ଗୁରୁଦ୍ୱାରାରେ ଆତଙ୍କବାଦୀ ଆକ୍ରମଣ…

କାବୁଲ, ୨୦।୬ : ଆଫଗାନିସ୍ତାନରେ ଗୁରୁଦ୍ୱାର ଆତଙ୍କବାଦୀ ଆକ୍ରମଣ ଘଟିଛି। ପାଜୋକ ନ୍ୟୁଜର ଏକ ରିପୋର୍ଟ ସୋସିଆଲ ମିଡିଆରେ ଉଲ୍ଲେଖ କରିଛି ଯେ, ଆକ୍ରମଣ ପରେ ଗୁରୁ ଗ୍ରନ୍ଥ ସାହେବ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଗୁରୁଦ୍ୱାରା କମିଟିର ଅଧ୍ୟକ୍ଷ ଗୁରୁନାମ ସିଂଙ୍କ ଘରକୁ ନିଆଯାଇଛି।

ଗୁରୁଦ୍ୱାରା ନିକଟରେ ରହୁଥିବା କୁଲଜିତ ସିଂ ଖାଲସା କହିଛନ୍ତି ଯେ ତାଙ୍କ ଘର ଗୁରୁଦ୍ୱାରା ସାମ୍ନାରେ ଅଛି। ଗୁଳିର ଶବ୍ଦ ଶୁଣିବା ମାତ୍ରେ ସେ ଝରକା ବାହାରକୁ ଚାହିଁଥିଲେ। ସେଠାରେ ଆତଙ୍କବାଦୀଙ୍କ ପକ୍ଷରୁ ଆକ୍ରମଣ ହେଉଥିଲା। ଆକ୍ରମଣକାରୀ ତାଲିବାନ ଚେକପୋଷ୍ଟ ନିକଟରେ ପାର୍କିଂ ହୋଇଥିବା କାର ଭିତରେ ଲୁଚି ରହିଥିଲେ। ଏହା ପରେ ଏକ କାର ବିସ୍ଫୋରଣରେ ସେଠାରେ ଥିବା ତାଲିବାନ ସୁରକ୍ଷାକର୍ମୀଙ୍କ ମୃତ୍ୟୁ ଘଟିଥିଲା। ବିସ୍ଫୋରଣ ଯୋଗୁ ନିକଟସ୍ଥ ଦୋକାନ ଏବଂ ଘର ନଷ୍ଟ ହୋଇଯାଇଥିଲା।

ଗୁରୁଦ୍ୱାରାରେ ସକାଳର ପ୍ରାର୍ଥନା ଆରମ୍ଭ ହେବାର ପ୍ରାୟ ଅଧ ଘଣ୍ଟା ପୂର୍ବରୁ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣ ସମୟରେ ଗୁରୁଦ୍ୱାରାରେ ପ୍ରାୟ ୩୦ ଜଣ ଉପସ୍ଥିତ ଥିଲେ। ଯଦି ପ୍ରାର୍ଥନା ଆରମ୍ଭ ହେବା ପରେ ଏହି ଆକ୍ରମଣ ହୋଇଥାନ୍ତା, ତେବେ ଅଧିକ ଲୋକ ମୃତାହତ ହେବାର ଆଶଙ୍କା ଥିବା ସେ କହିଛନ୍ତି।

ଶିଖ ସମ୍ପ୍ରଦାୟର ନେତାମାନେ କହିଛନ୍ତି ଯେ ତାଲିବାନ ଶାସିତ ଆଫଗାନିସ୍ତାନରେ କେବଳ ୨୦ଟି ଶିଖ ପରିବାର ରହିଛନ୍ତି। ସେମାନଙ୍କର ସମସ୍ତ ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରି ସମଗ୍ର ଦେଶରେ କେବଳ୧୪୦ରୁ ୧୫୦ ଜଣ ଶିଖ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପୂର୍ବ ସହର ଜାଲାଲାବାଦ ଏବଂ ରାଜଧାନୀ କାବୁଲରେ ବାସ କରୁଛନ୍ତି।

ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଦେଶର ଶିଖ ଏବଂ ଅନ୍ୟାନ୍ୟ ସଂଖ୍ୟାଲଘୁ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ ବଢ଼ିବାରେ ଲାଗିଛି। ଏହି ଆକ୍ରମଣ ପରେ ଶିଖ ସମ୍ପ୍ରଦାୟ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏହି ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିମାନେ କହିଛନ୍ତି ଯେ ସମସ୍ତେ ଶୀଘ୍ର ଆଫଗାନିସ୍ତାନ ଛାଡିବାକୁ ଚାହାଁନ୍ତି, କିନ୍ତୁ ଭାରତ ସରକାର ସେମାନଙ୍କୁ ଭିସା ଦେଉନାହାଁନ୍ତି। ଏହି କାରଣରୁ ସେମାନେ ଅସୁବିଧାରେ ପଡ଼ିଛନ୍ତି। ଭାରତ ସରକାରଙ୍କୁ ସେମାନେ ସହାୟତରା ପାଇଁ ଅନୁରୋଧ କରିଛନ୍ତି।

ସରକାରୀ ସୂତ୍ରରୁ ଜଣାପଡିଛି ଯେ ଭାରତୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଇ-ଭିସା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲଜ୍ଜାଜନକ ରେକର୍ଡ କଲେ ଶ୍ରେୟସ ଆୟର: ଅଧିନାୟିକତ୍ୱ ଉପରେ ଉଠିଲା ପ୍ରଶ୍ନବାଚୀ

ନୂଆଦିଲ୍ଲୀ,୧୦।୧୦: ରାଞ୍ଚିର JSCA ଅନ୍ତର୍ଜାତୀୟ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମେ ବ୍ୟାଟିଂ…

ନୀଳମାଧବଙ୍କ ନୀତିକାନ୍ତି ବିଳମ୍ବ ନେଇ ବିବାଦୀୟ ପରିସ୍ଥିତି, ମଧ୍ୟାହ୍ନ ସାଢ଼େ ୧୨ଟା ସୁଦ୍ଧା ହୋଇନି ଆଳତି

ଖଣ୍ଡପଡ଼ା,୧୦ା୧୦(ଅଜୟ କୁମାର ମହାରଣା): ଜଗନ୍ନାଥ ସଂସ୍କୃତିର ଆଦି ଦେବତା ଭାବରେ ପ୍ରଭୁ ଶ୍ରୀ ନୀଳମାଧବ ଜୀଉ ସର୍ବଜନ ବିଦିତ। ପୁରୀ ଶ୍ରୀ ମନ୍ଦିରର ପୂଜା ନୀତି ସହ…

ବିଦ୍ୟାଳୟରେ ଅବ୍ୟବସ୍ଥା: ଚରମସୀମାରେ ଛାତ୍ରୀଛାତ୍ରଙ୍କ ଅସନ୍ତୋଷ, ବିଡିଓଙ୍କୁ ଭେଟିବାକୁ ଚାଲିଚାଲି ପଳେଇଲେ

ବାରିପଦା,୧୦ା୧୦(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟରେ ଅବ୍ୟବସ୍ଥାକୁ ନେଇ ଶନିବାର ଛାତ୍ରୀଛାତ୍ରଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ…

CJPର ଦିଲ୍ଲୀ ବିକ୍ଷୋଭରେ କାହିଁକି ଯୋଗ ଦେଲେ ନାହଁ ସୋନମ ୱାଙ୍ଗଚୁକ ? ନିଜେ କହିଲେ ଏହାର ବଡ଼ କାରଣ

ନୂଆଦିଲ୍ଲୀ,୧୦।୧୦: ‘କକରୋଚ ଜନତା ପାର୍ଟି’ (Cockroach Janata Party) ଶନିବାର (୧୦ ଅକ୍ଟୋବର, ୨୦୨୬) ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନ କରିଛି। ନିର୍ବାଚନ…

ନିଜ ପତ୍ନୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ତେଜ ପ୍ରତାପ ଯାଦବ, କହିଲେ, ‘ପୂର୍ବତନ ପ୍ରେମିକଙ୍କୁ ଦେଉଥିଲେ…’

ପାଟନା,୧୦।୧୦: ବିହାରର ପୂର୍ବତନ ମନ୍ତ୍ରୀ ତଥା ‘ଜନ ଶକ୍ତି ଜନତା ଦଳ’ (JJD)ର ଜାତୀୟ ସଭାପତି ତେଜ ପ୍ରତାପ ଯାଦବ ନିଜ ପତ୍ନୀ ଐଶ୍ୱର୍ଯ୍ୟା ରାୟଙ୍କ ବିରୁଦ୍ଧରେ…

୨ ଅଧିନାୟକଙ୍କ ସାଇଲେଣ୍ଟ ୱାର୍‌: କ୍ରିକେଟ ମହଲରେ ଚର୍ଚ୍ଚା ଜୋରଦାର

ନୂଆଦିଲ୍ଲୀ,୧୦।୧୦: କ୍ରିକେଟ ପଡ଼ିଆରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ସାଧାରଣତଃ ବାକ୍‌ଯୁଦ୍ଧ କିମ୍ବା ସ୍ଲେଜିଂ ଦେଖିବାକୁ ମିଳେନାହିଁ। କିନ୍ତୁ ଚଳିତ ଗସ୍ତକୁ ନେଇ ଦୁଇ ଦଳର ଅଧିନାୟକଙ୍କ…

କଳିଙ୍ଗା ଘାଟି ବନ୍ଦ: ବିକଳ୍ପ ରାସ୍ତାରେ ଟ୍ରାଫିକ୍ ଜାମ୍, ଜବରଦଖଲ ହଟାଇବାକୁ ତହସିଲଦାରଙ୍କ କଡ଼ା ପଦକ୍ଷେପ

ଭଞ୍ଜନଗର,୧୦ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଓ କନ୍ଧମାଳ ଜିଲାକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିରେ ଭୂସ୍ଖଳନ ଯୋଗୁ ଯାତାୟାତ ବନ୍ଦ ରହିଛି। ଫଳରେ ଗଞ୍ଜାମରୁ କନ୍ଧମାଳ ଏବଂ କନ୍ଧମାଳରୁ…

IPL ୨୦୨୭ ପୂର୍ବରୁ CSKରେ ଲାଗିଲା ଜୋରଦାର ଝଟ୍‌କା: ୧୫ ବର୍ଷ ପରେ ଦଳ ଛାଡ଼ିଲେ…

ନୂଆଦିଲ୍ଲୀ,୧୦।୧୦: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର କୋଚିଂ ଟିମ୍‌ରେ ବଡ଼ ପରିବର୍ତ୍ତନ ଜାରି ରହିଛି। ଏହି ଫ୍ରାଞ୍ଚାଇଜ ନିଜର କିମ୍ବଦନ୍ତୀ ବ୍ୟାଟିଂ କୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?