କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ

ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ । ରୁଷିଆ ଏହାର ଜବାବରେ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ମିଶାଇଲ ମାଡ କରିଛି । କୁହାଯାଉଛି କି ସୋମବାର ଅର୍ଥାତ୍ ଅକ୍ଟୋବର ୧୦ରେ ରୁଷିଆ ୟୁକ୍ରେନ୍ ଉପରେ ଅତିକମରେ ୭୫ ଟି ମିଶାଇଲ ପକାଇଛି ।

ରୁଷିଆର ଏହି ଆକ୍ରମଣକୁ କାର୍ପେଟ ବମିଂ ବୋଲି କୁହାଯାଉଛି । ୟୁକ୍ରେନର ଗୁଇନ୍ଦା ଏଜେନ୍ସି (ଏସବିୟୁ) ମୁଖ୍ୟାଳୟକୁ ରୁଷିଆ ଟାର୍ଗେଟ କରିଥିବା କୁହାଯାଉଛି । ଦିର୍ଘ ୮ ମାସ ଧରି ଚାଲିଥିବା ୟୁକ୍ରେନ୍‌-ରୁଷିଆ ଯୁଦ୍ଧ କମିବାର ତ ନାଁ ନେଉନି । ବରଂ ଏହି ସମୟରେ ରଷିଆ ଏବେ ୟୁକ୍ରେନର ଅନ୍ୟ ଅଞ୍ଚଳ ଉପରେ ନଜର ପକାଇଲାଣି । ତେବେ କ୍ରିମିଆ ପୋଲ ବିସ୍ଫୋରଣ ପରେ ଏବେ ରୁଷିଆ ୟୁକ୍ରେନର ଜନବସତିପୂର୍ଣ୍ଣ ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଦେଇଛି । କ୍ରିମିଆ ପୋଲ ବିସ୍ଫୋରଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ ବିରୋଧରେ ଚାଲଇଥିବା ସ୍ପେଶାଲ ମିଲିଟ୍ରି ଅପରେଶନର ଜଏଣ୍ଟ ଗ୍ରୁପ ଅଫ୍ ଫୋର୍ସେସର କମାଣ ନୂଆ ଜେନରାଲ ସର୍ଜେଣ୍ଟ ସୁରୋଭିକିନଙ୍କୁ ଦେଇଛନ୍ତି । ସୁରୋଭିକିନ ହେଉଛନ୍ତି ସେହି ବ୍ୟକ୍ତି ଯେକି ସିରିଆରେ କାର୍ପେଟ ବମିଂ ପାଇଁ ପ୍ରସୁଦ୍ଧ ଥିଲେ ଓ ସେ ହିଁ ସିରିଆର ଯୁଦ୍ଧର ବାତାବରଣକୁ ବଦଳାଇ ଦେଇଥିଲେ ।
ରୁଷିଆର ଏହି ଆକ୍ରମଣ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ଭିଡିଓ ଶେୟାର କରିଥିବା ଦେଖାଯାଇଛି । ଯେଉଁଥିରେ ୟୁକ୍ରେନର ବଡ ବଡ କୋଠାରୁ ଧୂଆଁ ବାହାରୁଥିବା ନଜର ଆସିଛି । ଏହା ରୁଷିଆର ଆକ୍ରମଣ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

କମଲା ହାରିସ୍‌ ହୋଲି ଅବସରରେ କହିଲେ ଏପରି…

ଓ୍ବାଶିଂଟନ,୨୯।୩: ଆମେରିକା ରାଷ୍ଟ୍ରପତି କମଲା ହାରିସ୍‌ ହୋଲି ଅବସରରେ ଶୁଭକାମନା ଜଣାଇଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି ଯେ, ହୋଲି ଉତ୍ସବରେ ନିଜ ନିଜ ମଧ୍ୟରେ...

ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା...

ଏଲ୍‌ପିଜି ନିଆଁରେ କାଜାଖସ୍ତାନ

ନୂର୍‌ ସୁଲତାନ, ୭ା୧:୧୯୯୧ରେ ସୋଭିଏଟ୍‌ ସଂଘରୁ ଅଲଗା ହୋଇଥିବା କାଜାଖସ୍ତାନ ବିଶ୍ୱର ନବମ ବୃହତ୍ତମ ଦେଶ। ଏହାର ଉତ୍ତରରେ ରୁଷିଆ ଓ ପୂର୍ବରେ ରହିଛି ଚାଇନା...

ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରୁଛି କଳା ପଲିଥିନରେ ଥିବା କରୋନା ସଂକ୍ରମିତଙ୍କ ମୃତଦେହ!

ମସ୍କୋ,୧ ।୧୧: ରୁଷିଆରେ କରୋନା ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହୋଇ ଯାଇଛି । ଯାହା ପୂର୍ବାପେକ୍ଷା ଅଧିକ ବୋଲି ଅନୁମାନ କରାଯାଉଛି । ଶୁକ୍ରବର...

ଚାଇନା କୋଇଲା ଖଣି ବିସ୍ଫୋରଣ: ୧୪ ମୃତ

ବେଜିଂ,୧୭।୧୨: ଚାଇନାରେ ଏକ କୋଇଲା ଖଣିରେ ବିସ୍ଫୋରଣ ହେବା ଫଳରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଖଣିରେ ପାଖାପାଖି ୩୪୬ ଶ୍ରମିକ କାମ କରୁଥିବା...

ଚାଇନାରେ ବଢୁଛି ଓମିକ୍ରନ ଭାରିଆଣ୍ଟଙ୍କ ସଂଖ୍ୟା

ବେଜିଂ,୧୯ା୩: ସମଗ୍ର ବିଶ୍ୱରେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଇଲାଣି। ଦୁଇ ବର୍ଷ ପରେ ଚାଇନା ସବୁଠାରୁ ଖରାପ କରୋନା ପରିସ୍ଥିତିର ମୁକାବିଲା କରୁଛି।...

ଡେ କେୟାରରେ ଗୁଳିମାଡ଼ ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ୍‌,୬ା୧୦: ଗୁରୁବାର ଥାଇଲାଣ୍ଡର ଏକ ଡେ କେୟାର ସେଣ୍ଟରରେ ଗୁଳିମାଡ଼ ହୋଇଛି। ଏଥିରେ ୩୪ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୨ ଜଣ ଶିଶୁ...

ସମୁଦ୍ରର କୁଶଳୀ ଶିକାରୀ ଶାର୍କ ଉପରେ ବିପଦ: ୨୬ ଦେଶର ୧୫୦ରୁ ଅଧିକ ପ୍ରାଣୀବିଜ୍ଞାନୀ କରୁଛନ୍ତି ଗବେଷଣା

ନ୍ୟୁୟର୍କ,୨୯।୭: ସମୁଦ୍ରର କୁଶଳୀ ଶିକାରୀ ଶାର୍କ ମାଛ ଉପରେ ଏବେ ବିପଦ ଘନଉଛି। ଅତ୍ୟଧିକ ମାଛ ଧରିବା ଯୋଗୁ ଶାର୍କ ମାଛ ପାଇଁ ଖାଦ୍ୟର ଅଭାବ...

Advertisement
Archives

Model This Week