Advertisement

ସିନେଟ୍‌ ପାଇଁ କଡ଼ା ମୁକାବିଲା

ଓ୍ବାଶିଂଟନ୍‌,୧୦।୧୧ : ଆମେରିକା ରାଷ୍ଟ୍ରପତିଙ୍କ ପ୍ରଥମ ଦୁଇବର୍ଷ କାର୍ଯ୍ୟକାଳର ମୂଲ୍ୟାଙ୍କନ ବିବେଚନା କରାଯାଉଥିବା ମିଡ୍‌ଟମର୍‌ସ ବା ମଧ୍ୟବର୍ତ୍ତିକାଳୀନ ନିର୍ବାଚନର ଫଳାଫଳ ଏଥର ପରମ୍ପରା ଭାଙ୍ଗିଛି। ପୂର୍ବରୁ ଅଧିକାଂଶ ମିଡ୍‌ଟମର୍‌ସରେ ସରକାର ବିରୋଧୀ ଜନାଦେଶ ଆସିଥିବାବେଳେ ଚଳିତ ନିର୍ବାଚନରେ ଆମେରିକୀୟ ଭୋଟର ଅସ୍ପଷ୍ଟ ପରିଣାମ ଦେଇଛନ୍ତି। ଶାସକ ଡେମୋକ୍ରାଟ୍ସ ଧରାଶାୟୀ ହୋଇଯିବେ ବୋଲି ରିପବ୍ଲିକାନ୍‌ ଲିଡର୍‌ ଡୋନାଲ୍ଡ ଟ୍ରମ୍ପ୍‌ ମନେ ମନେ ଲଡ଼ୁ ଖାଉଥିଲେ। କିନ୍ତୁ ବୁଧବାର ଭାରତୀୟ ସମୟ ରାତି ୧୨ଟା ସୁଦ୍ଧା କଂଗ୍ରେସର ଉଚ୍ଚସଦନ ସିନେଟ୍‌କୁ ଡେମୋକ୍ରାଟ୍‌ମାନଙ୍କ ଦଖଲରୁ ଛଡ଼ାଇପାରି ନାହାନ୍ତି ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ୍‌।

ଶାସକ ଡେମୋକ୍ରାଟିକ୍‌ ପାର୍ଟି ଓ ବିରୋଧୀ ରିପବ୍ଲିକାନ୍‌ ପାର୍ଟି ମଧ୍ୟରେ ଆସନ ସଂଖ୍ୟାକୁ ନେଇ କୌଣସି ବ୍ୟବଧାନ ନାହିଁ। ଦୁଇଦଳ ୧୦୦ ସଦସ୍ୟତା ବିଶିଷ୍ଟ ସିନେଟ୍‌ର ଏକତୃତୀୟାଂଶ ଅର୍ଥାତ୍‌ ୩୫ ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସିନେଟ୍‌ରେ ପୂର୍ବରୁ ଡେମୋକ୍ରାଟିକ୍‌ ପାର୍ଟିର ୪୮ ସଦସ୍ୟ ଥିବାବେଳେ ଶାସକ ଦଳକୁ ୨ ଜଣ ସ୍ବାଧୀନ ସିନେଟର ସମର୍ଥନ କରୁଛନ୍ତି। ସେହିପରି ରିପବ୍ଲିକାନ୍‌ ପାର୍ଟିର ୫୦ ସଦସ୍ୟ ଉଚ୍ଚସଦନରେ ପ୍ରତିନିଧିତ୍ୱ କରୁଥିଲେ। ଏହିସ୍ଥଳେ ରିପବ୍ଲିକାନ୍ସଙ୍କୁ ସିନେଟ୍‌ ନିୟନ୍ତ୍ରଣ ପାଇଁ ଆଉ ଗୋଟିଏ ଆସନ ଦରକାର ଥିଲା।

ଅନ୍ୟପକ୍ଷେ ସିନେଟ୍‌ରେ ନିଜ ନିୟନ୍ତ୍ରଣ ବଜାୟ ରଖିବା ପାଇଁ ଡେମୋକ୍ରାଟ୍ସଙ୍କୁ ୫୦ ଆସନ ଆବଶ୍ୟକ। ରିପୋର୍ଟ ଲେଖାଯିବା ବେଳକୁ ଦୁଇଦଳ ସମାନ ସଂଖ୍ୟକ ୪୮ ଆସନ ଦଖଲ କରିଥିଲେ। ଡେମୋକ୍ରାଟ୍‌ମାନେ କଲୋରାଡୋ, ନ୍ୟୁ ହାମ୍ପଶାୟାର୍‌ ଏବଂ ପାନ୍‌ସିଲଭାନିଆରେ ଜିତିଲେ ସିନେଟ୍‌ରେ ସଂଖ୍ୟା ଗରିଷ୍ଠତା ହାସଲ କରିବେ। ଅନ୍ୟପକ୍ଷେ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରଭାବରୁ ଉଚ୍ଚସଦନକୁ ମୁକ୍ତ କରିବା ପାଇଁ ଟ୍ରମ୍ପଙ୍କ ଦଳ ଓହିଓ, ନର୍ଥ କାରୋଲିନା ଓ ଓ୍ବସ୍କୋନ୍‌ସିନ୍‌ରେ ଜିତିବା ଜରୁରୀ।

ଉଚ୍ଚମୁଦ୍ରାସ୍ଫୀତି ଓ ବାଇଡେନ୍‌ଙ୍କ ନିମ୍ନ ର଼୍ୟାଟିଂ ଶାସକଦଳ ପାଇଁ ବିପର୍ଯ୍ୟୟର କାରଣ ସାଜିବ ବୋଲି ପୂର୍ବର ସବୁ ଆକଳନ ସିନେଟ୍‌ ନିର୍ବାଚନରେ ଭୁଲ୍‌ ପ୍ରମାଣିତ ହୋଇଛି।
୪୩୫ ଆସନ ବିଶିଷ୍ଟ ହାଉସ୍‌ ଅପ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଡେମୋକ୍ରାଟିକ୍‌ ପାର୍ଟିର ୨୨୦ ଏବଂ ରିପବ୍ଲିକାନ୍‌ ପାର୍ଟିର ୨୧୨ ସଦସ୍ୟ ଅଛନ୍ତି। ଶାସକ ଦଳର ସଂଖ୍ୟାଗରିଷ୍ଠତା ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ଓ ନିଷ୍ପତ୍ତି ସମ୍ପର୍କିତ ବିଲ୍‌କୁ ପାରିତ କରାଇବାରେ ସହାୟକ ହୋଇ ଆସିଛି। ନିମ୍ନ ସଦନର ଏହି ସମସ୍ତ ଆସନରେ କରାଯାଇଥିବା ଭୋଟ୍‌ର ପରିଣାମ ରିପବ୍ଲିକାନ୍ସଙ୍କୁ ସୁହାଇଛି। କଡ଼ା ମୁକାବିଲା ସତ୍ତ୍ୱେ ଟ୍ରମ୍ପ୍‌ଙ୍କ ଦଳ ୨୨୨ ଆସନ ଦଖଲ ଦିଗରେ ଅଗ୍ରସର ହୋଇଛି। ବାଇଡେନ୍‌ଙ୍କ ଦଳ ୨୧୩ରେ ସୀମିତ ରହିଛି, ଯଦିଓ ସମ୍ପୂର୍ଣ୍ଣ ଫଳାଫଳ ସ୍ପଷ୍ଟ ହୋଇନାହିଁ। ଫଳରେ ରାଷ୍ଟ୍ରପତି ବାଇଡେନ୍‌ଙ୍କୁ ପରବର୍ତ୍ତୀ ୨ ବର୍ଷର ଶାସନ ବେଳେ ଅନେକ ପ୍ରସଙ୍ଗରେ ସାଲିସ୍‌ କରିବାକୁ ପଡ଼ିପାରେ। ପୂର୍ବରୁ ପ୍ରତିନିଧି ସଭାରେ ୨୨୦ ଡେମୋକ୍ରାଟ୍ସ ଥିବାବେଳେ ରିପବ୍ଲିକାନ୍‌ ସଦସ୍ୟ ଥିଲେ ୨୧୨ ଜଣ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପାକିସ୍ତାନ ବିରୋଧରେ କେବେ କରିବ ସାମରିକ କାର୍ଯ୍ୟାନୁଷ୍ଠାନ ? ଆମେରିକା ଗୁପ୍ତଚର ରିପୋର୍ଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୨।୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପାକିସ୍ତାନ ବିରୋଧରେ ଭାରତର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସମ୍ଭାବନା ଅଧିକ। ଆମେରିକା ଇଣ୍ଟେଲିଜେନ୍ସ କମ୍ୟୁନିଟିର...

ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ସୋମବାର

କାଠମାଣ୍ଡୁ,୫ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ରାଜନୈତିକ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ଲାଗି ଶାସକ ଦଳ ଏନ୍‌ସିପିର ଗୁରୁତ୍ୱପୂର୍ଣ୍ଣ ଷ୍ଟାଣ୍ଡିଂ କମିଟି ବୈଠକ...

ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବ ଭାକ୍ୟୁମ୍‌ ଅଗ୍ନି ନିର୍ବାପକ ଯନ୍ତ୍ର

ଟୋକିଓ,୨୩।୪: ମହାକାଶରେ ଲାଗିଥିବା ନିଆଁକୁ କାବୁ କରିବା ପାଇଁ ବୈଜ୍ଞାନିକ ଏକ ନୂତନ ଅଗ୍ନି ନିର୍ବାପକ ଯନ୍ତ୍ର ନିର୍ମାଣ କରିଛନ୍ତି। ଏହା ସାଧାରଣ ଅଗ୍ନି ନିର୍ବାପକ...

ମରିୟମଙ୍କୁ ବିଦେଶ ଯାତ୍ରା ଅନୁମତି ଦେଲେ ନାହିଁ ଇମ୍ରାନ ସରକାର

ଇସ୍‌ଲାମାବାଦ,୨୩।୧୨: ପାକିସ୍ତାନର ଇମ୍ରାନ୍‌ ଖାନ୍‌ ସରକାର ପାକିସ୍ତାନ ମୁସଲିମ ଲିଗ୍‌ ନଓ୍ବାଜ (PML-N)ର ଉପାଧ୍ୟକ୍ଷ ମରିୟମ ନଓ୍ବାଜଙ୍କୁ ବିଦେଶ ଗସ୍ତ କରିବାକୁ ମନୁମତି ଦେଇ ନାହାନ୍ତି।...

ଡ୍ରଗ୍ସ ଟେଷ୍ଟରେ ପ୍ରଧାନମନ୍ତ୍ରୀ ପାସ୍‌

ହେଲସିଙ୍କି,୨୪।୮: ଏକ ପାର୍ଟିରେ ଫିନ୍‌ଲାଣ୍ଡ ପ୍ରଧାନମନ୍ତ୍ରୀ ସନ୍ନା ମରିନ୍‌ ନାଚଗୀତ କରୁଥିବାର ଫଟୋ ଭିଡିଓ ଭାଇରାଲ ହେବା ପରେ ତାଙ୍କୁ ସମାଲୋଚନାର ସାମ୍‌ନା କରିବାକୁ ପଡ଼ିଥିଲା।...

‘ମୋ ଦୃଷ୍ଟିରେ ଦୁନିଆ ଏକ ପରିବାର’

ନ୍ୟୁୟର୍କ,୨୪ା୯: ମିଳିତ ଜାତିସଂଘର ସାଧାରଣ ସଭାରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି, ଅଷ୍ଟାଦଶ ଶତାବ୍ଦୀରେ ଭାରତ ବିଶ୍ୱର...

ଅଲମ୍ପିକ୍‌ରେ କରୋନା…

ଟୋକିଓ,୧୭।୭: ଜାପାନର ଟୋକିଆ ଅଲମ୍ପିକ୍‌ରେ କରୋନା ସଂକ୍ରମଣ ଆରମ୍ଭ ହୋଇଛି। ଜୁଲାଇ ୨୩ରୁ ଟୋକିଓରେ ୨୦୨୦ ଅଲମ୍ପିକ୍‌ ହେବାକୁ ଯାଉଛି। ଏହା ପୂର୍ବରୁ ସ୍ଥାନୀୟ କ୍ରୀଡ଼ା...

ଜର୍ମାନ ଶାସକ ଦଳର ନୂଆ ନେତା ଅର୍ମିନ

ବର୍ଲିନ, ୧୭।୧: ଜର୍ମାନ ଚାନ୍‌ସେଲର ଆଞ୍ଜେଲା ମର୍କେଲ୍‌ଙ୍କ ସେଣ୍ଟର-ରାଇଟ୍‌ ପାର୍ଟି ଗଭର୍ଣ୍ଣର ଅର୍ମିନ ଲାସେଟ୍‌ଙ୍କୁ ଦଳର ନୂଆ ନେତା ଚୟନ କରିଛି। ନିର୍ବାଚନ ପୂର୍ବରୁ ନୂଆ...

Advertisement
Archives

Model This Week