ରୁଷିଆର ଦାବି ଯୁଦ୍ଧରେ ଖୁବଶୀଘ୍ର ମିଳିବ ସଫଳତା

ମସ୍କୋ,୨୦ ।୬: ଚଳିତ ବର୍ଷ ଫେବୃୟାରୀରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ବେଳେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିନକୁ ନେଇ ଆସିବ । ହେଲେ ଦୀର୍ଘ ପ୍ରାୟ ସାଢେ ୩ ମାସ ହେବ ଯୁଦ୍ଧ ଲାଗିଥିବା ବେଳେ ଏବେ ଏହା ରୁଷିଆ ପକ୍ଷରେ ସମ୍ଭବ ହୋଇନାହିଁ । ଏପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଫଳରେ ସାରା ବିଶ୍ୱରେ ଏହାର ଘୋର ପ୍ରଭାବ ପଡିଛି । ଏହାକୁ ନେଇ ନାଟୋ କହିଛି ଯୁଦ୍ଧ କିଛି ବର୍ଷ ପର୍ଯ୍ୟନ୍ତ ଚାଲିବ । ଆଉ ୟୁକ୍ରେନ୍ ଖୁବଶୀଘ୍ର ଡୋନବାସକୁ ରୁଷିଆ ସେନାଙ୍କଠାରୁ ନିଜ କବଜାକୁ ନେଇଯିବ । ଏପଟେ ରୁଷିଆ ଦାବି କରିଛି ୟୁକ୍ରେନର ପୂର୍ବରେ ବିଶେଷ ସେନା ଅଭିଯାନ ଜାରି ରହିଛି । ଏମାନେ ଯୋଜନା ଅନୁଯାୟୀ ଆଗକୁ ବଢୁଛନ୍ତି । ଫଳରେ ଖୁବଶୀଘ୍ର ସଫଳତା ମିଳିବ । ସମ୍ପୂର୍ଣ୍ଣ ଡୋନବାସ ରୁଷିଆ ଅଧିନକୁ ଚାଲିଆସିବ ।
ନାଟୋର ମହାସଚିବ ଜେଂସ ଷ୍ଟୋଲଟନବର୍ଗ ଜର୍ମାନୀର ଖବରକାଗଜ ବିଲ୍ଡ ଅମ ଜନଟାଗକୁ ଦେଇଥିବା ସୂଚନା ଅନୁଯାୟୀ, ଆମେରିକା ଓ ୟୁରୋପ ଦେଶରୁ ମିଳୁଥିବା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗୁ ୟୁକ୍ରେନ୍ ଯୁଦ୍ଧରେ ଆଗକୁ ବଢି ଚାଲିଛି । ଖୁବଶୀଘ୍ର ରୁଷିଆ କବଜାରୁ ୟୁକ୍ରେନ ଡୋନବାସକୁ ମୁକ୍ତ କରିଦେବ । ଷ୍ଟୋଲଟନବର୍ଗ କହିଛନ୍ତି ସମ୍ପୂର୍ଣ୍ଣ ବିଶ୍ୱ ବିଶେଷ ଭାବେ ୟୁରୋପ ଧ୍ୟାନ ଦବା ଦରକାର କି ଏହି ଯୁଦ୍ଧ କିଛି ବର୍ଷଧରି ଚାଲିବ । ୟୁକ୍ରେନକୁ ବିଜୟି କରିବାକୁ ହେଲେ କେବଳ ସେନା ସହାୟତା ନୁହେଁ ବରଂ ଶକ୍ତି ସଙ୍କଟ ଓ ଖାଦ୍ୟ ସଙ୍କଟକୁ ଦୂରେଇବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗ ଫାଲ୍‌ଟା ନିର୍ବାଚନ: ଭାଜପା ପ୍ରାର୍ଥୀ ବିଜୟୀ

କୋଲକାତା,୨୪ା୫: ପଶ୍ଚିମବଙ୍ଗର ଫାଲ୍‌ଟା ଆସନ ଲାଗି ହୋଇଥିବା ପୁନଃ ମତଦାନରେ ଭାଜପା ପ୍ରାର୍ଥୀ ଦେବାଙ୍ଗଶୁ ପଣ୍ଡା ବିପୁଳ ବିଜୟ ହାସଲ କରିଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ…

CUET-UG 2026 ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ,୨୪।୫: CUET-UG 2026 ପରୀକ୍ଷା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (NTA) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ମେ ୨୮ତାରିଖରେ ହେବାକୁ ଥିବା ପରୀକ୍ଷାକୁ ବର୍ତ୍ତମାନ…

ସୁନା ଗହଣା ଚୋରି ମାମଲା, ୨୪ ଘଣ୍ଟାରେ ୪ଅଭିଯୁକ୍ତ ଗିରଫ

ବରଗଡ଼,୨୪।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ଥାନା ଅନ୍ତର୍ଗତ କୁଶନପୁରୀ ଗ୍ରାମର ଦନାର୍ଦ୍ଦନ ମେହେର(୬୫)ଙ୍କ ଘରେ ଶୁକ୍ରବାର ବିଳମ୍ବିତ ରାତିରେ ହୋଇଥିବା ସୁନା ଗହଣା ଚୋରି ଘଟଣାର…

ମୁମ୍ବାଇକୁ ହରାଇ ପ୍ଲେଅଫ୍‌ରେ ରାଜସ୍ଥାନ: ବାଦ୍‌ ପଡ଼ିଲେ କୋଲକାତା, ପଞ୍ଜାବ

ମୁମ୍ବାଇ,୨୪ା୫: ଜୋଫ୍ରା ଆର୍ଚ୍ଚରଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ରବିବାର ଖେଳାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଆଇପିଏଲ୍‌ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ୩୦ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଏହି…

ମୁଖ୍ୟମନ୍ତ୍ରୀ ବସ୍‌ ଧକ୍କାରେ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

ବାଲିଗୁଡ଼ା,୨୪।୫(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ସଲାଗୁଡ଼ା ପଞ୍ଚାୟତ କୁଡକେଲକିଆ ଘାଟି ବୁଲାଣିରେ ରବିବାର ସନ୍ଧ୍ୟାରେ ଏକ ସରକାରୀ ମୁଖ୍ୟମନ୍ତ୍ରୀ ବସ୍‌ ଏବଂ ବାଇକ୍‌…

ମୋହନାରେ କାଳବୈଶାଖୀ ତାଣ୍ଡବ; ଉଡ଼ିଲା ଟିଣ ଛପର-ପଡିଲା ବିଦ୍ୟୁତ ଖୁଣ୍ଟ, ଦୁଇ ଗୁରୁତର ୩ ଆହତ

ମୋହନା,୨୪।୫( ମନ୍ମଥ ମିଶ୍ର ): ରବିବାର ଅପରାହ୍ନରେ କାଳବୈଶାଖି ପ୍ରଭାବରେ ମୋହନା ବ୍ଲକ ଅନ୍ତର୍ଗତ ଲିଲିଗଡ଼ ପଞ୍ଚାୟତ ଅଧିନ ରାମଗଡ଼ ଗ୍ରାମରେ ବିପୁଳ ପରିମାଣର କ୍ଷତକ୍ଷତି ଘଟିଛି…

ଭାଜପା କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଭାଜପା ସାଂଗଠନିକ ଜିଲା(ଘୁମୁସର) ପକ୍ଷରୁ ଦୁଇ ଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଜିଲା ପ୍ରଶିକ୍ଷଣ ଶିବିର ଭଞ୍ଜନଗର ବ୍ଲକ ଲେମ୍ଭେଇଠାରେ…

ଜଙ୍ଗଲରେ ପଡ଼ିଛି ଦନ୍ତାହାତୀର ମୃତଦେହ, ଅନ୍ୟ ହାତୀ ସହ ଲଢ଼େଇ କରି…

ଲାଞ୍ଜିଗଡ଼/ଭବାନୀପାଟଣା,୨୪।୫(ରମେଶ ଚନ୍ଦ୍ର ନାୟକ,ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ କମର୍ଦ୍ଧା ଗାଁ ପୋଖରୀ ଉପରେ ଥିବା ପୋରଙ୍ଗଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri