ଏକତାର ସହର ରାଉରକେଲା

ରାଉରକେଲା ଅଫିସ୍‌୍‌/ସୁନ୍ଦରଗଡ,୨୨।୩ (ଡି.ଏନ୍‌.ଏ):ରାଉରକେଲାରେ ଆର୍‌ଏସ୍‌ପିର ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ମେଡିକାଲ କଲେଜକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ରବିବାର ଜାତି ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି। ଉଦ୍‌ବୋଧନ ଦେବାବେଳେ ସେ ରାଉରକେଲାକୁ ଏକତାର ସହର ବୋଲି ଅଭିହିତ କରିଛନ୍ତି। ପ୍ରାୟ ୩ଶହ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ୨ଶହ ଶଯ୍ୟା ବିଶିଷ୍ଟ ଏହି ଅତ୍ୟାଧୁନିକ ହସ୍ପିଟାଲ ଓ ସ୍ନାତକୋତ୍ତର ପ୍ରତିଷ୍ଠାନ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ହେବ ବୋଲି ରାଷ୍ଟ୍ରପତି କୋବିନ୍ଦ ପ୍ରକାଶ କରିଛନ୍ତି।
ରାଷ୍ଟ୍ରପତି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସ୍ବାଧୀନତା ପରବର୍ତ୍ତୀ ସମୟରେ ଦେଶର ତତ୍‌କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ୧୯୫୯ରେ ରାଉରକେଲା ଇସ୍ପାତ କାରଖାନା ଉଦ୍‌ଘାଟିତ ହୋଇଥିଲା। ପରବର୍ତ୍ତୀ ସମୟରେ କାରଖାନା ଓ ଶିଳ୍ପାଞ୍ଚଳ ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲ ପ୍ରତିଷ୍ଠିତ ହୋଇଥିଲା। ଏହି ହସ୍ପିଟାଲ ଉପରେ ରାଉରକେଲା ସହର ସମେତ ସୁନ୍ଦରଗଡ ଜିଲା ଏବଂ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡ଼ର ଲୋକେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାନ୍ତି। ଏହାକୁ ଆଖି ଆଗରେ ରଖି ୨୦୧୫ ଏପ୍ରିଲ ପହିଲାରେ ରାଉରକେଲା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ହସ୍ପିଟାଲକୁ ଏକ ଅତ୍ୟାଧୁନିକ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ପରିଣତ କରି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ । ୨୦୧୯ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସ୍ଥାନୀୟ ଏମ୍‌ପି ଜୁଏଲ ଓରାମ ଏହି ହସ୍ପିଟାଲ ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରେ ଦାବି କରିବା ପରେ କେନ୍ଦ୍ର ସରକାର ଓ ଆରଏସ୍‌ପିର ଅନୁଦାନରେ ଏହି ୨ଶହ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସ୍ପିଟାଲ ୨ବର୍ଷ ମଧ୍ୟରେ ନିର୍ମିତ ହୋଇପାରିଛି । ଏହାଦ୍ୱାରା ଲକ୍ଷାଧିକ ଲୋକ ଉପକୃତ ହେବେ ବୋଲି ରାଷ୍ଟ୍ରପତି କହିଥିଲେ। ଏହାସହ ସୁନ୍ଦରଗଡଠାରେ ଏନ୍‌ଟିପିସି ପକ୍ଷରୁ ମଧ୍ୟ ଅନ୍ୟ ଏକ ମେଡିକାଲ କଲେଜ ନିର୍ମାଣ କରାଯାଇଛି। ଏହି ଦୁଇଟି ମେଡିକାଲ କଲେଜ ଓ ଡାକ୍ତରଖାନାର ପରିଚାଳନା ଦାୟିତ୍ୱ ରାଜ୍ୟ ସରକାରଙ୍କୁ ଦିଆଯାଇଛି। ବିଶ୍ୱ ମହାମାରୀ କୋଭିଡ୍‌ ସମୟରେ ଆରଏସ୍‌ପି ତା’ର ସାମାଜିକ ଉତ୍ତରଦାୟିତ୍ୱ ନିର୍ବାହ କରିଛି। ଆଇଜିଏଚ୍‌ରେ କୋଭିଡ ହସ୍ପିଟାଲ ଓ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରି କୋଭିଡ ମୁକାବିଲା ପାଇଁ ସରକାରଙ୍କୁ ସହଯୋଗ କରି ମହନୀୟତାର କାର୍ଯ୍ୟ କରିଛି। ରାଉରକେଲା ଆସି ବିବିଧତା ମଧ୍ୟରେ ଏକତା ଭାବ ତାଙ୍କୁ ଅଭିଭୂତ କରିଛି ବୋଲି ସେ କହିଥିଲେ। ରାଉରକେଲା ସହରର ବିଶେଷତ୍ୱକୁ ବ୍ୟାଖ୍ୟା କରି ରାଷ୍ଟ୍ରପତି କହିଥିଲେ ଯେ, ସାଦ୍ରୀ ଭାଷାରେ ରାଉରକେଲାର ଅର୍ଥ ଆପଣଙ୍କ ଗାଆଁ। ଏଠାକୁ ଯିଏ ଆସିବ ସେ ନିଜ ଗାଁ ପରି ଅନୁଭବ କରିବ। ଏଠାରେ ଭାଷାର ବିବିଧତା ମଧ୍ୟରେ ଥିବା ଏକତା ଭାଇଚାରାର ଭାବ ସୃଷ୍ଟି କରିଛି। ଓଡ଼ିଶା ହେଉଛି ପ୍ରକୃତିର ଅନୁପମ ବରଦାନ। ଓଡିଆ ଭାଷା ଏକ ଶାସ୍ତ୍ରୀୟ ଭାଷା। ଏହାର ଭାଷା ଓ ସଂସ୍କୃତି ମହାନ୍‌। ଓଡିଶା ମାଟିରୁ ଅନେକ ହକି ଖେଳାଳି ଭାରତୀୟ ଦଳରେ ସାମିଲ ହୋଇ ଗୌରବ ବୃଦ୍ଧି କରିଛନ୍ତି ବୋଲି ରାଷ୍ଟ୍ରପତି କୋବିନ୍ଦ କହିଥିଲେ।
ଏହି ସମାରୋହରେ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଏବଂ ଭାରତ ସରକାରଙ୍କ ଆର୍ଥିକ ସହଯୋଗରେ ରାଉରକେଲାଠାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା କରାଯାଇ ସୁନ୍ଦରଗଡ଼ବାସୀ ବିଶେଷ କରି ଜନଜାତିଙ୍କ ପ୍ରତି ଥିବା ଦାୟିତ୍ୱକୁ ପୂରଣ କରାଯାଇଛି ବୋଲି କହିଥିଲେ। ସେ ଆହୁରି କହିଥିଲେ, ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ନିର୍ମାଣ ପାଇଁ ୨୦୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତି ଦେଇଥିଲେ। ଆଜି ରାଉରକେଲାବାସୀ ‘ମିଶନ ପୂର୍ବୋଦୟ’ରେ ସେହି ପ୍ରତିଶ୍ରୁତି ପାଳନର ମୂକସାକ୍ଷୀ ହୋଇଛନ୍ତି ଏବଂ ସେମାନଙ୍କ ଦୀର୍ଘଦିନର ଅତ୍ୟାଧୁନିକ ସ୍ବାସ୍ଥ୍ୟ ସୁବିଧା ପାଇବା ସ୍ବପ୍ନ ମଧ୍ୟ ସାକାର ହୋଇଛି। ଏହି ଅତ୍ୟାଧୁନିକ ହସ୍ପିଟାଲ ସୁନ୍ଦରଗଡ଼ବାସୀଙ୍କ ପ୍ରତି ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱ, ଭେଟି ଏବଂ ଉପହାର ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଥିଲେ। ଏହି ଅବସରରେ ରାଉରକେଲାରେ ସୁପର ସ୍ପେଶିଆଲିଟି ହସ୍ପିଟାଲ ପ୍ରତିଷ୍ଠା ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଆରଏସ୍‌ପିର ଅବଦାନକୁ ସେ ପ୍ରଶଂସା କରିଥିଲେ। ରାଉରକେଲା ଶିଳ୍ପାଞ୍ଚଳ ଓ ସୁନ୍ଦରଗଡ ଜିଲାରେ ସବୁଜ ବଳୟ କରିବା ସହ ସବୁଜିମା ଜନ ଆନ୍ଦୋଳନ ସୃଷ୍ଟି କରିବା ଦିଗରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ସେଲ୍‌କୁ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଆହ୍ବାନ ଦେଇଥିଲେ। ଏହି ସମାରୋହରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ ସିଂ କୁଲସ୍ତେ, ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ, ସୁନ୍ଦରଗଡ ଏମ୍‌ପି ଜୁଏଲ ଓରାମ, ସେଲ୍‌ ଅଧ୍ୟକ୍ଷା ସୋମା ମଣ୍ଡଳ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

ଏଏପି ପରେ ଓଡ଼ିଶାରେ ପ୍ରାର୍ଥୀ ଘୋଷଣା କଲା ସିପିଆଇଏମ, ଭୁବନେଶ୍ୱର ଲୋକ ସଭା ଆସନରୁ ଲଢିବେ ଏହି ନେତା

ଭୁବନେଶ୍ୱର,୧୮।୪: ରାଜ୍ୟର ୩୭ଟି ବିଧାନସଭା ପାଇଁ ଆମ ଆଦମୀ ପାର୍ଟି ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ସିପିଆଇ(ଏମ ) ମଧ୍ୟ ଆଜି ଭୁବନେଶ୍ୱର ଲୋକ...

ନିର୍ବାଚନ ପୂର୍ବରୁ ଜବତ ହେଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୧୮।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ସହର ଉପକଣ୍ଠ ହଲଦୀପାଲି ଛକରେ ଯାଞ୍ଚ ଚଲାଇ ଥିବାବେଳେ ବୁଧବାର ୧୦ଲକ୍ଷ ଟଙ୍କା ଜବତ କରିଛି ।...

ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଡକାୟତି

ବରପାଲି,୧୮।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲିସ୍ଥିତ ଏକ ହୋଟେଲ ତଳ ମହଲାରେ ଥିବା ଉତ୍କଳ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ସଶସ୍ତ୍ର ଡକାୟତ ହୋଇଛି। ଡକାୟତମାନେ ବ୍ୟାଙ୍କରୁ...

ରାଲିରେ ଯାଇ ନିଲମ୍ବିତ ହୋଇଥିଲେ ଶିକ୍ଷୟିତ୍ରୀ: ଏବେ ସଭାକୁ ଯାଇ ଶିକ୍ଷକଙ୍କୁ ପଡ଼ିଲା ମହଙ୍ଗା

ବୌଦ୍ଧ/ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ଅଜିତ କୁମାର ବାରିକ/ ପ୍ରଭାତ କୁମାର ସାହୁ/ ମକରନ୍ଦ ସାହୁ): ବୌଦ୍ଧ ଜିଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏକ ଦଳର ନିର୍ବାଚନୀ ସଭାରେ ଯୋଗ...

ବାପା-ଝିଅ ଯାଉଥିଲେ, ଜଳିଗଲା ବ୍ୟାଟେରୀ ସ୍କୁଟି

କେନ୍ଦୁଝର,୧୮ା୪(ନରେଶ ଚନ୍ଦ୍ର ପଟ୍ଟନାୟକ) : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର-ଗୋବର୍ଦ୍ଧନ ମଝିରେ ଥିବା ପେଟ୍ରୋଲପମ୍ପ ଓ ଇଟାଫେକ୍ଟ୍ରି ନିକଟରେ ଏକ(ଓଡି-୩୩-ଏ ଏଫ-୯୯୭୪)ଓକିନାୱା ନାମକ ବ୍ୟାଟେରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri