ୟୁକ୍ରେନ ସୀମାରେ ବେଲାରୁଷ ସୈନ୍ୟ

କିଭ୍‌,୧୧ା୧୦: ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ସୋମବାର ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ସୀମା ନିକଟରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଭ୍‌ ଏବଂ ଏହାର ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ବେଲାରୁଷ ପାଇଁ ବିପଦ ବଢ଼ୁଥିବାରୁ ୟୁକ୍ରେନ୍‌ ସୀମା ନିକଟରେ ସୈନ୍ୟ ମୁତୟନ ନିଷ୍ପତ୍ତି ନିଆଯାଇଥିବା ଲୁକାଶେଙ୍କୋ କହିଛନ୍ତି। ବେଲାରୁଷ ସୀମାରେ ଆକ୍ରମଣ ପାଇଁ ୟୁକ୍ରେନ୍‌ ଯୋଜନା କରୁଛି। କିଭ୍‌ ମିନ୍‌ସ୍କକୁ ଯୁଦ୍ଧ ଭିତରକୁ ଟାଣୁ ବୋଲି ତଥାକଥିକ ୟୁକ୍ରେନ୍‌ ରକ୍ଷକ ଚାହୁଁଛନ୍ତି। ଆମେ ଦଶନ୍ଧି ଧରି ଏଥିପାଇଁ ପ୍ରସ୍ତୁତି କରିଛୁ। ଆବଶ୍ୟକ ପଡ଼ିଲେ ବେଲାରୁଷ ମଧ୍ୟ ଜବାବ ଦେବ ବୋଲି ଲୁକାଶେଙ୍କୋ କହିଛନ୍ତି। ବେଲାରୁଷ ସୈନ୍ୟ ରୁଷିଆ ସଶସ୍ତ୍ର ବଳ ସହ ମିଶି ଉତ୍ତର ୟୁକ୍ରେନ୍‌ରେ ସାମରିକ କାର୍ଯ୍ୟକଳାପ କରିବା ଦ୍ୱାରା ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।

ବର୍ବର ଆକ୍ରମଣ କରି ରୁଷିଆ ୟୁକ୍ରେନ୍‌କୁ ପୃଥିବୀ ମାନଚିତ୍ରରୁ ହଟାଇବାକୁ ଉଦ୍ୟମ କରୁଛି। ୟୁକ୍ରେନ୍‌ ସାରା ରେଡ୍‌ ସାଇରନ୍‌ ବାଜୁଛି। ହେଲେ ଦୁର୍ଭାଗ୍ୟବଶତଃ ଲୋକେ ମୃତାହତ ହେଉଛନ୍ତି। ଜାପୋରିଝିଆରେ ଘରେ ଶୋଇଥିବା ଲୋକଙ୍କୁ ସେମାନେ ହତ୍ୟା କରୁଛନ୍ତି। ନିପ୍ରୋ ଏବଂ କିଭ୍‌ରେ ନିଜ କାମରେ ବାହାରିଥିବା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ନେଉଛନ୍ତି।
-ଭୋଲୋଡିମିର ଜେଲେନ୍‌ସ୍କି, ୟୁକ୍ରେନ୍‌ ରାଷ୍ଟ୍ରପତି

ୟୁକ୍ରେନ୍‌ର ଆକ୍ରମଣକୁ ଅଣଦେଖା କରିବା ସମ୍ଭବ ନୁହେଁ। ଏଣିକି ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଭୟଙ୍କର ଜବାବ ଦିଆଯିବ। ଏହା ଉପରେ କାହାକୁ ସନ୍ଦେହ କରିବାକୁ ଦିଆଯିବନାହିଁ।
-ଭ୍ଲାଡିମିର ପୁଟିନ୍‌, ରୁଷିଆ ରାଷ୍ଟ୍ରପତି

ୟୁକ୍ରେନ୍‌ର ଭିତ୍ତିଭୂମି ଓ ଜନସାଧାରଣଙ୍କ ଉପରେ ବର୍ବର ଆକ୍ରମଣ ନିନ୍ଦନୀୟ। ଯେତେ ସମୟ ଲାଗିଲେ ବି ରୁଷିଆର ଆକ୍ରମଣ ବିରୋଧରେ ଲଢ଼ିବା ପାଇଁ ସାହସୀ ୟୁକ୍ରେନ୍‌ବାସୀଙ୍କୁ ନାଟୋ ଏହାର ସମର୍ଥନ ଜାରି ରଖିବ।
-ଜେନ୍ସ ଷ୍ଟୋଲେନ୍‌ବର୍ଗ, ନାଟୋ ମୁଖ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri