ଏହି କ୍ରିକେଟର୍ଙ୍କ କାର୍ ଓଲଟିଲା
ଜୟପୁର,୩୧।୧୨:ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନଙ୍କ କାର୍ ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଛି। ଏଥିରେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଲାଲସୋଟ କୋଟା ମେଗା ହାଇଓ୍ବେରେ ଏହି ଦୁର୍ଘଟଣା ଘଟିଥିଲା। ଆଜାରୁଦ୍ଦିନ୍ ନିଜ ପରିବାର ସହ ରଣନ୍ଥମ୍ବୋର ଭବନ…
ଚିନ୍ତା ବଢ଼ାଇଲା ନୂଆ ଷ୍ଟ୍ରେନ୍: ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ଛୁଇଁଲା
ନୂଆଦିଲ୍ଲୀ,୩୧।୧୨: ଦେଶରେ କରୋନା ମହାମାରୀର ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କୁ ନେଇ ଏବେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଷ୍ଟ୍ରେନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ସୁଦ୍ଧା ସ୍ବଦେଶ ଫେରିଥିବା ବ୍ରିଟେନ୍ ଫେରନ୍ତାଙ୍କ ମଧ୍ୟରୁ ୨୦ ଜଣଙ୍କଠାରେ…
ଜାରି ହେଲା ନୂଆବର୍ଷ କଟକଣା: ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଘରୁ ବାହାରିପାରିବେ ନାହିଁ ଲୋକେ
ଭୁବନେଶ୍ୱର,୩୧।୧୨: ଆଜି ୨୦୨୦ ବର୍ଷର ଶେଷ ଦିନ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଏବଂ ଉଦ୍ଦୀପନା ଦେଖାଦେଇଛି। ତେବେ ଏହା ଭିତରେ କରୋନାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଗୁରୁବାର ରାତି ଅର୍ଥାତ୍…
ପଞ୍ଚାୟତ ଜିପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
ବଲାଙ୍ଗୀର ଅଫିସ,୩୧ା୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ପୁଇଁତଲା ପଞ୍ଚାୟତର ଜିପିଇଓ ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି। ପିଇଓଙ୍କ ଶାନ୍ତିପଡ଼ା ଘର ଏବଂ ପୁଇଁନ୍ତଲା ଅଫିସରେ ଏକକାଳୀନ ଚଢ଼ାଉ ଜାରି…
ପଡ଼ୋଶୀ ମହିଳାଙ୍କ ସହ ପ୍ରେମସମ୍ପର୍କ ରଖିବାକୁ ବେଡ୍ରୁମ୍ ତଳେ ତିଆରି କରିଥିଲେ ଗୁପ୍ତ ସୁଡ଼ଙ୍ଗ, ଜଣାପଡ଼ିବା ପରେ…
ଜଣେ ବିବାହିତ ବ୍ୟକ୍ତି ପଡ଼ୋଶୀ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିବା ପାଇଁ ବେଡ୍ରୁମ୍ ତଳେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ ଘରେ ରୁହନ୍ତି। ମାତ୍ର ଯେତେବେଳେ ସ୍ବାମୀ କାମ କରିବାକୁ ବାହାରକୁ ଯାଆନ୍ତି ସେହି…
ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍ ହେଲେ କେନ୍ ଓ୍ବିଲିୟମସନ, କୋହଲି ଏହି ସ୍ଥାନରେ
ଦୁବାଇ,୩୧।୧୨: ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ବିଲିୟମସନ୍। ସେ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଷ୍ଟିଭ୍ ସ୍ମିଥ୍ଙ୍କୁ ପଛରେ ପକାଇ ସେ ପ୍ରଥମ ସ୍ଥାନ…
ଭିଆଇପିଙ୍କୁ ପୋଲିସ ସୁରକ୍ଷା: ପଶ୍ଚିମବଙ୍ଗ-ପଞ୍ଜାବ-ବିହାର ଶୀର୍ଷରେ
ନୂଆଦିଲ୍ଲୀ,୩୧।୧୨: ଦେଶରେ ଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ହୋଇଥିବା ପୋଲିସଙ୍କ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ବ୍ୟୁରୋ ଅଫ୍ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଣ୍ଟ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଏସମ୍ପର୍କରେ ଉଲ୍ଲେଖ କରାଯାଇଛି। ପଶ୍ଚିମବଙ୍ଗ,ପଞ୍ଜାବ ଏବଂ ବିହାରରେ ଅଧିକ…
ବରଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ
ମାଲକାନଗିରି,୩୧ା୧୨(ଡି.ଏନ୍.ଏ.): ମାଲକାନଗିରି ଜିଲା ସଦରମହକୁମା ଜବରଦସ୍ତ କଲୋନୀର ମନ୍ଦିର ନିକଟରେ ଥିବା ଏକ ବରଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟଙ୍କ ମୃତଦେହ ବରଗଛରେ ଏକ ଗାମୁଛାରେ ବନ୍ଧା ହୋଇଥିବା ବେଳେ ଉଭୟ ପ୍ରେମୀଯୁଗଳ ବୋଲି ଅନୁମାନ…
ଦେଶରେ କାମ କରୁଛି ୫୯୭ ଫାଷ୍ଟ୍ ଟ୍ରାକ୍ କୋର୍ଟ
ନୂଆଦିଲ୍ଲୀ,୩୧।୧୨: ଦେଶରେ ସମ୍ପ୍ରତି ୫୯୭ ଫାଷ୍ଟ ଟ୍ରାକ୍ କୋର୍ଟ କାମ କରୁଛି। ସେଥିମଧ୍ୟରୁ ୩୨୧ କୋର୍ଟରେ ମୁଖ୍ୟତଃ ପୋକ୍ସୋ ମାମଲାର ବିଚାର କରାଯାଉଛି। ଦେଶର ୨୪ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ କୋର୍ଟଗୁଡ଼ିକ ରହିଛି। ଆଇନମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।…
ଭାରତୀୟ ଦଳ ପାଇଁ ଖରାପ ଖବର: ଭାରତ ଫେରିଲେ ଏହି କ୍ରିକେଟର୍
ମେଲବୋର୍ନ,୩୧।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ବିଜୟ ହାସଲ କରିଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ହୋଇଛି। ଜାନୁଆରୀ ୭ରେ ତୃତୀୟ ଟେଷ୍ଟ ଖେଳାଯିବାକୁ ଥିବାବେଳେ ଭାରତୀୟ ଦଳ ପାଇଁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଦଳର…
ଖାଦ୍ୟ ନାଁରେ ବିଷ ବେପାର
ଭୁବନେଶ୍ୱର,୩୧।୧୨(ବ୍ୟୁରୋ):ଖାଦ୍ୟ ନାଁରେ ବିଷ ବେପାର ଚାଲିଛି। ଅଧିକ ମୁନାଫା କମାଇବା ଆଶାରେ ଅସାଧୁ ବ୍ୟବସାୟୀମାନେ ଜନସ୍ବାସ୍ଥ୍ୟ ସହ ଭୟଙ୍କର ଖେଳ ଖେଳୁଛନ୍ତି। ଖାଦ୍ୟସାମଗ୍ରୀ ଅପମିଶ୍ରଣ ଜନସ୍ବାସ୍ଥ୍ୟ ପ୍ରତି ବଡ଼ ବିପଦ ଭାବେ ଦେଖାଦେଇଛି। ତେଲ, ଘିଅ, ସସ୍ ଓ ବିଭିନ୍ନ ପ୍ରକାର…
ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ: ୨୮ ଯାତ୍ରୀ ମୃତ
ଦାମାସକସ୍,୩୧।୧୨: ଦକ୍ଷିଣ ସିିରିଆର ଡେର୍ ଅଲ୍-ଜୌର ପ୍ରଦେଶରେ ଏକ ବସ୍ ଉପରେ ଆତଙ୍କବାଦୀ ଆକ୍ରମଣ ଘଟିଛି। ଏଥିରେ ୨୮ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ପ୍ରଦେଶର କୋବାଜ୍ଜେପ୍ ଅଞ୍ଚଳରେ ବସ୍ ଉପରେ ଆକ୍ରମଣ ହୋଇଥିବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି। ସିରିଆରେ…
Archives


