ରୁଷିଆ-ୟୁକ୍ରେନ୍ ଯୁଦ୍ଧର ଚତୁର୍ଥ ଦିନ: ଖାର୍କିଭ ଗ୍ୟାସ ପାଇପ ଲାଇନକୁ ଉଡାଇଲେ ରୁଷିଆ ସେନା

ମସ୍କୋ,୨୭ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଚତୁର୍ଥ ଦିନରେ ବି ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରି ଚାଲିଛି । ବେଳକୁ ବେଳ ୟୁକ୍ରେନର ସ୍ଥିତି ବିଗିଡିବାରେ ଲାଗିଛି । ଏପଟେ ରୁଷିଆ ସେନା ୟୁକ୍ରେନର ରାଜଧାନୀ କ୍ୱିଭ ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ସୂଚନା ମିଳିଛି । ଏବେ ଦୁଇ ଦେଶ ମଧ୍ୟରେ ମୁହାଁମୁହିଁ ତୀବ୍ର ହେବାରେ ଲାଗିଛି । ଏବେ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ଅତିକମରେ ୨୪୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିଲେ ବି ଏହି ସଂଖ୍ୟା ଆହୁରି ଅଧିକ ବୋଲି କୁହାଯାଉଛି । ସୂଚନା ମୁତାବକ, ପୂର୍ବ ୟୁକ୍ରେନର ଡୋନେତ୍ସକ ଅଞ୍ଚଳରେ ୪୦ରୁ ଅଧିକ ୟୁକ୍ରେନ ସେନା ଆତ୍ମସମର୍ପଣ କରିଛନ୍ତି । ଏମାନେ ରୁଷିଆ ସମର୍ଥିତ ବିଦ୍ରୋହୀ ନେତାଙ୍କ ସାମ୍ନାରେ ଆତ୍ମ ସମର୍ପଣ କରିଥିବା କୁହାଯାଉଛି ।
ପିଟିଆଇର ସୂଚନା ଅନୁଯାୟୀ, ଅନ୍ୟପଟେ ରୁଷିଆ ସେନା ୟୁକ୍ରେନର ଦ୍ୱିତୀୟ ସବୁଠାରୁ ବଡ ସହର ଖାର୍କିଭରେ ଥିବା ଗ୍ୟାସ ପାଇପ ଲାଇନକୁ ଉଡାଇ ଦେଇଛନ୍ତି । ରୁଷିଆ ସେନା ଦ୍ୱାରା ଗୋଟିଏ ପରେ ଗୋଟିଏ ଆକ୍ରମଣ ଏବେ ୟୁକ୍ରେନ୍ ପାଇଁ ଚ୍ୟାଲେଞ୍ଜ ହୋଇ ଚାଲିଛି । ଶକ୍ତିଶାଳୀ ଦେଶ ରୁଷିଆ ସହ ଏକାକି ଲଢି ଚାଲିଥିବା ୟୁକ୍ରେନ୍ ଏବେବି ଦୃଢତାର ସହ ବିଜୟୀ ହେବାର ଆଶା ବାନ୍ଧିଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଅଟୋ ଚାଳକଙ୍କୁ ହତ୍ୟା ଉଦ୍ୟମ ଘଟଣାର ପର୍ଦ୍ଦାଫାସ, ଜେଲ୍ ଗଲେ ୯ ଅଭିଯୁକ୍ତ

ଦିଗପହଣ୍ଡି,୧୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମ ମେଡ଼ିକାଲ ଛକ ନିକଟ ଦୋକାନ ଘର ଭିତରେ ବସିଥିବା ଗ୍ରାମର ଅଶୋକ ବିଷୋୟୀ(୨୭) ଙ୍କୁ…

ବିସ୍କୁଟ ଲୋଭ ଦେଖାଇ ଯୌନ ନିର୍ଯାତନା, ଚାଲିଗଲା ୩ବର୍ଷ ଶିଶୁର ଜୀବନ

ଚେନ୍ନାଇ,୧୫।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାର ଗୁମ୍ମିଡିପୁଣ୍ଡିରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛ । ଯୌନ ନିର୍ଯାତନା ପରେ ତିନି ବର୍ଷର ଛୁଆର ମୃତ୍ୟୁ ହୋଇଛି । ବିହାରର…

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri