ଭାରତରେ ୫୦ ଲକ୍ଷ ବିସ୍ଥାପିତ

ଜାତିସଂଘ,୧୮ା୬(ପି.ଟି.): ଗତବର୍ଷ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ କାରଣରୁ ଭାରତରେ ପାଖାପାଖି ୫୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌) ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଟ୍ରେଣ୍ଡ୍‌ସ ରିପୋର୍ଟ ଅନୁୟାୟୀ ଗତବର୍ଷ ହିଂସା, ମାନବାଧିକାର ଉଲ୍ଲଂଘନ, ଖାଦ୍ୟାଭାବ, ଜଳବାୟୁ ସଙ୍କଟ, ୟୁକ୍ରେନ୍‌ ଯୁଦ୍ଧ ଏବଂ ଆଫ୍ରିକାରୁ ଆଫଗାନିସ୍ତାନ ଜରୁରୀ ସ୍ଥିତି ଯୋଗୁ ସାରା ବିଶ୍ୱରେ ୧୦ କୋଟି ଲୋକ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏହା ବାଦ୍‌ ବିପର୍ଯ୍ୟୟ କାରଣରୁ ୨.୩୭ କୋଟି ଲୋକ ଦେଶ ଭିତରେ ସ୍ଥାନାନ୍ତର ହୋଇଥିବା ଇଣ୍ଟରନାଲ ଡିସ୍‌ପ୍ଲେସମେଣ୍ଟ ମନିଟରିଂ ସେଣ୍ଟର (ଆଇଡିଏମ୍‌ସି) ରିପୋର୍ଟରେ ଦର୍ଶାଯାଇଛି। ପୂର୍ବ ବର୍ଷ ତୁଳନାରେ ଏହା ୭ ନିୟୁତ ବା ୨୩ ପ୍ରତିଶତ କମ୍‌ ବୋଲି କୁହାଯାଉଛି।
ଯୋଗୁ ଗତବର୍ଷ ଚାଇନାରେ ସର୍ବାଧିକ ୬ ନିୟୁତ ଲୋକ ସ୍ଥାନାନ୍ତର ହୋଇଥିବାବେଳେ ଏହା ପଛକୁ ଫିଲିପାଇନ୍ସ (୫.୭ ନିୟୁତ), ଭାରତ (୪.୯ ନିୟୁତ) ରହିଛି। ତେବେ ଅଧିକାଂଶ ସ୍ଥାନାନ୍ତର ଅସ୍ଥାୟୀ ବୋଲି ରିପୋର୍ଟରେ କୁହାଯାଇଛି। ଗତ କିଛିବର୍ଷ ହେଲା ପ୍ରତିବର୍ଷ ବାଧ୍ୟବାଧକତାରେ ଘର ଛାଡ଼ୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି। ୨୦୨୧ ଶେଷ ସୁଦ୍ଧା ୮.୯୩ କୋଟି ଲୋକ ଯୁଦ୍ଧ, ହିଂସା, ମାଲିମକଦ୍ଦମା, ମାନବାଧିକାର ଉଲ୍ଲଂଘନ ଆଦି କାରଣରୁ ସ୍ଥାନାନ୍ତର ହୋଇଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ। ୧୦ ବର୍ଷ ପୂର୍ବର ବିସ୍ଥାପିତ ସଂଖ୍ୟା ତୁଳନାରେ ଏହା ଦୁଇଗୁଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ବ୍ୟତୀତ ଚଳିତ ବର୍ଷ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଯୋଗୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ବିସ୍ଥାପିତ ହୋଇଛନ୍ତି। ମୋଟ ବିସ୍ଥାପିତଙ୍କ ମଧ୍ୟରୁ ୨.୭୧ କୋଟି ଶରଣାର୍ଥୀ, ୨.୧୩ କୋଟି ୟୁଏନ୍‌ଏଚ୍‌ସିଆର୍‌ ରିଫ୍ୟୁଜି, ୫୮ ଲକ୍ଷ ପାଲେଷ୍ଟାଇନ ଶରଣାର୍ଥୀ ଅଛନ୍ତି। ୫.୩୨ କୋଟି ଦେଶ ଭିତରେ ବିସ୍ଥାପିତ ହୋଇଛନ୍ତି। ୪୬ ଲକ୍ଷ ଶରଣାର୍ଥୀ ହେବା ଲାଗି ଆବେଦନ କରିଛନ୍ତି। ଶରଣାର୍ଥୀ ପାଇଁ ଆମେରିକାକୁ ସର୍ବାଧିକ ୧,୮୮,୯୦୦ ଆବେଦନ କରାଯାଇଥିବାବେଳେ ଜର୍ମାନୀକୁ ୧,୪୮,୨୦୦, ମେକ୍ସିକୋକୁ ୧,୩୨,୭୦୦, କୋଷ୍ଟାରିକାକୁ ୧,୦୮,୫୦୦ ଓ ଫ୍ରାନ୍ସକୁ ୯୦,୨୦୦ ଆବେଦନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଳୁଛି ଇରାନ! ଅନେକ ସହରରେ ବିସ୍ଫୋରଣ ପରେ ନେତାନ୍ୟାହୁଙ୍କ ସହ କଥା ହେଲେ ଟ୍ରମ୍ପ, ବଡ଼ ଚାଲ୍ ଖେଳୁଛନ୍ତି…

ଓ୍ବାଶିଂଟନ,୧୦।୭: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟର ଶେଷ ଦିନରେ ହଜାର ହଜାର ଲୋକ ଏକାଠି ହୋଇଥିଲେ। ତାଙ୍କ ପୁଅ ମୁସ୍ତାଫା ଖାମେନେଇ…

ଲଘୁଚାପ ଆହୁରି ଦୁର୍ବଳ: ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର,୧୦ା୭ (ବନ୍ଦନା ସେଠୀ):ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ଫଳରେ ପୂର୍ବାପେକ୍ଷା ବର୍ଷା ପରିମାଣ କିଛିଟା କମିଥିଲେ ମଧ୍ୟ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ…

ଜଗମୋହନ ମୀନାଙ୍କ ଇସ୍ତଫାକୁ ନେଇ ପ୍ରଥମଥର ମୁହଁ ଖୋଲିଲେ ଡିଜିପି: କହିଲେ, ମାନସିକ ଚାପ…

ଭୁବନେଶ୍ୱର,୧୦।୭(ତ୍ରିନାଥ ମହାନ୍ତି):ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିକଟରେ ଆଇପିଏସ୍‌ ଚାକିରିରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫାପତ୍ରକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ମାନସିକ ଚାପ ନା…

‘ଇଣ୍ଡିଆନ ଆଇଡଲ’ର ଟପ୍‌-୬ରେ ଜ୍ୟୋତିର୍ମୟୀ: ପ୍ରଶଂସା କଲେ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୭ (ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଜ୍ୟୋତିର୍ମୟୀ ନାୟକ ଜାତୀୟସ୍ତରର ଲୋକପ୍ରିୟ ସଙ୍ଗୀତ ରିଆଲିଟି ଶୋ’ ‘ଇଣ୍ଡିଆନ ଆଇଡଲ-୧୬’ରେ ଦମ୍‌ଦାର ପରଫର୍ମାନ୍ସ ମାଧ୍ୟମରେ ଟପ୍‌-୬ରେ ସ୍ଥାନ ହାସଲ କରିଛନ୍ତି।…

ଦେଶବ୍ୟାପୀ ମୌସୁମୀ ବର୍ଷାର ତାଣ୍ଡବ, ଜନଜୀବନ ଅସ୍ତବ୍ୟସ୍ତ

ନୂଆଦିଲ୍ଲୀ,୧୦।୭ (ପି.ଟି.): ଦେଶର ବିଭିନ୍ନ ପ୍ରାନ୍ତରେ ଗୁରୁବାର ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଫଳରେ ରାସ୍ତାଘାଟ ବୁଡ଼ିଯିବା ସହ ଗଛ ଉପୁଡ଼ିବା, ସମ୍ପତ୍ତି…

ଗାଡ଼ି ଟାୟାରରେ କମ୍‌ ପବନ ଯୋଗୁ ବାର୍ଷିକ ୪,୫୦୦ କୋଟିର ତେଲ ନଷ୍ଟ

ନୂଆଦିଲ୍ଲୀ, ୧୦।୭(ପି.ଟି.): ଯାନବାହନ ରକ୍ଷଣାବେକ୍ଷଣ କ୍ଷେତ୍ରରେ ସବୁଠାରୁ ଅବହେଳିତ ବିଷୟ ହେଉଛି ଟାୟାରର କମ୍‌ ପବନ (ପ୍ରେସର) ରହିବା। ହେଲେ ଏଥିଯୋଗୁ ଭାରତ ପ୍ରତିବର୍ଷ ପ୍ରାୟ ୪୨…

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri