କ୍ରିମିଆ ବ୍ରିଜ ବିସ୍ଫୋରଣ ପରେ ଅସ୍ଥିର ହୋଇ ଉଠିଛି ରୁଷିଆ, ୟୁକ୍ରେନ୍ ଉପରେ ପକାଇଲା ୭୫ ମିଶାଇଲ, ଗୁଇନ୍ଦା ଏଜେନ୍ସିର ହେଡକ୍ୱାଟରକୁ ବି ଟାର୍ଗେଟ

ମସ୍କୋ,୧୦ ।୧୦: ରୁଷିଆ ଅଧିନରେ ଥିବା କ୍ରିମିଆ ଉପଦ୍ୱୀପର ଏକ ପୋଲକୁ ବିସ୍ଫୋରଣରେ ଉଡାଇ ଦିଆଯିବା ପରେ ଏବେ ଅଧିକ ଆକ୍ରମକ ହୋଇଯାଇଛି ରୁଷିଆ । ରୁଷିଆ ଏହାର ଜବାବରେ ୟୁକ୍ରେନର ଅଧିକାଂଶ ଅଞ୍ଚଳରେ ମିଶାଇଲ ମାଡ କରିଛି । କୁହାଯାଉଛି କି ସୋମବାର ଅର୍ଥାତ୍ ଅକ୍ଟୋବର ୧୦ରେ ରୁଷିଆ ୟୁକ୍ରେନ୍ ଉପରେ ଅତିକମରେ ୭୫ ଟି ମିଶାଇଲ ପକାଇଛି ।

ରୁଷିଆର ଏହି ଆକ୍ରମଣକୁ କାର୍ପେଟ ବମିଂ ବୋଲି କୁହାଯାଉଛି । ୟୁକ୍ରେନର ଗୁଇନ୍ଦା ଏଜେନ୍ସି (ଏସବିୟୁ) ମୁଖ୍ୟାଳୟକୁ ରୁଷିଆ ଟାର୍ଗେଟ କରିଥିବା କୁହାଯାଉଛି । ଦିର୍ଘ ୮ ମାସ ଧରି ଚାଲିଥିବା ୟୁକ୍ରେନ୍‌-ରୁଷିଆ ଯୁଦ୍ଧ କମିବାର ତ ନାଁ ନେଉନି । ବରଂ ଏହି ସମୟରେ ରଷିଆ ଏବେ ୟୁକ୍ରେନର ଅନ୍ୟ ଅଞ୍ଚଳ ଉପରେ ନଜର ପକାଇଲାଣି । ତେବେ କ୍ରିମିଆ ପୋଲ ବିସ୍ଫୋରଣ ପରେ ଏବେ ରୁଷିଆ ୟୁକ୍ରେନର ଜନବସତିପୂର୍ଣ୍ଣ ଅଞ୍ଚଳରେ ଆକ୍ରମଣ ଆରମ୍ଭ କରିଦେଇଛି । କ୍ରିମିଆ ପୋଲ ବିସ୍ଫୋରଣ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ୍ ବିରୋଧରେ ଚାଲଇଥିବା ସ୍ପେଶାଲ ମିଲିଟ୍ରି ଅପରେଶନର ଜଏଣ୍ଟ ଗ୍ରୁପ ଅଫ୍ ଫୋର୍ସେସର କମାଣ ନୂଆ ଜେନରାଲ ସର୍ଜେଣ୍ଟ ସୁରୋଭିକିନଙ୍କୁ ଦେଇଛନ୍ତି । ସୁରୋଭିକିନ ହେଉଛନ୍ତି ସେହି ବ୍ୟକ୍ତି ଯେକି ସିରିଆରେ କାର୍ପେଟ ବମିଂ ପାଇଁ ପ୍ରସୁଦ୍ଧ ଥିଲେ ଓ ସେ ହିଁ ସିରିଆର ଯୁଦ୍ଧର ବାତାବରଣକୁ ବଦଳାଇ ଦେଇଥିଲେ ।
ରୁଷିଆର ଏହି ଆକ୍ରମଣ ପରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କି ଏକ ଭିଡିଓ ଶେୟାର କରିଥିବା ଦେଖାଯାଇଛି । ଯେଉଁଥିରେ ୟୁକ୍ରେନର ବଡ ବଡ କୋଠାରୁ ଧୂଆଁ ବାହାରୁଥିବା ନଜର ଆସିଛି । ଏହା ରୁଷିଆର ଆକ୍ରମଣ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

ପଶ୍ଚିମବଙ୍ଗ ଉପନିର୍ବାଚନ; ପ୍ରାର୍ଥୀ ଘୋଷଣା କଲା TMC, ନନ୍ଦିଗ୍ରାମରେ ବଡ଼ ନିଷ୍ପତ୍ତି

କୋଲକାତା,୧୩।୯: ପଶ୍ଚିମବଙ୍ଗର ନନ୍ଦିଗ୍ରାମ ଓ ରେଜିନଗର ବିଧାନସଭା ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ତୃଣମୂଳ କଂଗ୍ରେସ (TMC) ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ପେଟ୍ରୋଲ ଦରକୁ ନେଇ ବଡ଼ ଘୋଷଣା କଲେ ପ୍ରଧାନମନ୍ତ୍ରୀ, ଲିଟର ପ୍ରତି ୧୦୦ ଟଙ୍କା….

ଇସଲାମାବାଦ,୧୩।୯: ମହଙ୍ଗା ଇନ୍ଧନ ଦରରୁ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ଦେବାକୁ ପାକିସ୍ତାନ ସରକାର ଏକ ବଡ଼ ରିଲିଫ୍‌ ଯୋଜନା ଘୋଷଣା କରିଛି। ରବିବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶହବାଜ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

କଟକରେ ମହିଳାଙ୍କୁ ହତ୍ୟା; ବନ୍ଦ ଘର ଭିତରେ ପଥର ଛେଚି….

କଟକ,୧୩।୯(ପ୍ରଭୁକଲ୍ୟାଣ ପାଲ୍): କଟକ ସିଡିଏ ସେକ୍ଟର ୧୩ ନମ୍ବରରେ ଛାତିଥରା ହତ୍ୟାକାଣ୍ଡ ହୋଇଛି । ଫେଜ ୨ ଥାନା ଅନ୍ତର୍ଗତ କାଠଯୋଡ଼ି ନଦୀ କୂଳ ବସ୍ତିରେ ମହିଳାଙ୍କୁ…

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?