ଗର୍ଭାଶୟ କର୍କଟ ଚିହ୍ନଟ କରିବ ସର୍ଜିକାଲ ନାଇଫ୍‌

ଲଣ୍ଡନ,୫।୧: ଏଣିକି ଗର୍ଭାଶୟ କର୍କଟ ଚିହ୍ନଟ କରିବା ହେବ ଆହୁରି ସହଜ। ଲଣ୍ଡନର ଇମ୍ପେରିଆଲ କଲେଜର ବିଶେଷଜ୍ଞମାନେ ଏକ ବିଶେଷ ପ୍ରକାର ସର୍ଜିକାଲ ନାଇଫ୍‌ (ଛୁରି) ତିଆରି କରିଛନ୍ତି, ଯାହା ମାତ୍ର କିଛି ସେକେଣ୍ଡ ମଧ୍ୟରେ ଗର୍ଭାଶୟ କର୍କଟ ବା ଟ୍ୟୁମର ଚିହ୍ନଟ କରିବ। ବ୍ରେଷ୍ଟ ଏବଂ ବ୍ରେନ୍‌ କ୍ୟାନ୍‌ସର ଚିକିତ୍ସା କ୍ଷେତ୍ରରେ ଆଇନାଇଫ୍‌ ବ୍ୟବହାର କରାଯାଇଥିବା ଗବେଷକଙ୍କ ପକ୍ଷରୁ କୁହାଯାଇଛି। ଆଇ ନାଇଫ୍‌ ବିଷୟରେ ବିସ୍ତୃତ ବିବରଣୀ କ୍ୟାନ୍‌ସର ଜର୍ନାଲରେ ପ୍ରକାଶ ପାଇଛି।

ବର୍ତ୍ତମାନ ସମୟରେ ମହିଳାଙ୍କ କ୍ଷେତ୍ରରେ ଗର୍ଭାଶୟ କର୍କଟ ଏକ ସାଧାରଣ ରୋଗ ଭାବେ ଉଭା ହୋଇଛି। ପ୍ରତିବର୍ଷ ବ୍ରିଟେନ୍‌ରେ ପ୍ରାୟ ୯,୦୦୦ ମହିଳା ଏହି ରୋଗରେ ଆକ୍ରାନ୍ତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ ମାତ୍ର ୧୦%ଙ୍କଠାରେ କର୍କଟର ଲକ୍ଷଣ ଦେଖାଯାଏ। କିନ୍ତୁ ବାକି ମହିଳା ଲାଷ୍ଟ ଷ୍ଟେଜ୍‌ ବେଳକୁ ରୋଗ ସମ୍ପର୍କରେ ଜାଣିବାକୁ ପାଆନ୍ତି। ତେବେ ଏ ପ୍ରକାର ସ୍ଥିତିରେ ଆଇନାଇଫ୍‌ ଉପଯୋଗୀ ସାବ୍ୟସ୍ତ ହେବ।

ଇଲେକ୍ଟ୍ରକ୍‌ କରେଣ୍ଟ ଦ୍ୱାରା ପରିଚାଳିତ ଏହି ଛୁରି ସହଜରେ ସୁସ୍ଥ ଟିସୁଗୁଡ଼ିକ ଭିତରୁ କ୍ୟାନ୍‌ସର ସେଲ୍‌କୁ ଚିହ୍ନଟ କରିଥାଏ। ବାୟୋପ୍ସି ବେଳେ ଗର୍ଭାଶୟରୁ ଧୂଆଁ ବାହାରିଥାଏ। କ୍ୟାନ୍‌ସର ଚିକିତ୍ସାରେ ଆଇନାଇଫର ବ୍ୟବହାର ବଢ଼ାଇବା ସକାଶେ ବିଶେଷଜ୍ଞଙ୍କ ପକ୍ଷରୁ ମେଜର କ୍ଲିନିକାଲ ଟ୍ରାଏଲ କରାଯିବାର ଯୋଜନା ରହିଛି। କର୍କଟ ରୋଗର ଚିହ୍ନଟ ପାଇଁ ଅନେକ ପରୀକ୍ଷା କରାଯାଏ। ଏହାପରେ ରିପୋର୍ଟ ଆସିଲାବେଳକୁ ଚିକିତ୍ସା ପାଇଁ ବହୁ ବିଳମ୍ବ ହୋଇଯାଇଥାଏ। ନିଜର ସମୟ ରକ୍ଷା କରିବା ଏବଂ ଜଟିଳ ସ୍ଥିତି ଉପୁଜିବା ପୂର୍ବରୁ ଚିକିତ୍ସା ଆରମ୍ଭ କରିଦେବା ପାଇଁ ଆଇନାଇଫ୍‌ ବେଶ୍‌ ଲାଭପ୍ରଦ ବୋଲି ଗବେଷଣା ମୁଖ୍ୟ ଆଥେନା ଲାମନିସୋସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ଉପରେ ରାଗିଗଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରିବା ଅଭିଯୋଗରେ ଆମେରିକା ଦଶହଜାର କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଆମେରିକା ବିଶ୍ୱବିଦ୍ୟାଳୟରେ ହିଂସକ ହେଲା ପାଲେଷ୍ଟାଇନ ସମର୍ଥକଙ୍କ ପ୍ରଦର୍ଶନ

ଅଷ୍ଟିନ,୨୬।୪: ଆମେରିକାର ବିଶ୍ୱବିଦ୍ୟାଳୟରେ ଇସ୍ରାଏଲ-ହମାସ ଯୁଦ୍ଧ ବିରୋଧରେ ବିରୋଧ ତୀବ୍ର ହୋଇଛି। ଅନେକ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶନ ଭାଙ୍ଗିବା ପାଇଁ ପୋଲିସ ଡାକିବାକୁ ପଡିଥିଲା। ବିକ୍ଷୋଭକାରୀ ଏବଂ...

ଏହି ଦେଶରେ ସେନା ରଚିଲା ନରସଂହାର, ୨୨୩ ସାଧାରଣ ନାଗରିକଙ୍କୁ କଲା ହତ୍ୟା, ୫୬ ଶିଶୁ ସାମିଲ

ନୂଆଦିଲ୍ଲୀ,୨୬।୪: ପଶ୍ଚିମ ଆଫ୍ରିକୀୟ ଦେଶ ବୁର୍କିନା ଫାସୋରୁ ଏକ ବଡ଼ ହତ୍ୟାକାଣ୍ଡର ଖବର ଆସିଛି। ଏହି ଘଟଣାରେ ଦେଶର ସେନାକୁ ଦାୟୀ କରାଯାଉଛି। ଅଭିଯୋଗ ହୋଇଛି...

ଭାରତୀୟ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

ଓ୍ବାଶିଂଟନ୍‌,୨୬।୪: ଇରାନ ପାଇଁ କାମ କରୁଥିବା ଅଭିଯୋଗରେ ଦଶହଜାର କମ୍ପାନୀ ଉପରେ ଆମେରିକା ପ୍ରତିବନ୍ଧକ ଲଗାଇଛି। ଏହି କମ୍ପାନୀଗୁଡିକ ମଧ୍ୟରୁ କେତେକ ମଧ୍ୟ ଭାରତର। ସେମାନଙ୍କ...

ଏବେ ଆମେରିକାରେ ନିର୍ବାଚନ ହେଲେ କିଏ ମାରିବେ ବାଜି: ସର୍ଭେରେ ଆଶ୍ଚର୍ଯ୍ୟଜନକ ଖୁଲାସା

ଓ୍ବାଶିଂଟନ,୨୬।୪: ନଭେମ୍ବରରେ ଆମେରିକାରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଓପିନିୟନ୍‌ ପୋଲ୍‌ ପ୍ରକାଶ ପାଇଛି। ପୁଣି ଥରେ ଡୋନାଲ୍ଡ ଟ୍ରମ୍ପ ଏବଂ ଜୋ ବଇଡେନ...

୨୦୨୩ରେ ୨୮.୨ କୋଟି ଦୁର୍ଭିକ୍ଷ ପ୍ରଭାବିତ

ଜାତିସଂଘ,୨୬ା୪:୨୦୨୩ରେ ୫୯ଟି ଦେଶର ପ୍ରାୟ ୨୮.୨ କୋଟି ଲୋକ ଅତ୍ୟଧିକ କ୍ଷୁଧା ମଧ୍ୟରେ ରହିଛନ୍ତି। ଯୁଦ୍ଧ କ୍ଷତିଗ୍ରସ୍ତ ଗାଜାରେ ବହୁସଂଖ୍ୟାରେ ଲୋକ ଦୁର୍ଭିକ୍ଷର ସମ୍ମୁଖୀନ ହୋଇଥିବା...

ଲଣ୍ଡନ ରାସ୍ତାରେ ରାଜାଙ୍କ ଘୋଡ଼ା

ଲଣ୍ଡନ,୨୬ା୪:ବ୍ରିଟେନ୍‌ ରାଜାଙ୍କ ୪ଟି ଘୋଡ଼ା ବୁଧବାର ପୂର୍ବାହ୍ନର ଗହଳି ସମୟରେ କେନ୍ଦ୍ରୀୟ ଲଣ୍ଡନରେ ବିନା ସବାରରେ ଦୌଡ଼ୁଥିବା ଦେଖିବାକୁ ମିଳିଥିଲା। ସେଥିରୁ ୨ଟି ଘୋଡ଼ା କୌଣସି...

ମୋଦିଙ୍କୁ ନିମନ୍ତ୍ରଣ କଲେ ମେଲୋନି

ନୂଆଦିଲ୍ଲୀ, ୨୬ା୪:ଜୁନ୍‌ରେ ହେବାକୁ ଥିବା ଜି-୭ ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିଆ ମେଲୋନି ଟେଲିଫୋନ ଯୋଗେ ଗୁରୁବାର ନିମନ୍ତ୍ରଣ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri