ଅନ୍ତର୍ଜାତୀୟ

ଯୁଦ୍ଧର ତୃତୀୟ ଦିନରେ ରାଜଧାନୀ କ୍ୱିଭ ସମେତ ଅନେକ ଅଞ୍ଚଳ ଦଖଲ କଲା ରୁଷିଆ ସେନା

କ୍ୱିଭ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ଶନିବାର ତୃତୀୟ ଦିନରେ ପହଞ୍ଚିଛି। ଶୁକ୍ରବାର ରାଜଧାନୀ କ୍ୱିଭ ଦଖଲ କରିଥିବା ବେଳେ ଶନିବାର ରୁଷିଆ ସୈନ୍ୟ ଏହାର ନିକଟବର୍ତ୍ତୀ ଅଞ୍ଚଳଗୁଡ଼ିକୁ ମଧ୍ୟ ଦଖଲ କରିଛନ୍ତି। ଉକ୍ତ ଅଞ୍ଚଳଗୁଡ଼ିକରେ ରୁଷିଆ…

ୟୁକ୍ରେନ୍‌ର ନେତୃତ୍ୱ ବଦଳାଇବାକୁ ପରାମର୍ଶ ଦେଲେ ପୁଟିନ

ମସ୍କୋ,୨୬।୨: ଆକ୍ରମଣର ଦ୍ୱିତୀୟ ଦିନରେ ରୁଷିଆ ସେନା ୟୁକ୍ରେନ୍‌ ରାଜଧାନୀ କ୍ୱିଭ୍‌ରେ ପ୍ରବେଶ କରିଛି। ଆମେରିକା, ବ୍ରିଟେନ୍‌ ସମେତ ୟୁରୋପୀୟ ସଂଘ ପକ୍ଷରୁ କଠୋର କଟକଣା ଘୋଷଣା ସତ୍ତ୍ୱେ ଏହା ରୁଷିଆର ସାମରିକ କାର୍ଯ୍ୟାନୁଷ୍ଠାନକୁ ରୋକିପାରି ନାହିଁ। ରୁଷିଆ ସୈନ୍ୟ ୟୁକ୍ରେନ୍‌ର…

ଦୋହଲିଗଲା କ୍ୱିଭ: ୫୦ ବିସ୍ଫୋରଣ ସହ ଗର୍ଜିଲା ମେଶିନ ଗନ

କ୍ୱିଭ,୨୬ ।୨: କିଛି ସମୟର ନିରବତା ପରେ ପୁଣି ୟୁକ୍ରେନ ଉପରେ ଗର୍ଜିଛି ରୁଷିଆ । ୟୁକ୍ରେନର ରାଜଧାନୀ କ୍ୱିଭର ଶୁଲ୍ୟାବକା ଓ ବେରେଷ୍ଟିସ୍କାରେ ମେଶିନ ଗନରୁ ଗୁଳି ବର୍ଷଣ କରାଯାଇଥିବା ଖବର ଆସିଛି । ୟୁକ୍ରେନରେ ଯୁଦ୍ଧର ତୃତୀୟ ଦିନରେ…

ରୁଷିଆକୁ ଚାରିଆଡୁ ଘେରିବାକୁ ନାଟୋର ଉଦ୍ୟମ

ବ୍ରୁସେଲଶ୍‌,୨୬।୨: ୟୁକ୍ରେନ ଉପରେ ରୁଷିଆ ଆକ୍ରମଣ ପରେ ନାଟୋ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି। ୟୁକ୍ରେନ ସଙ୍କଟକୁ ନଜରରେ ରଖି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ତାଙ୍କ ସମକକ୍ଷ ନିଜର ସହଯୋଗୀ ଦେଶକୁ ରକ୍ଷା କରିବା ଲାଗି ସୈନ୍ୟ…

ପାଶ୍ଚାତ୍ୟ କଟକଣା ରୁଷିଆ ଯୋଗାଣ ଶୃଙ୍ଖଳାକୁ ପ୍ରଭାବିତ କରିବ

ମସ୍କୋ,୨୬ା୨: ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ପରେ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ମସ୍କୋ ଉପରେ ଏକାଧିକ କଟକଣା ଲଗାଇଛନ୍ତି। ଏହାର ରୁଷିଆର ଗୁରୁତ୍ୱପୂର୍ଣ୍ଣ ଯୋଗାଣ ଶୃଙ୍ଖଳକୁ ବ୍ୟାହତ କରିପାରେ ବୋଲି ଦେଶର ଅନ୍ୟତମ ସର୍ବବୃହତ ବ୍ୟବସାୟିକ ଗୋଷ୍ଠୀ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ଙ୍କୁ ସତର୍କ…

ଅଣୁଅସ୍ତ୍ର ଭୟ ଦେଖାଇଲେ ପୁଟିନ୍‌

ଓ୍ବାର୍ସା,୨୬ା୨: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ୍‌ ବିଶ୍ୱ ନେତାମାନଙ୍କୁ ଖୋଲାଖୋଲି ଭାବେ ଆଣବିକ ଅସ୍ତ୍ର ବ୍ୟବହାର କରିବାର ଭୟ ଦେଖାଇଛନ୍ତି। ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣ ରୋକିବାକୁ କୌଣସି ରାଷ୍ଟ୍ର ଯଦି ସାମରିକ ଶକ୍ତି ବ୍ୟବହାର କରିବାର ଦୁଃସାହସ କରେ ତେବେ…

‘ମମି, ଡାଡି, ଆଇ ଲଭ୍‌ ୟୁ’: ଭାଇରାଲ ହେଉଛି ଯବାନଙ୍କ ଭିଡିଓ

କ୍ୱିଭ୍‌,୨୬ା୨: ଆଶାଆଶଙ୍କା ଭିତରେ ୟୁକ୍ରେନର ବର୍ତ୍ତମାନ ଏବଂ ଭବିଷ୍ୟତ। କେଉଁ ମୁହୂର୍ତ୍ତରେ ରୁଷିଆ କ୍ୱିଭ୍‌କୁ କବ୍‌ଜା କରିନେବ ସେ ନେଇ କୌଣସି ନିର୍ଦ୍ଦିଷ୍ଟତା ନାହିଁ। ବର୍ତ୍ତମାନ ସୁଦ୍ଧା ୟୁକ୍ରେନ ସେନା ରୁଷିଆର କଡ଼ା ମୁକାବିଲା କରିବାରେ ଲାଗିଛନ୍ତି । ତେବେ ଏଭଳି…

ମୁଁ କ୍ୱିଭ୍‌ରେ ଅଛି, ୟୁକ୍ରେନର ସୁରକ୍ଷା କରୁଛି: ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ୍‌,୨୬ ।୨: ସଙ୍କଟରେ ୟୁକ୍ରେନ । ରୁଷିଆର ଲଗାତାର ଆକ୍ରମଣରେ ବି ହାର ମାନି ନାହିଁ ୟୁକ୍ରେନ । ରୁଷିଆ ୟୁକ୍ରେନର ରାଜଧାନୀ କ୍ୱିଭକୁ ପ୍ରବେଶ କରିବା ପରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶରେ ହିଁ ଅଛନ୍ତି ।…

ୟୁଏନ୍‌ଏସ୍‌ସିରେ ଭାରତର ସମର୍ଥନ ପାଇବାକୁ ରୁଷିଆ ଆଶାବାଦୀ

ନୂଆଦିଲ୍ଲୀ,୨୬ା୨(ପି.ଟି.): ରୁଷିଆର ୟୁକ୍ରେନ୍‌ ଆକ୍ରମଣକୁ ବିରୋଧ କରି ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସ୍‌ସି)ରେ ଶୁକ୍ରବାର ସନ୍ଧ୍ୟାରେ ଗୁରୁତ୍ୱପୂର୍ଣ୍ଣ ଚିଠା ପ୍ରସ୍ତାବ ଅଣାଯିବାକୁ ଥିବାବେଳେ ଏଥିରେ ମସ୍କୋ ଭାରତର ସମର୍ଥନ ଆଶା କରିଛି। ୟୁକ୍ରେନ୍‌ ଓ ମସ୍କୋର ସାମ୍ପ୍ରତିକ ସ୍ଥିତି ଉପରେ ଭାରତର…

ୟୁଏନଏସସିର ଭୋଟିଂରେ ଭାଗ ନେଲେ ନାହିଁ ଭାରତ, ଚାଇନା, ୟୁଏଇ

ନ୍ୟୁୟର୍କ,୨୬ ।୨: ରୁଷିଆ ପକ୍ଷରୁ ୟୁକ୍ରେନ ଉପରେ କରାଯାଉଥିବା ଆକ୍ରମଣକୁ ନେଇ ଅସହମତି ପ୍ରସ୍ତାବ ଉପରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଶୁକ୍ରବାର ଭୋଟିଂ କରାଯାଇଥିଲା । ଏହି ଭୋଟିଂ ପ୍ରକ୍ରିୟାଠାରୁ ଭାରତ ଓ ଚାଇନା ନିଜକୁ ଦୂରେଇ ରଖିଛନ୍ତି…

ଚେର୍ନୋବିଲ୍‌ରୁ ତେଜସ୍କ୍ରିୟ ବିକିରଣ

ୟୁକ୍ରେନ୍‌ର ଚେର୍ନୋବିଲ ଆଣବିକ ପ୍ଲାଣ୍ଟରେ ୧୯୮୬ ଏପ୍ରିଲ ୨୬ରେ ଏକ ରିଆକ୍ଟରରେ ବିସ୍ଫୋରଣ ଘଟିବାରୁ ସାରା ୟୁରୋପରେ ରେଡିଓଆକ୍ଟିଭ ବିକିରଣ ଘଟିଥିଲା। ୨୦୧୭ରେ ନଷ୍ଟ ହୋଇଯାଇଥିବା ରିଆକ୍ଟରକୁ ସୁରକ୍ଷିତ ରଖିବା ଲାଗି ବ୍ୟବସ୍ଥା କରାଯାଇଥିଲା। ହେଲେ ଚେର୍ନୋବିଲ ଅଞ୍ଚଳରେ ରୁଷିଆର ତୀବ୍ର…

ରୋମାନିୟା ପହଞ୍ଚିଲେ ୟୁକ୍ରେନରେ ଫସିଥିବା ଭାରତୀୟଙ୍କ ପ୍ରଥମ ଦଳ, ଖୁବଶୀଘ୍ର ଫେରିବେ ସ୍ୱଦେଶ

ବୁଚାରେଷ୍ଟ,୨୬ ।୨: ୟୁକ୍ରେନ୍ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯିବା ପରେ ସେଠାରେ ଫସି ରହିଥିବା ଭାରତୀୟଙ୍କ ପ୍ରଥମ ଦଳ ଶୁକ୍ରବାର ସୁସେବା ବର୍ଡର ଦେଇ ରୋମାନିୟା ପହଞ୍ଚିଛନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ର ରହିଥିବା ବେଳେ ପ୍ରାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?