ଯୁଦ୍ଧ ମଧ୍ୟରେ ହଜାରେ କି.ମି ଯାତ୍ରା କଲେ ୧୧ବର୍ଷର ବାଳକ: ଛୁଟିଲା ପ୍ରଶଂସାର ସୁଅ

ବ୍ରାଟିସ୍‌ଲାଭା,୭।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିିଥିବା ଯୁଦ୍ଧ ଭିତରେ ଜଣେ ନାବଳକଙ୍କ ସାହସିକତାର ଖବର ସାମ୍ନାକୁ ଆସିଛି। ପ୍ରାୟ ୧୦୦୦ କିଲୋମିଟରରୁ ଊର୍ଦ୍ଧ୍ୱ ଏକୁଟିଆ ଯାତ୍ରା କରି ଜଣେ ୧୧ ବର୍ଷର ବାଳକ ୟୁକ୍ରେନରୁ ସୁରକ୍ଷିତ ଭାବେ ସ୍ଲୋଭାକିଆ ପହଞ୍ଚିଛନ୍ତି। ତାଙ୍କ କାନ୍ଧରେ ଏକ ବ୍ୟାଗ ଓ ମା’ଙ୍କ ହାତ ଲୋଖା ଚିଠି ରହିଥିଲା। ଯେଉଁଥିରେ ସମସ୍ତ ଜରୁରୀକାଳୀନ ନମ୍ବର ଲେଖାଯାଇଥିବା ଜଣାପଡ଼ିଛି। ଏହି ପିଲାଟିର ଫଟୋକୁ ସ୍ଲୋଭାକିଆ ଗୃହ ମନ୍ତ୍ରଣାଳୟ ଫେସବୁକରେ ଶେୟାର କରିଛନ୍ତି। ଯେଉଁଥିରେ ସେ କ୍ୟାପସନ୍‌ରେ ଲେଖିଛନ୍ତି, ଏହି କଷ୍ଟଦାୟକ ଯାତ୍ରା ସମାପ୍ତ କରିବା ପରେ ବି ପିଲାଟିର ମୁହଁରେ ଖିଲିଖିଲି ହସ, ନିର୍ଭୟ ଓ ଦୃଢ଼ତା ଦୃଶ୍ୟମାନ ହେଉଛି। ଏତଦ୍‌ ବ୍ୟତୀତ ପିଲାଟିକୁ ପ୍ରଶଂସା କରିବାକୁ ଯାଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ପିଲାଟିକୁ ଗତରାତିିର ସବୁଠାରୁ ବଡ଼ ହିରୋ ବୋଲି କୁହାଯାଇଛି। ଏହି ବାଳକଙ୍କ ସାହସିକତା ସମସ୍ତଙ୍କ ମନ ଛୁଇଁଥିବା ବେଳେ ସବୁ ମହଲରୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି। ସୂଚନାଯୋଗ୍ୟ, ଏହି ୧୧ବର୍ଷର ବାଳକ ଦକ୍ଷିଣ-ପୂର୍ବ ୟୁକ୍ରେନର ଜାପୋରିଝିଆର ବାସିନ୍ଦା ଅଟନ୍ତି। ଯାହାକୁ ଗତ ସପ୍ତାହରେ ରୁଷିଆ ସୈନ୍ୟଙ୍କ ଦ୍ୱାରା କବଜା କରାଯାଇଥିଲା। ତେବେ ଅସୁସ୍ଥ ସମ୍ପର୍କୀୟଙ୍କ ଯତ୍ନ ନେବା ପାଇଁ ଉକ୍ତ ବାଳକଙ୍କ ପିତାମାତାଙ୍କୁ ୟୁକ୍ରେନରେ ରହିବାକୁ ପଡୁଥିଲା। ଫଳରେ ୟୁକ୍ରେନରେ ଜାରି ରହିଥିବା ସଙ୍କଟକୁ ଦୃଷ୍ଟିରେ ରଖି ପିତାମାତା ଉକ୍ତ ବାଳକଙ୍କୁ ଏକୁଟିଆ ତାଙ୍କ ସମ୍ପର୍କୀୟଙ୍କ ନିକଟକୁ ଟ୍ରେନ ଯୋଗେ ସ୍ଲୋଭାକିଆକୁ ପଠାଇଥିଲେ। ସେ ସ୍ଲୋଭାକିଆରେ ପହଞ୍ଚିବା ପରେ ସୀମା ଅଧିକାରୀମାନେ ଯୋଗାଯୋଗ କରି ତାଙ୍କୁ ସ୍ଲୋଭାକିଆର ରାଜଧାନୀ ବ୍ରାଟିସ୍‌ଲାଭାରେ ରହୁଥିବା ସମ୍ପର୍କୀୟଙ୍କୁ ହସ୍ତାନ୍ତର କରିଥିଲେ। ଏଥିପାଇଁ ସ୍ଲୋଭାକିଆ ସରକାର ଓ ଅଧିକାରୀଙ୍କୁ ଉକ୍ତ ନାବାଳକଙ୍କ ମା’ ଧନ୍ୟବାଦ ଜଣାଇଛନ୍ତି। ଅନ୍ୟପପଟେ ସ୍ଲୋଭାକିଆର ଗୃହ ମନ୍ତ୍ରଣାଳୟ ଉକ୍ତ ଶିଶୁଟିକୁ ସାହସୀ ବୋଲି ପ୍ରଶଂସା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?