ଆଜି ବିଧାୟକ ଦଳ ବୈଠକ

ଭୁବନେଶ୍ୱର, ୧୭ା୨(ବ୍ୟୁରୋ): ବିଧାନସଭା ବଜେଟ ଅଧିବେଶନ ଆସନ୍ତା ୧୮ ତାରିଖରୁ ଆରମ୍ଭ ହେବ। ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବା ନେଇ ବିଧାନସଭା ସଚିବ ଦାଶରଥି ଶତପଥୀ ସୂଚନା ଦେଇଛନ୍ତି। ଅନ୍ୟପଟେ ବଜେଟ୍‌ ଅଧିବେଶନ ପୂର୍ବରୁ ବିଜେଡି, ଭାଜପା ଏବଂ କଂଗ୍ରେସ ବିଧାୟକ ଦଳ ବୈଠକ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସା ୫ଟା ୩୦ମିନିଟ୍‌ରେ ବୈଠକ ବସିବ। ସେହିପରି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ସରକାରୀ ବାସଭବନରେ ଭାଜପା ବିଧାୟକ ଦଳ ବୈଠକ ବସିବ। ଅନ୍ୟପଟେ ସା ୬ଟାରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ। ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତ କରି ଗୁରୁବାର ଆରମ୍ଭ ହେବାକୁ ଥିବା ବେଜେଟ୍‌ ଅଧିବେଶନରେ ପାଦ ରଖିବେ ବୋଲି ଜଣାପଡିଛି। ରାଜ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଥିଲେ ମଧ୍ୟ ମୁଖ୍ୟତଃ ମଣ୍ଡିରେ ଚାଷୀ ଧାନ ବିକ୍ରି ନ କରିପାରିବା ଏବଂ ରାଜ୍ୟ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଆନ୍ଧ୍ର ପ୍ରଦେଶ ସରକାର ପଞ୍ଚାୟତ ନିର୍ବାଚନ କରିବା ଭଳି ସମସ୍ୟା କଥା ବିରୋଧୀ ଜୋରଦାର କରିବେ। ସେହିପରି ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ମଧ୍ୟ ବିରୋଧୀ ସ୍ବର ଉଠାଇବେ। ଏଭଳି ସ୍ଥିତିରେ ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗ ଏବଂ ତେଲ ଦର ବୃଦ୍ଧି କଥାକୁ ବିଜେଡି ଜୋରଦାର ଉଠାଇବ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜ କଲମରେ ସୀମିତ ଗାଁ କଲ୍ୟାଣ ସମିତି

ନାଉଗଁ।,୫ା୧୨(ସ୍ବ.ପ୍ର.): ଜାତୀୟ ଗ୍ରାମୀଣ ସ୍ବାସ୍ଥ୍ୟ ମିଶନ ପକ୍ଷରୁ ୨୦୦୭ରେ ନାଉଗଁ। ବ୍ଲକରେ ଗଠନ କରାଯାଇଥିଲା ଗଁ। କଲ୍ୟାଣ ସମିତି। ଏହାର ମୂଳ ଲକ୍ଷ୍ୟ ଥିଲା ଗଁ।...

ଆଖି ବୁଜିଲେ ୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୧।୯(ବ୍ୟୁରୋ): ରାଜ୍ୟରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୮ ଆକ୍ରାନ୍ତ। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୦୯୨କୁ ବୃଦ୍ଧି ପାଇଥିବା ରାଜ୍ୟ...

ଆହୁରି ବଢ଼ିବ ତାତି

ଭୁବନେଶ୍ୱର,୧୫ା୪(ବ୍ୟୁରୋ): ସକାଳ ୯ଟାରୁ ମାଡି ଆସୁଛି ପ୍ରଚଣ୍ଡ ଖରା। ଦେହ ମୁଣ୍ଡ ପୋଡି ଜଳିଯାଉଛି। କରୋନା(କୋଭିଡ-୧୯) ସଂକ୍ରମଣ ଆଶଙ୍କା ଥିବାରୁ ଲଡ୍‌କଡାଉନ କଟକଣା ପାଇଁ ଲୋକମାନେ...

ଲିଜ୍‌ଧାରୀ ପୈଠ କରିବେ ୧କୋଟି

ବାଲେଶ୍ୱର ଅଫିସ, ୧୫।୧୦: ବାଲେଶ୍ୱର ଜିଲା ବସ୍ତା ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ବେଣାପୁର(କ)ବାଲିଖାଦାନ ଲିଜ୍‌ରୁ ବେଆଇନ ଭାବେ ଅଧିକ ବାଲି ଉତ୍ତୋଳନ ମାମଲାର ଏନଜିଟି...

କେନାଲରେ ୧୨ ଫୁଟର ଘାଇ: ଜମିରେ ଭାସୁଛି ରୁଆଧାନ

ସାକ୍ଷୀଗୋପାଳ,୬ା୮(ସ୍ବ.ପ୍ର.): ପୁରୀ ଜିଲା ସାକ୍ଷୀଗୋପାଳ ଜଳସମ୍ପଦ ବିଭାଗ ଉପଖଣ୍ଡ ରୂପଦେଇପୁର ସେକ୍ସନ ଅଧୀନରେ ରହିଥିବା ସାକ୍ଷୀଗୋପାଳ ଶାଖା କେନାଲର ବାମପାର୍ଶ୍ୱ ବନ୍ଧରେ ୧୨ ଫୁଟର ଘାଇ...

ଗୋଳନ୍ଥରା ହାଜତ ମୃତ୍ୟୁ ମାମଲା: ଗୃହ ସଚିବ, ଏସ୍‌ପି, ଆଇଆଇସିଙ୍କୁ ନୋଟିସ

କଟକ ଅଫିସ,୨୨ା୧୧: ଗଞ୍ଜାମ ଜିଲା ଗୋଳନ୍ଥରା ହାଜତ ମୃତ୍ୟୁ ମାମଲାରେ ହାଇକୋର୍ଟ ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ, ଗଞ୍ଜାମ ଏସ୍‌ପି ଓ ଗୋଳନ୍ଥରା ଥାନା...

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ଜି.ଉଦୟଗିରିି,୩୧ା୧୨(ଡି.ଏନ.ଏ.): ଜି.ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ସୋମବାର କନ୍ଧମାଳ ଜିଲାପାଳ ଡ. ବୃନ୍ଦା ଡି. ଯୁଗ୍ମ ଅଭିଯୋଗ ଶୁଣାଣି କରିଥିଲେ। ଏଥିରେ ସମୁଦାୟ ୧୬୩...

ଭାଟସାହିରେ ଚୋର ଧରିବା ପାଇଁ ବୁଲିଲା ଖଟ: ଗାଁକୁ ୩ ଥର ଯାଇ ଖଟବୁଲାଳିଙ୍କୁ ଧରିପାରିଲାନି ପୋଲିସ

ନୟାଗଡ଼ ଅଫିସ,୨।୧୧: ନୟାଗଡ଼ ଜିଲା ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨ କିଲୋମିଟର ଦୂର ଭାଟସାହି ଗ୍ରାମରେ ଶୁକ୍ରବାର ଗ୍ରାମବାସୀ ଚୋର ଧରିବା ପାଇଁ ଖଟ ବୁଲାଇଥିଲେ।...

Advertisement
Archives

Model This Week