୧୮ରୁ ଚନ୍ଦ୍ରଭାଗା ପଡ଼ିଆରେ ୧୪୪ ଧାରା

ପୁରୀ ଅଫିସ, ୧୭।୨:ଚଳିତବର୍ଷ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ କୋଭିଡ୍‌ କଟକଣା ମଧ୍ୟରେ ଚନ୍ଦ୍ରଭାଗା ମାଘ ମେଳା ଆୟୋଜନ ହେବ। ଜନସମାଗମ ଯୋଗୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ଚନ୍ଦ୍ରଭାଗା ମେଳା ପଡ଼ିଆରେ ୧୪୪ ଧାରା ଲାଗୁ କରାଯିବ। ଆସନ୍ତା ୧୮ ତାରିଖ ପୂର୍ବାହ୍ନ ୧୧ଟାରୁ ୧୯ ତାରିଖ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ଚନ୍ଦ୍ରଭାଗାରେ ବୁଡ଼ ପକାଇବା ଓ ପହିଲି ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି ରହିବ ବୋଲି ମଙ୍ଗଳବାର ପୁରୀ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି।
ସାଧାରଣତଃ ଚନ୍ଦ୍ରଭାଗା ମାଘମେଳାରେ ଶ୍ରଦ୍ଧାଳୁମାନେ ବୁଡ଼ ପକାଇବା ସହ ପହିଲି ସୂର୍ଯ୍ୟଙ୍କୁ ଦର୍ଶନ କରିଥାନ୍ତି। ମାତ୍ର ଚଳିତ ଥର ଏଭଳି ହେବ ନାହିଁ। ଜନସମାଗମକୁ ଏଡ଼ାଇବା ପାଇଁ ୧୪୪ ଧାରା ଲାଗୁ କରାଯିବାକୁ ଉପଜିଲାପାଳ ଭବତାରଣ ସାହୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ୫ଶହ ଲୋକଙ୍କ ଉପସ୍ଥିତିରେ ଚନ୍ଦ୍ରଭାଗା ମେଳା ଆୟୋଜନ କରିବା ପାଇଁ ଗତ ୩୦ ତାରିଖରେ ସ୍ବତନ୍ତ୍ର ରିଲିଫ୍‌ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଉକ୍ତ ନିର୍ଦ୍ଦେଶନାମା ଅନୁଯାୟୀ ମାଘମେଳା ଅନୁଷ୍ଠିତ ହେବ। ମେଳା ସହ ସମ୍ପୃକ୍ତ ସେବାୟତ, ସରକାରୀ ଅଧିକାରୀ ଓ କର୍ମଚାରୀ, କେତେଜଣ ସ୍ଥାନୀୟ ବ୍ୟକ୍ତିବିଶେଷ ଓ ଖବରଦାତାଙ୍କୁ ଏଥିରେ ସାମିଲ କରାଯିବ। ତେବେ ମାଘମେଳାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅଧିକ ଉତ୍ସାହ ରହୁଥିବାରୁ ଗହଳିର ଆଶଙ୍କା ରହିଛି। ତେଣୁ ୧୪୪ ଧାରା ମାନିବା ପାଇଁ ସ୍ଥାନୀୟ ବାସିନ୍ଦା ଓ ଶ୍ରଦ୍ଧାଳୁଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ସେହିପରି ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ୫ଶହ ଲୋକଙ୍କ ଉପସ୍ଥିତିରେ ମାଘମେଳା ଆୟୋଜନ ନିଷ୍ପତ୍ତିକୁ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ବିରୋଧ କରୁଥିବାବେଳେ କିଛିଦିନ ତଳେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏ ନେଇ ଜିଲାପାଳ ସମର୍ଥ ବର୍ମାଙ୍କୁ ଏକ ଦାବିପତ୍ର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସେବାୟତଙ୍କ କୋଭିଡ୍‌ ଟେଷ୍ଟ୍‌ ଆରମ୍ଭ

ପୁରୀ ଅଫିସ,୨୮।୧: ଶ୍ରୀମନ୍ଦିର ସେବାୟତ ମାନଙ୍କର ବୁଧବାର ଠାରୁ କୋଭିଡ୍‌ ଟେଷ୍ଟ ଆରମ୍ଭ ହୋଇଛି। ଏହା ଆସନ୍ତା ମାର୍ଚ୍ଚ ୧ତାରିଖ ପର୍ଯ୍ୟନ୍ତ ଚାଲିବ। ପ୍ରତିଦିନ ୫୦ଜଣଙ୍କ...

ଚେତିଲା ଶକ୍ତିସୁଗାର, ପାର୍କିଂ ରାସ୍ତାରେ ବାଡ଼

ଢେଙ୍କାନାଳ ଅଫିସ, ୧୦।୫ – ଖୋର୍ଦ୍ଧାରୁ ସ୍ପିରିଟ୍‌ ନେବାକୁ ଆସି ଢେଙ୍କାନାଳ ଶକ୍ତିସୁଗାର କମ୍ପାନୀ ମୁଖ୍ୟଫାଟକ ସମ୍ମୁଖ ପାର୍କିଂ ଅଞ୍ଚଳରେ ଦେଢ଼ମାସ ହେଲା ରହିଥିବା ୩...

ରାଜଧାନୀରେ ହୁ ହୁ ହୋଇ ମାଡ଼ୁଛି କରୋନା: ଆଜି ୧୪ଶହ ଟପିଲା କରୋନା ଆକ୍ରାନ୍ତ ସଂଖ୍ୟା

ଭୁବନେଶ୍ୱର,୨୩।୭(ବ୍ୟୁରୋ): ରାଜଧାନୀରେ ଗୁରୁବାର ୧୨୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୯୩ କ୍ୱାରାଣ୍ଟାଇନ୍‌ କେସ୍‌ ରହିଥିବା ବେଳେ ୩୩ ଲୋକାଲ କେସ୍‌ ରହିଛି।...

ରାସ୍ତା ନିର୍ମାଣରେ ବିଳମ୍ବ: ଟାୟାର୍‌ ଜାଳି ରାସ୍ତାରୋକୋ

ମହାକାଳପଡ଼ା,୪।୯(ଡି.ଏନ.ଏ.): ମହାକାଳପଡା ବ୍ଲକ ଅଧୀନ ବିଜୟ ନଗର-ଓରତ ମୁଖ୍ୟ ପୂର୍ତ୍ତ ରାସ୍ତା ନିର୍ମାଣ ବିଳମ୍ବ ପ୍ରତିବାଦରେ ସ୍ଥାନୀୟ ଓଳିଆ ଗ୍ରାମରେ ଲୋକମାନେ ଟାୟାର ଜାଳି ରାସ୍ତା...

ବହୁ ବାଦବିବାଦ ପରେ ଖୋଲିଲା ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲ

ଭବାନୀପାଟଣା,୨୫।୬(ଡି.ଏନ୍‌.ଏ): ଅହେତୁକ ଫି ବୃଦ୍ଧି, ବିଦ୍ୟାଳୟ ମୌଳିକ ଭିତ୍ତିଭୂମିର ବିକାଶ ନେଇ ଭବାନୀପାଟଣାର ବିମଳା କନ୍‌ଭେଣ୍ଟ ସ୍କୁଲର ପରିଚାଳନା କମିଟି ଓ ଅଭିଭାବକମାନଙ୍କ ମଧ୍ୟରେ ଚାଲିଆସିଥିବା...

ଚାଷୀଙ୍କ ନୂଆ ଆଶା ‘ସୂର୍ଯ୍ୟମୁଖୀ’

କେନ୍ଦୁଝର, ୩୦ା୪(ସ୍ବ.ପ୍ର.): ସରକାର ଚାଷୀଙ୍କ ବିକାଶ ପାଇଁ ବହୁ ଯୋଜନା ପ୍ରଣୟନ କରୁଛନ୍ତି। ଅର୍ଥ ଆମଦାନୀ ଫସଲ ସୂର୍ଯ୍ୟମୁଖୀ, ବିରି, ମୁଗ। ଏହି ଚାଷୀଙ୍କୁ ପ୍ରୋତ୍ସାହନ...

ଜାତୀୟ ରାଜପଥ ସଂପ୍ରସାରଣ : ଅବାଧ ଗଛକଟା, ରାସ୍ତାରେ ଅଟକି ରହୁଛି ଯାନବାହନ

ଦାରିଙ୍ଗବାଡ଼ି,୨୪।୧୦(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁର ୫୯ନଂ ଜାତୀୟ ରାଜପଥ ସଂପ୍ରସାରଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି। ଏଥିପାଇଁ ବନ ବିଭାଗର କର୍ପୋରେଶନ ପକ୍ଷରୁ...

ନଭେମ୍ବର ପହିଲାରୁ ଖୋଲିବ କୁଲଡ଼ିହା

ସଜନାଗଡ଼, ୨୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା କୁଲଡ଼ିହା ଅଭୟାରଣ୍ୟ ନଭେମ୍ବର ୧ତାରିଖରୁ ଖୋଲିବ। ଏହି ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, ରିଷିଆ ଡ୍ୟାମ୍‌ ଓ ନିଆରା...

Advertisement

BGU

Archives

Model This Week

Why Dharitri