ଅନ୍ତର୍ଜାତୀୟ

ଦୁଇ ମହାଶକ୍ତି ମୁହଁ।ମୁହିଁ

ଓ୍ବାଶିଂଟନ/ବେଜିଂ,୨୧।୯: ଆମେରିକା, ବ୍ରିଟେନ ଓ ଅଷ୍ଟ୍ରେଲିଆକୁ ନେଇ ନବଗଠିତ ‘ଅକସ୍‌’ ମେଣ୍ଟ ଚାଇନାର ବଢ଼ିଚାଲିଥିବା ପ୍ରଭାବକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ମତରେ ଏକବିଂଶ ଶତାବ୍ଦୀରେ ବିଶ୍ୱର ଗଣତାନ୍ତ୍ରିକ ଓ ଏକଚ୍ଛତ୍ରବାଦୀ ରାଷ୍ଟ୍ରଗୁଡ଼ିକର ଉପଯୋଗିତା ମଧ୍ୟରେ…

ତାଲିବାନ୍‌ ମୁରବିବିହୀନ

କାବୁଲ/ନୂଆଦିଲ୍ଲୀ,୨୧ା୯: ଆଫଗାନିସ୍ତାନର ଉପପ୍ରଧାନମନ୍ତ୍ରୀ ମୁଲ୍ଲା ବରାଦରଙ୍କୁ କାନ୍ଦାହାରରେ ପଣବନ୍ଦୀ କରି ରଖାଯାଇଛି ଏବଂ ତାଲିବାନ୍‌ ସୁପ୍ରିମ ଲିଡର ହିବାତୁଲ୍ଲା ଅଖୁନ୍ଦଜାଦା ନିହତ ହୋଇଛନ୍ତି। ତାଲିବାନ୍‌ର ଦୁଇ ଶୀର୍ଷ ନେତାଙ୍କୁ ନେଇ କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏଭଳି ଖବର ଆସିବା ପରେ ହଟଚମଟ…

କ୍ୟାମେରା ସାମ୍ନାରେ ଉଦାରତା, ଅସଲରେ ବର୍ବରତା

କାବୁଲ,୨୧ ।୯: ଆଫଗାନ ମହିଳାଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ନ କରିବା କଥା କହିଥିବା ତାଲିବାନ କିନ୍ତୁ ଏବେ ତା’ର ଅସଲ ଚେହେରା ଦେଖାଇଛି । ମହିଳାଙ୍କୁ ସେମାନଙ୍କ ଅଧିକାର ମିଳୁ ନ ଥିବାରୁ ସେମାନେ ଏବେ ରାଜ ରାସ୍ତାରେ ।…

ଆଫଗାନିସ୍ତାନରେ ସିରିଜ ବିସ୍ଫୋରଣ

କାବୁଲ, ୨୦ା୮: ଆଫଗାନିସ୍ତାନର ଜଲାଲାବାଦ ଏବଂ କାବୁଲରେ ତାଲିବାନ୍‌ ଗାଡ଼ିକୁ ଟାର୍ଗେଟ କରି ସିରିଜ ବିସ୍ଫୋରଣ ହୋଇଛି। ଏଥିରେ ଏକାଧିକ ତାଲିବାନୀଙ୍କ ସମେତ ଅତିକମ୍‌ରେ ୮ ଜଣ ନିହତ ହୋଇଥିବା ଜଣାପଡ଼ିଛି। ୩୦ ଜଣ ଗୁରୁତର ଆହତ ହୋଇଛନ୍ତି। ଆକ୍ରମଣ ପାଇଁ…

କନ୍ୟା ସନ୍ତାନର ଜନନୀ ହେଲେ ବ୍ରିଟେନ ରାଜକୁମାରୀ

ଲଣ୍ଡନ: ବ୍ରିଟେନର ରାଜକୁମାରୀ ବ୍ରିଟିସ୍‌ ସୋମବାର ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ଶିଶୁ କନ୍ୟାଟି ଲଣ୍ଡନର ଚେଲ୍ସି ଆଣ୍ଡ ୱେଷ୍ଟମିନିଷ୍ଟର ହସ୍ପିଟାଲରେ ଜନ୍ମ ହୋଇଛି। କନ୍ୟାର ଓଜନ ୨.୭୮କି.ଗ୍ରା ରହିଛି। ଏହି ସୂଚନା ଦେଇଛନ୍ତି ବ୍ରିଟିସ୍‌ଙ୍କ ସ୍ବାମୀ ଇଡାର୍ଡୋ ମ୍ୟାପେଲି…

ବିଶ୍ୱବିଦ୍ୟାଳୟରେ ଆଖିବୁଜା ଗୁଳିମାଡ଼,୮ ମୃତ…

ମସ୍କୋ,୨୦।୯: ରୁଷିଆର ପର୍ମ ଷ୍ଟେଟ୍‌ ବିଶ୍ୱବିଦ୍ୟାଳୟରେ ଜଣେ ଅଜଣା ବ୍ୟକ୍ତି ଆଖିବୁଜା ଗୁଳିମାଡ଼ କରିଛନ୍ତି। ଏହି ଘଟଣାରେ ୮ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ୧୨ରୁ ଅଧିକ ଆହତ ହୋଇଛନ୍ତି। ଗୁଳିମାଡ଼ରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ର ଏବଂ ଅଧ୍ୟାପକମାନେ ଘର…

ବିନାଶକାରୀ ଅବସ୍ଥା, ବଢୁଛି ମୃତକଙ୍କ ସଂଖ୍ୟା-କମୁଛି ଜନ୍ମ ହାର…

ଓ୍ବାଶିଂଟନ,୨୦।୯: ଆମେରିକାର ଆଲବାମା ରାଜ୍ୟରେ ବିନାଶକାରୀ ଅବସ୍ଥା ସୃଷ୍ଟି ହୋଇଛି। ଏଠାରେ ମୃତକଙ୍କ ସଂଖ୍ୟା ବଢୁଥିବାବେଳେ ଜନ୍ମ ହାର କମିବାରେ ଲାଗିଛି। ଫଳରେ ଜନ୍ମ ଏବଂ ମୃତ୍ୟୁ ମଧ୍ୟରେ ଥିବା ଅନ୍ତର କମୁଛି। ଏହାକୁ ନେଇ ସ୍ଥାନୀୟ ପ୍ରଶାସନ ସହିତ ଆମେରିକା…

ମହିଳାଙ୍କ ଅଧିକାର ଛଡାଇ ନେଲା ତାଲିବାନ

କାବୁଲ,୨୦ ।୯: ଆଫଗାନିସ୍ତାନରେ ତାଲିବାନର ରାଜୁତିକୁ ପାଖାପାଖି ୧ ମାସ ହେବାକୁ ଯାଉଛି । ହେଲେ ଏହାରି ଭିତରେ ତାଲିବାନ ଦେଇଥିବା କଥା ରଖିନାହିଁ । ପ୍ରଥମରୁ ତାଲିବାନ କହିଥିଲା କି ମହିଳାଙ୍କୁ ସେମାନଙ୍କର ସମସ୍ତ ଅଧିକାର ମିଳିବ । ହେଲେ…

ବାପାଙ୍କ ରାସ୍ତାରେ ଯିବେ କି ସାରା

ମାନିଲା, ୨୦ା୯: କାର୍ଯ୍ୟକାଳ ସରିଆସୁଥିଲେ ବି କ୍ଷମତା ଛାଡ଼ିବାକୁ ନାରାଜ ଫିଲିପାଇନ୍ସ ରାଷ୍ଟ୍ରପତି ରୋଡ୍ରିଗୋ ଦୁଟେର୍ଟେ। ଦ୍ୱିତୀୟ ପାଳି ପରେ ଜଣେ ଆଉଥରେ ଦେଶର ଶାସନ ମୁଖ୍ୟ ହେବା ପାଇଁ ନିୟମ ନ ଥିବାରୁ ଉପ-ରାଷ୍ଟ୍ରପତି ପଦରେ ରହିବାକୁ ଗୋଟି ଚଳାଇଛନ୍ତି…

କାନାଡ଼ାରେ ପୁଣି ସଂଖ୍ୟାଲଘୁ ସରକାର

ଓଟାଓ୍ବା, ୨୦।୯: କୋଭିଡ୍‌ ମହାମାରୀ ଭିତରେ କାନାଡାରେ ଶେଷ ହୋଇଛି ୩୬ ଦିନିଆ ନିର୍ବାଚନ ପ୍ରଚାର। ଆଗୁଆ ପାର୍ଲାମେଣ୍ଟ ଭଙ୍ଗ ପାଇଁ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ସୁପାରିସ କରିବା ପରେ ହାଉସ୍‌ ଅଫ୍‌ କମନ୍ସର ୩୩୮ ସଦସ୍ୟଙ୍କୁ ବାଛିବା ଲାଗି ଭୋଟଗ୍ରହଣ…

କରୋନା, ବେକାରି ବଡ଼ ଚିନ୍ତା

ପ୍ୟାରିସ୍‌,୨୦ା୯: ଦେଢ଼ବର୍ଷରୁ ଊର୍ଦ୍ଧ୍ୱ ସମୟ ହେଲା ସାରା ବିଶ୍ୱର ସବୁଠୁ ବଡ଼ ଚିନ୍ତା ସାଜିଛି କରୋନା। ଅକାଳରେ ଅଗଣିତ ଜୀବନ ନେଇଛି ଏହି ମହାମାରୀ। କେବଳ ସରକାରୀ ତଥ୍ୟକୁ ଦେଖିଲେ ପ୍ରାୟ ୪୭ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି। କାହିଁ କେତେଗୁଣା…

ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଛାଡିଲେ ଦୂତାବାସ

କାବୁଲ,୨୦ ।୯: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ୮୦ ପ୍ରତିଶତ କର୍ମଚାରୀ ଦେଶ ଛାଡି ଚାଲିଯାଇଥିବା ଜଣାପଡିଛି । ଫଳରେ ତାଲିବାନ କୁଟନୈତିକ ମୋର୍ଚ୍ଚାରେ ଆଗକୁ ବଢିବାକୁ ଚାହୁଁଥିଲେ ଏହା ଆଉ ସମ୍ଭବ ହୋଇ ନ ପାରେ । ଅଧିକାଂଶ ଦୂତାବାସ ସହ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri