Posted inଜାତୀୟ

୧୯ ବର୍ଷ ପରେ ଗୋଧ୍ରା ଦଙ୍ଗା ମୁଖ୍ୟ ଅଭିଯୁକ୍ତ ଗିରଫ

ବଡ଼ୋଦରା, ୧୭ା୨: ଗୁଜରାଟର ପଞ୍ଚମହଲ ଜିଲା ଗୋଧ୍ରା ରେଳ ଷ୍ଟେଶନରେ ସାବରମତି ଏକ୍ସପ୍ରେସ୍‌ରେ ନିଆଁ ଲଗାଇବା ସହ ଦଙ୍ଗା ଭିଆଇଥିବା ରଫିକ୍‌ ହୁସେନ ଭଟୁକଙ୍କୁ ପୋଲିସ ଗିରଫ କରିଛି। ୨୦୦୨ରେ ଏହି ଘଟଣାରେ ୫୯ କରସେବକଙ୍କ ମୃତ୍ୟୁ ଘଟିଥିଲା। ଫେରାର ଥିବା ରଫିକ୍‌ଙ୍କୁ ଗୋଧ୍ରା ସହରରୁ ଗିରଫ କରାଯାଇଥିବା ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସୋମବାର ସୂଚନା ଦେଇଛନ୍ତି। ପଞ୍ଚମହଲ ପୋଲିସର ସ୍ପେଶିଆଲ ଅପରେଶନ ଗ୍ରୁପ୍‌(ଏସ୍‌ଓଜି) ଏବଂ ଗୋଧ୍ରା ଟାଉନ ପୋଲିସ ସହରରେ ଥିବା ଏକ ଘରେ ଚଢ଼ାଉ କରିଥିଲା। ରୋଜଗାର ପାଇଁ ଭଟୁକ୍‌ ଫଳ ବିକୁଥିଲେ ବୋଲି ପୋଲିସ କହିଛି। ୨୦୦୨ ଫେବୃୟାରୀ ୨୭ରେ ସାବରମତି ଏକ୍ସପ୍ରେସର ଏସ୍‌-୬ କୋଚ୍‌ରେ ନିଆଁ ଲଗାଇ ଦିଆଯାଇଥିଲା। ଏହି ଟ୍ରେନ୍‌ରେ ରାମମନ୍ଦିର ନିର୍ମାଣ ନିମନ୍ତେ ଅଯୋଧ୍ୟାର ଏକ କାର୍ଯ୍ୟକ୍ରମରୁ ଫେରୁଥିବା ୫୯ କରସେବକଙ୍କ ମୃତ୍ୟୁ ଘଟିଥିଲା।
ଘଟଣା ପରେ ଗୁଜରାଟରେ ସାମ୍ପ୍ରଦାୟିକ ଦଙ୍ଗା ବ୍ୟାପିଥିଲା। ସେବେଠାରୁ ଭଟୁକ୍‌ ଫେରାର ଥିଲେ। ଏଥିସହ ଘଟଣାର ଅନ୍ୟତମ ଅଭିଯୁକ୍ତ ସଲିମ ପାନଓ୍ବାଲା ଏବଂ ସୌକତ ଚର୍‌ଖା ପାକିସ୍ତାନରେ ଲୁଚି ଥିବା ସୂଚନା ରହିଛି। ସେମାନଙ୍କୁ ଗିରଫ ପାଇଁ ଉଦ୍ୟମ ଜାରିଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

ତାରିକ ରହମାନଙ୍କ ଭାରତ ଗସ୍ତ ପୂର୍ବରୁ ବାଂଲାଦେଶ ରଖିଛି ବଡ଼ ସର୍ତ୍ତ

ଢାକା,୧୬।୮: ବାଂଲାଦେଶ ରବିବାର କହିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏବଂ ଢାକା ଦ୍ୱାରା ଚାହୁଁଥିବା ଅନ୍ୟ ପଳାତକଙ୍କୁ ଭାରତ ସରକାର ପ୍ରତ୍ୟାର୍ପଣ ପ୍ରକ୍ରିୟାକୁ ଆଗକୁ…

୨୦୨୯ ନିର୍ବାଚନ ପାଇଁ BJPର ମାଷ୍ଟରପ୍ଲାନ୍‌, କାଲି ଘୋଷଣା ହେବ ନୂଆ ଟିମ୍‌! ଏହି ନେତାଙ୍କୁ ମିଳିବ ବଡ଼ ଦାୟିତ୍ବ

ନୂଆଦିଲ୍ଲୀ,୧୬।୮: ଭାଜପାରେ ଖୁବ୍‌ଶୀଘ୍ର ଏକ ବଡ଼ ସାଂଗଠନିକ ପୁନର୍ଗଠନ ହେବାକୁ ଯାଉଛି । ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ଦଳର ନୂଆ ଟିମ୍‌ ଘୋଷଣା…

ବୁଲାବୁଲି କି ଦାମୀ ପୋଷାକ ନୁହେଁ, ଦରମାର ୭୦% ଏହି କାମରେ ଖର୍ଚ୍ଚ କରନ୍ତି Gen Z

ନୂଆଦିଲ୍ଲୀ,୧୬।୮: ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ Gen Zଙ୍କ ଟ୍ରେଣ୍ଡ, ଲାଇଫଷ୍ଟାଇଲ୍‌ ଓ ଖର୍ଚ୍ଚକୁ ନେଇ ଚର୍ଚ୍ଚା ଲାଗିରହିଛି । ଅନେକଙ୍କ ଧାରଣା ଯେ, ଯୁବପିଢ଼ି ଅଧିକ…

ବ୍ୟବସାୟୀ ଅପହରଣ ମାମଲା: ହନୁମାନ ପଇସା ପାଇଁ ଅଭିଯୁକ୍ତ ଦେଇଛନ୍ତି ୨ କୋଟି ୭୦ ଲକ୍ଷ, ଏସ୍‌ପି କହିଲେ ଆହୁରି…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ ଗୁଣ୍ଡା ଅପହରଣ ମାମଲାରେ ବୌଦ୍ଧ ଜିଲା କଣ୍ଟାମାଳ ଅଞ୍ଚଳର କ୍ଷୀତିଶ ସାହୁଙ୍କୁ ଭୁବନେଶ୍ବରରୁ ଗିରଫ…

ଅଭିରାମ ଲେଙ୍କାଙ୍କୁ ମିଳିଲା ଶ୍ରେଷ୍ଠ ଶିକ୍ଷକ ସମ୍ମାନ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଷ୍ଟାଡିୟମଠାରେ ଶନିବାର ଆୟୋଜିତ ୮୦ତମ ସ୍ବାଧୀନତା ଦିବସ ପାଳନ ଅବସରରେ ଶ୍ରେଷ୍ଠ ଶିକ୍ଷକ ଭାବେ ସରକାରୀ ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

‘ଯଦି ତୁମର ଲଜ୍ଜା ଅଛି, ତେବେ ହାତ ଯୋଡି ୧୪୦ କୋଟି ଜନତାଙ୍କୁ କ୍ଷମା ମାଗ’, କାହିଁକି ସୋନିଆଙ୍କୁ ଏମିତି କହିଲେ ଶାହା

ନୂଆଦିଲ୍ଲୀ,୧୬।୮: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ବର୍ତ୍ତମାନ ରାଜସ୍ଥାନ ଗସ୍ତରେ ଅଛନ୍ତି। ତାଙ୍କ ଗସ୍ତ ସମୟରେ ସେ ମନ୍ତବ୍ୟ ଦେଇଥିଲେ ଯେ କଂଗ୍ରେସ ଦଳର ମୁଖ୍ୟାଳୟରେ ‘ବନ୍ଦେ…

ସ୍ପଷ୍ଟଚିହ୍ନିତ ଲଘୁଚାପ: ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷିବା

ଭୁବନେଶ୍ୱର, ୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri