ପ୍ରେମ ପାଇଁ ରାଜକାର୍ଯ୍ୟ ଛାଡ଼ିଲେ ପ୍ରିନ୍ସେସ୍‌

ଓସ୍‌ଲୋ ୧୦ା୧୧: ନରଓ୍ବେ ପ୍ରିନ୍ସେସ୍‌ ମାର୍ଥା ଲୁଇସ୍‌ ତାଙ୍କ ପ୍ରେମିକଙ୍କ ପାଇଁ ରାଜକାର୍ଯ୍ୟ ପରିତ୍ୟାଗ କରିଛନ୍ତି। ହଲିଉଡ୍‌ର ଆଧ୍ୟାତ୍ମିକ ଗୁରୁ ଡୁରେକ୍‌ ଭେରେଟ୍‌ଙ୍କ ସହ ୨୧ବର୍ଷୀୟା ରାଜକୁମାରୀଙ୍କ ସମ୍ବନ୍ଧକୁ ନେଇ ଦେଶସାରା ଚର୍ଚ୍ଚା। ଆତ୍ମଘୋଷିତ ଗଡ୍‌ମ୍ୟାନ୍‌ ଡୁରେକ୍‌ଙ୍କ ସାଙ୍ଗରେ ସେ ନିଜ ଅଲ୍‌ଟରନେଟିଭ୍‌ ମେଡିସିନ୍‌ ବ୍ୟବସାୟ ଉପରେ ଫୋକସ୍‌ କରିବା ପାଇଁ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି।

୪୭ ବର୍ଷୀୟ ଆଫ୍ରିକୀୟ-ଆମେରିକୀୟ ଅଲ୍‌ଟରନେଟିଭ୍‌ ଥେରାପିଷ୍ଟ ଡୁରେକ୍‌ ନିଜ ପୁସ୍ତକ ‘ସ୍ପିରିଟ୍‌ ହ୍ୟାକିଂ’ରେ କ୍ୟାନ୍ସର ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ତାଙ୍କ ଓ୍ବେ୍‌ବ୍‌ ସାଇଟ୍‌ ଜରିଆରେ ସେ ‘ସ୍ପିରିଟ୍‌ ଅପ୍ଟିମାଇଜର୍‌’ ନାମରେ ଏକ ଲକେଟ୍‌ ବିକ୍ରି କରନ୍ତି। ଏହାର ଦାମ୍‌ ୨୨୨ ଡଲାର। ଏହି ଲକେଟ୍‌ ପିନ୍ଧି କୋଭିଡ୍‌-୧୯ ମହାମାରୀ କବଳରୁ ସେ ମୁକ୍ତ ହୋଇଥିବା ଦାବି କରିଛନ୍ତି। ଗତ ସେପ୍ଟେମ୍ବରରେ ନରଓ୍ବେରେ କରାଯାଇଥିବା ଏକ ଜନମତ ସର୍ଭେରେ ଜଣାପଡ଼ିଛି ଯେ, ପ୍ରିନ୍ସେସ୍‌ ଏବଂ ସ୍ପିରିଚୁଆଲ ଗୁରୁଙ୍କ ଏହି ସମ୍ପର୍କ ଯୋଗୁ ରାଜ ପରିବାର ଲୋକପ୍ରିୟତା ହରାଇ ଦେଇଛି। ପ୍ରିନ୍ସେସ୍‌ ମାର୍ଥା ଲୁଇସ ଇନ୍‌ଷ୍ଟାଗ୍ରାମରେ ରୟାଲ୍‌ ହାଉସ୍‌ (ରାଜପ୍ରାସାଦ)ରେ ଶାନ୍ତି ଆଣିବା ପାଇଁ ରାଜକୀୟ କର୍ତ୍ତବ୍ୟରୁ ଓହରିଯିବା ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି।

ଉକ୍ତ ଭିଡିଓରେ ସେ କହିଛନ୍ତି, ବର୍ତ୍ତମାନ ସମୟରେ ସେ ଆଉ ରୟାଲ୍‌ ହାଉସ୍‌ର ପ୍ରତିନିଧିତ୍ୱ କରିବେ ନାହିଁ। ତେବେ ରାଜାଙ୍କ ଇଚ୍ଛା ଅନୁସାରେ ତାଙ୍କ ପ୍ରିନ୍ସେସ୍‌ ଟାଇଟଲ ବଳବତ୍ତର ରହିବ। କୁଇନ୍‌ ସୋନ୍‌ଜାଙ୍କ ସହ କିଙ୍ଗ୍‌ ହରାଲ୍ଡ ଗଣମାଧ୍ୟମ ଆଗରେ ଝିଅଙ୍କ ଏହି ନିଷ୍ପତ୍ତିକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ପରୀମାନଙ୍କ ସହ କଥା ହୁଅନ୍ତି ବୋଲି ଦାବି କରୁଥିବା ମାର୍ଥା ୨୦୦୨ରେ ଭବିଷ୍ୟବକ୍ତା ସାଜିଥିଲେ। ଏଥିଯୋଗୁ ତାଙ୍କୁ ‘ହର୍‌ ରୟାଲ୍‌ ହାଇନେସ୍‌’ ଉପାଧି ହରାଇବାକୁ ପଡ଼ିଥିଲା। ୩ ସନ୍ତାନଙ୍କ ଜନନୀ ମାର୍ଥା ଲେଖକ ଆରି ମିକାଏଲ ବେନ୍‌ଙ୍କୁ ୨୦୧୭ରେ ଛାଡ଼ପତ୍ର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

ଇଣ୍ଡୋନେସିଆରେ ଜ୍ୱାଳାମୁଖି ଦେଖିବା ଚାଇନା ମହିଳାଙ୍କୁ ପଡିଲା ମହଙ୍ଗା

ଜାକର୍ତ୍ତା,୨୪।୪: ଇଣ୍ଡୋନେସିଆର ଆଗ୍ନେୟଗିରି ଦେଖିବା ଚାଇନାର ଜଣେ ମହିଳାଙ୍କ ପାଇଁ ମୃତ୍ୟୁର କାରଣ ପାଲଟିଥିଲା ଯେତେବେଳେ ସେ ଜ୍ୱଳନ୍ତ ଆଗ୍ନେୟଗିରି ନିକଟରେ ଫଟୋ ଉଠାଉଥିଲେ। ଏହି...

ପାକିସ୍ତାନ ମାଟିରୁ ଇସ୍ରାଏଲକୁ ଧମକ ଦେଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ୍‌,୨୪।୪: ପାକିସ୍ତାନ ଗସ୍ତରେ ଆସୁଥିବା ଇରାନର ରାଷ୍ଟ୍ରପତି ଇବ୍ରାହିମ ରଇସି ଇସ୍ରାଏଲ ପାଇଁ ଏକ ବଡ଼ ଧମକ ଦେଇଛନ୍ତି। ସେ କହିଛନ୍ତି, ଯଦି ଇସ୍ରାଏଲ କୌଣସି...

ଏସିଆ ବିଶ୍ୱର ସବୁଠାରୁ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ

ଜେନେଭା, ୨୪।୪: ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ସାରା ବିଶ୍ୱର ନଜର ରହିଛି। ତେବେ ଗତ କିଛି ବର୍ଷ ଧରି ଏହାର ସର୍ବାଧିକ ପ୍ରଭାବ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri