ଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ଚିନ୍ତାବ୍ୟକ୍ତ କଲା ଆମେରିକା…

ଓ୍ବାଶିଂଟନ,୫।୧ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ସମେତ ବିଶ୍ୱର ଅନେକ ଦେଶଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ଚିନ୍ତିତ ଅଛନ୍ତି। ଚାଇନା ଯେପରି କରୋନା ତଥ୍ୟ ଲୁଚାଉଛି, ସେନେଇ ପଡୋଶୀ ଦେଶମାନେ ସଜାଗ ହୋଇସାରିଛନ୍ତି। ଆମେରିକା ଏକ୍ଷେତ୍ରାୀ ଅଧିକ ସତର୍କ ଦେଖାଯାଉଛି। ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଏକ ବିବୃତ୍ତି ଜାରି କରିଛନ୍ତି ଏବଂ ଚାଇନାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।

ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ବାଇଡେନ କହିଛନ୍ତି ଯେ ହଁ, ଚାଇନାର କରୋନା ନିୟନ୍ତ୍ରଣ ରଣନୀତି ନେଇ ମୁଁ ଚିନ୍ତିତ। ଚାଇନା ଏହି ଘଟଣାର ଗମ୍ଭୀରତାକୁ ବୁଝି ପାରୁନାହିଁ। ସେଥିପାଇଁ ଚାଇନାରୁ ଆସୁଥିବା ଯାତ୍ରୀମାନଙ୍କ ପାଇଁ ଭାରତ, ଆମେରିକା ସମେତ ଅନେକ ଦେଶ କରୋନ ପରୀକ୍ଷାକୁ ବାଧ୍ୟତାମୂଳକ କରିଛନ୍ତି। ଅର୍ଥାତ ଚାଇନାରୁ ଆସୁଥିବା ସମସ୍ତ ଯାତ୍ରୀଙ୍କୁ ୭୨ ଘଣ୍ଟା ମଧ୍ୟରେ କରୋନା ନେଗେଟିଭ୍‌ ରିପୋର୍ଟ ସହିତ ଆରଟିପିସିଆର ପରୀକ୍ଷା ଦେବାକୁ ପଡିବ ।

ରାଷ୍ଟ୍ରପତି ବାଇଡେନ କହିଛନ୍ତି ଯେ କରୋନା ମହାମାରୀ ଦୃଷ୍ଟିରୁ ଚାଇନା ବର୍ତ୍ତମାନ ଏକ ସମ୍ବେଦନଶୀଳ ଦେଶ। ଏକ୍ଷେତ୍ରରେ ଚାଇନ ସ୍ବଚ୍ଛତା ଅବଲମ୍ବନ କରିବା ଉଚିତ। ଚାଇନା ନିଜର ଲାଭ ପାଇଁ ମହାମାରୀକୁ ଅଣଦେଖା କରୁଛି। ଦେଶରେ ପରୀକ୍ଷା ବୃଦ୍ଧି କରିବା ଜରୁରୀ ଯାହା ଦ୍ୱାରା ସଠିକ ଆକଳନ ପ୍ରକାଶ ପାଇବ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ ଓମିକ୍ରନର ଦୁଇ ସବ୍‌-ଭାରିଆଣ୍ଟ ନେଇ ହାହାକାର…

ବେଜିଂ,୧୧।୧୦ : ଚାଇନାରେ କମ୍ୟୁନିଷ୍ଟ ପାର୍ଟିର ଜାତୀୟ କଂଗ୍ରେସ ବୈଠକ ପୂର୍ବରୁ ପୁଣି ଥରେ କରୋନାଙ୍କର ଏକ ନୂଆ ଭାରିଆଣ୍ଟ ନେଇ ଆତଙ୍କ ସୃଷ୍ଟି ହୋଇଛି।...

ପ୍ରଥମ ପ୍ଲାଜମା ଥେରାପିରେ ସୁସ୍ଥ ହେଲେ ଦେଶର କରୋନା ସଂକ୍ରମିତ: ମୁମ୍ବାଇ, ଇନ୍ଦୋରରେ ଆରମ୍ଭ ହେବ ଏହି ଥେରାପି

ନୂଆଦିଲ୍ଲୀ,୨୮।୪: କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ଏବେ ପ୍ଲାଜମା ଥେରାପି ଦେଖାଇଛି ନୂତନ ଆଶାର ଆଲୋକ। ପ୍ରଥମେ ଦିଲ୍ଲୀରେ ଏହି ପ୍ଲାଜମା ଥେରାପି ଆରମ୍ଭ କରାଯାଇଥିବା...

ସରକାରୀ ଟିକାକେନ୍ଦ୍ରରେ ପଞ୍ଜୀକରଣ କରିପାରିବେ ସାବାଳକ

ନୂଆଦିଲ୍ଲୀ, ୨୫।୫: ଟିକାକରଣ ଲାଗି ୧୮ରୁ ୪୪ ବର୍ଷୀୟଙ୍କ ପାଇଁ କୋଓ୍ବିନ ପ୍ଲାଟ୍‌ଫର୍ମରେ ନାମ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଥିଲା। ଏହି ବୟସ ବର୍ଗର ଯେଉଁ ହିତାଧିକାରୀମାନେ...

ପ୍ରଦର୍ଶନକାରୀଙ୍କୁ ସମର୍ଥନ କଲେ ଟ୍ରମ୍ପ୍‌ଙ୍କ ଝିଅ ଟିଫ୍‌ନି

ଓ୍ବାଶିଂଟନ, ୪।୬: ଆମେରିକାରେ ପୋଲିସ ନିର୍ଯାତନାରେ କୃଷ୍ଣକାୟ ଜର୍ଜ ଫ୍ଲୋୟଡ୍‌ଙ୍କର ମୃତ୍ୟୁ ପରେ ଦେଶରେ ବର୍ଣ୍ଣବୈଷମ୍ୟ ବିରୋଧୀ ଆନ୍ଦୋଳନ ବଢ଼ିବାରେ ଲାଗିଛି। ମିନିଆପଲିସ ସହରରେ ହୋଇଥିବା...

ନବଜାତକକୁ ସ୍ବାଗତକଲେ ଏଲନ୍‌ ମସ୍କ, ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ

ନୂଆଦିଲ୍ଲୀ,୬।୫: ଟେସ୍‌ଲା ମୁଖ୍ୟ ଏଲନ୍‌ ମସ୍କ ଏବଂ ଗର୍ଲଫ୍ରେଣ୍ଡ ଗ୍ରୀମ୍‌ସ ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ୩୨ ବର୍ଷୀୟ ଗ୍ରୀମ୍‌ସଙ୍କ ପ୍ରକୃତ ନାମ କ୍ଲେୟାର...

ରୁଷିଆ-ୟୁକ୍ରେନ ଯୁଦ୍ଧ: ନଷ୍ଟ ହୋଇଥିବା ପ୍ରତିଟି କୋଠାରେ ୫୦-୧୦୦ ଲୋକଙ୍କର ହୋଇଛି ମୃତ୍ୟୁ

କ୍ୱିଭ,୧୦ ।୬: ପ୍ରାୟ ୩ ମାସରୁ ଊର୍ଦ୍ଧ୍ୱ ସମୟ ହେଲାଣି ଜାରି ରହିଛି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ଗୁରୁବାର ଏହି ଯୁଦ୍ଧର ୧୦୬ ଦିନରେ ସେବେରୋଦୋନେସ୍କରେ...

ରୁଷିଆ-ବେଲାରୁଷର ମିଳିତ ସମରାଭ୍ୟାସ, ୟୁକ୍ରେନ ଭୟଭୀତ

କିଭ୍‌,୧୬ା୧:ରୁଷିଆ ଏବଂ ବେଲାରୁଷ ସୋମବାର ମିଳିତ ବାୟୁସେନା ସମରାଭ୍ୟାସ ଆରମ୍ଭ କରିଛନ୍ତି। ଏହି କାରଣରୁ କିଭ୍‌ରେ ଭୟର ବାତାବରଣ ସୃଷ୍ଟି ହୋଇଛି। ମିଳିତ ବାୟୁସେନା ସମରାଭ୍ୟାସ...

ଉଇଗରଙ୍କୁ ନିର୍ଯାତନା, ଗୁପ୍ତ କ୍ୟାମେରା ଦ୍ୱାରା ଭିଡ଼ିଓ ଭାଇରାଲ…

ବେଜିଂ,୨୧।୧୧: ଚାଇନାର ରାଷ୍ଟ୍ରପତି ଶି ଜିନ୍‌ ପିଙ୍ଗ୍‌ଙ୍କ ସରକାରଙ୍କ ପକ୍ଷରୁ ଉଇଗରଙ୍କ ଉପରେ ନିର୍ଯାତନା ଜାରି ରହିଛି। ଏବେ ଗୁପ୍ତ କ୍ୟାମେରା ଦ୍ୱାରା ଶୁଟିଂ ହୋଇଥିବା...

Advertisement
Archives

Model This Week