Posted inଜାତୀୟ

ପ୍ରଥମେ ଅବମାନନା, ପରେ ଅସ୍ବୀକାର

ନୂଆଦିଲ୍ଲୀ,୧୭ା୨: ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳଙ୍କ ଅସହମତି ସତ୍ତ୍ୱେ ସୁପ୍ରିମକୋର୍ଟ ପୁଣି ଥରେ କେତେକ ଟୁଇଟ୍‌କୁ ବିଚାରକୁ ନେଇ ନିଜଆଡ଼ୁ ଏକ ଆପରାଧିକ ଅବମାନନା ମାମଲା ରୁଜୁ କରିଥିବା ରିପୋର୍ଟ ପ୍ରକାଶ ପାଇବା ପରେ ଏହାକୁ ଅସ୍ବୀକାର କରିଛନ୍ତି ଖୋଦ୍‌ ସର୍ବୋଚ୍ଚ ଅଦାଲତ। ପ୍ରଥମେ ବରିଷ୍ଠ ସାମ୍ବାଦିକ ରାଜଦୀପ ସର୍ଦେଶାଇଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ନଂ.ଏସ୍‌ଏମ୍‌ସି(ସିଆର୍‌ଏଲ୍‌)୨/୨୦୨୦ ରୁଜୁ ହୋଇଥିବା ସୁପ୍ରିମ୍‌କୋର୍ଟ ଓ୍ବେବ୍‌ସାଇଟ୍‌ରେ ପ୍ରକାଶ ପାଇଥିଲା। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଏ ସମ୍ପର୍କିତ ରିପୋର୍ଟ ଆସିବା ପରେ ସୁପ୍ରିମ୍‌କୋର୍ଟ ଖଣ୍ଡନ କରିଛନ୍ତି। ଏହା ପ୍ରକାଶ ପାଇବା ସମୟରେ ଅଦାଲତଙ୍କ ଓ୍ବେବ୍‌ସାଇଟ୍‌ର କେସ୍‌ ସେକ୍ସନ୍‌ ଡାଉନ୍‌ ଥିଲା। ଅସାବଧାନତାବଶତଃ ଏହି ତ୍ରୁଟିକୁ ସୁଧାରିବା ପାଇଁ ପ୍ରକ୍ରିୟା ଜାରି ରହିଛି ବୋଲି ସୁପ୍ରିମ୍‌କୋର୍ଟ ପକ୍ଷରୁ କୁହାଯାଇଛି। ତେବେ ଦେଶର ସବୁଠୁ ବଡ଼ ଅଦାଲତରେ ଏଭଳି ତ୍ରୁଟି କିପରି ହେଲା ସେ ନେଇ ନାନା ପ୍ରଶ୍ନ ସୃଷ୍ଟି ହୋଇଛି। ପ୍ରକାଶ ଯେ, ପୂର୍ବରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ବିରୋଧରେ ସୁପ୍ରିମ୍‌କୋର୍ଟରେ ଅଦାଲତ ଅବମାନନା ମାମଲା ହୋଇଥିଲା। ତାହାକୁ ନେଇ ୨୦୨୦ ଅଗଷ୍ଟରେ ଟିଭି ଉପସ୍ଥାପକ ରାଜଦୀପ ସର୍ଦେଶାଇ ନ୍ୟାୟପାଳିକାକୁ ସମାଲୋଚନା କରି କେତେକ ଟୁଇଟ୍‌ କରିଥିଲେ। ସର୍ଦେଶାଇଙ୍କ ଟୁଇଟ୍‌ ଉପରେ ଆସ୍ଥା ଖୁରାନା ୨୦୨୦ ସେପ୍ଟେମ୍ବରରେ ସୁପ୍ରିମକୋର୍ଟରେ ମାମଲା ରୁଜୁ ପାଇଁ ପିଟିଶନ ଦାଏର କରିଥିଲେ। ତେବେ ରାଜଦୀପଙ୍କ ବିରୋଧରେ ଆପରାଧିକ ଅବମାନନା ମାମଲା ଚଳାଇବା ପାଇଁ ଆଟର୍ନି ଜେନେରାଲ ବେଣୁଗୋପାଳ ଅସହମତି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

ଟ୍ରେନରେ RPF ଅଧିକାରୀଙ୍କୁ ଆକ୍ରମଣ କଲେ ଏହି ଅଭିନେତ୍ରୀ, ବାନ୍ଧିଲା ପୋଲିସ

ନୂଆଦିଲ୍ଲୀ,୧୬।୮: ଟିଭି, ଫିଲ୍ମ ଏବଂ OTTରେ କାମ କରୁଥିବା ଅଭିନେତ୍ରୀ ଅନ୍ତରା ବାନାର୍ଜୀଙ୍କୁ ଗିରଫ କରିଛି ପୋଲିସ । ୩୧ ବର୍ଷୀୟ ଅଭିନେତ୍ରୀଙ୍କ ବିରୋଧରେ ଅରାବଳୀ ଏକ୍ସପ୍ରେସ୍‌ରେ…

ସାଇବର ଅପରାଧରୁ ରକ୍ଷା ପାଇବା ପାଇଁ ଛାତ୍ରୀଛାତ୍ରଙ୍କୁ ସଚେତନ, ଓଟିପି-ପିନ୍‌ର ଗୋପନୀୟତା କହି…

କଲ୍ୟାଣସିଂହପୁର,୧୬ା୮(ଦୀପକ ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖଣ୍ଡି ପଞ୍ଚାୟତର ଜଗନ୍ନାଥପୁରସ୍ଥିତ ପିଏମ୍‌ ଶ୍ରୀ ହାଇସ୍କୁଲ ପରିସରରେ କଲ୍ୟାଣସିଂହପୁର ଥାନା ପକ୍ଷରୁ ଏକ ସାଇବର ସଚେତନତା…

ସୋନିଆଙ୍କ ବିରୋଧରେ ଦାଖଲ ହେଲା ଅଭିଯୋଗ; ‘ବନ୍ଦେ ମାତରମ’କୁ ଅପମାନ କରିଥିବା…

ନୂଆଦିଲ୍ଲୀ,୧୬।୮: କର୍ନାଟକର ମାଙ୍ଗାଲୁରୁର ଉର୍ଭା ପୋଲିସ ଷ୍ଟେଶନରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବିରୋଧରେ ଭାଜପା ନେତାମାନେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଛନ୍ତି। ସ୍ବାଧୀନତା ଦିବସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri