ଏକତାର ସହର ରାଉରକେଲା

ରାଉରକେଲା ଅଫିସ୍‌୍‌/ସୁନ୍ଦରଗଡ,୨୨।୩ (ଡି.ଏନ୍‌.ଏ):ରାଉରକେଲାରେ ଆର୍‌ଏସ୍‌ପିର ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦ୍‌ବୋଧନ ଦେବାବେଳେ ସେ ରାଉରକେଲାକୁ ଏକତାର ସହର ବୋଲି ଅଭିହିତ କରିଛନ୍ତି। ପ୍ରାୟ ୩ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨ଶହ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲ ଓ ସ୍ନାତକୋତ୍ତର ପ୍ରତିଷ୍ଠାନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି ରାଷ୍ଟ୍ରପତି କୋବିନ୍ଦ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶର ତତ୍‌କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ୧୯୫୯ରେ ରାଉରକେଲା ଇସ୍ପାତ କାରଖାନା ଉଦ୍‌ଘାଟିତ ହୋଇଥିଲା। ପରବର୍ତ୍ତୀ ସମୟରେ କାରଖାନା ଓ ଶିଳ୍ପାଞ୍ଚଳ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ପ୍ରତିଷ୍ଠିତ ହୋଇଥିଲା। ଏହି ହସ୍ପିଟାଲ ଉପରେ ରାଉରକେଲା ସହର ସମେତ ସୁନ୍ଦରଗଡ ଜିଲା ଏବଂ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଲୋକେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ଏହାକୁ ଆଖି ଆଗରେ ରଖି ୨୦୧୫ ଏପ୍ରିଲ ପହିଲାରେ ରାଉରକେଲା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ହସ୍ପିଟାଲକୁ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ଏମ୍‌ପି ଜୁଏଲ ଓରାମ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିବା ପରେ କେନ୍ଦ୍ର ସରକାର ଓ ଆରଏସ୍‌ପିର ଅନୁଦାନରେ ଏହି ୨ଶହ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ ୨ବର୍ଷ ମଧ୍ୟରେ ନିର୍ମିତ ହୋଇପାରିଛି । ଏହାଦ୍ୱାରା ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ରାଷ୍ଟ୍ରପତି କହିଥିଲେ। ଏହାସହ ସୁନ୍ଦରଗଡଠାରେ ଏନ୍‌ଟିପିସି ପକ୍ଷରୁ ମଧ୍ୟ ଅନ୍ୟ ଏକ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ଏହି ଦୁଇଟି ମେଡିକାଲ କଲେଜ ଓ ଡାକ୍ତରଖାନାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ବିଶ୍ୱ ମହାମାରୀ କୋଭିଡ୍‌ ସମୟରେ ଆରଏସ୍‌ପି ତା’ର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ କରିଛି। ଆଇଜିଏଚ୍‌ରେ କୋଭିଡ ହସ୍ପିଟାଲ ଓ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରି କୋଭିଡ ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରି ମହନୀୟତାର କାର୍ଯ୍ୟ କରିଛି। ରାଉରକେଲା ଆସି ବିବିଧତା ମଧ୍ୟରେ ଏକତା ଭାବ ତାଙ୍କୁ ଅଭିଭୂତ କରିଛି ବୋଲି ସେ କହିଥିଲେ। ରାଉରକେଲା ସହରର ବିଶେଷତ୍ୱକୁ ବ୍ୟାଖ୍ୟା କରି ରାଷ୍ଟ୍ରପତି କହିଥିଲେ ଯେ, ସାଦ୍ରୀ ଭାଷାରେ ରାଉରକେଲାର ଅର୍ଥ ଆପଣଙ୍କ ଗାଆଁ। ଏଠାକୁ ଯିଏ ଆସିବ ସେ ନିଜ ଗାଁ ପରି ଅନୁଭବ କରିବ। ଏଠାରେ ଭାଷାର ବିବିଧତା ମଧ୍ୟରେ ଥିବା ଏକତା ଭାଇଚାରାର ଭାବ ସୃଷ୍ଟି କରିଛି। ଓଡ଼ିଶା ହେଉଛି ପ୍ରକୃତିର ଅନୁପମ ବରଦାନ। ଓଡିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଏହାର ଭାଷା ଓ ସଂସ୍କୃତି ମହାନ୍‌। ଓଡିଶା ମାଟିରୁ ଅନେକ ହକି ଖେଳାଳି ଭାରତୀୟ ଦଳରେ ସାମିଲ ହୋଇ ଗୌରବ ବୃଦ୍ଧି କରିଛନ୍ତି ବୋଲି ରାଷ୍ଟ୍ରପତି କୋବିନ୍ଦ କହିଥିଲେ।
ଏହି ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତ ସରକାରଙ୍କ ଆର୍ଥିକ ସହଯୋଗରେ ରାଉରକେଲାଠାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇ ସୁନ୍ଦରଗଡ଼ବାସୀ ବିଶେଷ କରି ଜନଜାତିଙ୍କ ପ୍ରତି ଥିବା ଦାୟିତ୍ୱକୁ ପୂରଣ କରାଯାଇଛି ବୋଲି କହିଥିଲେ। ସେ ଆହୁରି କହିଥିଲେ, ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ। ଆଜି ରାଉରକେଲାବାସୀ ‘ମିଶନ ପୂର୍ବୋଦୟ’ରେ ସେହି ପ୍ରତିଶ୍ରୁତି ପାଳନର ମୂକସାକ୍ଷୀ ହୋଇଛନ୍ତି ଏବଂ ସେମାନଙ୍କ ଦୀର୍ଘଦିନର ଅତ୍ୟାଧୁନିକ ସ୍ବାସ୍ଥ୍ୟ ସୁବିଧା ପାଇବା ସ୍ବପ୍ନ ମଧ୍ୟ ସାକାର ହୋଇଛି। ଏହି ଅତ୍ୟାଧୁନିକ ହସ୍ପିଟାଲ ସୁନ୍ଦରଗଡ଼ବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ, ଭେଟି ଏବଂ ଉପହାର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆରଏସ୍‌ପିର ଅବଦାନକୁ ସେ ପ୍ରଶଂସା କରିଥିଲେ। ରାଉରକେଲା ଶିଳ୍ପାଞ୍ଚଳ ଓ ସୁନ୍ଦରଗଡ ଜିଲାରେ ସବୁଜ ବଳୟ କରିବା ସହ ସବୁଜିମା ଜନ ଆନ୍ଦୋଳନ ସୃଷ୍ଟି କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେଲ୍‌କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ, ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?