ଅଶୋଧିତ ତୈଳ ମହଙ୍ଗା, ଟଙ୍କା ଦୁର୍ବଳ

ନ୍ୟୁୟର୍କ,୮ା୩:ଗତ କିଛି ଦିନ ହେଲା ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟରେ ନିଅଁା ଲାଗିଛି। ୟୁକ୍ରେନ ଉପରେ ରୁଷିଆ ଚଳାଇଥିବା ଯୁଦ୍ଧର ପ୍ରତ୍ୟକ୍ଷ ପ୍ରଭାବ ଏହା ଉପରେ ଦେଖାଯାଉଛି। ସୋମବାର ଅଶୋଧିତ ତୈଳ ମୂଲ୍ୟ ୨୦୦୮ ମସିହା ପରଠାରୁ ସର୍ବୋଚ୍ଚ ସ୍ତରରେ ପହଞ୍ଚତ୍ଛି, ଯାହାକି ଏକ ବ୍ୟାରେଲର ଦର ୧୩୯ ଆମେରିକୀୟ ଡଲାର ଅତିକ୍ରମ କରିଥିଲା। ଏଭଳି ମୂଲ୍ୟ ବୃଦ୍ଧିର ଦୁଇଟି ପ୍ରମୁଖ କାରଣ ରହିଛି। ଗୋଟିଏ ହେଲା ବିଶ୍ୱର ଦ୍ୱିତୀୟ ବୃହତ୍‌ ତୈଳ ଉତ୍ପାଦକ ରୁଷିଆଠାରୁ ତୈଳ ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ଏବଂ ୟୁରୋପୀୟ ଦେଶଗୁଡ଼ିକ ଚିନ୍ତା କରୁଛନ୍ତି। ଦ୍ୱିତୀୟ ହେଲା ବିଶ୍ୱ ବଜାରକୁ ଇରାନର ଅଶୋଧିତ ତୈଳ ଫେରିବାରେ ବିଳମ୍ବ ଘଟିବା। ଏହି ପରିପ୍ରେକ୍ଷୀରେ ସୋମବାର ତୈଳ ମୂଲ୍ୟରେ ପ୍ରାୟ ୧୦ ଡଲାର ବୃଦ୍ଧି ପାଇଥିଲା। ଫଳରେ ବ୍ରେଣ୍ଟ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୩୯.୧୩ ଡଲାରରେ ପହଞ୍ଚିଥିବାବେଳେ ଆମେରିକାର ଓ୍ବେଷ୍ଟ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌ (ଡବ୍ଲ୍ୟୁଟିଆଇ) ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୩୦.୫ ଡଲାର ହୋଇଥିଲା। ପରବର୍ତ୍ତୀ ସମୟରେ ଦରରେ ପରିବର୍ତ୍ତନ ଘଟି ବ୍ରେଣ୍ଟ ବ୍ୟାରେଲ ପିଛା ୧୨୫.୫୫ ଡଲାର ହୋଇଥିବାବେଳେ ଡବ୍ଲ୍ୟୁଟିଆଇ ୧୨୩.୩୭ ଡଲାର ହୋଇଥିଲା। ୨୦୦୮ ଜୁଲାଇରେ ଏହି ଦୁଇ ତୈଳ ବେଞ୍ଚ୍‌ମାର୍କର ବ୍ୟାରେଲ ପିଛା ମୂଲ୍ୟ ଯଥାକ୍ରମେ ୧୪୭.୫ ଡଲାର ଏବଂ ୧୪୭.୨୭ ଡଲାର ରହିଥିଲା।
ତୈଳ ମୂଲ୍ୟ ବୃଦ୍ଧି ପ୍ରଭାବ ଭାରତର ଶେୟାର ବଜାର ଏବଂ ଟଙ୍କା ଉପରେ ଗୁରୁତର ଭାବେ ପଡ଼ିଛି। ସୋମବାର ବିଏସ୍‌ଇ ସେନ୍‌ସେକ୍ସ ୧୪୯୧.୦୬ ପଏଣ୍ଟ ଏବଂ ଏନ୍‌ଏସ୍‌ଇ ନିଫି୍ଟ ୩୮୦.୨୦ ପଏଣ୍ଟ ଖସିଥିବାବେଳେ ଆମେରିକୀୟ ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ ସ୍ତରକୁ ପହଞ୍ଚତ୍ଛି। ସୋମବାର କାରବାର ଆରମ୍ଭ ହେବାବେଳକୁ ୧ ଡଲାରର ମୂଲ୍ୟ ଭାରତୀୟ ମୁଦ୍ରାରେ ୭୬.୮୫ ଟଙ୍କା ଥିବାବେଳେ ତାହା ସର୍ବକାଳୀନ ତଳସ୍ତର ୭୭.୦୧ ଟଙ୍କାକୁ ଛୁଇଁଥିଲା। କାରବାର ଶେଷ ବେଳକୁ ତାହା ୭୬.୯୩ ହୋଇଥିଲା, ଯାହାକି ପୂର୍ବଦିନ ଅପେକ୍ଷା ୭୬ ପଇସା ଦୁର୍ବଳ ହୋଇଥିଲା।
ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର୍‌ ପୁଟିନ ଯୁଦ୍ଧ ଘୋଷଣା କରିବା ପରଠାରୁ ତୈଳ ଓ ଗ୍ୟାସ୍‌ ରପ୍ତାନିରେ ବ୍ୟାଘାତ ହେବା ଭୟ ବଢ଼ିଯାଇଥିଲା, ଯାହା ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି। ରୁଷିଆ ମୁଖ୍ୟତଃ ଅଶୋଧିତ ତୈଳ ୟୁରୋପୀୟ ରିଫାଇନାରିଗୁଡ଼ିକୁ ବିକ୍ରି କରେ। ୟୁରୋପୀୟ ଦେଶଗୁଡ଼ିକ ରୁଷିଆରୁ ୨୦%ରୁ ଊର୍ଦ୍ଧ୍ୱ ତେଲ ନେଇଥାନ୍ତି। ଆମେରିକୀୟ ଅର୍ଥ ବିଶେଷଜ୍ଞ ଜେ.ପି. ମୋର୍ଗାନଙ୍କ କହିବାନୁଯାୟୀ, ଯଦି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଆଗକୁ ବଢ଼େ ତେବେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୮୫ ଡଲାରରେ ପହଞ୍ଚିପାରେ। କୁହାଯାଉଛି ଯେ, ଅଶୋଧିତ ତୈଳର ମୂଲ୍ୟରେ ଯଦି ଏକ ଡଲାର ବୃଦ୍ଧି ହୁଏ, ଭାରତରେ ପେଟ୍ରୋଲ ଏବଂ ଡିଜେଲ ଲିଟର ମୂଲ୍ୟ ୫୦ରୁ ୬୦ ପଇସା ବୃଦ୍ଧି ପାଇବ। ଯୁଦ୍ଧ ପରିସ୍ଥିତିରେ ଉତ୍ପାଦନ ହ୍ରାସ ଏବଂ ଯୋଗାଣ ବାଧାପ୍ରାପ୍ତ ହେତୁ ଏହାର ମୂଲ୍ୟ ଅନିଶ୍ଚିତ ହେବାରେ ଲାଗିଛି। ସୋମବାରର ମୂଲ୍ୟ ବୃଦ୍ଧିକୁ ଦେଖିଲେ, ଖୁବ୍‌ଶୀଘ୍ର ଅଶୋଧିତ ତୈଳ ବ୍ୟାରେଲ ପିଛା ୧୫୦ ଡଲାର ଅତିକ୍ରମ କରିବା ନିଶ୍ଚିତ ମନେ ହେଉଛି। ଫଳରେ ଭାରତରେ ପେଟ୍ରୋଲ ଏବଂ ଡିଜେଲର ଲିଟର ପିଛା ମୂଲ୍ୟ ୧୫ରୁ ୨୨ ଟଙ୍କା ବୃଦ୍ଧି ପାଇବା ଯଥେଷ୍ଟ ସମ୍ଭାବନା ରହିଛି। ଭାରତ ହେଉଛି ଅଶୋଧିତ ତୈଳର ଏକ ପ୍ରମୁଖ ଆମଦାନୀକାରୀ ଏବଂ ୮୫%ରୁ ଅଧିକ କ୍ରୟ କରିଥାଏ। ଆମଦାନୀ ହେଉଥିବା ଅଶୋଧିତ ତୈଳର ମୂଲ୍ୟକୁ ଭାରତ ଆମେରିକୀୟ ଡଲାରରେ ଦେଉଛି। ଏଭଳି ପରିସ୍ଥିତିରେ ଅଶୋଧିତ ତୈଳର ଦରବୃଦ୍ଧି ଏବଂ ଭାରତୀୟ ଟଙ୍କା ତୁଳନାରେ ଡଲାର ମଜଭୁତ ହେବା ଦେଶରେ ପେଟ୍ରୋଲ ଓ ଡିଜେଲ ସମେତ ସବୁ ସାମଗ୍ରୀ ମୂଲ୍ୟବୃଦ୍ଧିର କାରଣ ହେଉଛି। ୟୁକ୍ରେନ୍‌ ଯୁଦ୍ଧ ଆରମ୍ଭର ୧୨ ଦିନ ମଧ୍ୟରେ ଭାରତୀୟ ଶେୟାର ବଜାରରେ ବାରମ୍ବାର ବଡ଼ଧରଣର ହ୍ରାସ ଘଟୁଛି। ସେନ୍‌ସେକ୍ସ ଗତ ଫେବୃୟାରୀ ୨୪ରେ ୨୭୦୨ ପଏଣ୍ଟ, ମାର୍ଚ୍ଚ ୨ରେ ୭୭୮ ପଏଣ୍ଟ ଏବଂ ମାର୍ଚ୍ଚ ୪ରେ ୭୬୯ ପଏଣ୍ଟ ହ୍ରାସ ପାଇଥିଲା। ସୋମବାର ଏହା ୧୪୯୧ ପଏଣ୍ଟ ହ୍ରାସ ପାଇ ୫୨,୮୪୨.୭୫ରେ ବନ୍ଦ ହୋଇଥିଲା। ନିଫ୍ଟି କାରବାର ୩୮୨.୨୦ ପଏଣ୍ଟ ହ୍ରାସ ପାଇ ୧୫,୮୬୩.୧୫ରେ ବନ୍ଦ ହୋଇଥିଲା। ଏହାଦ୍ୱାରା ନିବେଶକମାନେ ୫.୪୩ ଲକ୍ଷ କୋଟି ଟଙ୍କା ହରାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri