ: ଯୋଗଦେଲେ ରାଜନାଥ, ଚାଇନା ସୈନ୍ୟଙ୍କ ସହିତ ପରେଡ କଲେ ଭାରତୀୟ ସେନା

ମସ୍କୋ,୨୪।୬: ରୁଷ୍‌ର ୭୫ ତମ ବିଜୟ ଦିବସରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଯୋଗଦେଇଛନ୍ତି। ଏହି ଉତ୍ସବରେ ଭାରତ ଚାଇନା ସମେତ ୧୯ଟି ଦେଶର...

Advertisement
Archives

Model This Week