‘ମୋ କଲେଜ ଅଭିଯାନ’ ଶୁଭାରମ୍ଭ

ଭୁବନେଶ୍ୱର, ୨୨।୩(ବ୍ୟୁରୋ):‘ମୋ ସ୍କୁଲ୍‌’ର ସଫଳତା ପରେ ରାଜ୍ୟ ସରକାର ‘ମୋ କଲେଜ ଅଭିଯାନ’ ଆରମ୍ଭ କରିଛନ୍ତି। ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅଭିଯାନକୁ ଭିଡିଓ କନଫରେନ୍ସରେ ଉଦ୍‌ଘାଟନ କରିବା ସହ ‘ମୋ କଲେଜ’ ପୋର୍ଟାଲକୁ ଉନ୍ମୋଚନ କରିଛନ୍ତି। ସମଗ୍ର ବିଶ୍ୱରେ ଥିବା ପୁରାତନ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ନିଜ ମାତୃଭୂମିରେ ଥିବା ସେମାନଙ୍କ ଶିକ୍ଷାନୁଷ୍ଠାନଗୁଡ଼ିକର ପୁନଃ ନିର୍ମାଣରେ ସହଯୋଗୀ ଶକ୍ତି ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ଏଥିସହିତ ମୁଖ୍ୟମନ୍ତ୍ରୀ ଲାଇଭ୍‌ ଷ୍ଟ୍ରିମ୍‌ ମାଧ୍ୟମରେ ସଂଯୁକ୍ତ ହୋଇଥିବା ବିଭିନ୍ନ ମହାବିଦ୍ୟାଳୟର ପୁରାତନ ଛାତ୍ର ସଂସଦର ସଭ୍ୟ ଓ ପ୍ରବାସୀ ଓଡ଼ିଆଙ୍କୁ ସ୍ବାଗତ କରି କହିଛନ୍ତି, ଉଚ୍ଚଶିକ୍ଷାର ମାନବୃଦ୍ଧି ସହ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଉଛନ୍ତି। ଏହି ଅଭିଯାନ ଓଡ଼ିଆ ଆଲୁମ୍‌ନିମାନଙ୍କୁ ଭାବପ୍ରବଣତା ସହିତ ବିନିଯୋଗ କରିବା ପାଇଁ ଏକ ମଞ୍ଚ। ଏହାଦ୍ୱାରା କଲେଜ ଦିନର ସ୍ମୃତିକୁ ଫେରିପାଇବାର ଅନ୍ୟତମ ସୁଯୋଗ। ଏହି ଅଭିଯାନ କେବଳ ଛାତ୍ରୀଛାତ୍ରଙ୍କ ପାଇଁ ସୀମିତ ନୁହେଁ। ଅଣ-ଆଲୁମିନି ସାମାଜିକକର୍ମୀ, ଦାତବ୍ୟ ସଙ୍ଗଠନ, ଗୋଷ୍ଠୀ ଓ ଅନୁଷ୍ଠାନ ମଧ୍ୟ ଏଥିରେ ଅଂଶ ହୋଇପାରିବେ। ଏହା ଏକ ସୁସ୍ଥ ଶୈକ୍ଷିକ ବାତାବରଣ ପାଇଁ ନୂଆ ମିଶନର ପ୍ରଚେଷ୍ଟା କରିବା ସହ ରାଷ୍ଟ୍ରନିର୍ମାଣ, ଦକ୍ଷତା ବିକାଶ ତଥା ଦଳଗତ କାର୍ଯ୍ୟକୁ ପ୍ରୋତ୍ସାହିତ କରିବ। ସେହିଭଳି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ଅଧ୍ୟୟନ ପାଇଁ ଏକ ଅଭିନବ ତଥା ରୋମାଞ୍ଚକର ସ୍ଥାନ ହୋଇପାରିବ। ଆମେ ସମସ୍ତେ ନିଜ ନିଜ ଶିକ୍ଷାନୁଷ୍ଠାନକୁ ଫେରାଇବାର ଆନନ୍ଦ ଅନୁଭବ କରିବା ଉଚିତ, ଯେଉଁଠାରେ ଆମେ ଆମର ଯୌବନର ଅତ୍ୟନ୍ତ ମୂଲ୍ୟବାନ ସମୟ ଅତିବାହିତ କରିଥିଲେ ଏବଂ ଆମ ଭବିଷ୍ୟତ ନିର୍ମାଣ କରିଥିଲୁ ବୋଲି ସେ କହିଛନ୍ତି।
ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ କୁମାର ସାହୁ ନିଜ ଶିକ୍ଷାନୁଷ୍ଠାନର ବିକାଶ ପାଇଁ ଯୋଡ଼ିହେବାର ଏହି ଅଭିଯାନ ଏକ ମଞ୍ଚ ବୋଲି ମତବ୍ୟକ୍ତ କରିଥିଲେ। ‘ମୋ କଲେଜ’ର ଅଧ୍ୟକ୍ଷ ଆକାଶ ଦାସ ନାୟକ ଅଭିଯାନ ସମ୍ପର୍କରେ କହିଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗର ଶାସନ ସଚିବ ଶାଶ୍ୱତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଏହି ଅଭିଯାନରେ ୭୫୫ କଲେଜ ଓ ବିଶ୍ୱବିଦ୍ୟାଳୟ ସାମିଲ ହୋଇଛି। ଏହାର ପୁରାତନ ଛାତ୍ରୀଛାତ୍ର ‘ମୋ ସ୍କୁଲ’ ଭଳି ମୋ କଲେଜରେ ନିଜ ନିଜ କଲେଜକୁ ସହାୟତା କରିପାରିବେ ବୋଲି ସେମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦ ହଜାର ଲାଞ୍ଚ: ସହକାରୀ ନିର୍ଦ୍ଦେଶକ ଗିରଫ: ଘରୁ ବାହାରିଲା ୧୮ ଲକ୍ଷ ୩୦ ହଜାର ଟଙ୍କା

କଟକ ଅଫିସ, ୬।୧୧:ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା...

ସାଲିଆ ସାହିରେ ରହୁଥିବା ଶାଳୀ ଘରେ ଲୁଚାଇଥିଲେ ୧.୪୧ କୋଟି ଟଙ୍କା, ୩୫ ଭରି ସୁନା

ଭୁବନେଶ୍ୱର,୯।୪(ବ୍ୟୁରୋ): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହୋଇଥିବା ଗଞ୍ଜାମ ଜିଲା ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଗର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ସମ୍ପତ୍ତି...

ରଥଯାତ୍ରା ପୂର୍ବରୁ ସୁରକ୍ଷା ନେଇ ଡିଜିଙ୍କ ସମୀକ୍ଷା ବୈଠକ: ପୁରୀରେ ଲାଗିବ ସିସିଟିଭି

ପୁରୀ ଅଫିସ, ୨୮।୫: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାର ସୁରକ୍ଷା ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରଥଯାତ୍ରା ମାସକ ପୂର୍ବରୁ ମଙ୍ଗଳବାର ସିପି ଅଫିସରେ...

ଯାଜପୁର ବିଧାୟକ ପ୍ରଣବଙ୍କୁ ନୂଆ ଦାୟିତ୍ୱ: ହେଲେ ବିଜେଡିର ସାଙ୍ଗଠନିକ ସମ୍ପାଦକ

ଭୁବନେଶ୍ୱର,୫।୩(ବ୍ୟୁରୋ): ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ନୂଆ ଦାୟିତ୍ୱ ମିଳିଛି। ଗୁରୁବାର ବିଜେଡିର ସାଙ୍ଗଠନିକ ସମ୍ପାଦକ ଭାବେ ପ୍ରଣବଙ୍କୁ ଦାୟିତ୍ୱ ମିଳିଛି। ସେ ଏବେ...

ବନ୍ଧୁକ ବେପାରରେ ଝାଡ଼ଖଣ୍ଡ ଛାତ୍ର, କୋଟିପତିଙ୍କ ପୁଅ

ଭୁବନେଶ୍ୱର, ୧୧ା୨(ବ୍ୟୁରେ): କମିଶନରେଟ ପୋଲିସ ଇଲାକାରେ ଖୁଲମ୍‌ଖୁଲା ଚାଲିଛି ଚୋରା ବନ୍ଧୁକ କାରବାର। ଚେର ଲମ୍ବିଛି ବିହାରରୁ ଭୁବନେଶ୍ୱର। ଛାତ୍ର ଓ କୋଟିପତି ଘରର ପିଲା...

ଚାକିରି ଫେରି ପାଇବାକୁ ଅଧିଆ

ସୁନ୍ଦରଗଡ,୧୯ା୧୧(ଡି.ଏନ୍‌.ଏ.): ଚାକିରି ଫେରି ପାଇବା ପାଇଁ ଗୁରୁବାର ଜଣେ ଆଦିବାସୀ ମହିଳା ସୁନ୍ଦରଗଡ଼ ଜିଲାପାଳଙ୍କ ଅଫିସ ସମ୍ମୁଖ ବାରଣ୍ଡାରେ ମୁହଁମାଡି ଶୋଇ ଅଭିନବ ଢଙ୍ଗରେ ପ୍ରତିବାଦ...

କରୋନା ନେଲା ଆଉ ୪ଜୀବନ: ଜାଣନ୍ତୁ କେଉଁଠାରୁ କେତେ

ଭୁବନେଶ୍ୱର,୯।୮(ବ୍ୟୁରୋ): ରାଜ୍ୟରେ ଗୁରୁବାର ଆଉ ୪ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି ହୋଇଛି। ମୃତକଙ୍କ ମଧ୍ୟରେ...

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ବାଧ୍ୟ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ପୁରୁଣା ଗାଡ଼ିରେ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେଶନ ପ୍ଲେଟ୍‌ (ଏଚ୍‌ଏସ୍‌ଆର୍‌ପି) ଲଗାଇବାକୁ ରାଜ୍ୟ ସରକାର ବାଧ୍ୟତାମୂଳକ କରିଛନ୍ତି। କେନ୍ଦ୍ରୀୟ ମୋଟର ଯାନ ଆଇନ ରୁଲ୍ସ-୧୯୮୯ର ରୁଲ୍ସ-୫୦...

Advertisement
Archives

Model This Week