ୟୁକ୍ରେନକୁ ସବୁ ପଟରୁ ଆକ୍ରମଣ କରିବ ରୁଷିଆ ସେନା: ପୁଟିନଙ୍କ ନିର୍ଦ୍ଦେଶ

ମସ୍କୋ,୨୭ ।୨: ୟୁକ୍ରେନର ରାଜଧାନୀ କ୍ୱିଭ ପାଇଁ ରବିବାର ରାତି ଏକ ଐତିହାସିକ ରାତି ହୋଇପାରେ । ରୁଷିଆ ସେନାଙ୍କ ପକ୍ଷରୁ ୟୁକ୍ରେନ୍ ଉପରେ ସମସ୍ତ ଶକ୍ତି ଲଗାଇ ଲଢୁ ନ ଥିବା ରୁଷିଆ ସେନା ଏଥର ତା’ର ସମସ୍ତ ଶକ୍ତି ଲଗାଇ ଦେବ । କାରଣ ରୁଷିଆ ସେନାଙ୍କୁ ସୁପ୍ରିମ କମାଣ୍ଡରଙ୍କ ପକ୍ଷରୁ ୟୁକ୍ରେନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ନିର୍ଦ୍ଦେଶ ମିଳିଛି । ଦିନେ ନାଜି ଜର୍ମାନୀକୁ ନାକ ତଳେ ଦବାଇ ଦେଇଥିବା ରୁଷିଆ ସେନା ଏବେ ଆକ୍ରମଣାତ୍ମକ ଭୂମିକାରେ ରହିଛନ୍ତିି । ଏବେ ସେମାନଙ୍କ ସାମ୍ନାରେ ଅତିତରେ ରୁଷିଆର ଅଂଶ ଥିବା ୟୁକ୍ରେନ । ଦୁଇ ଦେଶ ଅତିତରେ ସୁପର ପାୱାର ଥିବା ସୋଭିଏତ ରୁଷର ବି ଅଂଶ ଥିଲେ । ହେଲେ ଏମାନଙ୍କ ଅତିତ ଏବେ ଅତିତ ହୋଇଯାଇଥିବା ବେଳେ ବର୍ତ୍ତମାନ ୟୁକ୍ରେନ ଧ୍ୱଂସ ଆଡକୁ ଗତି କରୁଛି ତ ଅନ୍ୟପଟେ ରୁଷିଆ ତା’ର ଶକ୍ତି ଦେଖାଇ ଚାଲିଛି ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆ ସେନାଙ୍କୁ ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନାକୁ ଆଖି ଆଗରେ ରଖି ଗୋଟିଏ ଦିନ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ସାମାନ୍ୟ କମ୍ କରାଯାଇଥବା ବେଳେ ଏବେ କିନ୍ତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ରୁଷିଆ ସେନା ୟୁକେନକୁ ଚାରିପଟୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲେଣି । କାରଣ ରୁଷିଆ ନିକଟରେ ଏହାର କୌଣସି ବିକଳ୍ପ ନାହିଁ । କାରଣ ଗୋଟିଏ ପଟେ ୟୁକ୍ରେନ ସେନା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍‌ୁତ ହେଉଥିବା ବେଳେ ୟୁକ୍ରେନକୁ ଅନ୍ତର୍ଜାତୀୟ ସହୟତା ମିଳୁଛି । ଜର୍ମାନୀ, ପୋଲାଣ୍ଡ, ଫ୍ୟାନ୍ସ ସମେତ କିଛି ୟୁରୋପୀୟ ଦେଶ ଖୋଲାଖୋଲି ଭାବେ ୟୁକ୍ରେନୁ ସପୋର୍ଟ କରୁଛନ୍ତି । ଯଦିଓ ଏମାନେ ୟୁକ୍ରେନକୁ ସେନା ପଠାଇ ନାହାନ୍ତି, ହେଲେ ଅନ୍ୟ ସବୁ ଦୃଷ୍ଟିରୁ ଏମାନେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ମୁହାଁ ‘କଳ୍ପନା ଚାଓ୍ବଲା’

ଓ୍ବାଶିଂଟନ, ୩।୧୦: ନାସା ପକ୍ଷରୁ ଭାରତର ପ୍ରଥମ ମହିଳା ମହାକାଶ ଯାତ୍ରୀ କଳ୍ପନା ଚାଓ୍ବଲାଙ୍କ ନାମରେ ନିର୍ମିତ ହୋଇଥିବା ମହାକାଶ ଯାନ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର...

ଭାରତ ସହ ଅନ୍ୟ ୪ ଦେଶର ରାଷ୍ଟ୍ରଦୂତଙ୍କୁ ବରଖାସ୍ତ କଲେ ଜେଲେନସ୍କି

କିଭ୍‌,୧୦।୭: ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଭାରତ ସମେତ ୫ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ସେ ବରଖାସ୍ତ କରିଛନ୍ତି। ଶନିବାର...

ଏଫ୍‌ଏଟିଏଫ୍‌ର ଗ୍ରେ’ ତାଲିକାରୁ ହଟିଲା ପାକିସ୍ତାନର ନାମ

ଇସ୍‌ଲାମାବାଦ,୧୭।୬: ପାକିସ୍ତାନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏଫ୍‌ଏଟିଏଫ୍‌ ଗ୍ରେ’ ତାଲିକାରୁ ବର୍ତ୍ତମାନ ପାକିସ୍ତାନର ନାମକୁ ହଟାଇ ଦିଆଯାଇଛି। ଶୁକ୍ରବାର ଜର୍ମାନୀର ବର୍ଲିନରେ ଚାଲିଥିବା ଏକ...

ଆଉ ୨ ଯୁଦ୍ଧ ଅପରାଧୀଙ୍କୁ ୧୧ ବର୍ଷ ଜେଲ

କିଭ୍‌, ୧ା୬: ୟୁକ୍ରେନ୍‌ରେ ଯୁଦ୍ଧ ଅପରାଧ କରିଥିବା ଆଉ ଦୁଇ ରୁଷୀୟ ସୈନ୍ୟଙ୍କୁ କିଭ୍‌ର ଏକ କୋର୍ଟ ମଙ୍ଗଳବାର ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଯୁଦ୍ଧ ମଧ୍ୟରେ ଜାପାନ ପହଞ୍ଚିଲେ ଜେଲେନକ୍ସି…

ଟୋକିଓ,୨୦।୫ : ଜାପାନର ହିରୋସିମା ଠାରେ ଜି -୭ ଶିଖର ସମ୍ମିଳନୀ ଚାଲିଛି। ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଏହି ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ୟୁକ୍ରେନ...

ବିଶ୍ୱରେ ୫୫ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା: ଟପ୍‌ ଟେନ୍‌ରେ ଭାରତ

ଓ୍ବାଶିଂଟନ,୨୫।୫: କରୋନା ସଂକ୍ରମିତ ଦେଶଙ୍କ ଟପ୍‌ ଟେନ୍‌ ତାଲିକାରେ ଏବେ ଭାରତ ସାମିଲ ହୋଇଛି। ଏବେ ଭାରତ ସଂକ୍ରମିତଙ୍କ ସଂଖ୍ୟାକୁ ନେଇ ଇରାନକୁ ପଛରେ ପକାଇ...

ଆଇନରେ ପରିଣତ ହେଲା ପେନ୍‌ସନ ସଂସ୍କାର

ପ୍ୟାରିସ୍‌, ୧୬।୪:  ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍‌ ମାକ୍‌ରଁ ଶନିବାର ତାଙ୍କ ବିବାଦୀୟ ପେନ୍‌ସନ ସଂସ୍କାରରେ ସ୍ବାକ୍ଷର କରି ଏହାକୁ ଆଇନରେ ପରିଣତ କରିଛନ୍ତି। ଉକ୍ତ ଆଇନକୁ...

ବ୍ରିଟେନ ରାଣୀ କାମିଲା ଦ୍ୱିତୀୟ ଥର କରୋନା ପଜିଟିଭ୍‌

ଲଣ୍ଡନ,୧୪।୨: ବ୍ରିଟେନର ରାଜା ଚାଲର୍‌ସ ତୃତୀୟଙ୍କ ସ୍ତ୍ରୀ ରାଣୀ କନସର୍ଟ କାମିଲା ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କାମିଲା ବର୍ତ୍ତମାନ କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ତାଙ୍କୁ...

Advertisement
Archives

Model This Week