Home

ଶିକ୍ଷିତ ପୁରୁଷ ବଳାତ୍କାର କରନ୍ତି ନାହିଁ

କେପ୍‌ଟାଉନ୍‌,୧୭ା୨: ଦକ୍ଷିଣ ଆଫ୍ରିକାରେ ମହିଳାମାନଙ୍କ ବିରୋଧରେ ଯୌନ ନିର୍ଯାତନା ବଢ଼ିଚାଲିଥିବାବେଳେ ଦେଶର ମୌଳିକ ଶିକ୍ଷାମନ୍ତ୍ରୀ ଆଙ୍ଗିଏ ମୋଟ୍‌ଶେକ୍‌ଗା କହିଛନ୍ତି, ଶିକ୍ଷିତ ପୁରୁଷମାନେ ବଳାତ୍କାର କରନ୍ତି ନାହିଁ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଶିକ୍ଷାମନ୍ତ୍ରୀ ଉକ୍ତ ବିବାଦୀୟ ମନ୍ତବ୍ୟକୁ…

୧୯ ବର୍ଷ ପରେ ଗୋଧ୍ରା ଦଙ୍ଗା ମୁଖ୍ୟ ଅଭିଯୁକ୍ତ ଗିରଫ

ବଡ଼ୋଦରା, ୧୭ା୨: ଗୁଜରାଟର ପଞ୍ଚମହଲ ଜିଲା ଗୋଧ୍ରା ରେଳ ଷ୍ଟେଶନରେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇବା ସହ ଦଙ୍ଗା ଭିଆଇଥିବା ରଫିକ୍‌ ହୁସେନ ଭଟୁକଙ୍କୁ ପୋଲିସ ଗିରଫ କରିଛି। ୨୦୦୨ରେ ଏହି ଘଟଣାରେ ୫୯ କରସେବକଙ୍କ ମୃତ୍ୟୁ ଘଟିଥିଲା। ଫେରାର ଥିବା…

ପ୍ରଥମେ ଅବମାନନା, ପରେ ଅସ୍ବୀକାର

ନୂଆଦିଲ୍ଲୀ,୧୭ା୨: ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କ ଅସହମତି ସତ୍ତ୍ୱେ ସୁପ୍ରିମକୋର୍ଟ ପୁଣି ଥରେ କେତେକ ଟୁଇଟ୍‌କୁ ବିଚାରକୁ ନେଇ ନିଜଆଡ଼ୁ ଏକ ଆପରାଧିକ ଅବମାନନା ମାମଲା ରୁଜୁ କରିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ଅସ୍ବୀକାର କରିଛନ୍ତି ଖୋଦ୍‌ ସର୍ବୋଚ୍ଚ…

ରଥକାଠ ପୂଜାର୍ଚ୍ଚନା

ପୁରୀ ଅଫିସ,୧୭।୨:ପବିତ୍ର ଶ୍ରୀପଞ୍ଚମୀରେ ମଙ୍ଗଳବାର ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ରଥକାଠ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀନଅର ସମ୍ମୁଖ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଏହି ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି। ନୟାଗଡ଼ ବନଖଣ୍ଡରୁ ଆସିଥିବା କାଠ ମଧ୍ୟରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା…

ଜାତୀୟ ବଜାରରେ ମିଳିବ କୁଚିଣ୍ଡା ଲଙ୍କାଗୁଣ୍ଡ

ସମ୍ବଲପୁର,୧୭ା୨(ବ୍ୟୁରୋ):କେବଳ ରାଜ୍ୟରେ ନୁହେଁ ଜାତୀୟ ବଜାରରେ ଉପଲବ୍ଧ ହେବ କୁଚିଣ୍ଡା ଲଙ୍କାଗୁଣ୍ଡ। ଏନେଇ ସମ୍ମିଳିତ ଉଦ୍ୟମ ଆରମ୍ଭ ହୋଇଛି। ସମ୍ବଲପୁର ଜିଲା କୁଚିଣ୍ଡା ଉପଖଣ୍ଡରେ ପ୍ରଚୁର ଲଙ୍କା ଚାଷ ହୋଇଥାଏ। ହେଲେ ବିଭିନ୍ନ କାରଣରୁ ସ୍ଥାନୀୟ ଚାଷୀମାନେ ଅଭାବୀ ବିକ୍ରିର ଶିକାର…

କୋଟିଆକୁ ନେଇ ଥମୁନି କାଦୁଅ ଫିଙ୍ଗା

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): କୋରାପୁଟର କୋଟିଆ ସମେତ ଓଡ଼ିଶାର କେତେକ ସୀମାନ୍ତ ଜିଲାରେ ଆନ୍ଧ୍ର ସରକାର ନିର୍ବାଚନ କରାଇବା ପ୍ରସଙ୍ଗରେ ଆରୋପ ପ୍ରତ୍ୟାରୋପ ଥମିବାର ନଁା ଧରୁନି। ଏହି ପ୍ରସଙ୍ଗ ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ଥିବାବେଳେ ୧୯ ତାରିଖରେ ମାମଲାର ଶୁଣାଣି ଅଛି।…

ରାଜ୍ୟ ଉପରେ ଦୋଷ ଲଦିଲା ରେଲଓ୍ବେ ବୋର୍ଡ

ଗୁଣପୁର,୧୭ା୨(ଡି.ଏନ୍‌.ଏ.):ଫେବୃୟାରୀ ୧ରେ ଉପସ୍ଥାପିତ ସାଧାରଣ ବଜେଟରେ ରାୟଗଡ଼ା ଜିଲା ଗୁଣପୁର-ଥେରୁବାଲି ରେଳପଥ ପାଇଁ ୧ହଜାର ଟଙ୍କା ମଞ୍ଜୁର ନେଇ ଘୋଷଣା କରିଥିଲେ। ଏହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ତେବେ ଏହି ଘଟଣା ଏବେ ନୂଆ ମୋଡ଼ ନେଇଛି। ପ୍ରକଳ୍ପ…

୧୮ରୁ ଚନ୍ଦ୍ରଭାଗା ପଡ଼ିଆରେ ୧୪୪ ଧାରା

ପୁରୀ ଅଫିସ, ୧୭।୨:ଚଳିତବର୍ଷ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ୍‌ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମାଘ ମେଳା ଆୟୋଜନ ହେବ। ଜନସମାଗମ ଯୋଗୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ। ଆସନ୍ତା ୧୮…

ଆଜି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ନେଇ ବିଧାନସଭା ସଚିବ ଦାଶରଥି ଶତପଥୀ ସୂଚନା ଦେଇଛନ୍ତି। ଅନ୍ୟପଟେ…

‘ଶକ୍ତି କ୍ଷେତ୍ରରେ ସନ୍ତୁଳନ ପାଇଁ ମଡେଲ ତିଆରି ଚାଲିଛି’

ଭୁବନେଶ୍ୱର,୧୭ା୨(ବ୍ୟୁରୋ):ଶକ୍ତି କ୍ଷେତ୍ରରେ ଉପଲବ୍ଧି ଏବଂ ଦରରେ ସନ୍ତୁଳନ ଆଣିବା ଲାଗି ଭାରତ ଊର୍ଜା ନ୍ୟାୟର ଏକ ବିଶ୍ୱସ୍ତରୀୟ ମଡେଲ ତିଆରି କରୁଛି। ସବୁଜ ଶକ୍ତି ରୂପାନ୍ତର ପାଇଁ ଋଣନୀତି ପ୍ରସ୍ତୁତ କରାଯାଉଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳବାର ଡିଜିଟାଲ…

ଝଡ଼ବର୍ଷା ଆଶଙ୍କା, ୨୨ରୁ ବଢ଼ିବ ତାତି

ଭୁବନେଶ୍ୱର,୧୭।୨(ବ୍ୟୁରୋ):ଓଡ଼ିଶା ଉପର ଦେଇ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଉଭୟ ଆରବ ଓ ବଙ୍ଗୋପ ସାଗର ଆଡୁ ଜଳୀୟ ବାଷ୍ପ ପ୍ରବାହିତ ହେଉଛି। ଏହାର ପ୍ରଭାବରେ ୧୭ରୁ ୨୦ ତାରିଖ ଯାଏ ରାଜ୍ୟର ଅଧିକାଂଶ ଜିଲାରେ ସ୍ବଳ୍ପରୁ ମଧ୍ୟମ ଧରଣର…

ମହାପ୍ରଭୁଙ୍କୁ ୨.୫ କୋଟିର ଅଳଙ୍କାର

ପୁରୀ ଅଫିସ,୧୭।୨: ବସନ୍ତପଞ୍ଚମୀ ତଥା ରଥକାଠ ଅନୁକୂଳ ଅବସରରେ ମଙ୍ଗଳବାର ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିରକୁ ଜନୈକ ଭକ୍ତ ୮କିଲୋରୁ ଊର୍ଦ୍ଧ୍ୱ ଓଜନର ସୁନା ଓ ରୁପା ଅଳଙ୍କାର ଦାନ କରିଛନ୍ତି। ଏହି ଅଳଙ୍କାର ମଧ୍ୟରେ ବଳଭଦ୍ରଙ୍କର ୪୦ଟି ଶ୍ରୀମୁଖ ପଦ୍ମ, ୨ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?