ଭାରତରେ ୫୦ ଲକ୍ଷ ବିସ୍ଥାପିତ

ଜାତିସଂଘ,୧୮ା୬(ପି.ଟି.): ଗତବର୍ଷ ଜଳବାୟୁ ପରିବର୍ତ୍ତନ ଓ ବିପର୍ଯ୍ୟୟ କାରଣରୁ ଭାରତରେ ପାଖାପାଖି ୫୦ ଲକ୍ଷ ଲୋକ ବିସ୍ଥାପିତ ହୋଇଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ଶରଣାର୍ଥୀ ସଂସ୍ଥା (ୟୁଏନ୍‌ଏଚ୍‌ସିଆର୍‌) ଦ୍ୱାରା ପ୍ରକାଶିତ ଗ୍ଲୋବାଲ ଟ୍ରେଣ୍ଡ୍‌ସ ରିପୋର୍ଟ ଅନୁୟାୟୀ ଗତବର୍ଷ ହିଂସା, ମାନବାଧିକାର ଉଲ୍ଲଂଘନ, ଖାଦ୍ୟାଭାବ, ଜଳବାୟୁ ସଙ୍କଟ, ୟୁକ୍ରେନ୍‌ ଯୁଦ୍ଧ ଏବଂ ଆଫ୍ରିକାରୁ ଆଫଗାନିସ୍ତାନ ଜରୁରୀ ସ୍ଥିତି ଯୋଗୁ ସାରା ବିଶ୍ୱରେ ୧୦ କୋଟି ଲୋକ ସେମାନଙ୍କ ଘର ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି। ଏହା ବାଦ୍‌ ବିପର୍ଯ୍ୟୟ କାରଣରୁ ୨.୩୭ କୋଟି ଲୋକ ଦେଶ ଭିତରେ ସ୍ଥାନାନ୍ତର ହୋଇଥିବା ଇଣ୍ଟରନାଲ ଡିସ୍‌ପ୍ଲେସମେଣ୍ଟ ମନିଟରିଂ ସେଣ୍ଟର (ଆଇଡିଏମ୍‌ସି) ରିପୋର୍ଟରେ ଦର୍ଶାଯାଇଛି। ପୂର୍ବ ବର୍ଷ ତୁଳନାରେ ଏହା ୭ ନିୟୁତ ବା ୨୩ ପ୍ରତିଶତ କମ୍‌ ବୋଲି କୁହାଯାଉଛି।
ଯୋଗୁ ଗତବର୍ଷ ଚାଇନାରେ ସର୍ବାଧିକ ୬ ନିୟୁତ ଲୋକ ସ୍ଥାନାନ୍ତର ହୋଇଥିବାବେଳେ ଏହା ପଛକୁ ଫିଲିପାଇନ୍ସ (୫.୭ ନିୟୁତ), ଭାରତ (୪.୯ ନିୟୁତ) ରହିଛି। ତେବେ ଅଧିକାଂଶ ସ୍ଥାନାନ୍ତର ଅସ୍ଥାୟୀ ବୋଲି ରିପୋର୍ଟରେ କୁହାଯାଇଛି। ଗତ କିଛିବର୍ଷ ହେଲା ପ୍ରତିବର୍ଷ ବାଧ୍ୟବାଧକତାରେ ଘର ଛାଡ଼ୁଥିବା ଲୋକଙ୍କ ସଂଖ୍ୟା ବଢ଼ିଚାଲିଛି। ୨୦୨୧ ଶେଷ ସୁଦ୍ଧା ୮.୯୩ କୋଟି ଲୋକ ଯୁଦ୍ଧ, ହିଂସା, ମାଲିମକଦ୍ଦମା, ମାନବାଧିକାର ଉଲ୍ଲଂଘନ ଆଦି କାରଣରୁ ସ୍ଥାନାନ୍ତର ହୋଇଛନ୍ତି, ଯାହା ପୂର୍ବ ବର୍ଷ ତୁଳନାରେ ୮ ପ୍ରତିଶତ ଅଧିକ। ୧୦ ବର୍ଷ ପୂର୍ବର ବିସ୍ଥାପିତ ସଂଖ୍ୟା ତୁଳନାରେ ଏହା ଦୁଇଗୁଣ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହା ବ୍ୟତୀତ ଚଳିତ ବର୍ଷ ୟୁକ୍ରେନ୍‌ ଉପରେ ରୁଷିଆ ଆକ୍ରମଣ ଯୋଗୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ବିସ୍ଥାପିତ ହୋଇଛନ୍ତି। ମୋଟ ବିସ୍ଥାପିତଙ୍କ ମଧ୍ୟରୁ ୨.୭୧ କୋଟି ଶରଣାର୍ଥୀ, ୨.୧୩ କୋଟି ୟୁଏନ୍‌ଏଚ୍‌ସିଆର୍‌ ରିଫ୍ୟୁଜି, ୫୮ ଲକ୍ଷ ପାଲେଷ୍ଟାଇନ ଶରଣାର୍ଥୀ ଅଛନ୍ତି। ୫.୩୨ କୋଟି ଦେଶ ଭିତରେ ବିସ୍ଥାପିତ ହୋଇଛନ୍ତି। ୪୬ ଲକ୍ଷ ଶରଣାର୍ଥୀ ହେବା ଲାଗି ଆବେଦନ କରିଛନ୍ତି। ଶରଣାର୍ଥୀ ପାଇଁ ଆମେରିକାକୁ ସର୍ବାଧିକ ୧,୮୮,୯୦୦ ଆବେଦନ କରାଯାଇଥିବାବେଳେ ଜର୍ମାନୀକୁ ୧,୪୮,୨୦୦, ମେକ୍ସିକୋକୁ ୧,୩୨,୭୦୦, କୋଷ୍ଟାରିକାକୁ ୧,୦୮,୫୦୦ ଓ ଫ୍ରାନ୍ସକୁ ୯୦,୨୦୦ ଆବେଦନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?