ସିରିଆକୁ ପରମାଣୁ ବୋମା ଦେଇ ଇସ୍ରାଏଲକୁ ନଷ୍ଟ କରିବାକୁ ଚାହୁଥିଲେ ଅବ୍ୱଦୁଲ କଦିର ଖାଁ: ମୋସାଦ ପୂର୍ବତନ ମୁଖ୍ୟ
ଜେରୁଜେଲମ,୧୧ ।୧୦: ଇସ୍ରାଏଲର ଗୁଇନ୍ଦା ସଂସ୍ଥା ମୋସାଦର ପୂର୍ବତନ ମୁଖ୍ୟ ଡା. ଅନମୋନ ସୋଫରିନ ଦାବି କରିଛନ୍ତି ଯେ ସିରିଆକୁ ପରମାଣୁ ବୋମା ଦେଇ ପାକିସ୍ତାନ ପରମାଣୁ କାର୍ଯ୍ୟକ୍ରମର ଜନକ ଅବ୍ୱଦୁଲ କଦିର ଖାଁ ଇସ୍ରାଏଲର ଅସ୍ତିତ୍ୱକୁ ନଷ୍ଟ କରିବାକୁ ଚାହୁଁଥିଲେ…
ୟୁକ୍ରେନ ଉପରେ ରୁଷିଆର ମିଶାଇଲ ମାଡକୁ ନିନ୍ଦା କଲେ ବାଇଡେନ
ୱାଶିଂଟନ,୧୧ ।୧୦: ଏବେ ସବୁଠି ଚର୍ଚ୍ଚାରେ ରୁଷିଆ-ୟୁକ୍ରେନ୍ ଯୁଦ୍ଧ । କଛିଦିନ ଏହା ନରମ ପଡିଯାଇଥିବା ବେଳେ ଏବେ ଦୁଇ ଦିନ ହେବ ପୁଣି ଆକ୍ରମକ ହୋଇଉଠିଛି ରୁଷିଆ । କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅଧିକ ଆକ୍ରମକ ହୋଇ ରୁଷିଆ…
ୟୁକ୍ରେନ ସୀମାରେ ବେଲାରୁଷ ସୈନ୍ୟ
କିଭ୍,୧୧ା୧୦: ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍ଜାଣ୍ଡର ଲୁକାଶେଙ୍କୋ ସୋମବାର ନିଜ ସୈନ୍ୟଙ୍କୁ ୟୁକ୍ରେନ୍ ସୀମା ନିକଟରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଭ୍ ଏବଂ ଏହାର ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ବେଲାରୁଷ ପାଇଁ ବିପଦ ବଢ଼ୁଥିବାରୁ…
ୟୁକ୍ରେନ୍ ଉପରେ ବିମାନ ଆକ୍ରମଣକୁ ରୁଷିଆ କହିଲା ଫାଷ୍ଟ ଏପିସୋଡ
ମସ୍କୋ,୧୧ ।୧୦: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ପୁଣିଥରେ ଭୟଙ୍କର ହୋଇ ଉଠିଛି । ୟୁକ୍ରେନ୍ ଉପରେ ରୁଷିଆର ଆଖିବୁଜା ଆକ୍ରମଣ ପରେ ଥରି ଉଠିଛି ରାଜଧାନୀ କିଭ ସମେତ ଅନେକ ସହର । ଏବେ ଦୁଇ ଦିନ ହେବ ରୁଷିଆ ପକ୍ଷରୁ ୟୁକ୍ରେନର…
୮୪ ମିଶାଇଲ ମାଡ଼, ଥରିଲା କିଭ୍
କିଭ୍୍, ୧୧ା୧୦:ରୁଷିଆକୁ କ୍ରିମିଆ ସହ ସଂଯୋଗ କରୁଥିବା ୧୯ କି.ମି. ଦୀର୍ଘ କର୍ଚ ବ୍ରିଜ୍ ବିସ୍ଫୋରଣର ୨ ଦିନ ପରେ ପ୍ରତିଶୋଧ ପରାୟଣ ହୋଇଛନ୍ତି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍। ପ୍ରାୟ ୪ ବିଲିୟନ୍ ଡଲାରରେ ନିର୍ମିତ ଉକ୍ତ ବ୍ରିଜ୍କୁ ଟାର୍ଗେଟ କରି…
ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ, ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ୍ କହିଲା ‘ଆତଙ୍କବାଦୀ ଦେଶ’
କିଭ,୧୧ ।୧୦: ଦୀର୍ଘ ପ୍ରାୟ ୮ ମାସ ହେବ ଲାଗି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ମିଳିତ ଜାତିସଂଘ ବୈଠକରେ ୟୁକ୍ରେନ ରୁଷିଆ ଉପରେ କଡା ଟିପ୍ପଣି ଦେଇ ତାକୁ ’ଆତଙ୍କବାଦୀ ଦେଶ’ ବୋଲି କହିଛି । ୟୁକେନ୍ ଉପରେ…
ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଜି-୭ ଡକାଇଲା ଜରୁରୀ ବୈଠକ
କିଭ୍,୧୦।୧୦: ରୁଷିଆ ପୁଣିଥରେ ୟୁକ୍ରେନ ଉପରେ ଆକ୍ରମଣକୁ ଜୋରଦାର କରିଛି। ସୋମବାର ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ସହର ଉପରେ ରୁଷିଆ ସୈନ୍ୟ ମିଶାଇଲ ମାଡ଼ କରିଛି। ଏହି ଆକ୍ରମଣରେ ୮ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ…
ଅର୍ଥନୀତିରେ ୩ ଜଣଙ୍କୁ ନୋବେଲ
ସ୍ବିଡେନ୍,୧୦।୧୦: ରୟାଲ ସ୍ବିଡେନ ଏକାଡେମୀ ଅଫ ସାଇନ୍ସେସ ଅର୍ଥନୀତି ପାଇଁ ୨୦୨୨ ନୋବେଲ ପୁରସ୍କାର ଘୋଷଣା କରିଛି। ବେନ ଏସ ବର୍ନାଙ୍କେ, ଡଗଲାସ ଡବ୍ଲୁ ଡାଇମଣ୍ଡ ଏବଂ ଫିଲିପ ଏଚ ଡାଏବୱିଗଙ୍କୁ ବ୍ୟାଙ୍କ ଏବଂ ଆର୍ଥିକ ସଙ୍କଟ ଉପରେ ଗବେଷଣା ପାଇଁ…
କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ
ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ । ରୁଷିଆ ଏହାର ଜବାବରେ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ମିଶାଇଲ ମାଡ କରିଛି । କୁହାଯାଉଛି…
ପୃଥିବୀ ମାନଚିତ୍ରରୁ ଆମକୁ ପୋଛି ଦେବାକୁ ଚେଷ୍ଟା କରୁଛି ରୁଷିଆ: ଜେଲେନସ୍କି
କିଭ୍,୧୦।୧୦: କ୍ରିମିଆରୁ ରୁଷିଆକୁ ସଂଯୋଗ କରୁଥିବା ଏକ ବ୍ରିଜ୍କୁ ୟୁକ୍ରେନ୍ ସେନା ସୋମବାର ଉଡାଇଦେବା ପରେ ରୁଷିଆ ଅତ୍ୟନ୍ତ ଆକ୍ରମଣାତ୍ମକ ହୋଇପଡିଛି। ରୁଷିଆ ସୋମବାର ୟୁକ୍ରେନର ଅନେକ ଆବାସିକ ଅଞ୍ଚଳରେ ୭୫ଟି କ୍ଷେପଣାସ୍ତ୍ର ମାଡ କରିଛି। କିଭ୍ର ମେୟର ଭିଟାଲୀ କ୍ଲିଚକୋ…
ଯୁଦ୍ଧ ପୁଣି ଜୋରଦାର: କ୍ୱିଭ୍ରେ କ୍ଷେପଣାସ୍ତ୍ର ପକାଇଲା ରୁଷିଆ…
କ୍ୱିଭ୍,୧୦।୧୦ : ରୁଷିଆ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ପୁଣି ଜୋରଦାର ହୋଇଛି। ୟୁକ୍ରେନର ରାଜଧାନୀ କ୍ୱିଭ୍ରେ ରୁଷିଆ ପକ୍ଷରୁ ଜୋରଦାର କ୍ଷେପଣାସ୍ତ୍ର ମାଡ଼ କରାଯାଇଛି। ଏଠାରେ ପ୍ରଚଣ୍ଡ ଶବ୍ଦ ସହିତ ଉଚ୍ଚ ବିସ୍ଫୋରଣ ଶୁଣାଯିବାର କୁହାଯାଉଛି। ଏହି ବିସ୍ଫୋରଣ ପରେ ବହୁ…
ଡଙ୍ଗା ଓଲଟି ୭୬ ଜଣଙ୍କ ମୃତ୍ୟୁ…
ଆବୁଜା,୧୦।୧୦ : ନାଇଜେରିଆର ଆନମ୍ବ୍ରା ସହରରେ ଏକ ଡଙ୍ଗା ବୁଡ଼ି ଘଟଣାରେ ୭୬ ଜଣଙ୍କର ମୃତ୍ୟୁ ଘଟିଛି। କୁହାଯାଉଛି ଯେ ଡଙ୍ଗାରେ ସମୁଦାୟ ୮୫ ଜଣ ଥିଲେ। ବନ୍ୟା ଜଳ ସ୍ରୋତ ନିୟନ୍ତ୍ରଣ ହରାଇ ଡଙ୍ଗାଟି ଓଲଟି ପଡ଼ିଥିଲା। ନାଇଜେରିଆ ରାଷ୍ଟ୍ରପତି…
Archives


