Posted inଖେଳ

ଅନ୍ୟ ଧର୍ମରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି କ୍ରିକେଟଙ୍କ ସମ୍ପର୍କରେ ଜାଣନ୍ତୁ

ମହମ୍ମଦ କୈଫ୍‌
ଭାରତୀୟ କ୍ରିକେଟରେ ଜଣେ ଜବରଦସ୍ତ ଫିଲ୍ଡର ଭାବେ ପରିଚିତ ମହମ୍ମଦ କୈଫ୍‌ ପୂଜା ଯାଦବଙ୍କୁ ବିବାହ କରିଛନ୍ତି। ପେସାରେ ଜଣେ ପତ୍ରକାର ଥିବା ପୂଜାଙ୍କୁ ୪ବର୍ଷ ଧରି ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିଥିଲେ। ୨୦୧୧ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।

ଜାହିର୍‌ ଖାନ୍‌
ଭାରତୀୟ ଦଳର ପୂର୍ବତନ ପେସ୍‌ ବୋଲର୍‌ ଜାହିର୍‌ ଖାନ୍‌ ବଲିଉଡ୍‌ ଅଭିନେତ୍ରୀ ସାଗରିକା ଘାଟଗେଙ୍କୁ ବିବାହ କରିଥିଲେ। ଜାହିର୍‌ ମୁସଲମାନ ସମ୍ପ୍ରଦାୟର ହୋଇଥିବାବେଳେ ସାଗରିକା ହିନ୍ଦୁ ଧର୍ମର ଥିଲେ।

ଅଜିତ ଅଗରକର
ଭାରତୀୟ ଦଳର ପୂର୍ବତନ ପେସ୍‌ ବୋଲର୍‌ ଅଜିତ୍‌ ଅଗରକର ନିଜ ବନ୍ଧୁଙ୍କ ଭଉଣୀଙ୍କୁ ବିବାହ କରିଥିଲେ। ତାଙ୍କ ବନ୍ଧୁ ମଜହର ଭଉଣୀ ଫାତିମାକୁ ନେଇ ମ୍ୟାଚ୍‌ ଦେଖିବାକୁ ଆସୁଥିବାବେଳେ ଅଜିତ୍‌ଙ୍କ ପ୍ରେମରେ ପଡିଥିଲେ। ପରେ ଉଭୟ ବିବାହ କରିଥିଲେ।

ମହମ୍ମଦ ଆଜାରୁଦ୍ଦିନ
ପୂର୍ବତନ ଭାରତୀୟ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ବଲିଉଡ୍‌ ଅଭିନେତ୍ରୀ ସଙ୍ଗୀତା ବିଜଲାନଙ୍କୁ ବିବାହ କରିଥିଲେ।

ମନସୁର୍‌ ଅଲ୍ଲୀ ଖାନ୍‌ ପୌଟଦୀ
ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମନସୁର୍‌ ଅଲ୍ଲୀ ଖାନ୍‌ ପୌଟଦୀ ବଲିଉଡ୍‌ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କୁ ପ୍ରେମ ବିବାହ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତୀରନ୍ଦାଜୀ: ଅଲିମ୍ପିକ ଚାମ୍ପିୟନଙ୍କୁ ହରାଇ ପ୍ରି-କ୍ୱାର୍ଟରରେ ଅତନୁ

ଟୋକିଓ,୩୦।୭(ପି.ଟି.): ଭାରତୀୟ ପୁରୁଷ ତୀରନ୍ଦାଜ ଅତନୁ ଦାସ ବ୍ୟକ୍ତିଗତ ଇଭେଣ୍ଟରେ ପ୍ରି- କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ସେ ଦୁଇଥର ଅଲିମ୍ପିକ୍‌ ଚାମ୍ପିୟନ କୋରିଆର ଓହ...

ଭାବିନା ପଟେଲଙ୍କୁ ୩ ସ୍ବର୍ଣ୍ଣ

ନୂଆଦିଲ୍ଲୀ,୧।୩: ଇଜିପ୍ଟର ଗିଜାରେ ଅନୁଷ୍ଠିତ ଇଜିପ୍ଟ ପାରା ଟେବୁଲ ଟେନିସ ଓପନରେ ଭାରତର ଭାବିନା ହସମୁଖ ଭାଇ ପଟେଲ ୩ ସ୍ବର୍ଣ୍ଣ ବିଜୟୀ ହୋଇଛନ୍ତି। ସୋମବାର...

ହାଇଜମ୍ପର ଝାଙ୍ଗ୍‌ଙ୍କ ଆକସ୍ମିକ ଅବସର ଘୋଷଣା

ସାଂଘାଇ, ୭ା୪ (ଏ.ଏଫ୍‌.ପି)- ବିଶ୍ୱର ବିଶିଷ୍ଟ ହାଇଜମ୍ପର ଚାଇନାର ଝାଙ୍ଗ୍‌ ଗୁଓଇଙ୍କୁ ଆକସ୍ମିକ ଅବସର ନିଷ୍ପତ୍ତି ତାଙ୍କ ସମର୍ଥକମାନଙ୍କୁ ବିସ୍ମିତ କରିଛି। ୨୦୧୫ରେ ବେଜିଂରେ ଅନୁଷ୍ଠିତ...

ବିଶ୍ୱ ଚେସ୍‌ ଦିବସରେ ପ୍ରତ୍ୟୁଷ ଚାମ୍ପିୟନ

ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ବିଶ୍ୱ ଚେସ୍‌ ଦିବସ ଅବସରରେ ସୋମବାର ଆୟୋଜିତ ଅନ୍‌ଲାଇନ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ପ୍ରତ୍ୟୁଷ ମହାପାତ୍ର ଚାମ୍ପିୟନ ହୋଇଛନ୍ତି। ଏସଆର ଚେସ୍‌ ସେଣ୍ଟର...

ଭାରତ ପକ୍ଷରୁ ଟେନିସ ଖେଳିଛନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ, ୨୨।୭: ଏକଦା ସୀମିତ ଓଭର କ୍ରିକେଟ୍‌ରେ ଭାରତୀୟ ଦଳର ଜଣେ ପ୍ରମୁଖ ସଦସ୍ୟ ରହିଥିବା ରବିନ୍‌ ଉଥ୍‌ପ୍ପା ମାର୍ଚ୍ଚ ୨୦୧୬ରେ ଶୀତଲ ଗୌତମଙ୍କୁ ଜୀବନ...

ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି

ଭୁବନେଶ୍ୱର, ୨୦।୫(କ୍ରୀଡ଼ା ପ୍ରତିନିଧି)- ପ୍ରଶାନ୍ତ ମହାପାତ୍ର ଜଣେ ସଫଳ କ୍ରିକେଟର, ଦକ୍ଷ ମ୍ୟାଚ ରେଫରି ଏବଂ ବିସିସିଆଇ ଲେଭଲ-୨ କୋଚ୍‌ ଥିଲେ। ଖେଳ ଜୀବନ ହେଉ...

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗଦେଲେ ପାର୍ଥିବ

ମୁମ୍ବାଇ, ୧୧ା୧୨ (ପି.ଟି.)-ଭାରତ ଓ ଗୁଜରାଟର ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ ପାର୍ଥିବ ପଟେଲ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସରେ ଜଣେ...

ମୁଷ୍ଟି ପ୍ରହାର ଧମକ ଦେଇଥିଲେ ହେଡେନ

ନୂଆଦିଲ୍ଲୀ, ୮ା୫ (ପି.ଟି.)-ଅଷ୍ଟ୍ରେଲିଆର ପୂର୍ବତନ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ ମାଥ୍ୟୁ ହେଡେନ୍‌ ଏକଦା ମୋ ମୁହଁକୁ ମୁଷ୍ଟି ପ୍ରହାର କରିବା ଲାଗି ଧମକ ଦେଇଥିଲେ ବୋଲି...

Advertisement
Archives

Model This Week