ଅନ୍ତର୍ଜାତୀୟ

ସୀମାରେ ଜନବସତି ସ୍ଥାପନ ଯୋଜନା, ନୂଆ ଆଇନକୁ ସ୍ବୀକୃତି ଦେଲା ଚାଇନା…

ବେଜିଂ,୨୪।୧୦: ଲାଇନ ଅଫ୍‌ ଆଚ୍ୟୁଆଲ କଣ୍ଟ୍ରୋଲ (ଏଲ୍‌ଏସି)ରେ ଭାରତ ସହିତ ଚାଇନାର ଉତ୍ତେଜନା ଥମିବାର ନାଁ ଧରୁନି। ଏପରିସ୍ଥଳେ ସୀମାର ବିବାଦୀୟ ଜମି ହାତେଇବା ପାଇଁ ଚାଇନା ନୂଆ ଷଡ଼ଯନ୍ତ୍ର କରିଛି। ଚାଇନାର ଜାତୀୟ ପିପୁଲ୍ସ କଂଗ୍ରେସର ସ୍ଥାୟୀ ସଦସ୍ୟମାନେ ଏକ…

ବିନା ସର୍ତ୍ତରେ ଉତ୍ତର କୋରିଆ ସହ କଥା ହେବାକୁ ଆମେରିକା ପ୍ରସ୍ତୁତ

ଓ୍ବାଶିଂଟନ,୨୪ା୧୦: ଉତ୍ତର କୋରିଆ ପାଇଁ ଆମେରିକାର ସ୍ବତନ୍ତ୍ର ପ୍ରତିନିଧି ସୁଙ୍ଗ କିମ୍‌ କହିଛନ୍ତି, ପୂର୍ବ ନିର୍ଦ୍ଧାରିତ ସର୍ତ୍ତ ବିନା ଆମେରିକା ଉତ୍ତର କୋରିଆ ସହ ଆଲୋଚନା କରିବାକୁ ପ୍ରସ୍ତୁତ। ଦକ୍ଷିଣ କୋରିଆର କୋରିଆ ଉପଦ୍ୱୀପର ଶାନ୍ତି ଏବଂ ନିରାପତ୍ତା ପାଇଁ ନିଯୁକ୍ତ…

ଆଲ୍ଲାଙ୍କୁ ଡାକିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ଇସଲାମାବାଦ,୨୪।୧୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ମହାମୁକାବିଲା ଆଜି ଦୁବାଇରେ ଖେଳାଯିବ। କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏହି ମ୍ୟାଚ୍‌କୁ ନେଇ ଉତ୍ସୁକତା ବଢିବାରେ ଲାଗିଛି। ଉଭୟ ଦେଶର ପ୍ରଶଂସକ ଏବଂ ପୂର୍ବତନ ମହାନ କ୍ରିକେଟରମାନେ ନିଜ ନିଜ ଦଳ ଉପରେ ମତ…

ତାଇଓ୍ବାନରେ ଭୂକମ୍ପ

ତାଇପାଇ,୨୪ା୧୦: ତାଇଓ୍ବାନରେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୨ ଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପୂର୍ବ ତାଇଓ୍ବାନର ୟିଲାନ କାଉଣ୍ଟି ଥିଲା। ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର (CENC) ଏହି ସୂଚନା ଦେଇଛି। କୁହାଯାଏ, ଦେଶର କିଛି…

ମହାକାଶ ଆବର୍ଜନାକୁ ସଫା କରିବ ଚାଇନା ଉପଗ୍ରହ…

ବେଜିଂ,୨୪।୧୦: ମହାକାଶରେ ଜମା ହେଉଥିବା ଆବର୍ଜନାକୁ ସଫା କରିବା ଲାଗି ଚାଇନା ପକ୍ଷରୁ ରବିବାର ଏକ ଉପଗ୍ରହ ଉତ୍‌କ୍ଷେପଣ କରାଯାଇଛି। ଦକ୍ଷିଣ-ପଶ୍ଚିମ ଚାଇନାର ସିଚୁଆନ ପ୍ରଦେଶର ଶିଚାଙ୍ଗ ସାଟେଲାଇଟ ଉତ୍‌କ୍ଷେପଣ କେନ୍ଦ୍ରରୁ ଏହାକୁ ଉତ୍‌କ୍ଷେପଣ କରାଯାଇଛି। ଶିଜିଆନ -୨୧ ନାମକ ଏହି…

୧୦ ଦେଶର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବାକୁ ନିର୍ଦ୍ଦେଶ ଜାରି କଲା ତୁର୍କୀ…

ଆଙ୍କ୍ରା,୨୪।୧୦: ମାନବାଧିକାର କର୍ମୀ ଓସମାନ କଓ୍ବାଲାଙ୍କୁ ମୁକ୍ତ କରିବାକୁ ଦାବି କରୁଥିବା ୧୦ଟି ଦେଶର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ନିର୍ଦ୍ଦେଶ ଦେଇଛନ୍ତି। ଏହି ୧୦ ଦେଶ ମଧ୍ୟରେ କାନାଡା, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ,…

ଆଲିଙ୍ଗନ ଦୃଶ୍ୟ ଉପରେ କଟକଣା

ଟିଭିରେ ଆଲିଙ୍ଗନ, ବୋଲ୍ଡ ସିନ୍‌ ଦେଖାଯିବା ଉପରେ ପାକିସ୍ତାନ ଇଲେକ୍ଟ୍ରୋନିକ୍‌ ମିଡିଆ ନିୟନ୍ତ୍ରକ କର୍ତ୍ତୃପକ୍ଷ(ପିଇଏମ୍‌ଆର୍‌ଏ) କଟକଣା ଲଗାଇଛି। ସ୍ଥାନୀୟ ଟିଭି ଚ୍ୟାନେଲଗୁଡ଼ିକୁ ଏ ବାବଦରେ ନୋଟିସ୍‌ ଜାରି କରାଯାଇ କୌଣସି ଡ୍ରାମାରେ ଆଲିଙ୍ଗନ୍‌, ବୋଲ୍ଡ ସିନ୍‌ ଆଦି ନ ଦେଖାଇବାକୁ କୁହାଯାଇଛି।…

ପିଲାଙ୍କ ପାଇଁ ଫାଇଜର ୯୦.୭% ଫଳପ୍ରଦ

ଓ୍ବାଶିଂଟନ୍‌, ୨୪ା୧୦: ୫ରୁ ୧୧ ବର୍ଷର ପିଲାଙ୍କ ପାଇଁ ଫାଇଜର କରୋନା ଟିକା ୯୦.୭ ପ୍ରତିଶତ ପ୍ରଭାବଶାଳୀ ବୋଲି ଫାଇଜର ଏବଂ ବାୟୋଏନ୍‌ଟେକ୍‌ ପକ୍ଷରୁ ଦାବି କରାଯାଇଛି। ଆସନ୍ତା ୨୬ରେ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ(ଏଫ୍‌ଡିଏ)ର ବୈଠକ ଥିବାବେଳେ ଏହା ପୂର୍ବରୁ…

ହିନ୍ଦୁ ଧର୍ମ ଗ୍ରହଣ କରିବେ ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ

ଜାକର୍ତ୍ତା,୨୪ ।୧୦: ଇଣ୍ଡୋନେସିଆର ପୂର୍ବତନ ରାଷ୍ଟ୍ରପତି ସୁକର୍ଣ୍ଣୋଙ୍କ ଝିଅ ସୁକମାୱତି ସୁକର୍ଣ୍ଣୋପୁତ୍ରି ଇସଲାମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କରିବେ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ସୁକର୍ଣ୍ଣୋ ସେଣ୍ଟର ହେରିଟେଜ ଏରିଆ ଇନ୍ ବାଲେ ଅଗୁଙ୍ଗ…

ଫେରୁଛି କରୋନା: ବେଜିଂ ସମେତ ଚାଇନାର ଅଧିକାଂଶ ଅଞ୍ଚଳରେ ବଢୁଛି ସଂକ୍ରମଣ

ବେଜିଂ,୨୪ ।୧୦: ଚାଇନର ରାଜଧାନୀରେ ଶନିବାର ୧୯ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବା ପରେ ଏବେ ପୁଣିଥରେ କରୋନାକୁ ନେଇ ଚିନ୍ତା ବଢି ଯାଇଛି । ଦେଶରେ ପୁଣିଥରେ କରୋନା ଫେରୁଥିବା ଦେଖି ଅଧିକାରୀମାନେ ଯାଞ୍ଚ ବଢାଇ ଦେବା ସହ ହୋଟେଲ…

୨୬ରୁ ସିଙ୍ଗାପୁର ଯାଇପାରିବେ ଭାରତୀୟ

ସିଙ୍ଗାପୁର,୨୪।୧୦: ଅକ୍ଟୋବର ୨୬ରୁ ଭାରତୀୟମାନେ ସିଙ୍ଗାପୁର ଯାଇପାରିବେ। ସିଙ୍ଗାପୁରର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଶନିବାର ଏହି ସୂଚନା ଦିଆଯାଇଛି। କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସିଙ୍ଗାପୁର ବିଦେଶୀଙ୍କ ଭ୍ରମଣ କଟକଣାକୁ କୋହଳ କରିଛି। ଭାରତ ସମେତ ଅନ୍ୟ ୫ ଦକ୍ଷିଣ ଏସୀୟ…

ଜେଲ୍‌ରୁ ୫୭୫ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ନେଇଗଲେ

ଲାଗୋସ୍‌,୨୩ା୧୦: ଦକ୍ଷିଣ-ପଶ୍ଚିମ ନାଇଜେରିଆର ଏକ ଜେଲରେ ବନ୍ଧୁକଧାରୀମାନେ ଆକ୍ରମଣ କରି ପ୍ରାୟ ୫୭୫ କଏଦୀଙ୍କୁ ମୁକୁଳାଇ ନେଇଛନ୍ତି। ଏ ନେଇ ଶନିବାର ସ୍ଥାନୀୟ ଅଧିକାରୀ ସୂଚନା ଦେଇଛନ୍ତି। ଆଫ୍ରିକାର ଏହି ଜନବହୁଳ ଦେଶରେ ଜେଲ ଉପରେ ଆକ୍ରମଣ କରି ଏପରି ବନ୍ଦୀମାନଙ୍କୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri