ଅଶୋଧିତ ତୈଳ ମହଙ୍ଗା, ଟଙ୍କା ଦୁର୍ବଳ

ନ୍ୟୁୟର୍କ,୮ା୩:ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ନିଅଁା ଲାଗିଛି। ୟୁକ୍ରେନ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପ୍ରତ୍ୟକ୍ଷ ପ୍ରଭାବ ଏହା ଉପରେ ଦେଖାଯାଉଛି। ସୋମବାର ଅଶୋଧିତ ତୈଳ ମୂଲ୍ୟ ୨୦୦୮ ମସିହା ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି, ଯାହାକି ଏକ ବ୍ୟାରେଲର ଦର ୧୩୯ ଆମେରିକୀୟ ଡଲାର ଅତିକ୍ରମ କରିଥିଲା। ଏଭଳି ମୂଲ୍ୟ ବୃଦ୍ଧିର ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍‌ ତୈଳ ଉତ୍ପାଦକ ରୁଷିଆଠାରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଚିନ୍ତା କରୁଛନ୍ତି। ଦ୍ୱିତୀୟ ହେଲା ବିଶ୍ୱ ବଜାରକୁ ଇରାନର ଅଶୋଧିତ ତୈଳ ଫେରିବାରେ ବିଳମ୍ବ ଘଟିବା। ଏହି ପରିପ୍ରେକ୍ଷୀରେ ସୋମବାର ତୈଳ ମୂଲ୍ୟରେ ପ୍ରାୟ ୧୦ ଡଲାର ବୃଦ୍ଧି ପାଇଥିଲା। ଫଳରେ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯.୧୩ ଡଲାରରେ ପହଞ୍ଚିଥିବାବେଳେ ଆମେରିକାର ଓ୍ବେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୦.୫ ଡଲାର ହୋଇଥିଲା। ପରବର୍ତ୍ତୀ ସମୟରେ ଦରରେ ପରିବର୍ତ୍ତନ ଘଟି ବ୍ରେଣ୍ଟ ବ୍ୟାରେଲ ପିଛା ୧୨୫.୫୫ ଡଲାର ହୋଇଥିବାବେଳେ ଡବ୍ଲ୍ୟୁଟିଆଇ ୧୨୩.୩୭ ଡଲାର ହୋଇଥିଲା। ୨୦୦୮ ଜୁଲାଇରେ ଏହି ଦୁଇ ତୈଳ ବେଞ୍ଚ୍‌ମାର୍କର ବ୍ୟାରେଲ ପିଛା ମୂଲ୍ୟ ଯଥାକ୍ରମେ ୧୪୭.୫ ଡଲାର ଏବଂ ୧୪୭.୨୭ ଡଲାର ରହିଥିଲା।
ତୈଳ ମୂଲ୍ୟ ବୃଦ୍ଧି ପ୍ରଭାବ ଭାରତର ଶେୟାର ବଜାର ଏବଂ ଟଙ୍କା ଉପରେ ଗୁରୁତର ଭାବେ ପଡ଼ିଛି। ସୋମବାର ବିଏସ୍‌ଇ ସେନ୍‌ସେକ୍ସ ୧୪୯୧.୦୬ ପଏଣ୍ଟ ଏବଂ ଏନ୍‌ଏସ୍‌ଇ ନିଫି୍ଟ ୩୮୦.୨୦ ପଏଣ୍ଟ ଖସିଥିବାବେଳେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ ସ୍ତରକୁ ପହଞ୍ଚତ୍ଛି। ସୋମବାର କାରବାର ଆରମ୍ଭ ହେବାବେଳକୁ ୧ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୬.୮୫ ଟଙ୍କା ଥିବାବେଳେ ତାହା ସର୍ବକାଳୀନ ତଳସ୍ତର ୭୭.୦୧ ଟଙ୍କାକୁ ଛୁଇଁଥିଲା। କାରବାର ଶେଷ ବେଳକୁ ତାହା ୭୬.୯୩ ହୋଇଥିଲା, ଯାହାକି ପୂର୍ବଦିନ ଅପେକ୍ଷା ୭୬ ପଇସା ଦୁର୍ବଳ ହୋଇଥିଲା।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ ଯୁଦ୍ଧ ଘୋଷଣା କରିବା ପରଠାରୁ ତୈଳ ଓ ଗ୍ୟାସ୍‌ ରପ୍ତାନିରେ ବ୍ୟାଘାତ ହେବା ଭୟ ବଢ଼ିଯାଇଥିଲା, ଯାହା ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି। ରୁଷିଆ ମୁଖ୍ୟତଃ ଅଶୋଧିତ ତୈଳ ୟୁରୋପୀୟ ରିଫାଇନାରିଗୁଡ଼ିକୁ ବିକ୍ରି କରେ। ୟୁରୋପୀୟ ଦେଶଗୁଡ଼ିକ ରୁଷିଆରୁ ୨୦%ରୁ ଊର୍ଦ୍ଧ୍ୱ ତେଲ ନେଇଥାନ୍ତି। ଆମେରିକୀୟ ଅର୍ଥ ବିଶେଷଜ୍ଞ ଜେ.ପି. ମୋର୍ଗାନଙ୍କ କହିବାନୁଯାୟୀ, ଯଦି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଗକୁ ବଢ଼େ ତେବେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୮୫ ଡଲାରରେ ପହଞ୍ଚିପାରେ। କୁହାଯାଉଛି ଯେ, ଅଶୋଧିତ ତୈଳର ମୂଲ୍ୟରେ ଯଦି ଏକ ଡଲାର ବୃଦ୍ଧି ହୁଏ, ଭାରତରେ ପେଟ୍ରୋଲ ଏବଂ ଡିଜେଲ ଲିଟର ମୂଲ୍ୟ ୫୦ରୁ ୬୦ ପଇସା ବୃଦ୍ଧି ପାଇବ। ଯୁଦ୍ଧ ପରିସ୍ଥିତିରେ ଉତ୍ପାଦନ ହ୍ରାସ ଏବଂ ଯୋଗାଣ ବାଧାପ୍ରାପ୍ତ ହେତୁ ଏହାର ମୂଲ୍ୟ ଅନିଶ୍ଚିତ ହେବାରେ ଲାଗିଛି। ସୋମବାରର ମୂଲ୍ୟ ବୃଦ୍ଧିକୁ ଦେଖିଲେ, ଖୁବ୍‌ଶୀଘ୍ର ଅଶୋଧିତ ତୈଳ ବ୍ୟାରେଲ ପିଛା ୧୫୦ ଡଲାର ଅତିକ୍ରମ କରିବା ନିଶ୍ଚିତ ମନେ ହେଉଛି। ଫଳରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ମୂଲ୍ୟ ୧୫ରୁ ୨୨ ଟଙ୍କା ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ହେଉଛି ଅଶୋଧିତ ତୈଳର ଏକ ପ୍ରମୁଖ ଆମଦାନୀକାରୀ ଏବଂ ୮୫%ରୁ ଅଧିକ କ୍ରୟ କରିଥାଏ। ଆମଦାନୀ ହେଉଥିବା ଅଶୋଧିତ ତୈଳର ମୂଲ୍ୟକୁ ଭାରତ ଆମେରିକୀୟ ଡଲାରରେ ଦେଉଛି। ଏଭଳି ପରିସ୍ଥିତିରେ ଅଶୋଧିତ ତୈଳର ଦରବୃଦ୍ଧି ଏବଂ ଭାରତୀୟ ଟଙ୍କା ତୁଳନାରେ ଡଲାର ମଜଭୁତ ହେବା ଦେଶରେ ପେଟ୍ରୋଲ ଓ ଡିଜେଲ ସମେତ ସବୁ ସାମଗ୍ରୀ ମୂଲ୍ୟବୃଦ୍ଧିର କାରଣ ହେଉଛି। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭର ୧୨ ଦିନ ମଧ୍ୟରେ ଭାରତୀୟ ଶେୟାର ବଜାରରେ ବାରମ୍ବାର ବଡ଼ଧରଣର ହ୍ରାସ ଘଟୁଛି। ସେନ୍‌ସେକ୍ସ ଗତ ଫେବୃୟାରୀ ୨୪ରେ ୨୭୦୨ ପଏଣ୍ଟ, ମାର୍ଚ୍ଚ ୨ରେ ୭୭୮ ପଏଣ୍ଟ ଏବଂ ମାର୍ଚ୍ଚ ୪ରେ ୭୬୯ ପଏଣ୍ଟ ହ୍ରାସ ପାଇଥିଲା। ସୋମବାର ଏହା ୧୪୯୧ ପଏଣ୍ଟ ହ୍ରାସ ପାଇ ୫୨,୮୪୨.୭୫ରେ ବନ୍ଦ ହୋଇଥିଲା। ନିଫ୍ଟି କାରବାର ୩୮୨.୨୦ ପଏଣ୍ଟ ହ୍ରାସ ପାଇ ୧୫,୮୬୩.୧୫ରେ ବନ୍ଦ ହୋଇଥିଲା। ଏହାଦ୍ୱାରା ନିବେଶକମାନେ ୫.୪୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?