ପ୍ରେମ ପାଇଁ ରାଜକାର୍ଯ୍ୟ ଛାଡ଼ିଲେ ପ୍ରିନ୍ସେସ୍‌

ଓସ୍‌ଲୋ ୧୦ା୧୧: ନରଓ୍ବେ ପ୍ରିନ୍ସେସ୍‌ ମାର୍ଥା ଲୁଇସ୍‌ ତାଙ୍କ ପ୍ରେମିକଙ୍କ ପାଇଁ ରାଜକାର୍ଯ୍ୟ ପରିତ୍ୟାଗ କରିଛନ୍ତି। ହଲିଉଡ୍‌ର ଆଧ୍ୟାତ୍ମିକ ଗୁରୁ ଡୁରେକ୍‌ ଭେରେଟ୍‌ଙ୍କ ସହ ୨୧ବର୍ଷୀୟା ରାଜକୁମାରୀଙ୍କ ସମ୍ବନ୍ଧକୁ ନେଇ ଦେଶସାରା ଚର୍ଚ୍ଚା। ଆତ୍ମଘୋଷିତ ଗଡ୍‌ମ୍ୟାନ୍‌ ଡୁରେକ୍‌ଙ୍କ ସାଙ୍ଗରେ ସେ ନିଜ ଅଲ୍‌ଟରନେଟିଭ୍‌ ମେଡିସିନ୍‌ ବ୍ୟବସାୟ ଉପରେ ଫୋକସ୍‌ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

୪୭ ବର୍ଷୀୟ ଆଫ୍ରିକୀୟ-ଆମେରିକୀୟ ଅଲ୍‌ଟରନେଟିଭ୍‌ ଥେରାପିଷ୍ଟ ଡୁରେକ୍‌ ନିଜ ପୁସ୍ତକ ‘ସ୍ପିରିଟ୍‌ ହ୍ୟାକିଂ’ରେ କ୍ୟାନ୍ସର ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଓ୍ବେ୍‌ବ୍‌ ସାଇଟ୍‌ ଜରିଆରେ ସେ ‘ସ୍ପିରିଟ୍‌ ଅପ୍ଟିମାଇଜର୍‌’ ନାମରେ ଏକ ଲକେଟ୍‌ ବିକ୍ରି କରନ୍ତି। ଏହାର ଦାମ୍‌ ୨୨୨ ଡଲାର। ଏହି ଲକେଟ୍‌ ପିନ୍ଧି କୋଭିଡ୍‌-୧୯ ମହାମାରୀ କବଳରୁ ସେ ମୁକ୍ତ ହୋଇଥିବା ଦାବି କରିଛନ୍ତି। ଗତ ସେପ୍ଟେମ୍ବରରେ ନରଓ୍ବେରେ କରାଯାଇଥିବା ଏକ ଜନମତ ସର୍ଭେରେ ଜଣାପଡ଼ିଛି ଯେ, ପ୍ରିନ୍ସେସ୍‌ ଏବଂ ସ୍ପିରିଚୁଆଲ ଗୁରୁଙ୍କ ଏହି ସମ୍ପର୍କ ଯୋଗୁ ରାଜ ପରିବାର ଲୋକପ୍ରିୟତା ହରାଇ ଦେଇଛି। ପ୍ରିନ୍ସେସ୍‌ ମାର୍ଥା ଲୁଇସ ଇନ୍‌ଷ୍ଟାଗ୍ରାମରେ ରୟାଲ୍‌ ହାଉସ୍‌ (ରାଜପ୍ରାସାଦ)ରେ ଶାନ୍ତି ଆଣିବା ପାଇଁ ରାଜକୀୟ କର୍ତ୍ତବ୍ୟରୁ ଓହରିଯିବା ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି।

ଉକ୍ତ ଭିଡିଓରେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ସେ ଆଉ ରୟାଲ୍‌ ହାଉସ୍‌ର ପ୍ରତିନିଧିତ୍ୱ କରିବେ ନାହିଁ। ତେବେ ରାଜାଙ୍କ ଇଚ୍ଛା ଅନୁସାରେ ତାଙ୍କ ପ୍ରିନ୍ସେସ୍‌ ଟାଇଟଲ ବଳବତ୍ତର ରହିବ। କୁଇନ୍‌ ସୋନ୍‌ଜାଙ୍କ ସହ କିଙ୍ଗ୍‌ ହରାଲ୍ଡ ଗଣମାଧ୍ୟମ ଆଗରେ ଝିଅଙ୍କ ଏହି ନିଷ୍ପତ୍ତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ପରୀମାନଙ୍କ ସହ କଥା ହୁଅନ୍ତି ବୋଲି ଦାବି କରୁଥିବା ମାର୍ଥା ୨୦୦୨ରେ ଭବିଷ୍ୟବକ୍ତା ସାଜିଥିଲେ। ଏଥିଯୋଗୁ ତାଙ୍କୁ ‘ହର୍‌ ରୟାଲ୍‌ ହାଇନେସ୍‌’ ଉପାଧି ହରାଇବାକୁ ପଡ଼ିଥିଲା। ୩ ସନ୍ତାନଙ୍କ ଜନନୀ ମାର୍ଥା ଲେଖକ ଆରି ମିକାଏଲ ବେନ୍‌ଙ୍କୁ ୨୦୧୭ରେ ଛାଡ଼ପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଭୟଙ୍କର ଭୂସ୍ଖଳନ: ହଠାତ୍‌ ଧସିଲା ବଡ଼ବଡ଼ ପଥର ଖଣ୍ଡ, ମାଟି ଅତଡ଼ା

ବଞ୍ଚୋ,୨୬ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅଧୀନ ତରତରା ପଂଚାୟତ ବାହିଆବାରଦଣ୍ଡା ଅଞ୍ଚଳର ବାରହାଗାଡ଼ିଆ ନିକଟରେ ଶନିବାର ଏକ ଭୟାନକ ଭୂସ୍କଳନ ଘଟିଥିବା ଜଣାପଡ଼ିଛି। ହଠାତ୍‌ ମାଟି ଓ…

ସଡ଼କ ଦୁର୍ଘଟଣାରେ ୨ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ, ଡାକ୍ତରଖାନାରେ ପହଞ୍ଚି ସ୍ବାସ୍ଥ୍ୟାବସ୍ଥା ପଚାରିଲେ ଅଧୀକ୍ଷକ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଅଗସ୍ତି ନୂଆଗାଁ ନିକଟରେ ଶନିବାର ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଗୋଷ୍ଠୀ ସ୍ବାସ୍ଥ୍ୟ ଅଧିକାରିଣୀ ଆହତ…

ଲଗାଣ ବର୍ଷାରେ ଖରିପ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ଗଞ୍ଜାମ,୨୬ା୯(ବିଦ୍ୟାଧର ସାହୁ): ସାମୁଦ୍ରିକ ଝଡ଼ ଯୋଗୁ ଲଗାଣ ବର୍ଷା ପ୍ରଭାବରେ ସାଧାରଣ ଜୀବନ ଜୀବିକା ପ୍ରଭାବିତ ହୋଇପଡ଼ିଥିବା ପରିଲକ୍ଷିତ ହୋଇଛି। ଏପରିକି ରବି ଓ ଖରିଫ ଫସଲ…

କେଏସ୍‌ୟୁବି କଲେଜରେ କାରିୟର କାଉନସେଲିଂ, ଛାତ୍ରୀଛାତ୍ରଙ୍କୁ ମାର୍ଗଦର୍ଶନ ଦେଇ…

ଭଞ୍ଜନଗର,୨୬ା୯(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ (କେଏସ୍‌ୟୁବି) ପରିସରରେ ଶନିବାର ଏକ କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ.…

ଅମିତାଭଙ୍କ ସାମ୍ନାରେ ଭାବପ୍ରବଣ ହୋଇପଡ଼ିଲେ ରାଜକୁମାର: କହୁ କହୁ କହିଦେଲେ…

ମୁମ୍ବାଇ:ଲୋକପ୍ରିୟ କୁଇଜ ରିଆଲିଟି ଶୋ’ ‘କୌନ ବନେଗା କରୋଡପତି’ ସିଜନ ୧୮ର ମଞ୍ଚ କେବଳ ଜ୍ଞାନ ଓ ପୁରସ୍କାରରେ ସୀମିତ ନୁହେଁ। ଅନେକ ସମୟରେ ଏଠାରେ ଅତିଥିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?