ୟୁକ୍ରେନକୁ ସବୁ ପଟରୁ ଆକ୍ରମଣ କରିବ ରୁଷିଆ ସେନା: ପୁଟିନଙ୍କ ନିର୍ଦ୍ଦେଶ

ମସ୍କୋ,୨୭ ।୨: ୟୁକ୍ରେନର ରାଜଧାନୀ କ୍ୱିଭ ପାଇଁ ରବିବାର ରାତି ଏକ ଐତିହାସିକ ରାତି ହୋଇପାରେ । ରୁଷିଆ ସେନାଙ୍କ ପକ୍ଷରୁ ୟୁକ୍ରେନ୍ ଉପରେ ସମସ୍ତ ଶକ୍ତି ଲଗାଇ ଲଢୁ ନ ଥିବା ରୁଷିଆ ସେନା ଏଥର ତା’ର ସମସ୍ତ ଶକ୍ତି ଲଗାଇ ଦେବ । କାରଣ ରୁଷିଆ ସେନାଙ୍କୁ ସୁପ୍ରିମ କମାଣ୍ଡରଙ୍କ ପକ୍ଷରୁ ୟୁକ୍ରେନଙ୍କୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ନିର୍ଦ୍ଦେଶ ମିଳିଛି । ଦିନେ ନାଜି ଜର୍ମାନୀକୁ ନାକ ତଳେ ଦବାଇ ଦେଇଥିବା ରୁଷିଆ ସେନା ଏବେ ଆକ୍ରମଣାତ୍ମକ ଭୂମିକାରେ ରହିଛନ୍ତିି । ଏବେ ସେମାନଙ୍କ ସାମ୍ନାରେ ଅତିତରେ ରୁଷିଆର ଅଂଶ ଥିବା ୟୁକ୍ରେନ । ଦୁଇ ଦେଶ ଅତିତରେ ସୁପର ପାୱାର ଥିବା ସୋଭିଏତ ରୁଷର ବି ଅଂଶ ଥିଲେ । ହେଲେ ଏମାନଙ୍କ ଅତିତ ଏବେ ଅତିତ ହୋଇଯାଇଥିବା ବେଳେ ବର୍ତ୍ତମାନ ୟୁକ୍ରେନ ଧ୍ୱଂସ ଆଡକୁ ଗତି କରୁଛି ତ ଅନ୍ୟପଟେ ରୁଷିଆ ତା’ର ଶକ୍ତି ଦେଖାଇ ଚାଲିଛି ।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷିଆ ସେନାଙ୍କୁ ୟୁକ୍ରେନକୁ ଚାରିପଟୁ ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉଭୟ ଦେଶ ମଧ୍ୟରେ ଆଲୋଚନାକୁ ଆଖି ଆଗରେ ରଖି ଗୋଟିଏ ଦିନ ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ ଆକ୍ରମଣ ସାମାନ୍ୟ କମ୍ କରାଯାଇଥବା ବେଳେ ଏବେ କିନ୍ତୁ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ କ୍ରମେ ରୁଷିଆ ସେନା ୟୁକେନକୁ ଚାରିପଟୁ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇଗଲେଣି । କାରଣ ରୁଷିଆ ନିକଟରେ ଏହାର କୌଣସି ବିକଳ୍ପ ନାହିଁ । କାରଣ ଗୋଟିଏ ପଟେ ୟୁକ୍ରେନ ସେନା ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍‌ୁତ ହେଉଥିବା ବେଳେ ୟୁକ୍ରେନକୁ ଅନ୍ତର୍ଜାତୀୟ ସହୟତା ମିଳୁଛି । ଜର୍ମାନୀ, ପୋଲାଣ୍ଡ, ଫ୍ୟାନ୍ସ ସମେତ କିଛି ୟୁରୋପୀୟ ଦେଶ ଖୋଲାଖୋଲି ଭାବେ ୟୁକ୍ରେନୁ ସପୋର୍ଟ କରୁଛନ୍ତି । ଯଦିଓ ଏମାନେ ୟୁକ୍ରେନକୁ ସେନା ପଠାଇ ନାହାନ୍ତି, ହେଲେ ଅନ୍ୟ ସବୁ ଦୃଷ୍ଟିରୁ ଏମାନେ ୟୁକ୍ରେନକୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଧାରା-୩୦ ଲାଗୁ: ପୋଲିସର ବିନାନୁମତିରେ ହୋଇପାରିବ ନାହିଁ ରାଜନୈତିକ ସଭା, ୯୦ ଦିନ ଯାଏ…

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲାରେ ରାଜନୈତିକ ମତଭେଦ ହେତୁ ବିଭିନ୍ନ ଦଳର ସଦସ୍ୟମାନଙ୍କ ମଧ୍ୟରେ ଦୀର୍ଘଦିନ ଧରି ମତାନ୍ତର/ମନାନ୍ତର ଲାଗି ରହିଛି। ଏଭଳି ପରିସ୍ଥିତିର ସୁଯୋଗ ନେଇ…

ଦିନେ ନିରାଶ୍ରୟଙ୍କ ସାହା ଥିଲେ ମଗନ, ଏବେ ନିଜେ ମାଗୁଛନ୍ତି ସହାୟତା

କେନ୍ଦୁଝର,୨୪।୫(ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସହରର କମାରଗୋଡାର ସମାଜସେବୀ ତଥା ବରିଷ୍ଠ ଖବରଦାତା ମଗନ କୁମାର ମଲ୍ଲିକ(୫୭)କର୍କଟ ରୋଗରେ ପୀଡିତ ହୋଇ ଭୁବନେଶ୍ୱର ‘ଏମ୍ସ’ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।…

ପୁରୀରେ ହେବ BRICS ସମ୍ମିଳନୀ: ଯୋଗଦେବେ ବିଭିନ୍ନ ରାଷ୍ଟ୍ରର…

ଭୁବନେଶ୍ୱର,୨୫।୫: ଓଡ଼ିଶାରେ ପୁଣି ଏକ ବିଶ୍ୱସ୍ତରୀୟ ସମ୍ମିଳନୀ ଆୟୋଜନ ହେବାକୁ ଯାଉଛି। ଆସନ୍ତା ଜୁନ ୩ରୁ ପୁରୀରେ ହେବ BRICS ଦ୍ୱିତୀୟ ବୈଷୟିକ ସମ୍ମିଳନୀ। ଏହି ସମ୍ମିଳନୀରେ…

ଶାନ୍ତି ଦୂତ ସାଜିଥିବା ପାକିସ୍ତାନ ଏବେ ସାଜିବ ‘ଖଳନାୟକ’! ଟ୍ରମ୍ପଙ୍କ ଚକ୍ରବ୍ୟୂହରେ ଫସିଲେ ଶେହବାଜ

ନୂଆଦିଲ୍ଲୀ,୨୫।୫: ପାକିସ୍ତାନ ସମ୍ମୁଖରେ ଏଭଳି ଏକ ଦ୍ୱନ୍ଦ୍ୱ ଦେଖାଦେଇଛି, ଯେଉଁଥିରେ ଯଦି ସେ ସ୍ବୀକାର କରେ ତେବେ ବି ଫସିବ ଏବଂ ଯଦି ମନା କରେ ତେବେ…

ସରକାରଙ୍କ ବଡ଼ ନିଷ୍ପତ୍ତି: ମୁଦ୍ରାସ୍ଫୀତି ମଧ୍ୟରେ PNG ଏବଂ LPG ଗ୍ରାହକଙ୍କୁ ଆଶ୍ୱସ୍ତି, ଉପକୃତ ହେବେ ଛାତ୍ରଙ୍କଠୁ ଆରମ୍ଭ କରି…

ନୂଆଦିଲ୍ଲୀ,୨୫।୫: କେନ୍ଦ୍ର ସରକାର ପାଇପ ମାଧ୍ୟମରେ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ କରିଥିବା LPG ଗ୍ରାହକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାର LPG ଯୋଗାଣ…

ଅଭିଷେକଙ୍କ ଘରେ ପଶିଲା ପୋଲିସ: ଥମୁନି ଦିଦିଙ୍କ ଅଡ଼ୁଆ

କୋଲକାତା,୨୫।୫: ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ କୋଲକାତାସ୍ଥିତ ବାସଭବନରେ ପୋଲିସ ପହଞ୍ଚିଛି। ତାଙ୍କ ଘର ବାହାରେ ପ୍ରବଳ ପୋଲିସ ଫୋର୍ସ ମୁତୟନ କରାଯାଇଛି।…

ଧନୁଯାତ୍ରା ତୋରଣ ଭାଙ୍ଗିବାକୁ ନେଇ ବଢୁଛି ଅସନ୍ତୋଷ: ଘଟଣା: ଥାନାରେ ଏତଲା ଦେଲେ ପୌରାଧ୍ୟକ୍ଷା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ହୋଇଥିବା ଝଡବତାସରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଧନୁଯାତ୍ରା ତୋରଣ ଭାଙ୍ଗି…

ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏସବୁ ବିଷୟରେ ଆଲୋଚନା କଲେ ମୋହନ, ଓଡ଼ିଶାବାସୀ ଶୁଣିଲେ ହୋଇଯିବେ ଖୁସି!

ଭୁବନେଶ୍ୱର, ୨୫।୫: ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଦ୍ୱିତୀୟ ବର୍ଷ ପୂର୍ତ୍ତି ଅବସରରେ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଆମନ୍ତ୍ରଣ କରିଥିବା ଜଣାପଡିଛି। ଏନେଇ ଏକ୍ସରେ ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri