ଅନ୍ତର୍ଜାତୀୟ

ବ୍ରିଟେନ୍‌ରେ ଆର୍ଥିକ ମାନ୍ଦାବସ୍ଥା, ୧୫ ଲକ୍ଷ ପରିବାର ଭୋକରେ ରହିବା ଆଶଙ୍କା…

ଲଣ୍ଡନ, ୧୧।୫ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଯୋଗୁ ଅଶୋଧିତ ତୈଳର ମୂଲ୍ୟ ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଏହି କାରଣରୁ, ବହୁ ଦେଶରେ ଦରଦାମ ବୃଦ୍ଧି ରେକର୍ଡ ଭାଙ୍ଗିିବାରେ ଲାଗିଛି। ବ୍ରିଟେନରେ ମୁଦ୍ରାସ୍ଫୀତି ୩୦ ବର୍ଷର ସର୍ବୋଚ୍ଚ…

ଏବେ ବାହ୍ୟ ସହାୟତା ପାଇବା ଶ୍ରୀଲଙ୍କା ପକ୍ଷେ କଷ୍ଟକର

କଲମ୍ବୋ,୧୧ା୫: ଶ୍ରୀଲଙ୍କାର ସ୍ଥିତି ଅତ୍ୟନ୍ତ ଖରାପ। କାରଣ ଶ୍ରୀଲଙ୍କାରେ ୫୬ ବିଲିୟନ ଡଲାରର ବାହ୍ୟ ଋଣ ରହିଛି। ଏହି ଋଣରେ ଭାରତର ହଜାରେ କୋଟି ଋଣ ମଧ୍ୟ ରହିଛି। ବୈଦେଶିକ ଋଣ ପରିଶୋଧ କରିବାରେ ଏହା ସମ୍ପୂର୍ଣ୍ଣ ଅସମର୍ଥ ବୋଲି ଶ୍ରୀଲଙ୍କା…

ସମୁଦ୍ର ତଳେ ରାସ୍ତା…

ଓ୍ବାଶିଂଟନ, ୧୧।୫ : ରାସ୍ତା ପୁଣି ଗଭୀର ସମୁଦ୍ର ତଳେ, ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ। ତେବେ ଏହା ସତ୍ୟ। ପ୍ରଶାନ୍ତ ମହାସାଗରତଳେ ଏଭଳି ଏକ ରାସ୍ତା ରହିଛି। ମହାସାଗରରେ ହଳଦିଆ ବ୍ରିକ ରୋଡ ସମୁଦ୍ର ତଳୁ ଦେଖିବାକୁ ମିଳିଛି। ଏହାକୁ…

ସାନିଟାଇଜର ପିଇ ୩ ଆଥ୍‌ଲେଟ ହସ୍ପିଟାଲରେ ଭର୍ତ୍ତି

ଟୋକିଓ,୧୧।୫: ପାଣି ବଦଳରେ ସାନିଟାଇଜର ପିଇ ୩ ସ୍କୁଲ ଆଥଲେଟ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଜାପାନର ୟାମାନାଶିରେ ଆୟୋଜିତ ୫ ହଜାର ମିଟର ଦୌଡ ପ୍ରତିଯୋଗିତାରେ ଆଥଲେଟମାନେ ଯୋଗଦେଇଥିଲେ। ସେମାନଙ୍କୁ ପାଣି ବଦଳରେ ସାନିଟାଇଜର ପିଇବା ପାଇଁ ଦିଆଯାଇଥିବା ଜଣାପଡିଛି। ପାଣି…

ଚାହୁଁଚାହୁଁ ଭାସିଗଲା ପୋଲ, ଭିଡିଓ ଦେଖିଲେ…

ଇସଲାମାବାଦ,୧୧ା୫: ଉତ୍ତର ପାକିସ୍ତାନର ବନ୍ୟା ଯୋଗୁ ବହୁ ଧନଜୀବନ ଓ ସମ୍ପତ୍ତି ନଷ୍ଟ ହୋଇଛି। ଉତ୍ତର ପାକିସ୍ତାନରେ ବନ୍ୟା ପରିସ୍ଥିତି ଯୋଗୁ ଏକ ପୋଲ ମଧ୍ୟ ଭାସିଯାଇଛି। ବନ୍ୟା ଜଳର ପ୍ରବଳ ସ୍ରୋତ ଆଗରେ ପୋଲଟି ଆଖି ପିଛୁଳାକେ ଭାସିଗଲା। ଏଏଫ୍‌ପି…

ଗର୍ଭପାତ କରିଥିବା ମହିଳାଙ୍କୁ ୩୦ ବର୍ଷ ଜେଲ୍‌ ଦଣ୍ଡାଦେଶ…

ସାନ୍‌ ସାଲଭାଡୋର, ୧୧।୫ : ଏଲ ସାଲଭାଡୋରର ସୁପ୍ରିମକୋର୍ଟରେ ଗର୍ଭପାତ କରିଥିବା ଜଣେ ମହିଳାଙ୍କୁ ୩୦ ବର୍ଷ ଜେଲ ଦଣ୍ଡାଦେଶ କରାଯାଇଛି। ଏଲ ସାଲଭାଡୋରରେ ଜନୈକ ମହିଳାଙ୍କୁ ଗର୍ଭପାତ କରିଥିବା ଅଭିଯୋଗରେ ଗିରଫ କରାଯାଇ ଏକ ମାମଲାର ଦାୟର କରାଯାଇଥିଲା। ଏସ୍ମେ…

ରାଜପାକ୍‌ସେ ଭାରତରେ ଶରଣ ନେଇଥିବା ଗୁଜବକୁ ଖଣ୍ଡନ କଲା ଉଚ୍ଚାୟୁକ୍ତ

କଲମ୍ବୋ,୧୧।୫: ଶ୍ରୀଲଙ୍କାରେ ଆର୍ଥିକ ଓ ରାଜନୈତିକ ସଙ୍କଟ ଜାରି ରହିଛି। ଦେଶରେ ଜରୁରୀକାଳୀନ ପରିସ୍ଥିତି ଜାରି ରହିଥିବା ବେଳେ ମହିନ୍ଦା ରାଜପାକ୍‌ସେ ସୋମବାର ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଇତିମଧ୍ୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ଏବଂ ତାଙ୍କ ପରିବାର ଭାରତରେ…

ଆଶ୍ରମରୁ ମିଳିଲା ୧୧ ଅନୁଗତଙ୍କ ମୃତଦେହ, ବାବାଙ୍କୁ ଗିରଫ କଲା ପୋଲିସ

ବ୍ୟାଙ୍କକ,୧୧।୫: ଥାଇଲାଣ୍ଡ ପୋଲିସ ଛୟାଫୁମ ଜଙ୍ଗଲରେ ଥିବା ଏକ ଆଶ୍ରମରେ ଚଢାଉ କରି ଜଣେ ଆତ୍ମଘୋଷିତ ବାବାଙ୍କୁ ଗିରଫ କରିଛି। ସେ ହେଲେ ଥାଓ୍ବି ନାନରା(୭୫)। ପୋଲିସ ଆଶ୍ରମରୁ ୧୧ଜଣ ଅନୁଗତଙ୍କ ମୃତଦେହ ଜବତ କରିଛି। ଏନେଇ ପୋଲିସ ଏକ ମାମଲା…

ଜିନ୍‌ପିଙ୍ଗ୍‌ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…

ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ ମସ୍ତିଷ୍କର ଗୁରୁତର ରୋଗରେ ପୀଡିତ ଅଛନ୍ତି। ତାଙ୍କୁ ସେରିବ୍ରାଲ ଆନେୱରାଜାଇମ ହୋଇଥିବା କୁହାଯାଉଛି। ଏହି…

ତାଲିବାନ୍‌ ଶାସନରେ ୯ ଲକ୍ଷରୁ ଅଧିକ ହରାଇଲେଣି ଚାକିରି…

କାବୁଲ, ୧୧।୫ : ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଫେରିବା ପରଠାରୁ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ରିପୋର୍ଟ ଅନୁଯାୟୀ ଗତ ଅଗଷ୍ଟରେ ତାଲିବାନ ଦେଶରେ ଶାସନ ଭାର ଗ୍ରହଣ କରିବା ପରେ ନଅ ଲକ୍ଷ ଆଫଗାନିସ୍ତାନୀ ଚାକିରି ହରାଇଛନ୍ତି।…

ବିଲ୍‌ ଗେଟ୍ସଙ୍କୁ ପୁଣି କରୋନା

ଓ୍ବାଶିଂଟନ୍‌,୧୧।୫: ମାଇକ୍ରୋସଫ୍ଟର କୋ-ଫାଉଣ୍ଟର ତଥା ବିଶ୍ୱର ସବୁଠାରୁ ଧନଶାଳୀ ବ୍ୟକ୍ତି ବିଲ ଗେଟ୍ସ ପୁଣି ଥରେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ବୁଧବାର ଏନେଇ ସେ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି। କରୋନା ଆକ୍ରାନ୍ତ…

ପୁଟିନ୍‌ଙ୍କ ସ୍ବତନ୍ତ୍ର ବୋଟ୍‌କୁ ଧ୍ୱଂସ କଲା ୟୁକ୍ରେନ୍‌, ଲେଜର ଗାଇଡେଡ୍‌ ବୋମାମାଡ଼…

ମସ୍କୋ/କ୍ୱିଭ୍‌, ୧୧।୫ : ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସ୍ବତନ୍ତ୍ର ବୋଟ୍‌କୁ ୟୁକ୍ରେନ ଧ୍ୱଂସ କରିଛି। ବୋଟକୁ ପୁଟିନ୍‌ ଖାସ୍ତୋପୋଲ ଏବଂ ସେଣ୍ଟ ପିଟର୍ସବର୍ଗର ସମୁଦ୍ରରେ ଅବସ୍ଥିତ ତାଙ୍କ ଯୁଦ୍ଧ ଜାହାଜର ଯାଞ୍ଚ୍‌ ଏବଂ ଭାଷଣ ଦେବା ପାଇଁ ବ୍ୟବହାର କରଥିଲେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri