ଯୁଦ୍ଧର ବିଭୀଷିକା, ରାସ୍ତାରେ ମଣିଷ ମୃତଦେହ ଖାଉଛନ୍ତି କୁକୁର,୧୨ ହଜାର ରୁଷିଆ ସୈନ୍ୟ ମୃତ…
କ୍ୱିଭ୍/ମସ୍କୋ, ୮।୩ : ରୁଷିଆ ୟୁକ୍ରେନ୍ ମଧ୍ୟରେ ୧୩ ଦିନ ଧରି ଜାରି ରହିଛି। ଯୁଦ୍ଧର ବିଭୀଷିକା ସମଗ୍ର ମାନବ ଜାତିଙ୍କୁ ପୁଣିଥରେ ମର୍ମାହତ କରିଛି। ୟୁକ୍ରେନ୍ ରାସ୍ତାରେ ମୃତ ଦେଶ ଗୁଡ଼ିକ ଏଣେତେଣେ ପଡ଼ି ରହିଛି। ମୃତଦେହଗୁଡ଼ିକୁ କୁକୁର ଭିଡ଼ି…
ସୋସିଆଲ୍ ଆକାଉଣ୍ଟ ବନ୍ଦ କଲେ ପୁଟିନ୍ଙ୍କ ‘ସିକ୍ରେଟ୍ ଝିଅ’
ମସ୍କୋ,୮।୩: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ‘ସିକ୍ରେଟ୍ ଝିଅ’ ଭାବରେ ଜଣାଶୁଣା ଲୁଇଜା ରୋଜୋଭା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ଡିଲିଟ କରିଦେଇଛନ୍ତି। ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ୟୁକ୍ରେନକୁ ସମର୍ଥନ କରୁଥିବା ୟୁଜର୍ସମାନେ ଲଗାତାର…
ଯୁଦ୍ଧ ବିରତି ଘୋଷଣା କରିବ ରୁଷିଆ
ମସ୍କୋ,୮।୩: ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନର ୧୩ତମ ଦିନରେ ରୁଷିଆ ସିଜଫାୟାର(ଅସ୍ତ୍ରବିରତି) ଘୋଷଣା କରିବାକୁ ଯାଉଛି। ଏଥିଯୋଗୁ ମଙ୍ଗଳବାର ସକାଳ ୧୦ଟାରୁ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ। ଯାହା ଫଳରେ ୟୁକ୍ରେନ ରାଜଧାନୀ କ୍ୱିଭ, ଚେରନିଗୋଭ, ସମି ଏବଂ ଅନ୍ୟ କିଛି…
ରୁଷିଆ ବିନା ‘ସ୍ଥାୟୀ ଶାନ୍ତି’ ଆଲୋଚନା ଅସମ୍ଭବ
ପ୍ୟାରିସ୍,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୩ ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳ ଧ୍ୱଂସବିଧ୍ୱଂସ ହୋଇଥିବା ବେଳେ ବେଳକୁ ବେଳ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ଯୁଦ୍ଧ ସମାପ୍ତ ଲାଗି ୨…
ଦ୍ୱିତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟକୁ ଧ୍ୱଂସ କଲା ରୁଷିଆ: ବଢ଼ିଲା ବିକିରଣ ବିପଦ
କ୍ୱିଭ୍,୮।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ମଙ୍ଗଳବାର ୧୩ଦିନରେ ପହଞ୍ଚିଛି। ଯୁଦ୍ଧ ଯୋଗୁ ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି। ରୁଷିଆ ସୈନ୍ୟମାନେ କ୍ୱିଭ, ଖାର୍କିଭ ସମେତ ଅନେକ ସହରରେ ରକେଟ ମାଡ଼…
ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିଲେ ଭାରତ ଆସିବ ନବୀନଙ୍କ ପାର୍ଥିବ ଶରୀର: ରୁଷିଆ ପାଲଟିଛି କଣ୍ଟା
କ୍ୱିଭ୍/ମସ୍କୋ/ୱାଶିଂଟନ,୮ ।୩: ୟୁକ୍ରେନରେ ରୁଷିଆ ଆକ୍ରମଣ ଶିକାର ହୋଇଥିବା କର୍ନାଟକର ନବୀନ ଶେଖରପ୍ପାଙ୍କ ପାର୍ଥିବ ଶରୀର ଏ ଯାଏ ଭାରତ ଆସିନାହିଁ । ତେବେ ୟୁକ୍ରେନରେ ଗୁଳିଗୋଳା ବର୍ଷଣ କମିବା ପରେ ଯାଇ ନବୀନଙ୍କ ପାର୍ଥୀବ ଶରୀର ଭାରତ ଆସିବ ବୋଲି…
ପାଇପ୍ଲାଇନ୍ କାଟିବାକୁ ଧମକ ଦେଲା ରୁଷିଆ
ମସ୍କୋ,୮।୩: ୟୁକ୍ରେନ ଉପରେ ଆକ୍ରମଣ କାରଣରୁ ରୁଷିଆ ଉପରେ ୟୁରୋପ ବିଭିନ୍ନ ବାସନ୍ଦ ଲଗାଇଛି। ଏହାର ଜବାବରେ ୟୁରୋପକୁ ନ୍ୟାଚୁରାଲ ଗ୍ୟାସ ଯୋଗାଉଥିବା ନର୍ଡ ଷ୍ଟ୍ରିମ୍ ୧ ପାଇପ୍ ଲାଇନ୍କୁ କାଟି ଦେବାକୁ ଧମକ ଦେଇଛି ରୁଷିଆ। ଯଦି ରୁଷିଆ ଏଭଳି…
ସିରିଆ ମିଲିଟାରି ଶିବିରକୁ ଏୟାର ଷ୍ଟ୍ରାଇକ୍
ଡାମାସ୍କସ୍,୮।୩: ସିରିଆ ମିଲିଟାରି ଶିବିର ଉପରକୁ ଇସ୍ରାଏଲ ଆକାଶ ମାର୍ଗରୁ ମିଶାଇଲ୍ ଆକ୍ରମଣ କରିଛି। ଫଳରେ ୨ଜଣ ନାଗରିକ ପ୍ରାଣ ହରାଇଛନ୍ତି। ସିରିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଆକ୍ରମଣ ପୂର୍ବରୁ ଲେବାନନରେ ଇସ୍ରାଏଲର ଯୁଦ୍ଧ ବିମାନ ପରିକ୍ରମା…
ଦେଶ ଛାଡିଛନ୍ତି ଜେଲେନ୍ସ୍କି ଖବର ମଧ୍ୟରେ ଭିଡିଓ ଜାରି କଲେ ରାଷ୍ଟ୍ରପତି
କ୍ୱିଭ୍,୮ ।୩: ୟୁକ୍ରେନ୍ ଉପରେ ରୁଷିଆ ଆକ୍ରମଣ କରିବାକୁ ୧୨ ଦିନ ପୂରଣ ହୋଇ ସାରିଛି । ୧୩ ଦିନରେ ବି ରୁଷିଆ ପକ୍ଷରୁ ଆକ୍ରମଣକୁ ଆହୁରି ଜୋରଦାର କରାଯାଇଛି । ଇତିମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସ୍କି ଭୟରେ ଦେଶ…
ଆଇବିଏମ୍ ରୁଷିଆରେ ସମସ୍ତ କାରବାର ଉପରେ ଲଗାଇଲା ପ୍ରତିବନ୍ଧକ
ୱାଶିଂଟନ,୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ଶେଷ ହେବାର କୌଣସି ଆଭାସ ମିଳୁ ନ ଥିବା ବେଳେ ରୁଷିଆ ଉପରେ ଆମେରିକା ଗୋଟିଏ ପରେ ଗୋଟିଏ ପ୍ରତିବନ୍ଧକ ଲଗାଇ ଚାଲିଛି । ଟେକ କମ୍ପାନୀ ଇଣ୍ଟର ନ୍ୟାଶନାଲ ବିଜନସ ମେଶିନସ୍ କର୍ପୋରେଶନ(ଆବିଏମ୍) ରୁଷିଆରେ…
ରଣକ୍ଷେତ୍ରରେ ବାହାହେଲେ ଦୁଇ ଯବାନ
କ୍ୱିଭ,୮।୩: ରୁଷିଆର ଘନ ଘନ ଆକ୍ରମଣ ପରେ କ୍ୱିଭ୍ର ସ୍ଥିତି ଏକ ପ୍ରକାର ବିଗିଡ଼ି ଯାଇଛି। ଏଭଳି ସଙ୍କଟାପନ୍ନ ପରିସ୍ଥିତି ଭିତରେ ରାଜଧାନୀରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। କ୍ୱିଭ୍ର ଜନଗହଳିପୂର୍ଣ୍ଣ ଚେକ୍ପଏଣ୍ଟରେ ଦୁଇ ଯବାନ ବିବାହ ବନ୍ଧନରେ ବାନ୍ଧି…
ପାକିସ୍ତାନ ପୂର୍ବତନ ରାଷ୍ଟ୍ରପତି ରାଫିକ ତାରରଙ୍କ ବିୟୋଗ
ଲାହୋର,୮।୩: ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ରାଫିକ ତାରର ସୋମବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୯୨ ବର୍ଷ ହୋଇଥିଲା। ରାଫିକ ୧୯୯୭ରୁ ୨୦୦୧ ପାକିସ୍ତାନ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିଥିଲେ। ୧୯୯୧ରୁ ୧୯୯୪ ପର୍ଯ୍ୟନ୍ତ ସେ ସୁପ୍ରିମକୋର୍ଟ ବିଚାରପତି ରହିଥିଲେ।

