ୟୁକ୍ରେନ୍‌ର ଆସ୍ଥା ‘ସେଣ୍ଟ ଜାଭେଲିନ୍‌’

କ୍ୱିଭ୍‌,୨୭।୨: ରୁଷିଆ ୟୁକ୍ରେନ ଯୁଦ୍ଧକୁ ବିତିଯାଇଛି ତିନିଦିନ। ସାରା ବିଶ୍ୱବାସୀଙ୍କ ନଜର ଏହି ଯୁଦ୍ଧ ଉପରେ ରହିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ୟୁକ୍ରେନରେ ଏକ ଛବି ଲୋକଙ୍କ ଦୃ୍‌ଷ୍ଟି ଆକର୍ଷଣ କରିଛି। ଛବି ହେଉଛି ଜଣେ ସନ୍ଥଙ୍କର ଯେ, ଏକ ଜାଭେଲିନ୍‌ ଧରି ଛିଡ଼ା ହୋଇଥିବାର ଦେଖାଯାଉଛି। ଜାଭେଲିନ ହେଉଛି ଏକ ଆଣ୍ଟି ଟ୍ୟାଙ୍କ୍‌ ମିଶାଇଲ୍‌ ଲଞ୍ଚର। ଖାଲି ୟୁକ୍ରେନରେ ନୁହେଁ ସୋସିଆଲ ମିଡିଆରେ ମଧ୍ୟ ସେଣ୍ଟ ଜାଭେଲିନ୍‌ଙ୍କ ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ତେବେ ଏହି ଛବି ପଛରେ ଲୁଚି ରହିଛି ୟୁକ୍ରେନବାସୀଙ୍କ ବିଶ୍ୱାସ। କାରଣ ବର୍ତ୍ତମାନ ସମୟରେ ୟୁକ୍ରେନବାସୀଙ୍କ ଜୀବନ ପ୍ରତି ଘୋର ବିପଦ ଘନେଇ ଆସୁଥିବାବେଳେ ଆଗାମୀ ଦିନରେ ସେମାନେ ଅନେକ ସଙ୍କଟ ଦେଇ ଗତି କରିବା ଆଶଙ୍କା କରାଯାଉଛି।
ଏଭଳି ସଙ୍କଟାପନ୍ନ ସ୍ଥିତିର ମୁକାବିଲା କରିବା ପାଇଁ ‘ସେଣ୍ଟ ଜାଭେଲିନ’ ନାମରେ ଏକ ଓ୍ବେବ୍‌ସାଇଟ୍‌ ଲଞ୍ଚ କରାଯାଇଛି, ଯାହା ଜରିଆରେ ୟୁକ୍ରେନ ସଙ୍କଟର ମୁକାବିଲା ପାଇଁ ଅର୍ଥ ଏକତ୍ର କରାଯିବା ସାଙ୍ଗକୁ ଏହା ଜରିଆରେ ପୋଷାକ ଏବଂ ସେଣ୍ଟ ଜାଭେଲିନଙ୍କ ଷ୍ଟିକର ବିକ୍ରି କରାଯାଉଛି। କାନାଡିଆନ ଚାରିଟେବୁଲ ଅର୍ଗାନାଇଜେସନ୍‌ ଜରିଆରେ ସେଣ୍ଟ ଜାଭେଲିନ୍‌ ପରିଚାଳିତ ହେଉଛି। ତେବେ ଏହି ସେଣ୍ଟ ଜାଭେଲିନ୍‌ ୟୁକ୍ରେନବାସୀଙ୍କ ଏକ ପଅକାର ଆସ୍ଥା ପାଲଟିଯାଇଛି।

୯୮୦ରେ ଆମେରିକା ଭାଜେଲିନ ମିଶାଇଲ ଲଞ୍ଚରକୁ ତିଆରି କରିଥିଲା। ଏହାର ଓଜନ ୫୦ ପାଉଣ୍ଡ ହୋଇଥିବାବେଳେ ଲକ୍ଷ୍ୟଭେଦ ପାଇଁ ଏହାକୁ କୌଣସି ମାଇଲ ଲଞ୍ଚର ଆବଶ୍ୟକତା ପଡ଼ି ନ ଥାଏ। ବାୟୁମଣ୍ଡଳରେ ୪୯୦ ଫୁଟ ଦୂର ପର୍ଯ୍ୟନ୍ତ ନିଜ ଲକ୍ଷ୍ୟ ଭେଦ କରିବାର କ୍ଷମତା ଏହି ମିଶାଇଲ ପାଖରେ ରହିଛି। ଅନ୍ୟପଟେ ୟୁକ୍ରେନ ସେନା ଯୁଦ୍ଧରେ ବହୁମାତ୍ରାରେ ଜାଭେଲିନ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ୟୁକ୍ରେନ ପାଖରେ ଏହି ମିଶାଇଲ ଉପଲବ୍ଧ ନ ଥିବାବେଳେ ପ୍ରତିରକ୍ଷା କ୍ଷେତ୍ରକୁ ଶକ୍ତିଶାଳୀ କରିବା ପାଇଁ ସେ ୨୦୧୮ରେ ଏହି ମିଶାଇଲ ଆମେରିକାଠାରୁ କିଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

ଇସ୍ରାଏଲ ଜାହାଜରେ ଥିବା ୧୬ ଭାରତୀୟ ଘରକୁ ଫେରିବେ

ଜେରୁଜେଲମ୍‌,୧୯ା୪: ଭାରତରେ ଇରାନର ରାଷ୍ଟ୍ରଦୂତ ଇରାଜ ଇଲାହୀ କହିଛନ୍ତି, ତାଙ୍କ ଦେଶ ଦ୍ୱାରା ଧରାଯାଇଥିବା ମାଲ୍‌ବାହୀ ଜାହାଜର ଅବଶିଷ୍ଟ ୧୬ ଜଣ ଭାରତୀୟ କ୍ରୁ ସଦସ୍ୟଙ୍କୁ...

ତେହେରାନ ଯାଉଥିବା ସମସ୍ତ ବିମାନ ବାତିଲ, ଇରାନ କହିଲା ପାଓ୍ବାର ଓ ନ୍ୟୁକ୍ଲିୟର ପ୍ଲାଣ୍ଟ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ

ତେହେରାନ,୧୯।୪: ସିରିଆର ରାଜଧାନୀ ଦମିଶ୍କରେ ଇରାନ ଦୂତାବାସ ଉପରେ ଏୟାର ଷ୍ଟ୍ରାଇକ ପରେ ପଶ୍ଚିମ ଏସିଆର ଅବସ୍ଥା କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ସମଗ୍ର...

ମାନିଲେନି ନେତାନ୍ୟାହୁ: ଇରାନ ଉପରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼

ଜେରୁଜେଲମ୍‌,୧୯।୪: ଶେଷରେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛି। ଇରାନର ଅନେକ ସହର ଉପରେ ଇସ୍ରାଏଲ ମିଶାଏଲ ମାଡ କରିଛି। ଇରାନ ଶୁକ୍ରବାର ଏନେଇ ସୂଚନା...

ମିଡଲ ଇଷ୍ଟରେ ହେବ ମହାଯୁଦ୍ଧ! ଇସ୍ରାଏଲ ଆକ୍ରମଣର ଜବାବ ଦେଲା ଇରାନ

ଦୁବଇ,୧୯।୪: ମଧ୍ୟ ପୂର୍ବରେ ଯୁଦ୍ଧର ନିଆଁ ପୁଣି ଜଳିଛି। ଇରାନ ଉପରେ ଆକ୍ରମଣ କରି ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି। ତେବେ ଇରାନ ମଧ୍ୟ ଇସ୍ରାଏଲର...

ହେଲିକପ୍ଟର ଦୁର୍ଘଟଣାରେ କେନିଆର ପ୍ରତିରକ୍ଷା ମୁଖ୍ୟଙ୍କ ସମେତ ୯ ମୃତ୍ୟୁ

ନୈରୋବି,୧୯।୪: ଏକ ହେଲିକପ୍ଟର ଦୁର୍ଘଟଣାରେ ଗୁରୁବାର କେନିଆର ପ୍ରତିରକ୍ଷା ମୁଖ୍ୟ ଫ୍ରାନସିସ ଓମୋଣ୍ଡି ଓଗୋଲାଙ୍କ ମତ୍ୟୁ ଘଟିଛି। ତାଙ୍କ ସହ ହେଲିକପ୍ଟରରେ ଥିବା ୯ଜଣ ଲୋକ...

ଇରାନ୍‌ ଉପରେ ବଦ୍‌ଲା ନେଲା ଇସ୍ରାଏଲ୍‌

ଜେରୁଜେଲମ୍‌,୧୯।୪: ଇସ୍ରାଏଲ ଶୁକ୍ରବାର ଇରାନ ଉପରେ ବଦ୍‌ଲା ନେଇଛି। ଇରାନର ଅନେକ ସହର ଉପରେ ମିଶାଇଲ ମାଡ କରିଛି ଇସ୍ରାଏଲ। ଇରାନର ନ୍ୟୁକ୍ଲିୟର୍‌ ପ୍ଲାଣ୍ଟ ଉପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri