ଶିକ୍ଷିତ ପୁରୁଷ ବଳାତ୍କାର କରନ୍ତି ନାହିଁ

କେପ୍‌ଟାଉନ୍‌,୧୭ା୨: ଦକ୍ଷିଣ ଆଫ୍ରିକାରେ ମହିଳାମାନଙ୍କ ବିରୋଧରେ ଯୌନ ନିର୍ଯାତନା ବଢ଼ିଚାଲିଥିବାବେଳେ ଦେଶର ମୌଳିକ ଶିକ୍ଷାମନ୍ତ୍ରୀ ଆଙ୍ଗିଏ ମୋଟ୍‌ଶେକ୍‌ଗା କହିଛନ୍ତି, ଶିକ୍ଷିତ ପୁରୁଷମାନେ ବଳାତ୍କାର କରନ୍ତି ନାହିଁ। ତାଙ୍କର ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି। ଶିକ୍ଷାମନ୍ତ୍ରୀ ଉକ୍ତ ବିବାଦୀୟ ମନ୍ତବ୍ୟକୁ ପ୍ରତ୍ୟାହାର କରି କ୍ଷମା ମାଗନ୍ତୁ ବୋଲି ଦେଶର ସର୍ବବୃହତ୍‌ ବିରୋଧୀ ଦଳ ଡେମୋକ୍ରାଟିକ୍‌ ଆଲାଏନ୍ସ ଦାବି କରିଛି।
ପ୍ରିଟୋରିଆର ଏକ ସ୍କୁଲକୁ ଉଦ୍‌ଘାଟନ କରି ସୋମବାର ଶିକ୍ଷାମନ୍ତ୍ରୀ ଆଙ୍ଗିଏ କହିଥିଲେ, ସରକାର ଶିକ୍ଷା ଉପରେ ପ୍ରାଥମିକତା ଦେଉଛନ୍ତି। କାରଣ ଶିକ୍ଷା ଦ୍ୱାରା ହିଁ ଆମେ ଅନେକ ଚ୍ୟାଲେଞ୍ଜକୁ ସାମ୍ନା କରିପାରିବା ବୋଲି ସରକାର ଜାଣିଛନ୍ତି। କୌଣସି ଶିକ୍ଷିତ ପୁରୁଷ କେବେ ବଳାତ୍କାର କରନ୍ତି ନାହିଁ। ଶିକ୍ଷାମନ୍ତ୍ରୀ ଏପରି କହୁଥିବାବେଳେ ଉପସ୍ଥିତ ଛାତ୍ରୀଛାତ୍ର ତାଙ୍କୁ ଜବାବ ଦେଇଥିଲେ, ପୁରୁଷମାନେ ବଳାତ୍କାର କରନ୍ତି। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବିରୋଧୀ ଦଳ ଓ୍ବାନ୍‌ ସାଉଥ୍‌ ଆଫ୍ରିକା ମୁଭ୍‌ମେଣ୍ଟ ନେତା ମୁସି ମାଇମେନ୍‌ କହିଛନ୍ତି, ଦେଶରେ ହେଉଥିବା ବଳାତ୍କାର ଓ ଲିଙ୍ଗଭିତ୍ତିକ ହିଂସା ସମ୍ପର୍କରେ ଶିକ୍ଷାମନ୍ତ୍ରୀଙ୍କ ଜ୍ଞାନ ନ ଥିବାରୁ ସେ ଏପରି ମନ୍ତବ୍ୟ ଦେଇଛନ୍ତି। ସେ ତୁରନ୍ତ ଇସ୍ତଫା ଦେବା ଜରୁରୀ। ବିବାଦ ସୃଷ୍ଟି ହେବା ପରେ ତାଙ୍କ ମନ୍ତବ୍ୟକୁ ଭୁଲ୍‌ ଭାବେ ଉପସ୍ଥାପନ କରାଯାଇଥିବା ଶିକ୍ଷାମନ୍ତ୍ରୀ ସଫେଇ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତ୍ରରେ ପାର୍କ ବୁଲିବା ପଡ଼ିଲା ମହଙ୍ଗା, ମହିଳାଙ୍କୁ ଆକ୍ରମଣ କଲେ ୧୦୦ରୁ ଅଧିକ ମୂଷା…

ଲଣ୍ଡନ,୨୮।୭: ବିଭିନ୍ନ ସମୟରେ କେତେକ ଲୋକ ନିଆରା ଅଭିଜ୍ଞତା ବଖାଣିଥାନ୍ତି। ଏହା ବେଳେବେଳେ ବିଶ୍ୱାସ ହୋଇ ନ ଥାଏ। ଘଟଣାର ସତ୍ୟାସତ୍ୟ ନେଇ ନାନା ସନ୍ଦେହ...

ତିବ୍ବତରେ ଶି ଜିନ୍‌ପିଙ୍ଗ୍‌

ବେଜିଂ,୨୪ା୭: ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ ତିବ୍ବତକୁ ଆକସ୍ମିକ ଗସ୍ତ କରିଥିବା ନେଇ ଚାଇନାର ସରକାରୀ ଗଣମାଧ୍ୟମଗୁଡ଼ିକ ପକ୍ଷରୁ ଶୁକ୍ରବାର ଭିଡିଓ ଫୁଟେଜ୍‌ ଜାରି କରାଯାଇଛି। ଜିନ୍‌ପିଙ୍ଗ୍‌...

ଶେହବାଜ ଶରିଫ ଉଗାଳିଲେ କଶ୍ମୀର ରାଗ

ଇସଲାମାବାଦ,୨୮ ।୫: ଆର୍ଥିକ ଦୃଷ୍ଟିରୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିବା ପାକିସ୍ତାନ ଏବେ କଶ୍ମୀର ରାଗକୁ ପୁଣିଥରେ ଓଗାଳିଛି । ଏଥର ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ...

୧୮ ବର୍ଷରେ ବିବାହ ଅନିବାର୍ଯ୍ୟ, ନ ହେଲେ ଦେବାକୁ ପଡ଼ିବ ଜରିମାନା: ସରକାରଙ୍କ ପକ୍ଷରୁ ପ୍ରସ୍ତାବ…

କରାଚି,୨୭।୫: ଦେଶରେ ବୃଦ୍ଧି ପାଉଥିବା ବଳାତ୍କାର ଘଟଣାକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ନୂଆ ଆଇନ ପ୍ରଣୟନ କରିବାକୁ ଯାଉଛନ୍ତି। ଏଣିକି ୧୮ ବର୍ଷରେ ବିବାହ...

ନାଟୋ ପାଖରେ ବି ପରମାଣୁ ଅସ୍ତ୍ର ଅଛି

ପ୍ୟାରିସ,୨୫।୨: ରୁଷିଆନ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଅସ୍ତ୍ର ବ୍ୟବହାର ଲାଗି ଧମକ ଦେଉଥିବା ବେଳେ ତାଙ୍କୁ ଚେତାବନୀ ଦେଇଛନ୍ତି ଫ୍ରାନ୍ସର ବୈଦେଶିକ ମନ୍ତ୍ରୀ ଜିନ...

ଭାରତ ପରେ ଏବେ ଏହି ଦେଶରେ ଟିକ୍‌ଟକ୍‌ ସମେତ ୫୯ ଚାଇନା ଆପ୍‌ ଉପରେ ଲାଗିପାରେ ପ୍ରତିବନ୍ଧକ: ସଙ୍କେତ ଦେଲେ ବର୍ହିବ୍ୟାପାର ମନ୍ତ୍ରୀ

ଓ୍ବାଶିଂଟନ,୭।୭: ଭାରତ ସରକାରଙ୍କ ଦ୍ୱାରା ଟିକ୍‌ଟକ୍‌ ସହିତ ୫୯ଚାଇନା ଆପ୍‌ ଉପରେ ପ୍ରତିବନ୍ଧକ ଲଗାଯିବା ପରେ ଏବେ ସାରା ବିଶ୍ୱରେ ଚାଇନା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ଆମେରିକା: କରୋନା ସଂକ୍ରମଣରେ ୬୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ଓ୍ବାଶିଂଟନ,୧।୫: କରୋନା କବଳରେ ଆମେରିକା। ସେଠାରେ ପ୍ରତି ୨୪ ଘଣ୍ଟାରେ ଏବେବି ୨ ହଜାରରୁ ଊଦ୍ଧ୍ୱର୍ର୍ ଲୋକଙ୍କ ମୃତ୍ୟୁ ସରକାରଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛନ୍ତି। ଗୁରୁବାର...

କରୋନା ୫୦ କୋଟି ଲୋକଙ୍କୁ ଗରିବ କରିପାରେ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ ଏବେ ପୃଥିବୀର ୨୦୯ ରାଷ୍ଟ୍ରକୁ ବ୍ୟାପି ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ବିଶ୍ୱ ଅର୍ଥନୀତି ଉପରେ...

Advertisement
Archives

Model This Week