ରୁଷିଆ-ୟୁକ୍ରେନ ଭିତରେ ମଧ୍ୟସ୍ଥା କରିବ ଚାଇନା

ବେଜିଂ,୭।୩: ରୁଷିଆ-ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୨ ଦିନରେ ପହଞ୍ଚିଛି। ୨ଦେଶ ମଧ୍ୟରେ ଜାରି ରହିଥିବା ଯୁଦ୍ଧର ସମାପ୍ତି ଲାଗି ଅନେକ ଦେଶ ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଇତିମଧ୍ୟରେ ଚାଇନା ପକ୍ଷରୁ ଏକ ବଡ଼ ବୟାନ ସାମ୍ନାକୁ ଆସିଛି। ରୁଷିଆ ଓ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ପାଇଁ ଚାଇନା ମଧ୍ୟସ୍ଥି ଭୂମିକା ଗ୍ରହଣ କରିବା ବୋଲି ଘୋଷଣା କରିଛି। ସୋମବାର ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି। ଆବଶ୍ୟକତା ପଡ଼ିଲେ ଚାଇନା ମଧ୍ୟସ୍ଥା କରିବାକୁ ପ୍ରସ୍ତୁତ ଅଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତେବେ ରୁଷିଆ ଓ ୟୁକ୍ରେନ ମଧ୍ୟରେ ତୃତୀୟ ପର୍ଯ୍ୟାୟ ଆଲୋଚନା ପୂର୍ବରୁ ଚାଇନା ବୈଦେଶିକ ମନ୍ତ୍ରୀଙ୍କ ଏହି ବୟାନ ସାମ୍ନାକୁ ଆସିଥିବା ବେଳେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏତଦ୍‌ ବ୍ୟତୀତ ସେ କହିଛନ୍ତି, ୟୁକ୍ରେନର ସଙ୍କଟର ସମାଧାନ କରିବା ଲାଗି ଚାଇନା ସବୁକିଛି କରିବ। ଅନ୍ୟପଟେ ଚାଇନା ନିଜର ରେଡ୍‌ କ୍ରସ ୟୁକ୍ରେନକୁ ଖୁବ ଶୀଘ୍ର ସହାୟତା ପାଇଁ ପଠାଇବାକୁ ଯାଉଛି। ରୁଷିଆ ସହିତ ଚାଇନାର ବନ୍ଧୁତା ଏବେ ବି ମଜ୍‌ଭୁତ ରହିଛି ବୋଲି ବର୍ହିବ୍ୟାପାର ମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ସୋମବାର ପୁଣିଥରେ ୟୁକ୍ରେନ ଏବଂ ରୁଷିଆର ପ୍ରତିନିଧୀମାନେ ଏକାଠି ହୋଇ ଶାନ୍ତି ଆଲୋଚନା କରିବେ। ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ସାଢ଼େ ୫ଟାରେ ଏହି ତୃତୀୟ ପର୍ଯ୍ୟାୟ ଆଲୋଚନା ବୈଠକ ଅନୁଷ୍ଠିତ ହେବ। ଏହାପୂର୍ବରୁ ରୁଷିଆ ୟୁକ୍ରେନର ୪ଟି ସହରରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି

ଇସ୍‌ଲାମାବାଦ,୭।୧: ଲାହୋର ହାଇକୋର୍ଟର ବିଚାରପତି ଆୟେଶା ମଲିକଙ୍କୁ ପାକିସ୍ତାନ ସୁପ୍ରିମକୋର୍ଟର ପ୍ରଥମ ମହିଳା ବିଚାରପତି ଭାବେ ପଦୋନ୍ନତି ଦିଆଯାଇଛି। ପାକ୍‌ ନ୍ୟାୟିକ କମିଶନ ଗୁରୁବାର ଜଷ୍ଟିସ୍‌...

ଇରାନ ରାସ୍ତା ଦେଇ ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ

ନୂଆଦିଲ୍ଲୀ/କାବୁଲ,୧୦।୩: ଆଫଗାନିସ୍ତାନକୁ ୨୦ହଜାର ମେଟ୍ରିକ୍‌ ଟନ୍‌ ଗହମ ପଠାଇବ ଭାରତ। ଇରାନର ଚବାହାର ପୋର୍ଟ ଦେଇ ଏହି ଗହମ ସପ୍ଲାଇ କରାଯିବ। ଗୁରୁବାର ଦିଲ୍ଲୀରେ ଇଣ୍ଡିଆ-ସେଣ୍ଟ୍ରାଲ...

ତୁର୍କୀ-ସିରିଆରେ ପରିସ୍ଥିତି ଜଟିଳ, ଭୂକମ୍ପ ମୃତ୍ୟୁ ସଂଖ୍ୟା ୨୪,୬୮୦ରୁ ଅଧିକ ଆହତଙ୍କ ସଂଖ୍ୟା ୮୫ ହଜାରରୁ ଉର୍ଦ୍ଧ୍ୱ

ଅଙ୍କାରା/ଦାମସକସ,୧୧ ।୨: ତୁର୍କୀ ଓ ସିରିଆରେ ଫେବୃୟାରୀ ୬ରେ ଆସିଥିବା ବିନାଶକାରୀ ଭୂକମ୍ପର ଯନ୍ତ୍ରଣା ବେଳକୁ ବେଳ ବଢିବାରେ ଲାଗିଛି । ପ୍ରତି ମୁହୂର୍ତ୍ତରେ ମୃତକଙ୍କ...

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା, ଏପ୍ରିଲରେ କରିବେ ଚାଇନା ଗସ୍ତ…

ପ୍ୟାରିସ,୨୫।୨ : ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ଏକ ବଡ଼ ଘୋଷଣା କରିଛନ୍ତି। ସେ ଏପ୍ରିଲ ଆରମ୍ଭରେ ଚାଇନା ଗସ୍ତ କରିବେ...

କଣ୍ଟେନର ଡିପୋରେ ଅଗ୍ନିକାଣ୍ଡ: ୧୬ ମୃତ, ୪୫୦ରୁ ଅଧିକ ଆହତ

ଢାକା,୫ା୬: ଦକ୍ଷିଣ-ପୂର୍ବ ବାଂଲାଦେଶର ଏକ ଆଭ୍ୟନ୍ତରୀଣ କଣ୍ଟେନର ଡିପୋରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛ। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫୦ରୁ...

ଚାଇନାରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ସମର୍ଥନ କଲା ଆମେରିକା, କହିଲା ସମସ୍ତଙ୍କୁ ଶାନ୍ତିପୂର୍ଣ୍ଣ ଭାବେ ସ୍ୱର ଉତ୍ତୋଳନ କରିବାର ଅଧିକାର ରହିଛି

ୱାଶିଂଟନ,୨୯ ।୧୧: ଚାଇନାରେ ଲକଡାଉନକୁ ନେଇ କରାଯାଉଥିବା ବିରୋଧ ପ୍ରଦର୍ଶନକୁ ଆମେରିକା ସମର୍ଥନ କରିଛି । ଆମେରିକା କହିଛି ଚାଇନାରେ ଚାଲୁଥିବା ‘ଜିରୋ କୋଭିଡ ନୀତି’...

ଆମେରିକା ସିନେଟରେ ବୃଦ୍ଧି ପାଇଲା ଭାରତୀୟଙ୍କ ପତିଆରା, ସାମୋସା କୋକସ ସଦସ୍ୟ ସଂଖ୍ୟା ବଢ଼ିଲା…

ଓ୍ବାଶିଂଟନ,୧୨।୧ : ଭାରତୀୟ ଆମେରିକୀୟ ସାଂସଦମାନଙ୍କର ଏକ ଅନୌପଚାରିକ ଗୋଷ୍ଠୀ ଅଛି ଯାହା ସାମୋସା କୋକସ ନାମରେ ପରିଚିତ। ଆମେରିକାରେ ଭାରତୀୟ ମୂଳ ଲୋକମାନଙ୍କର ବଢୁଥିବା...

କରୋନା ପରର ପୃଥିବୀ: ଭିଡ଼ରୁ ଦୂରେଇ ରହିବେ ୪୬ ପ୍ରତିଶତ, ୪୪.୯ ପ୍ରତିଶତ ପିନ୍ଧିବେ ମାସ୍କ୍‌

ଓ୍ବାଶିଂଟନ,୩୦।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ଏହାକୁ ରୋକିବା ପାଇଁ ବହୁରାଷ୍ଟ୍ରର ବୈଜ୍ଞାନିକ ନାନା ପ୍ରକାର ଗବେଷଣା ଜାରି ରଖିଛନ୍ତି। ଏପରିସ୍ଥଳେ...

Advertisement
Archives

Model This Week