ରୁଷିଆର ଦାବି ଯୁଦ୍ଧରେ ଖୁବଶୀଘ୍ର ମିଳିବ ସଫଳତା

ମସ୍କୋ,୨୦ ।୬: ଚଳିତ ବର୍ଷ ଫେବୃୟାରୀରୁ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିଥିବା ବେଳେ ଅନୁମାନ କରାଯାଉଥିଲା କି ଖୁବଶୀଘ୍ର ରୁଷିଆ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନିଜ ଅଧିନକୁ ନେଇ ଆସିବ । ହେଲେ ଦୀର୍ଘ ପ୍ରାୟ ସାଢେ ୩ ମାସ ହେବ ଯୁଦ୍ଧ ଲାଗିଥିବା ବେଳେ ଏବେ ଏହା ରୁଷିଆ ପକ୍ଷରେ ସମ୍ଭବ ହୋଇନାହିଁ । ଏପଟେ ରୁଷିଆ-ୟୁକ୍ରେନ ଯୁଦ୍ଧ ଫଳରେ ସାରା ବିଶ୍ୱରେ ଏହାର ଘୋର ପ୍ରଭାବ ପଡିଛି । ଏହାକୁ ନେଇ ନାଟୋ କହିଛି ଯୁଦ୍ଧ କିଛି ବର୍ଷ ପର୍ଯ୍ୟନ୍ତ ଚାଲିବ । ଆଉ ୟୁକ୍ରେନ୍ ଖୁବଶୀଘ୍ର ଡୋନବାସକୁ ରୁଷିଆ ସେନାଙ୍କଠାରୁ ନିଜ କବଜାକୁ ନେଇଯିବ । ଏପଟେ ରୁଷିଆ ଦାବି କରିଛି ୟୁକ୍ରେନର ପୂର୍ବରେ ବିଶେଷ ସେନା ଅଭିଯାନ ଜାରି ରହିଛି । ଏମାନେ ଯୋଜନା ଅନୁଯାୟୀ ଆଗକୁ ବଢୁଛନ୍ତି । ଫଳରେ ଖୁବଶୀଘ୍ର ସଫଳତା ମିଳିବ । ସମ୍ପୂର୍ଣ୍ଣ ଡୋନବାସ ରୁଷିଆ ଅଧିନକୁ ଚାଲିଆସିବ ।
ନାଟୋର ମହାସଚିବ ଜେଂସ ଷ୍ଟୋଲଟନବର୍ଗ ଜର୍ମାନୀର ଖବରକାଗଜ ବିଲ୍ଡ ଅମ ଜନଟାଗକୁ ଦେଇଥିବା ସୂଚନା ଅନୁଯାୟୀ, ଆମେରିକା ଓ ୟୁରୋପ ଦେଶରୁ ମିଳୁଥିବା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗୁ ୟୁକ୍ରେନ୍ ଯୁଦ୍ଧରେ ଆଗକୁ ବଢି ଚାଲିଛି । ଖୁବଶୀଘ୍ର ରୁଷିଆ କବଜାରୁ ୟୁକ୍ରେନ ଡୋନବାସକୁ ମୁକ୍ତ କରିଦେବ । ଷ୍ଟୋଲଟନବର୍ଗ କହିଛନ୍ତି ସମ୍ପୂର୍ଣ୍ଣ ବିଶ୍ୱ ବିଶେଷ ଭାବେ ୟୁରୋପ ଧ୍ୟାନ ଦବା ଦରକାର କି ଏହି ଯୁଦ୍ଧ କିଛି ବର୍ଷଧରି ଚାଲିବ । ୟୁକ୍ରେନକୁ ବିଜୟି କରିବାକୁ ହେଲେ କେବଳ ସେନା ସହାୟତା ନୁହେଁ ବରଂ ଶକ୍ତି ସଙ୍କଟ ଓ ଖାଦ୍ୟ ସଙ୍କଟକୁ ଦୂରେଇବାକୁ ପଡିବ ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ତାଗିଦ୍‌କୁ ଭୟ ନାହିଁ: ପୁଣି ଆଣବିକ ପରୀକ୍ଷଣ କଲା ଉତ୍ତରକୋରିଆ

ଓ୍ବାଶିଂଟନ, ୧୫।୧୨: ଆମେରିକା ତାଗିଦ୍‌କୁ ଭୟ ନ କରି ଉତ୍ତରକୋରିଆ ପୁଣି ଥରେ ଆଣବିକ ପରୀକ୍ଷଣ କରିଛି। ସୋହେ ସ୍ଥିତି ପରୀକ୍ଷଣ କେନ୍ଦ୍ରରେ ଏହା କରାଯାଇଛି।...

ପ୍ରଥମେ କାହାକୁ ଦିଆଯିବ କରୋନା ଟିକା

ନ୍ୟୁୟର୍କ,୩୧।୭: କରୋନା ଭୁତାଣୁ ସାରା ବିଶ୍ୱରେ ହୁ ହୁ ହୋଇ ବଢି ଚାଲିଛି। ଏବେ ଏହାର ଟିକା ପାଇଁ ବିଭିନ୍ନ ଦେଶ ଚେଷ୍ଟା ଚଳାଇଛନ୍ତି। କିଛି...

୧୦ ମାସ ହେଲା ପଜିଟିଭ ଆସୁଛି କୋଭିଡ୍‌ ରିପୋର୍ଟ

ଲଣ୍ଡନ,୨୪।୬: କ୍ରମାଗତ ୧୦ ମାସ ହେଲା ୭୨ ବର୍ଷୀୟ ବ୍ରିଟିଶ ନାଗରିକଙ୍କ କୋଭିଡ୍‌ ଟେଷ୍ଟ ରିପୋର୍ଟ ପଜିଟିଭ ଆସୁଛି। କ୍ରମାଗତ ସଂକ୍ରମିତ ହେବାରେ ଏହା ରେକର୍ଡ...

ହସ୍ପିଟାଲରେ ଗର୍ଭବତୀଙ୍କୁ ମିଳିଲାନି ସିଟ୍‌: ସ୍ବାମୀ ବନିଲେ ଷ୍ଟୁଲ୍‌…

ବେଜିଂ,୮।୧୨: ଚାଇନାରେ ଜଣେ ଗର୍ଭବତୀ ଏକ ହସ୍ପିଟାଲକୁ ଯାଇଥିଲେ। ତେବେ ସେଠାରେ ବସିବା ପାଇଁ ତାଙ୍କୁ କୌଣସି ସିଟ୍‌ ମିଳି ନ ଥିଲା। ବହୁ ସମୟ...

ବିଶ୍ୱର ସବୁଠାରୁ ଭୟଙ୍କର ସ୍ଥାନ: ମାଟିତଳେ ରହିଛି ୬୦ଲକ୍ଷ ଖପୁରି

ବିଶ୍ୱରେ ଏମିତି ସ୍ଥାନ ଅଛି ଯେଉଁଠିକି ଯିବାକୁ ଦିନରେ ମଧ୍ୟ ଭୟ ଲାଗିବ। ଆଉ ଏମିତି ବି କିଛି ସ୍ଥାନ ରହିଛି ଯାହାକୁ ଦେଖିଲେ ବା...

ନଓ୍ବାଜ ଫେରିବା ପରେ ଶାହାବାଜ ଛାଡ଼ିବେ କି ପ୍ରଧାନମନ୍ତ୍ରୀ ପଦ

ଇସଲାମାବାଦ,୧୫ା୪: କିଛିଦିନ ଧରି ପାକିସ୍ତାନରେ ଉଠିଥିବା ରାଜନୈତିକ ଝଡ଼ ଶାନ୍ତ ପଡ଼ିଗଲା, କିନ୍ତୁ ଆଗାମୀ ଦିନରେ ଏଠାରେ ବଡ଼ ଧରଣର ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।...

ମହିଳା ବିଚାରପତିଙ୍କୁ ପ୍ରେମ ନିବେଦନ କଲେ ଅଭିଯୁକ୍ତ…

ଓ୍ବାଶିଂଟନ, ୮।୨: ଏବେ ସୋସିଆଲ୍‌ ମିଡ଼ିଆରେ ଜଣେ ଅଭିଯୁକ୍ତଙ୍କ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଆମେରିକାର ଫ୍ଲୋରିଡ଼ାସ୍ଥିତ ବ୍ରୋଓ୍ବାଡ଼ା କାଉଣ୍ଟି କୋର୍ଟରେ ଏକ ଚୋରି ମାମଲାର...

କୃଷ୍ଣସାଗର ଅଚଳାବସ୍ଥା ଦୂର

ଇସ୍ତାନବୁଲ,୨୩ା୭: କୃଷ୍ଣସାଗର ଦେଇ ଜାହାଜରେ ଖାଦ୍ୟଶସ୍ୟ, ସାର ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ ସ୍ବାଭାବିକ କରିବା ପାଇଁ ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ...

Advertisement
Archives

Model This Week