Posted inଜାତୀୟ

ମେ ୨ରେ ହଟିବେ ଦିଦି: ମୋଦି

କୋଲକାତା,୨୧।୩: ପଶ୍ଚିମବଙ୍ଗ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଥିବାବେଳେ ଏବେ ପ୍ରଚାର କାର୍ଯ୍ୟ ଜୋରସୋରରେ ଚାଲିଛି। ପ୍ରଥମ ପର୍ଯ୍ୟାୟ ମତଦାନ କିଛି ଦିନ ବାକି ଥିବାବେଳେ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଙ୍କୁରାରେ ପହଞ୍ଚିଥିଲେ। ଏଠାରେ ସେ ଏକ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମମତା ସରକାରଙ୍କ ଉପରେ ବର୍ଷିଥିଲେ। ମୋଦି କହିଛନ୍ତି, ସେ କହିଛନ୍ତି, ଦିଦିଙ୍କ ଦଶ ବର୍ଷ ଶାସନ ମଧ୍ୟରେ ସାଧାରଣ ଲୋକ ଅସନ୍ତୁଷ୍ଟ ଅଛନ୍ତି, କିନ୍ତୁ ଟିଏମସି ନେତାମାନେ ଧନୀ ହେବାକୁ ଲାଗିଛନ୍ତି। ତେଣୁ ଏଠାକାର ଲୋକମାନେ ସ୍ଥିର କରିଛନ୍ତି – ଦୋ ମଇ, ଦିଦି ଗଇ(ମେ ୨ରେ ଦିଦି ହଟିବେ)। ବାଙ୍କୁରାରୁ ଦିଦିଙ୍କୁ ଦୁଇଟି କଥା କହିବାକୁ ଚାହେଁ। ପ୍ରଥମଟି ହେଉଛି ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସେବାରେ ସର୍ବଦା ମୁଣ୍ଡ ନୁଆଁଇଥାଏ। ମୁଁ ଏବଂ ମୋ ଦଳ ଡକ୍ଟର ଶ୍ୟାମା ପ୍ରସାଦଙ୍କଠାରୁ ଏହି ସଂସ୍କାର ମିଳିଛି। ମୁଁ ଦିଦିଙ୍କୁ ଯେତେ ଅଧିକ ପ୍ରଶ୍ନ ପଚାରୁଛି, ସେ ମୋ ଉପରେ ରାଗୁଛନ୍ତି। ଏବେ ସେ ମୋ ଚେହେରାକୁ ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ। ହେ ଭଉଣୀ, ଗଣତନ୍ତ୍ରରେ କୌଣସି ଚେହେରା ନାହିଁ, ଜନସାଧାରଣଙ୍କ ସେବା ଏବେ ସେମାନଙ୍କ ପାଇଁ କରାଯାଇଥିବା କାର୍ଯ୍ୟ ହେଉଛି ପରୀକ୍ଷା ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ନିଆଁ

ନୂଆଦିଲ୍ଲୀ,୩୧ା୧୨(ଆଇଏଏନ୍‌ଏସ୍‌): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୯ ଲୋକକଲ୍ୟାଣ ମାର୍ଗ ବାସଭବନ କମ୍ପ୍ଲେକ୍ସରେ ସୋମବାର ସନ୍ଧ୍ୟାରେ ଛୋଟ ଧରଣର ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟରୁ ନିଆଁ ଲାଗିଥିବାବେଳେ...

ଇଚିଙ୍ଗ୍‌ ପାଉଡର ପକାଇବାରୁ ମନ୍ତ୍ରୀ ହଟହଟା

ଅଶୋକନଗର, ୧୦ା୨:ଭାରତୀୟ ଜନତା ପାର୍ଟିର ବିକାଶ ଯାତ୍ରାରେ ଯୋଗ ଦେବା ଅବସରରେ ମଧ୍ୟପ୍ରଦେଶ ଅଶୋକନଗର ଜିଲା ମୁଙ୍ଗୋଓଲି ବିଧାୟକ ତଥା ମନ୍ତ୍ରୀ ବ୍ରିଜେନ୍ଦ୍ର ସିଂ ଯାଦବଙ୍କୁ...

ଭାଜପାର ବି ଟିମ୍‌ ଭଳି କାମ କରୁଛି ଏଆଇଏମ୍‌ଆଇଏମ୍‌: ତେଜସ୍ବୀ ଯାଦବ

ନୂଆଦିଲ୍ଲୀ,୨୧।୨: ଅଲ୍‌ ଇଣ୍ଡିଆ ମଜଲିସ୍‌-ଇ-ଇତେହାଦୁଲ ମୁସ୍ଲିମିନ୍‌(ଏଆଇଏମ୍‌ଆଇଏମ)ର ପୂର୍ବତନ ବିଧାୟକ ଓ୍ବାରିସ୍‌ ପଠାନଙ୍କ ବିବାଦୀୟ ବୟାନକୁ କଡା ସମାଲୋଚନା କରିଛନ୍ତି ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ।...

ଜେଡିୟୁ ନେତାଙ୍କୁ ଗୁଳି ମାରି ହତ୍ୟା

ପାଟନା,୨୯।୩: ବିହାରର ରାଜଧାନୀ ପାଟନାରେ ଶାସକ ଦଳର ଜେଡିୟୁ ନେତା ତଥା ଦାନାପୁର ମ୍ୟୁନିସିପାଲିଟି କାଉନସିଲର ଉପାଧ୍ୟକ୍ଷ ଦୀପକ କୁମାର ମେହେଟ୍ଟାଙ୍କୁ କିଛି ଦୁର୍ବୃତ୍ତ ହତ୍ୟା...

ରାତ୍ର ୯ରୁ ଭୋର୍‌ ୫: ଘରୁ ବାହାରିବା ମନା

ଚଣ୍ଡିଗଡ଼,୧୮।୩: ପଞ୍ଜାବରେ କରୋନା ସଂକ୍ରମଣ ବଢ଼ିଚାଲିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨ ହଜାର ୪୫...

ଗାନ୍ଧୀ ପରିବାର ବାହାରୁ ହୋଇପାରନ୍ତି କଂଗ୍ରେସ ଅଧ୍ୟକ୍ଷ

ନୂଆଦିଲ୍ଲୀ, ୮।୮: କଂଗ୍ରେସ ସଂଗଠନରେ ଖୁବ୍‌ଶୀଘ୍ର ବଡ଼ ପରିବର୍ତ୍ତନ ନେଇ ବିଚାରବିମର୍ଶ ଚାଲିଛି। ସାଧାରଣ ସମ୍ପାଦକ ଏବଂ ରଜ୍ୟ ପ୍ରଭାରୀ ସ୍ତରରେ ଅଦଳବଦଳ ହେବା ସହ...

ୟୁଟ୍ୟୁବ୍‌ରୁ ସର୍ଚ୍ଚ କରି ଝିଅକୁ ହତ୍ୟା କଲେ ମା’, ଏମିତି ପଡ଼ିଲା ଜଣା…

ଭୋପାଳ,୨୪ା୧୦: ମା’ର ମମତା ଆଗରେ ଦୁନିଆରେ ସବୁକିଛି ଫିକା। ପିଲା ପାଇଁ ମା’ ନିଜ ଜୀବନ ଦେବାକୁ ବି ପଛାଏ ନାହିଁ। ସବୁ ପରିସ୍ଥିତିରେ ସେ...

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ପ୍ରଥମ ବୈଠକରେ ଯୋଗ ଦେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୩୦।୭: କର୍ନାଟକ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବା ପରେ ବିଏସ୍‌ ୟେଦୁରପ୍ପା ମଙ୍ଗଳବାର ପ୍ରଥମ କରି ଏକ ବୈଠକରେ ଯୋଗ ଦେଇଛନ୍ତି। କୋଡାଗୁ ବିଧାୟକଙ୍କ ସହ ଏହି...

Advertisement
Archives

Model This Week