ଚାନ୍ଦବାଲିବାସୀଙ୍କ ପାଇଁ କହିବାକୁ କେହି ରୋକିପାରିବେ ନାହିଁ: ବ୍ୟୋମକେଶ

ଭୁବନେଶ୍ୱର,୨୫ା୩(ବ୍ୟୁରୋ) :ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଭଦ୍ରକ ଜିଲା ବାଁଶଡ଼ା ଥାନାର ଜଣେ ଆସିଷ୍ଟାଣ୍ଟ ସବ୍‌ଇନ୍ସପେକ୍ଟର(ଏଏସଆଇ)ଙ୍କୁ ଫୋନରେ ଧମକ ଦେବା ପ୍ରସଙ୍ଗକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ବିଧାନସଭାରେ ଉଠାଇଛନ୍ତି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ ସେ କହିଛନ୍ତି, ଶାସକ ଦଳର ବିଧାୟକ ଫୋନ୍‌ରେ ଜଣେ ପୋଲିସଙ୍କୁ ଧମକ ଦେଉଛନ୍ତି। କହୁଛନ୍ତି ଯଦି ମୋ କଥା ମାନିବୁ ନାହିଁ ତୋତେ କୋରାପୁଟର ମୋଟୁକୁ ପଠାଇଦେବି। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ୧୧୫ ବିଧାୟକ ଅଛନ୍ତି ବୋଲି କ’ଣ ଲୋକଙ୍କୁ ଡରାଇବେ। ବହୁତ ଲୋକ ଦଲାଲଗିରି କରୁଛନ୍ତି। ବିଧାୟକମାନେ ଧମକାଉଥିବାରୁ ଅଫିସରମାନେ ଭୟଭୀତ ହୋଇ ରହୁଛନ୍ତିି। ଏହାର ତଦନ୍ତ କରାଯାଉ। ବିଧାୟକ ଲୋକଙ୍କୁ ଧମକାଇବା ଏବଂ ଅଶ୍ଳୀଳ ଭାଷାରେ ଗାଳି ଦେବା ଏକ ସ୍ବଚ୍ଛ ସରକାରର ନୀତି ନୁହେଁ। ଏଭଳି ଘଟଣା ଯେପରି ଭବିଷ୍ୟତରେ ନ ହେବା ଉଚିତ। ବିଶେଷକରି ବିଧାୟକମାନେ ଶାଳୀନତା ରକ୍ଷା କରିବା ଦରକାର ବୋଲି ପ୍ରଦୀପ୍ତ କହିଥିଲେ। ଏହା ଶୁଣି ବାଚସ୍ପତି ଯେତେବେଳେ ଏ ବିଷୟରେ କିଛି ଜାଣିନାହାନ୍ତି ବୋଲି କହିଲେ, ବିରୋଧୀ ଦଳ ନେତା ପୁଣି କହିଥିଲେ ଯେ, ବିଧାୟକ ଗାଳି କରିବା ଅଡିଓ ଏବେ ସବୁଆଡ଼େ ଘୂରି ବୁଲୁଛି। ତେଣୁ ଆପଣ କିପରି କହୁଛନ୍ତି ଜାଣି ନାହାନ୍ତି ବୋଲି। ଏହାର ଉତ୍ତରରେ ବାଚସ୍ପତି କହିଥିଲେ ଯେ, ଗୃହ ରାଷ୍ଟ୍ରମନ୍ତ୍ରୀ ଏଠାରେ ବସିଛନ୍ତି ଏବଂ ସରକାର ସବୁ କଥା ଶୁଣୁଛନ୍ତି। ବିରୋଧୀ ଦଳ ନେତାଙ୍କ ଅଭିଯୋଗକୁ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ପ୍ରବଳ ବିରୋଧ କଲେ। କହିଲେ ବିରୋଧୀ ଦଳ ନେତାଙ୍କୁ ମୁଁ ସମ୍ମାନ କରେ। ସେ ମୋ ବିରୋଧରେ ଅଭିଯୋଗ ଆଣି ଗୃହକୁ ବିଭ୍ରାନ୍ତ କରୁଛନ୍ତି। ଫୋନ୍‌ରେ ମୁଁ କହିଛି ଆମେ ବିଧାୟକ ହୋଇଛୁ। ସାଧାରଣ ଲୋକ ଆମ ପାଖକୁ ଆସିବେ। ତୁମେ ଗରିବ ଲୋକଙ୍କୁ ଧମକାଇ ପାରିବ ନାହିଁ। ଆଇନ ତା’ ବାଟରେ ଯିବ। ସାଧାରଣ ଲୋକଙ୍କୁ ହଇରାଣ କରୁଛ। ଭଦ୍ରକ ଜିଲାରେ ପୋଲିସ ଭଲ କାମ କରୁଛି। ଜଣେ ଏଏସ୍‌ଆଇ ଏମିତି କାମ କାହିଁକି କରୁଛ ବୋଲି ମୁଁ ତାଙ୍କୁ କହିଥିଲି। ବାଚସ୍ପତି ଯଦି ଚାହିଁବେ ଉକ୍ତ ଅଡିଓ ଦେଇ ପାରିବି। ଗୋଟିଏ ଗଣମାଧ୍ୟମ ତାକୁ କଟ୍‌ କରି ଦେଖାଇଛି। ମୁଁ କହିଛି ଡିଜିଙ୍କୁ କହି ବଦଳି କରିବି। ମୁଁ ତ କହିନି ବିଜେଡିକୁ ସାହାଯ୍ୟ କର। ମୁଁ ଲୋକଙ୍କ ପାଇଁ କାମ କରି ଚାଲିବି। ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ ଭାଜପା ବିଧାୟକ ମାଡ଼ ମାରିଲେ। ସେ ଗିରଫ ହୋଇଥିଲେ। ଚାନ୍ଦବାଲିବାସୀ ମୋତେ ବିଧାୟକ ଭାବେ ନିର୍ବାଚିତ କରିଛନ୍ତି। ମୁଁ ଚାନ୍ଦବାଲିବାସୀଙ୍କ ସୁଖ ଦୁଃଖରେ ଛିଡ଼ା ହେବି। ମୋ ସ୍ବରକୁ କେହି ଚାପିଦେଇ ପାରିବେ ନାହିଁ ବୋଲି ବ୍ୟୋମକେଶ କହିଥିଲେ। ବିରୋଧୀ ଦଳ ନେତା ପୁଣି କହିଥିଲେ, ମୋର ମଧ୍ୟ ବିଧାୟକଙ୍କ ପ୍ରତି ସ୍ନେହ ଶ୍ରଦ୍ଧା ଅଛି। ସମ୍ପର୍କ ତା ବାଟରେ ରହିବ। ବିଧାୟକମାନେ ପୋଲିସ କର୍ମଚାରୀଙ୍କୁ ଧମକାଇବାରୁ ନିବୃତ୍ତ ରହିବା ଆବଶ୍ୟକ ବୋଲି ପ୍ରଦୀପ୍ତ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri