ୟୁକ୍ରେନ ସୀମାରେ ବେଲାରୁଷ ସୈନ୍ୟ

କିଭ୍‌,୧୧ା୧୦: ରୁଷିଆ ସହଯୋଗୀ ରାଷ୍ଟ୍ର ବେଲାରୁଷ ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ଲୁକାଶେଙ୍କୋ ସୋମବାର ନିଜ ସୈନ୍ୟଙ୍କୁ ୟୁକ୍ରେନ୍‌ ସୀମା ନିକଟରେ ମୁତୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଭ୍‌ ଏବଂ ଏହାର ସହଯୋଗୀ ତଥା ପାଶ୍ଚାତ୍ୟ ଦେଶଗୁଡ଼ିକ ପକ୍ଷରୁ ବେଲାରୁଷ ପାଇଁ ବିପଦ ବଢ଼ୁଥିବାରୁ ୟୁକ୍ରେନ୍‌ ସୀମା ନିକଟରେ ସୈନ୍ୟ ମୁତୟନ ନିଷ୍ପତ୍ତି ନିଆଯାଇଥିବା ଲୁକାଶେଙ୍କୋ କହିଛନ୍ତି। ବେଲାରୁଷ ସୀମାରେ ଆକ୍ରମଣ ପାଇଁ ୟୁକ୍ରେନ୍‌ ଯୋଜନା କରୁଛି। କିଭ୍‌ ମିନ୍‌ସ୍କକୁ ଯୁଦ୍ଧ ଭିତରକୁ ଟାଣୁ ବୋଲି ତଥାକଥିକ ୟୁକ୍ରେନ୍‌ ରକ୍ଷକ ଚାହୁଁଛନ୍ତି। ଆମେ ଦଶନ୍ଧି ଧରି ଏଥିପାଇଁ ପ୍ରସ୍ତୁତି କରିଛୁ। ଆବଶ୍ୟକ ପଡ଼ିଲେ ବେଲାରୁଷ ମଧ୍ୟ ଜବାବ ଦେବ ବୋଲି ଲୁକାଶେଙ୍କୋ କହିଛନ୍ତି। ବେଲାରୁଷ ସୈନ୍ୟ ରୁଷିଆ ସଶସ୍ତ୍ର ବଳ ସହ ମିଶି ଉତ୍ତର ୟୁକ୍ରେନ୍‌ରେ ସାମରିକ କାର୍ଯ୍ୟକଳାପ କରିବା ଦ୍ୱାରା ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଆଶଙ୍କା ରହିଛି।

ବର୍ବର ଆକ୍ରମଣ କରି ରୁଷିଆ ୟୁକ୍ରେନ୍‌କୁ ପୃଥିବୀ ମାନଚିତ୍ରରୁ ହଟାଇବାକୁ ଉଦ୍ୟମ କରୁଛି। ୟୁକ୍ରେନ୍‌ ସାରା ରେଡ୍‌ ସାଇରନ୍‌ ବାଜୁଛି। ହେଲେ ଦୁର୍ଭାଗ୍ୟବଶତଃ ଲୋକେ ମୃତାହତ ହେଉଛନ୍ତି। ଜାପୋରିଝିଆରେ ଘରେ ଶୋଇଥିବା ଲୋକଙ୍କୁ ସେମାନେ ହତ୍ୟା କରୁଛନ୍ତି। ନିପ୍ରୋ ଏବଂ କିଭ୍‌ରେ ନିଜ କାମରେ ବାହାରିଥିବା ସାଧାରଣ ଲୋକଙ୍କ ଜୀବନ ମଧ୍ୟ ନେଉଛନ୍ତି।
-ଭୋଲୋଡିମିର ଜେଲେନ୍‌ସ୍କି, ୟୁକ୍ରେନ୍‌ ରାଷ୍ଟ୍ରପତି

ୟୁକ୍ରେନ୍‌ର ଆକ୍ରମଣକୁ ଅଣଦେଖା କରିବା ସମ୍ଭବ ନୁହେଁ। ଏଣିକି ପ୍ରତ୍ୟେକ ଆତଙ୍କବାଦୀ ଆକ୍ରମଣର ଭୟଙ୍କର ଜବାବ ଦିଆଯିବ। ଏହା ଉପରେ କାହାକୁ ସନ୍ଦେହ କରିବାକୁ ଦିଆଯିବନାହିଁ।
-ଭ୍ଲାଡିମିର ପୁଟିନ୍‌, ରୁଷିଆ ରାଷ୍ଟ୍ରପତି

ୟୁକ୍ରେନ୍‌ର ଭିତ୍ତିଭୂମି ଓ ଜନସାଧାରଣଙ୍କ ଉପରେ ବର୍ବର ଆକ୍ରମଣ ନିନ୍ଦନୀୟ। ଯେତେ ସମୟ ଲାଗିଲେ ବି ରୁଷିଆର ଆକ୍ରମଣ ବିରୋଧରେ ଲଢ଼ିବା ପାଇଁ ସାହସୀ ୟୁକ୍ରେନ୍‌ବାସୀଙ୍କୁ ନାଟୋ ଏହାର ସମର୍ଥନ ଜାରି ରଖିବ।
-ଜେନ୍ସ ଷ୍ଟୋଲେନ୍‌ବର୍ଗ, ନାଟୋ ମୁଖ୍ୟ


Enter your email to get our daily news in your inbox.

All Right Reserved By Dharitri.Com

କର୍ମଚାରୀଙ୍କୁ ଟୁଇଟର୍‌ ପକ୍ଷରୁ ନିର୍ଦ୍ଦେଶ: ଯଦି ଅଫିସ୍‌ ଆସୁଛ, ତେବେ ଘରକୁ ଫେରିଯାଅ

ନ୍ୟୁୟର୍କ,୪।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଟୁଇଟର କିଣିବା ପରେ ଖର୍ଚ୍ଚ ହ୍ରାସ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଆଜିଠାରୁ ଟୁଇଟରରେ କର୍ମଚାରୀଙ୍କ...

ଚାଇନା ବିମାନ କମ୍ପାନୀ ବିରୋଧରେ କଟକଣା ଜାରି କରିବାକୁ ଆମେରିକାର ଯୋଜନା…

ଓ୍ବାଶିଂଟନ,୧୯।୩ : ଆମେରିକାର ପରିବହନ ବିଭାଗ ଚାଇନାର ବିମାନ ଚଳାଚଳ କମ୍ପାନୀଙ୍କ ଦ୍ୱାରା ରୁଷିଆର ବାୟୁସେନାର ବନ୍ଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ପ୍ରସ୍ତୁତ ହେଉଛି।...

ଭାରତୀୟ ମୂଳ ବାସିନ୍ଦାଙ୍କୁ ମିଳିଲା ୟୁଏଇର ପ୍ରଥମ ମେଗା ପୁରସ୍କାର, ୨୫ ବର୍ଷ ପର୍ଯ୍ୟନ୍ତ ପ୍ରତିମାସ ମିଳିବ ୫.୫ ଲକ୍ଷ ଟଙ୍କା

ଦୁବଇ,୨୯।୭: ଭାରତୀୟ ମୂଳ ବାସିନ୍ଦା ବାସ୍ତୁକାରଙ୍କୁ ସଂଯୁକ୍ତ ରାଷ୍ଟ୍ର ଆରବ ଏମିରେଟ୍ସରେ ଏକ ନୂଆ ମେଗା ପୁରସ୍କାରର ପ୍ରଥମ ବିଜେତା ଭାବେ ଘୋଷଣା କରାଯାଇଛି। ଏହି...

ସାର୍ବଭୌମତ୍ୱର ସମ୍ମାନ କରୁ ଚାଇନା : କମଲା ହାରିସଙ୍କ ପରାମର୍ଶ…

ଓ୍ବାଶିଂଟନ,୨୩।୧୧ : ଆମେରିକାର ଉପରାଷ୍ଟ୍ରପତି କମଲା ହାରିସ ବିବାଦୀୟ ଦକ୍ଷିଣ ଚାଇନା ସାଗର ନିକଟରେ ଥିବା ପଶ୍ଚିମ ଫିଲିପାଇନ୍ସ ଦ୍ୱୀପପୁଞ୍ଜ ପ୍ୟୁର୍ଟୋ ପ୍ରିନ୍ସେସା ପରିଦର୍ଶନ କରିଛନ୍ତି।...

ବାଂଲାଦେଶ ଶହୀଦ ସ୍ମାରକରେ ପହଞ୍ଚିଲେ ମୋଦି: କଲେ ଚାରା ରୋପଣ

ଢାକା,୨୬।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଅଛନ୍ତି। କରୋନା ଆରମ୍ଭ ହେବା ପରଠାରୁ ଏହା ତାଙ୍କର ପ୍ରଥମ ବିଦେଶ ଯାତ୍ରା। ସେ...

ଲକ୍‌ଡାଉନ ଉଠିବା ପରେ ରେକର୍ଡ ସଂଖ୍ୟକ ରେଜିଷ୍ଟ୍ରେଶନ ଯୋଗୁ କ୍ରାସ୍‌ ହେଲା ମାଟ୍ରିମୋନିଆଲ୍‌ ସାଇଟ୍‌

ବେଜିଂ,୧୧।୪: କରୋନା ଭାଇରସ ଯୋଗୁ ବେଶି ପ୍ରଭାବିତ ହୋଇଥିବା ଚାଇନାର ଉହାନ ସହରରେ ଦୀର୍ଘ ଅଢେଇ ମାସର ଲକ୍‌ଡାଉନ ଖୋଲିବା ପରେ ଏବେ ସାଧାରଣ ଜୀବନଯାତ୍ରା...

ନିଆଁ ବଦଳରେ ପାଣିରେ ହେବ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର

କେପଟାଉନ୍‌,୨।୧:ଦକ୍ଷିଣ ଆଫ୍ରିକାରେ ଦଶନ୍ଧି ଧରି ରଙ୍ଗଭେଦ ବିରୋଧରେ ଲଢିଥିବା ଆର୍କବିଶପ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଛି। କୁହାଯାଏ ଯେ ଟୁଟୁ ପାରମ୍ପାରିକ ଉପାୟ...

ବୋରିସ୍‌ ସରକାର: କେଳେଙ୍କାରୀରୁ ପତନ

ତିନିବର୍ଷ ପୂର୍ବେ ବ୍ରିଟେନରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ବୋରିସ୍‌ ଜନ୍‌ସନଙ୍କ ନେତୃତ୍ୱାଧୀନ କଞ୍ଜରଭେଟିଭ୍‌ ପାର୍ଟି ବିପୁଳ ବିଜୟ ହାସଲ କରିଥିଲା। ୧୯୮୭ ପରେ ଏହା ଥିଲା...

Advertisement
Archives

Model This Week