ଆର୍ଥିକ ସଙ୍କଟ ମଧ୍ୟରେ ଲୋକଙ୍କୁ ଚା’ ପିଆଇଲେ ପୂର୍ବତନ ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୨୦ ।୬: ଶ୍ରୀଲଙ୍କାରେ ବେଳକୁ ବେଳ ଆର୍ଥିକ ସଙ୍କଟ ବଢିବାରେ ଲାଗିଛି । ଲୋକେ ଖାଦ୍ୟ ପାଇଁ ଏକ ପ୍ରକାର ସଂଗ୍ରାମ କରୁଛନ୍ତି କହିଲେ ଚଳେ । ତୈଳ ସଙ୍କଟ ଲୋକଙ୍କ ପାଇଁ ଆଉ ଏକ ବଡ ଚିନ୍ତାର କାରଣ ପାଲଟି ଯାଇଛି । ଇତିମଧ୍ୟରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ରୋଶନ ମହାନାମା ଦେଶବାସୀଙ୍କୁ ସାହଯ୍ୟ କରିବାକୁ ଆଗେଇ ଆସିଛନ୍ତି । ପେଟ୍ରୋଲ ପମ୍ପରେ ଲମ୍ବା ଲାଇନରେ ଥିବା ଲୋକଙ୍କୁ ଆବଶ୍ୟକ ସାମଗ୍ରୀ ଯୋଗାଇ ଦେଇ ସାହାଯ୍ୟ କରୁଛନ୍ତି । ଏମିତିକି ପେଟ୍ରୋଲ ପମ୍ପରେ ପୂର୍ବତନ କ୍ରିକେଟର ଲୋକଙ୍କୁ ଚା’ ପରସୁଥିବା ଦେଖାଯାଇଛି । ଏହାସହ ସେ କହିଛନ୍ତି ଖରପ ସମୟରେ ସେମାନେ ନିଜର ଓ ପରିଜନଙ୍କ ଉପରେ ଧ୍ୟାନ ଦିଅନ୍ତୁ ।
ସୂଚନାଯୋଗ୍ୟ, ଶ୍ରୀଲଙ୍କାରେ ଇନ୍ଧନ ସଙ୍କଟ ମଧ୍ୟରେ ଦେଶର ପୂର୍ବତନ କ୍ରିକେଟର ରୋଶନ ମହାନାମା ଫୁଏଲ ଓ ରୋଷେଇ ଗ୍ୟାସ କ୍ରୟ କରିବାକୁ ଦୋକାନରେ ଲମ୍ବା ଲାଇନରେ ଠିଆ ହୋଇଥିବା ଲୋକଙ୍କୁ ସେ ଚା’ ଓ ବନ୍ ଦେଉଥିବା ଦେଖାଯାଇଛି । ୧୯୪୮ରେ ସ୍ୱାଧିନତା ପରେ ଏବେ ଶ୍ରୀଲଙ୍କାରେ ଲୋକେ ଖାଦ୍ୟ, ଔଷଧ ଓ ଇନ୍ଧନର ଘୋର ସଙ୍କଟ ମଧ୍ୟଦେଇ ଗତି କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୨୭୨ ନିର୍ବାଚନ କର୍ମଚାରୀ ମୃତ,୧,୮୭୮ ଅସୁସ୍ଥ

ଜାକର୍ତ୍ତା,୨୯ା୪: ଇଣ୍ଡୋନେସିଆ ନିର୍ବାଚନ ଭୋଟ ଗଣତିବେଳେ କାର୍ଯ୍ୟ ଚାପରେ ୨୭୨ ଜଣଙ୍କ ମୃତ୍ୟୁ ହୋଇଛି। ଏକ ସଙ୍ଗେ ରାଷ୍ଟ୍ରପତି ନିର୍ବାଚନ ସହ ଜାତୀୟ ପାର୍ଲାମେଣ୍ଟ ଓ...

ବଲୁଚିସ୍ତାନରେ ବୋମା ବିସ୍ଫୋରଣ: ୫ ମୃତ; ୩୮ ଆହତ

ଇସଲାମାବାଦ୍‌,୩୧।୭: ପାକିସ୍ତାନ ବଲୁଚିସ୍ତାନ ପ୍ରଦେଶରେ ବୋମା ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୩୮ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ଆହତଙ୍କୁ...

ପରିବାର ବଢ଼ାଇବା ପାଇଁ ଏହି ସହରରେ ମାଗଣାରେ ମିଳୁଛି ଜମି, ରହିଛି ଏଭଳି ସର୍ତ୍ତ

କାନବେରା,୨୨ା୧୦: ଭାରତର ଜନସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। କିନ୍ତୁ କିଛି ଦେଶ ଅଛି ଯେଉଁଠି ଏହାର ବିପରୀତ। ସମ୍ପ୍ରତି ଅଷ୍ଟ୍ରେଲିଆର କ୍ୱିଲିପ୍‌ ସହରରୁ ଏକ...

ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌ ମୋଘବେଲୀ ନାସାର ମହାକାଶ ମିଶନରେ ହେବେ ସାମିଲ୍‌

ଓ୍ବାଶିଂଟନ,୧୩।୧: ଆମେରିକା-ଇରାନ ମଧ୍ୟରେ ଉତ୍ତେଜନା ଜାରି ରହିଛି। ତେବେ ମହାକାଶ ଗବେଷଣା କ୍ଷେତ୍ରରେ ଏକ ଖୁସି ଖବର ମିଳିଛି। ମୂଳ ଇରାନୀ ମହିଳା ମହାକାଶଚାରୀ ଜସ୍ମିନ୍‌...

ୟୁକ୍ରେନ୍ ଗସ୍ତ କରିପାରନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ

ୱାଶିଂଟନ,୧୫ ।୪: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି ଆଗାମୀ ଦିନରେ ସେ ଯୁଦ୍ଧଗ୍ରସ୍ତ ୟୁକ୍ରେନ୍ ଗସ୍ତ କରିପାରନ୍ତି । ଆମେରିକାର ଅଧିକାରୀଙ୍କୁ ୟୁକ୍ରେନ୍ ପଠାଇବା...

ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ଜାରି, କ୍ୱିଭ୍ ବୋମାମାଡରେ ୨୦ ମୃତ

କ୍ୱିଭ,୩ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧ ୪୦ ଦିନରେ ପହଞ୍ଚି ସାରିଲାଣି । ହେଲେ ଏବେବି ରୁଷିଆର ଆକ୍ରମଣ ଜାରି ରହିଛି । ରୁଷିଆ ୟୁକ୍ରେନର...

ପୁଟିନ୍‌ଙ୍କୁ ଆତଙ୍କବାଦୀ କହିଲେ ଜେଲେନସ୍କି…

କ୍ୱିଭ୍‌, ୨୯।୬ : ରୁଷିଆ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଜୁନ ୨୭ରେ, ରୁଷିଆର କ୍ଷେପଣାସ୍ତ୍ରଗୁଡ଼ିକ ୟୁକ୍ରେନର କ୍ରେମେନଚୁକ ସହରର ଏକ ଶପିଂ ସେଣ୍ଟରକୁ...

ପ୍ରଧାନମନ୍ତ୍ରୀ ହେବାକୁ ପ୍ରଚଣ୍ଡ ଆଗ୍ରହୀ

କାଠମାଣ୍ଡୁ ,୧୯।୧୨: ସିପିଏନ୍‌-ମାଓବାଦୀ ସେଣ୍ଟରର ଅଧ୍ୟକ୍ଷ ପୁଷ୍ପ କୁମାର ଦହଲ ‘ପ୍ରଚଣ୍ଡ’ ରବିବାର ନେପାଳ ପ୍ରଧାନମନ୍ତ୍ରୀ ଶେର ବାହାଦୁର ଦେଉବାଙ୍କୁ ଭେଟିଛନ୍ତି। ସେ ନୂଆ ସରକାରରେ...

Advertisement
Archives

Model This Week