ଅନ୍ତର୍ଜାତୀୟ

ହ୍ୱାଇଟ ହାଉସ ବାହାରେ ବଜ୍ରପାତ: ୩ ମୃତ

ୱାଶିଂଟନ,୬ ।୮: ଆମେରିକାର ରାଜଧାନୀ ୱାଶିଂଟନରେ ଗୁରୁବାର ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ ହାଉସ ବାହାରେ ବଜ୍ରପାତରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଅନେକ ଆହତ ବି ହୋଇଛନ୍ତି ।…

ଗାଜା ଉପରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ, ହମାସ କମାଣ୍ଡର ସମେତ ୧୦ମୃତ

ଜେରୁଜେଲମ,୬ ।୮: ଇସ୍ରାଏଲ ପକ୍ଷରୁ ଶୁକ୍ରବାର ଗାଜା ଉପରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସର ଜଣେ ବରିଷ୍ଠ କମାଣ୍ଡରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ପାଲେଷ୍ଟାଇନର ଅଧିକାରୀ ଏହି…

ମଧ୍ୟରେଖା ଡେଇଁଲା ଚାଇନା

ବେଜିଂ/ଓ୍ବାଶିଂଟନ/ତାଇପେଇ,୬।୮: ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ୍‌ ଗସ୍ତ ପରେ ସମରାଭ୍ୟାସ ଆଳରେ ଦ୍ୱୀପରାଷ୍ଟ୍ରକୁ ଚାରିପଟୁ ଘେରିଛି ଚାଇନା। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ)ପଠାଇଥିବା ୬୮ ଯୁଦ୍ଧବିମାନ ଓ ୧୩ ଯୁଦ୍ଧଜାହାଜ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ତାଇଓ୍ବାନ୍‌ ପ୍ରଣାଳୀର ମେଡିଆନ୍‌…

ପେଲୋସିଙ୍କୁ ଚାଇନା ମନା

ବେଜିଂ/ଓ୍ବାଶିଂଟନ/ତାଇପେଇ,୬ା୮: ଆମେରିକା ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍ସ ସ୍ପିକର ନାନ୍ସି ପେଲୋସିଙ୍କ ସଦ୍ୟ ତାଇଓ୍ବାନ୍‌ ଗସ୍ତକୁ ନେଇ କ୍ଷୁବ୍ଧ ଚାଇନା ପ୍ରତିକ୍ରିୟାଶୀଳ ହୋଇଉଠିଛି। ବେଜିଂ ପକ୍ଷରୁ ପେଲୋସି ଓ ତାଙ୍କ ପରିବାର ଉପରେ ଶୁକ୍ରବାର କଟକଣା ଜାରି କରାଯାଇଛି। ଏଥିସହ ଓ୍ବାଶିଂଟନ ସହିତ…

ଚାଇନା ହମ୍ବତୋଟା ବନ୍ଦରକୁ ପଠାଇଲା ସ୍ପାଏ ଜାହାଜ: ଆପତ୍ତି କଲା ଭାରତ

କଲମ୍ବୋ/ବେଜିଂ,୫।୮: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ବିବାଦ ପୁଣି ଦେଖାଦେଇଛି। ବର୍ତ୍ତମାନ ଚାଇନାର ଆଉ ଏକ କାର୍ଯ୍ୟ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା ସମ୍ପର୍କକୁ ଆହୁରି ଦ୍ୱିଗୁଣିତ କରିଦେଇଛି। ଭାରତ ଏବଂ ଚାଇନା ମଧ୍ୟରେ ବଢ଼ୁଥିବା ତିକ୍ତତାର…

ନାନ୍ସିଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଚାଇନା

ବେଜିଂ,୫।୮: ତାଇଓ୍ବାନ ଯାତ୍ରା ପରେ ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିିଙ୍କ ଉପରେ ଚାଇନା ପ୍ରତିବନ୍ଧକ ଲଗାଇଛି। ଶୁକ୍ରବାର ଚାଇନାର ବର୍ହିବ୍ୟାପାର ମନ୍ତ୍ରଣାଳୟ ନାନ୍ସି ଏବଂ ତାଙ୍କ ପରିବାରର ସଦସ୍ୟଙ୍କ ଉପରେ ପ୍ରତିବନ୍ଧକ ଘୋଷଣା କରିଛି। ଏଥିସହ ନାନ୍ସିଙ୍କ ଗସ୍ତକୁ ଦୃଢ଼…

ନାଇଟ୍‌ କ୍ଲବ୍‌ରେ ବଡ଼ ଧରଣର ଅଗ୍ନିକାଣ୍ଡ: ଚାଲିଗଲା ୪୦ ଜୀବନ

ବ୍ୟାଙ୍କକ୍‌,୫।୮: ଥାଇଲ୍ୟାଣ୍ଡର ଏକ ନାଇଟ କ୍ଲବରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୪୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ଥାଇଲ୍ୟାଣ୍ଡର ରାଜଧାନୀ ବ୍ୟାଙ୍କକର ଦକ୍ଷିଣ ପୂର୍ବରେ ଚୋନୁବୁରୀ ପ୍ରଦେଶର ସଟ୍ଟାହିପ୍‌ ଜିଲାରେ…

ଗ୍ରିନରଙ୍କୁ ରୁଷିଆରେ ୯ ବର୍ଷ ଜେଲ

ମସ୍କୋ, ୫ା୮: ଡ୍ରଗ୍ସ ଚାଲାଣ ଅଭିଯୋଗରେ ଆମେରିକାର ବାସ୍କେଟବଲ ଖେଳାଳି ବ୍ରିଟନି ଗ୍ରିନରଙ୍କୁ ରୁଷିଆର ଏକ କୋର୍ଟ ଗୁରୁବାର ୯ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଏକ ନିୟୁତ ରୁବଲ(୧୬,୯୯୦ ଡଲାର) ଜରିମାନା ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଫଳରେ ରୁଷୀୟ…

ଚାଇନାକୁ ମିଳିଲା ଆଉ ଏକ ଦେଶର ସମର୍ଥନ

କଲମ୍ବୋ,୫।୮: ତାଇୱାନ ପ୍ରସଙ୍ଗରେ ଚାଇନା ଆଉ ଏକ ଦେଶର ସମର୍ଥନ ମିଳିଛି। ରୁଷିଆ ଏବଂ ପାକିସ୍ତାନର ସମର୍ଥନ ପରେ ବର୍ତ୍ତମାନ ଶ୍ରୀଲଙ୍କା ଚାଇନାକୁ ସମର୍ଥନ କରିଛି। ଆମେରିକାର ସିନେଟ୍‌ର ବାଚସ୍ପତି ନାନ୍ସି ପେଲୋସିଙ୍କ ତାଇୱାନ ଗସ୍ତର ଗୋଟିଏ ଦିନ ପରେ ଶ୍ରୀଲଙ୍କା…

ଆର୍ମିନିଆ ଉପରେ ଆକ୍ରମଣ କଲା ଅଜରବେଜାନ, ୩ ମୃତ, ରୁଷିଆ କହିଲା ଅସ୍ତ୍ରବିରତି ଉଲ୍ଲଂଘନ

ୟେରୱାନ, କାବୁ,୫ ।୮: ୟୁକ୍ରେନ ଓ ତାଇୱାନ ଅଞ୍ଚଳରେ ବଢି ଚାଲିଥିବା ଉତ୍ତେଜନା ମଧ୍ୟରେ ମଧ୍ୟ ଏସିଆ ଦେଶ ଅଜରବେଜାନ ଓ ଆର୍ମିନିଆରେ ବି ଉତ୍ତେଜନା ଦେଖାଦେଇଛି । ଅଜରବେଜାନକୁ ତୁର୍କିରୁ ମିଳିଥିବା ଘାତକ ବୟାରକତାର ଡ୍ରୋନ୍ ସହାୟତାରେ ଆର୍ମିନିଆର ଅଧିକାଂଶ…

ମଙ୍କିପକ୍ସକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ଘୋଷଣା କଲା ଆମେରିକା, ୬୬୦୦ରୁ ଅଧିକ ସଂକ୍ରମିତ

ୱାଶିଂଟନ,୫ ।୮: ବେଳକୁ ବେଳ ବଢିଲାଣି ମଙ୍କିପକ୍ସ ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଆମେରିକାର ବାଇଡେନ ପ୍ରଶାସନ ଆମେରିକାରେ ଗୁରୁବାର ମଙ୍କିପକ୍ସର ପ୍ରକୋପକୁ ସାର୍ବଜନିକ ସ୍ୱାସ୍ଥ୍ୟ ଏମରଜେନ୍ସି ବା ପବ୍ଲିକ ହେଲ୍‌ଥ ଏମରଜେନ୍ସି ଘୋଷଣା କରିଛନ୍ତି । ଦେଶର ଶୀର୍ଷ…

ପାକିସ୍ତାନରେ ଖୋଲିଲା ୧୨ଶହ ବର୍ଷ ପୁରୁଣା ମନ୍ଦିର

ଲାହୋର, ୫ା୮: ଦୀର୍ଘଦିନର ଆଇନଗତ ଲଢ଼େଇ ପରେ ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଏକ ୧୨ଶହ ବର୍ଷ ପୁରୁଣା ବାଲ୍ମିକୀ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି। ଏକ ଖ୍ରୀଷ୍ଟିଆନ ପରିବାର ଏହାକୁ କବଜା କରି ରଖିବା ଯୋଗୁ ଦୁଇ ଦଶନ୍ଧିରୁ ଅଧିକ ସମୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri