ଆଫଗାନିସ୍ତାନରେ ମହିଳାଙ୍କ ଉପରେ ବଢୁଛି ପ୍ରତିବନ୍ଧକ, ସ୍କୁଲ-ଜବ ପରେ ଏବେ ପାର୍କ ଓ ମେଳାରେ ଏଣ୍ଟ୍ରି ମନା

କାବୁଲ,୧୦ ।୧୧: ଆଫଗାନିସ୍ତାନରେ ମହିଳାଙ୍କ ଉପରେ ପ୍ରତିବନ୍ଧକ ବେଳକୁ ବେଳ ବଢିବାରେ ଲାଗିଛି । ଏବେ ଆଫଗାନିସ୍ତାନର ରାଜଧାନୀ କାବୁଲରୁ ଏକ ବଡ ଖବର ଆସିଛି । ଏଠାରେ ସାର୍ବଜନିକ ସ୍ଥାନ ଅର୍ଥାତ୍ ପାର୍କ ଓ ମେଳାରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏହି ନୂଆ ନିୟମ ଚଳିତ ସପ୍ତାହରେ ଲାଗୁ କରାଯାଇଛିଇ । ଏହାଦ୍ୱାରା ମହିଳାମାନଙ୍କ ଏବେ ଆଉ ସାର୍ବଜନିକ ସ୍ଥାନରେ ପ୍ରବେଶ ଅନୁମତି ମିଳିବ ନାହିଁ । ଏଠାରେ ପୂର୍ବରୁ ବି ମହିଳାଙ୍କ ଉପରେ ବିଭିନ୍ନ ପ୍ରକାର ପ୍ରତିବନ୍ଧକ ଲାଗିଛି । ଏହା ପୂର୍ବରୁ ତାଲିବାନ ସରକାର ଆଫଗାନ ମହିଳାଙ୍କୁ ଘରୁ ବାହାରକୁ ବାହାରିବାକୁ ମନା କରିବା ସହ ଘର ବାହାରେ କାମ କରିବା ଉପରେ ବି ପ୍ରତିବନ୍ଧକ ଲଗାଇଛନ୍ତି ।

ଏହା ବ୍ୟତୀତ ଏଠାକାର ସ୍କୁଲରେ ବି ଛାତ୍ରୀ ଛାତ୍ରଙ୍କ ମଧ୍ୟରେ ଭେଦଭାବ ଦେଖିବାକୁ ମିଳିଛି । ଛାତ୍ରୀମାନଙ୍କୁ ୬ଷ୍ଠ ଶ୍ରେଣୀ ପରେ ପଢିବାକୁ ଅନୁମତି ଦେଇ ନାହାନ୍ତି ଆଫଗାନ ସରକାର । ଜଣେ ମହିଳା କହିଛନ୍ତି, ଏଠାକାର ମହିଳାଙ୍କ ପାଖରେ ନା ସ୍କୁଲ ଅଛି ନା କାମ । ଆମ ନିକଟରେ ଗୋଟିଏ ସ୍ଥାନ ଥିଲା । ଏବେ ସେଠାରେ ବି ଏଣ୍ଟ୍ରିକୁ ମନା କରି ଦିଆଗଲା । ସେ କହିଛନ୍ତି ମହିଳାମାନେ ଏଭଳି ଅତ୍ୟାଚାରରେ ଅତିଷ୍ଠ ହୋଇ ପଡିଲେଣି ।
ଆଫଗାନିସ୍ତାନରେ ମହିଳାଙ୍କ ଉପରେ ଅତ୍ୟାଚାର ବଢି ଚାଲିଥିବା ବେଳେ ତାଲିବାନ ସରକାର ସମସ୍ତ ମହିଳାଙ୍କୁ ସାର୍ବଜନିକ ଭାବେ ନିଜ ଚେହେରା ପରଦା ତଳେ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ମହିଳାମାନଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମରେ ଭାଗ ନେବା ଓ ପୁରୁଷଙ୍କ ସହ ପାର୍କ ଯିବାକୁ ସରକାର ଅନୁମତି ଦେଇ ନାହାନ୍ତି ।
ସୂଚନାଯୋଗ୍ୟ, ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ ଶାସନ କରିବା ପରଠାରୁ ମହିଳାଙ୍କ ଉପରେ ଅତ୍ୟାଚାର ବଢିବାରେ ଲାଗିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନକୁ ବୁଦ୍ଧି ଶିଖାଇଲା ଆମେରିକା

ଓ୍ବାଶିଂଟନ,୨୦ା୪: ଆମେରିକା ତିନୋଟି ଚାଇନିଜ୍‌ ଏବଂ ଗୋଟିଏ ବେଲାରୁଷ କମ୍ପାନୀକୁ ପାକିସ୍ତାନର କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମ ପାଇଁ ଯନ୍ତ୍ରପାତି ଯୋଗାଇବାକୁ ବାରଣ କରିଛି। ଆମେରିକା ବୈଦେଶିକ ବିଭାଗ...

ଅନ୍‌ଲାଇନ୍‌ ଗେମ୍‌ ଖେଳି ଛାତ୍ରଙ୍କ ଜୀବନ ଗଲା

ଓ୍ବାଶିଂଟନ,୨୦ା୪: ଆମେରିକା କଲେଜ ଏବଂ ବିଶ୍ୱବିଦ୍ୟାଳୟରେ ପଢୁଥିବା ଭାରତୀୟ ଛାତ୍ରଙ୍କ ପାଇଁ ଏକ ଗମ୍ଭୀର ତଥା ପ୍ରଥମ ଘଟଣା ଘଟିଛି। ଜଣେ ଛାତ୍ର ଅନ୍‌ଲାଇନ୍‌ ଗେମ୍‌...

ଗାଈର କଞ୍ଚା କ୍ଷୀରରୁ ମିଳିଲା H5N1 ବାର୍ଡ ଫ୍ଲୁ ଷ୍ଟ୍ରେନ୍‌; ସତର୍କ କଲା WHO

ନୂଆଦିଲ୍ଲୀ,୨୦।୪: ଆମେରିକାରେ ଗାଈର କଞ୍ଚା କ୍ଷୀରରେ ବାର୍ଡ ଫ୍ଲୁ ଭାଇରସ୍‌ ଷ୍ଟ୍ରେନ୍‌ ଏଚ୍‌୫ଏନ୍‌୧(H୫N୧) ଚିହ୍ନଟ ହୋଇଛି। ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ଚିନ୍ତା ପ୍ରକଟ...

ମସ୍କଙ୍କ ଭାରତ ଗସ୍ତ ସ୍ଥଗିତ

ନୁୟର୍କ/ନୂଆଦିଲ୍ଲୀ,୨୦।୪: ଟେସଲା ସିଇଓ ଏଲନ ମସ୍କଙ୍କ ଭାରତ ଗସ୍ତକୁ ସ୍ଥଗିତ ରଖାଯାଇଛି। ୨୧-୨୨ ଏପ୍ରିଲରେ ଦୁଇ ଦିନ ପାଇଁ ମସ୍କ ଭାରତ ଗସ୍ତ କରିବାର କାର୍ଯ୍ୟକ୍ରମ...

ଅତି ଜରୁରୀ ନ ଥିଲେ ଯାତ୍ରା କରନ୍ତୁ ନାହିଁ

ଆବୁଧାବି,୨୦।୪: ସଂଯୁକ୍ତ ଆରବ ଏମିରେଟ୍‌ସ(ୟୁଏଇ)ରେ ଭୟଙ୍କର ବନ୍ୟା ମଧ୍ୟରେ ଫସିରହିଥିବା ଭାରତୀୟଙ୍କ ପାଇଁ ନୂଆ ଆଡ୍‌ଭାଇଜରି ଜାରି ହୋଇଛି। ଦୁବାଇରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ...

ଇରାନରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ଦୁବାଇ,୨୦ା୪: ଇରାନ୍‌ ଉପରେ ଇସ୍ରାଏଲୀ ସେନା ଶୁକ୍ରବାର ମିଶାଇଲ୍‌ ଆକ୍ରମଣ କରିଥିବା ଆମେରିକାର ଜଣେ ବରିଷ୍ଠ ସେନା ଅଧିକାରୀ ସୂଚନା ଦେଇଛନ୍ତି। ଇରାକ୍‌ ଓ ସିରିଆରେ...

ଇସ୍ରାଏଲ କେମିତି କଲା ଆକ୍ରମଣ, ଇରାନର କେତେ ହେଲା କ୍ଷତି ଜାଣନ୍ତୁ ସେ ସମ୍ପର୍କରେ…

ତେହରାନ,୧୯ା୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବିଶ୍ୱଯୁଦ୍ଧର ଆଶଙ୍କା ଆହୁରି ଗଭୀର ହେବାକୁ ଲାଗିଲାଣି। ଇସ୍ରାଏଲ ଦ୍ୱାରା ଇରାନ ଉପରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍‌ ଆକ୍ରମଣ...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri