ହାଇପରସୋନିକ୍‌ ମିଶାଇଲ ପ୍ରସ୍ତୁତ

ମସ୍କୋ,୫ା୧: ୟୁକ୍ରେନ୍‌ ଆକ୍ରମଣର ୩୧୫ ଦିନ ପରେ ମଧ୍ୟ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ଯୁଦ୍ଧଖୋର ମନୋଭାବ ଯାଇନାହିଁ। ସେ ହାଇପରସୋନିକ୍‌ କ୍ରୁଜ୍‌ ମିଶାଇଲ ବୋଝେଇ ଯୁଦ୍ଧଜାହାଜ ଆଡ୍‌ମିରାଲ ଗୋର୍ଶକୋଭ୍‌କୁ ଆଟ୍‌ଲାଣ୍ଟିକ୍‌ ଏବଂ ଭାରତ ମହାସାଗରରେ ମୁତୟନ କରିଛନ୍ତି। ରୁଷୀୟ ସୈନ୍ୟଙ୍କୁ ୟୁକ୍ରେନୀୟ ସେନା ମୁହଁତୋଡ଼ ଜବାବ ଦେଉଥିବାବେଳେ ପୁଟିନ୍‌ ଏଭଳି ଢଙ୍ଗରେ ନିଜ ସାମରିକ ଶକ୍ତି ପ୍ରଦର୍ଶନ କରିଛନ୍ତି।
ରାଷ୍ଟ୍ରପତି ପୁଟିନ୍‌ ବୁଧବାର ଆଡ୍‌ମିରାଲ ଗୋର୍ଶକୋଭ୍‌ ଯୁଦ୍ଧଜାହାଜର ମୁତୟନ ପାଇଁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭିଡିଓ କନ୍‌ଫରେନ୍ସ ଜରିଆରେ ସାମିଲ ହୋଇଛନ୍ତି।

ଏହି ଅବସରରେ ସେ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ଏବଂ ଫ୍ରିଗେଟ୍‌ର କମାଣ୍ଡର ଆଇଗୋର କ୍ରୋଖମାଲଙ୍କ ସହ ଆଲୋଚନା କରିଛନ୍ତି। ପୁଟିନ୍‌ କହିଛନ୍ତି, ଏହି ଯୁଦ୍ଧଜାହାଜରେ ସଦ୍ୟତମ ହାଇପରସୋନିକ୍‌ ମିଶାଇଲ ସିଷ୍ଟମ୍‌ ‘ଜିର୍କୋନ୍‌’ ରହିଛି। ଦେଶମାତୃକାର ସେବା ପାଇଁ କ୍ରିଉଙ୍କୁ ସଫଳତା କାମନା କରୁଛି। ଜଳ ଓ ସ୍ଥଳରେ ଶତ୍ରୁପକ୍ଷଙ୍କୁ ପ୍ରତିହତ କରିବା ଲାଗି ଲକ୍ଷ୍ୟସ୍ଥଳକୁ ଭେଦ କରିବାରେ ଏହା ସକ୍ଷମ। ଏହି ମିଶାଇଲ ସିଷ୍ଟମ୍‌ରେ ୧,୦୦୦ କି.ମି. ଦୂର ପର୍ଯ୍ୟନ୍ତ ଟାର୍ଗେଟ କରାଯାଇପାରିବ। ହାଇପରସୋନିକ୍‌ କ୍ଷେପଣାସ୍ତ୍ରଗୁଡ଼ିକର ବେଗ ଶବ୍ଦର ଗତିଠାରୁ ୫ ଗୁଣା ଅଧିକ। ଆମେରିକା ଓ ଚାଇନା ମଧ୍ୟରେ ହାଇପରସୋନିକ୍‌ କ୍ଷେପଣାସ୍ତ୍ର ବିକଶିତ କରିବା ନେଇ ପ୍ରତିଯୋଗିତା ଚାଲିଥିବାବେଳେ ରୁଷିଆ ଜିର୍କୋନ୍‌କୁ ଗତବର୍ଷ ଯୁଦ୍ଧଜାହାଜ ଓ ବୁଡ଼ାଜାହାଜରୁ ପରୀକ୍ଷଣ କରିଥିଲା। ରୁଷିଆ ପ୍ରତି ବିପଦ ସୃଷ୍ଟି ହେଲେ ଏବଂ କ୍ଷେତ୍ରୀୟ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ଶତ୍ରୁପକ୍ଷର ମୁକାବିଲା ସକାଶେ ଏହାକୁ ବିକଶିତ କରାଯାଇଛି ବୋଲି ଶୋଇଗୁ କହିଛନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ କହିଛନ୍ତି, ଡୋନେସ୍କ ରିଜିୟନ୍‌ର ମସ୍କୋ ନିୟନ୍ତ୍ରଣରେ ଥିବା ମାକିଭ୍‌କା ସହରରେ ୟୁକ୍ରେନ୍‌ ସୈନ୍ୟଙ୍କ ଆକ୍ରମଣରେ ୮୯ ରୁଷୀୟ ସୈନ୍ୟ ନିହତ ହୋଇଛନ୍ତି।
ସୈନ୍ୟମାନେ ବିନା ଅନୁମତିରେ ମୋବାଇଲ ଫୋନ୍‌ ବ୍ୟବହାର କରିଥିବାରୁ ୟୁକ୍ରେନୀୟ ପ୍ରତିପକ୍ଷ ସେମାନଙ୍କୁ ଟାର୍ଗେଟ କରିବାରେ ସକ୍ଷମ ହୋଇଥିଲେ।
ପ୍ରାଣ ହରାଇଥିବା ରୁଷୀୟ ସୈନ୍ୟମାନଙ୍କ ବିଧବାଙ୍କୁ ସମର୍ଥନ କରୁଥିବା ଏକ ଜାତୀୟତାବାଦୀ ଗୋଷ୍ଠୀ ପୁଟିନ୍‌ଙ୍କୁ ୟୁକ୍ରେନ୍‌ ଉପରେ ବିଜୟ ହାସଲ ସୁନିଶ୍ଚିତ କରିବାକୁ କହିଛି। ଏଥିଲାଗି ସୀମାକୁ ଅନେକ ନିୟୁତ ସୈନ୍ୟ ପ୍ରେରଣ ନିର୍ଦ୍ଦେଶ ଦେବାକୁ ପରାମର୍ଶ ଦେଇଛି।
ଯୁଦ୍ଧରେ ଜର୍ମାନୀ ସମର୍ଥନ କରୁଛି। ଏହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ବର୍ଲିନ୍‌ରେ ବିକ୍ଷୋଭକାରୀମାନେ ଆହ୍ବାନ ଦେଇଛନ୍ତି। କାରଣ ଗ୍ୟାସ୍‌ ପାଇଁ ଜର୍ମାନୀ ରୁଷିଆ ଉପରେ ନିର୍ଭରଶୀଳ।
ଦୀର୍ଘକାଳୀନ ସାମରିକ ସହଯୋଗ କରିବା ପାଇଁ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ ମତ ଦେଇଛନ୍ତି।
ଓ ୟୁରୋପୀୟ ସଂଘ (ଇୟୁ) ମଧ୍ୟରେ ଫେବୃୟାରୀ ୩ରେ କିଭ୍‌ରେ ବୈଠକ ହେବ। ଆର୍ଥିକ ଓ ସାମରିକ ସହାୟତା ପ୍ରଦାନ ନେଇ ଉକ୍ତ ବୈଠକରେ ଆଲୋଚନା ହେବ ବୋଲି ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ଅଫିସ୍‌ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ ଦେଶରେ ଅଧିକ ପଡିଲା ଜଳବାୟୁ ପରିବର୍ତ୍ତନର ପ୍ରଭାବ, ୨ ମାସରେ ଭାରତରେ ୧୦୦ରୁ ଅଧିକ ମୃତ୍ୟୁ: ରିପୋର୍ଟ

ନୂଆଦିଲ୍ଲୀ/ଜେନେଭା,୨୩।୪: ସର୍ବାଧିକ ବିପର୍ଯ୍ୟୟ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ମିଳିତ ଜାତିସଂଘ (ଜାତିସଂଘ) ରିପୋର୍ଟ ପ୍ରକାଶ ପାଇଛି। ଏହି ଅନୁଯାୟୀ, ୨୦୨୩ରେ ପାଗ, ଜଳବାୟୁ ଏବଂ ଜଳ...

ମଝି ଆକାଶରେ ପରସ୍ପର ସହ ଧକ୍କା ହେଲା ଦୁଇ ବିମାନ: ଆଉ ତା’ପରେ ଘଟିଲା ଏମିତି, ଦେଖନ୍ତୁ ଭିଡିଓ

କ୍ୱାଲାଲାମ୍ପପୁର,୨୩।୪: ମାଲେସିଆରେ ଏକ ଦୁଃଖଦ ଘଟଣା ଘଟିଛି। ଏଠାରେ ଦୁଇଟି ନୌସେନା ହେଲିକପ୍ଟର ପରସ୍ପର ସହ ମୁହାଁମୁହିଁ ଧକ୍କା ହୋଇଯାଇଥିଲା। ଏହି ହେଲିକପ୍ଟରଗୁଡ଼ିକ ରୟାଲ ମାଲେସିଆ...

ଏଲନ ମସ୍କଙ୍କୁ ‘ଅହଂକାରୀ’ କହିଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ

ସିଡନୀ,୨୩।୪: ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନି ମଙ୍ଗଳବାର ବିଲିୟନେୟାର ବ୍ୟବସାୟୀ ଏଲନ ମସ୍କଙ୍କୁ ‘ଅହଂକାରୀ’ ବୋଲି ବର୍ଣ୍ଣନା କରିଛନ୍ତି। ପ୍ରକାଶ ଯେ, ଅଷ୍ଟ୍ରେଲିଆର ସିଡନୀରେ ଜଣେ...

ତାଇଓ୍ବାନ୍‌ରେ ବଡ଼ ଧରଣର ଭୂକମ୍ପ: ଭୁଶୁଡ଼ିଲା କୋଠା

ତାଇୱାନ,୨୩।୪: ତାଇୱାନରେ ଭୂକମ୍ପ କମ୍ପନ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ) ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପର ତୀବ୍ରତା ରିକ୍ଟର...

ଇସ୍ରାଏଲ ତିକ୍ତତା ମଧ୍ୟରେ ପାକିସ୍ତାନରେ ପହଞ୍ଚିଲେ ଇରାନ ରାଷ୍ଟ୍ରପତି

ଇସଲାମାବାଦ,୨୨ା୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ କଡ଼ା ସୁରକ୍ଷା ମଧ୍ୟରେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରାଇସି ତିନି ଦିନିଆ ସରକାରୀ ଗସ୍ତରେ ସୋମବାର ପହଞ୍ଚିଛନ୍ତି। ଏନେଇ ବୈଦେଶିକ...

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁଙ୍କୁ ବଡ଼ ସଫଳତା

ମାଲେ,୨୨ା୪:ମାଳଦ୍ୱୀପ ରାଷ୍ଟ୍ରପତି ମୋହମ୍ମଦ ମୁଇଜୁଙ୍କ ପିପୁଲ୍ସ ନ୍ୟାଶନାଲ କଂଗ୍ରେସ (ପିଏନ୍‌ସି)କୁ ରବିବାର ଅନୁଷ୍ଠିତ ସଂସଦୀୟ ନିର୍ବାଚନରେ ବଡ଼ ସଫଳତା ମିଳିଛି। ୯୩ ସଦସ୍ୟ ବିଶିଷ୍ଟ ପାର୍ଲାମେଣ୍ଟ...

ଭାରତରେ ୫ ଲକ୍ଷ ଲୋକଙ୍କୁ ଚାକିରି ଦେବ ଆପଲ୍‌

କାଲିଫର୍ନିଆ,୨୨।୪:ବିଶ୍ୱର ଅଗ୍ରଣୀ ସ୍ମାର୍ଟଫୋନ ନିର୍ମାତା ଆପଲ ଭାରତ ପାଇଁ ଏକ ବଡ ଯୋଜନା ପ୍ରସ୍ତୁତ କରିଛି। ଆପଲର ଏହି ଯୋଜନା ଚାକିରି ଖୋଜୁଥିବା ଲୋକଙ୍କୁ ଆଶ୍ୱସ୍ତି...

ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଲା ନାସା

ନ୍ୟୁୟର୍କ,୨୧।୪: ଚାଇନା ନାଁରେ ସାଂଘାତିକ ଅଭିଯୋଗ ଆଣିଛି ଆମେକାର ସ୍ପେସ୍‌ ଏଜେନ୍ସି ନାସା। ନାସା ମୁଖ୍ୟ ବିଲ ନେଲସନ, ଚାଇନା ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଦାବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri