ଅନ୍ତର୍ଜାତୀୟ

ଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ଚିନ୍ତାବ୍ୟକ୍ତ କଲା ଆମେରିକା…

ଓ୍ବାଶିଂଟନ,୫।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନେକ ଦେଶଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ଚିନ୍ତିତ ଅଛନ୍ତି। ଚାଇନା ଯେପରି କରୋନା ତଥ୍ୟ ଲୁଚାଉଛି, ସେନେଇ ପଡୋଶୀ ଦେଶମାନେ ସଜାଗ ହୋଇସାରିଛନ୍ତି। ଆମେରିକା ଏକ୍ଷେତ୍ରାୀ ଅଧିକ ସତର୍କ ଦେଖାଯାଉଛି।…

ମହିଳା ଗଣମାଧ୍ୟମ ପ୍ରତିନିଧିଙ୍କୁ ଅନଲାଇନରେ ଧମକାଉଛି ଚାଇନା…

ବେଜିଂ,୫।୧ : ଚାଇନାରେ ଅଭିବ୍ୟକ୍ତିର ସ୍ବାଧୀନତା ଲୋକେ ହରାଉଛନ୍ତି। ଏହା ସହିତ ଗଣମାଧ୍ୟମର କଣ୍ଠରୋଧ କରାଯାଉଛି। ଅଷ୍ଟ୍ରେଲିଆର ଥିଙ୍କ ଟ୍ୟାଙ୍କ ଷ୍ଟ୍ରାଟେଜିକ ପଲିସି ଇନଷ୍ଟିଚ୍ୟୁଟ ଦାବି କରିଛି ଯେ ଅନଲାଇନରେ ମହିଳା ଗଣମାଧ୍ୟମ ପ୍ରତିନିଧି ତଥା ଅନୁସନ୍ଧାନକାରୀଙ୍କୁ ଚାଇନା ଧମକ ଦେଉଛି।…

ଭାରତୀୟ ଶିକ୍ଷାର୍ଥୀଙ୍କ ପାଇଁ ରେକର୍ଡ ସଂଖ୍ୟକ ୧.୨୫ ଲକ୍ଷ ଭିଜା ଜାରି କଲା ଆମେରିକା…

ଓ୍ବାଶିଂଟନ,୫।୧ : ଆମେରିକା ଭାରତର ନିକଟତର ହେବାକୁ ଚାହୁଁଛି। କାରଣ ଆମେରିକାର ଦୂତାବାସ ଏଥର ୧.୨୫ ଲକ୍ଷ ଭାରତୀୟ ଶିକ୍ଷାର୍ଥୀଙ୍କୁ ଭିଜା ପ୍ରଦାନ କରି ଏହାର ସମସ୍ତ ପୁରୁଣା ରେକର୍ଡ ଭାଙ୍ଗିଛି। ଆମେରିକା ବିଭାଗ ମୁଖପାତ୍ର ନେଡ ପ୍ରାଇସ ଏହି ସୂଚନା…

୬ ଭାରତୀୟ ବଂଶୋଦ୍ଭବଙ୍କୁ ପୁନଃ ମନୋନୀତ କଲେ ବାଇଡେନ୍‌

ଓ୍ବାଶିଂଟନ,୫।୧: ଆମେରିକା ପ୍ରଶାସନର କେତେକ ଶୀର୍ଷ ପଦବୀକୁ ଅନୂ୍ୟନ ୬ ଜଣ ଭାରତୀୟ ବଂଶୋଦ୍ଭବଙ୍କୁ ରାଷ୍ଟ୍ରପତି ଜୋ ବାଇଡେନ୍‌ ପୁନଃ ମନୋନୀତ କରିଛନ୍ତି। ସେଗୁଡ଼ିକୁ ସିନେଟ ଅନୁମୋଦନ ନିମନ୍ତେ ପଠାଯାଇଛି। ରିଚାର୍ଡ ବର୍ମା (୫୪)ଙ୍କୁ ପରରାଷ୍ଟ୍ର ବିଭାଗର ପରିଚାଳନା ଓ ସମ୍ବଳ…

ହାଇପରସୋନିକ୍‌ ମିଶାଇଲ ପ୍ରସ୍ତୁତ

ମସ୍କୋ,୫ା୧: ୟୁକ୍ରେନ୍‌ ଆକ୍ରମଣର ୩୧୫ ଦିନ ପରେ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋଭାବ ଯାଇନାହିଁ। ସେ ହାଇପରସୋନିକ୍‌ କ୍ରୁଜ୍‌ ମିଶାଇଲ ବୋଝେଇ ଯୁଦ୍ଧଜାହାଜ ଆଡ୍‌ମିରାଲ ଗୋର୍ଶକୋଭ୍‌କୁ ଆଟ୍‌ଲାଣ୍ଟିକ୍‌ ଏବଂ ଭାରତ ମହାସାଗରରେ ମୁତୟନ କରିଛନ୍ତି। ରୁଷୀୟ ସୈନ୍ୟଙ୍କୁ…

ଗର୍ଭାଶୟ କର୍କଟ ଚିହ୍ନଟ କରିବ ସର୍ଜିକାଲ ନାଇଫ୍‌

ଲଣ୍ଡନ,୫।୧: ଏଣିକି ଗର୍ଭାଶୟ କର୍କଟ ଚିହ୍ନଟ କରିବା ହେବ ଆହୁରି ସହଜ। ଲଣ୍ଡନର ଇମ୍ପେରିଆଲ କଲେଜର ବିଶେଷଜ୍ଞମାନେ ଏକ ବିଶେଷ ପ୍ରକାର ସର୍ଜିକାଲ ନାଇଫ୍‌ (ଛୁରି) ତିଆରି କରିଛନ୍ତି, ଯାହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗର୍ଭାଶୟ କର୍କଟ ବା ଟ୍ୟୁମର…

କାବୁଲରେ ଏକାଧିକ ବିସ୍ଫୋରଣ: ବହୁ ଦୂରକୁ ଶୁଭିଥିଲା ଶବ୍ଦ

କାବୁଲ,୪ା୧: ବୁଧବାର ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏକାଧିକ ବିସ୍ଫୋରଣ ଘଟିଛି। ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ରେ ଥିଲା ଯେ ଏହା ବହୁ ଦୂରକୁ ଶୁଣା ଯାଇଥିଲା। ତେବେ ବିସ୍ଫୋରଣ ପଛର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଏଥିସହ ଏଥିରେ ଆହତଙ୍କ ସମ୍ପର୍କରେ ମଧ୍ୟ…

‘ଭାରତ-ରୁଷିଆ ସମ୍ପର୍କ ଖରାପ ହେବ ନାହିଁ’

ଭିଏନା,୪ା୧:  ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଅଷ୍ଟ୍ରିଆ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଉଛନ୍ତି। ନୂତନ ବିଶ୍ୱ ଶୃଙ୍ଖଳା, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଚ୍ୟାଲେଞ୍ଜ ଉପରେ ୟୁରୋପୀୟ ଦେଶମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।…

ଅଧିକ ସନ୍ତାନ ଜନ୍ମ-ଗାଁରେ ବାସ କଲେ ମିଳିବ ୧୦ ଲକ୍ଷ ୟେନ: ଜାପାନ ସରକାରଙ୍କ ପକ୍ଷରୁ ପ୍ରୋତ୍ସାହନ…

ଟୋକିଓ,୪।୧ : ଚଳିତ ବର୍ଷ ଦେଶର ଜନସଂଖ୍ୟା ବୃଦ୍ଧି ପାଇଁ ଏକ ଅଭିଯାନ ଉପରେ ଜାପାନ ସରକାର ଅଧିକ ଗୁରୁତ୍ୱ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ପରିବାରରେ ସନ୍ତାନ ପ୍ରସବ କରିବାକୁ ଉତ୍ସାହିତ କରିବା ପାଇଁ ବର୍ତ୍ତମାନ ଏକ ନୂତନ ଯୋଜନା ଘୋଷଣା…

କାର୍‌ ବୋମା ବିସ୍ଫୋରଣ: ୯ ମୃତ

ମୋଗାଦିଶୁ,୪।୧: ପୂର୍ବ ଆଫ୍ରିକୀୟ ଦେଶ ସୋମାଲିଆରେ ବୁଧବାର ଏକ କାର ବୋମା ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଅତି କମରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଥିବା ସୁରକ୍ଷା ଅଧିକାରୀ ସୂଚନା ଦେଇଛନ୍ତି। ସ୍ଥାନୀୟ ସୁରକ୍ଷା ଅଧିକାରୀ…

ଆଫଗାନ ମହିଳାଙ୍କ ପାଇଁ ଦ୍ୱାର ଖୋଲିଲା ଇରାନ ବିଶ୍ୱବିଦ୍ୟାଳୟ,ଘୋଷଣା କଲା ଛାତ୍ରବୃତ୍ତି…

ତେହେରାନ,୪।୧ : ଆଫଗାନରେ ତାଲିବାନ ଶାସକ ମହିଳାଙ୍କ ଉଚ୍ଚଶିକ୍ଷା ନେଇ ପ୍ରତିବନ୍ଧକ ଘୋଷଣା କରିବା ପରେ ଇରାନ ବିଶ୍ୱବିଦ୍ୟାଳୟ ସେମାନଙ୍କ ପାଇଁ ନିଜର ଦ୍ୱାର ଖୋଲିଛି। ଆଫଗାନ ମହିଳାଙ୍କ ପାଇଁ ତେହେରାନ ବିଶ୍ୱବିଦ୍ୟାଳୟ ପକ୍ଷରୁ ଛାତ୍ରବୃତ୍ତି ଘୋଷଣା କରାଯାଇଛି। ଏହା ଦ୍ୱାରା…

ୟୁରୋପକୁ ଜାଗ୍ରତ କରିବା ଲାଗି ଏକ ଓ୍ବେକ ଅପ୍‌ କଲ ଜରୁରୀ: ଜୟଶଙ୍କର…

ନୂଆଦିଲ୍ଲୀ/ଭିଏନା,୪।୧ : ଅଷ୍ଟ୍ରିଆ ଗସ୍ତରେ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ୟୁରୋପୀୟ ଦେଶମାନଙ୍କୁ ପରାମର୍ଶ ଦେଇଛନ୍ତି। ଭିଏନାରେ ଏକ ସାକ୍ଷାତକାରରେ ସେ ୟୁରୋପକୁ ନୂତନ ବିଶ୍ୱ କ୍ରମାଙ୍କ, ୟୁକ୍ରେନ ଯୁଦ୍ଧ ଏବଂ ଚାଇନା ଆହ୍ବାନ ବିଷୟରେ କହିଛନ୍ତି। ଏହା ସହିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri