ବର୍ଷେ ପରେ କମିଲା ତେଲ ଦର

ଭୁବନେଶ୍ୱର,୨୫ା୩: ଗତ ଗୋଟିଏ ବର୍ଷ ମଧ୍ୟରେ ପ୍ରଥମ ଥର ଲାଗି ତେଲ ଦର ବୁଧବାର କମିଛି। ପେଟ୍ରୋଲ ଲିଟର ପିଛା ୧୮ ଏବଂ ଡିଜେଲ ୧୭ ପଇସା ଖସିଛି। ଫଳରେ ଭୁବନେଶ୍ୱରରେ ଏହାର ଦର ଯଥାକ୍ରମେ ୯୧.୭୨ ଟଙ୍କା ଏବଂ ୮୮.୬୦ ଟଙ୍କା ରହିଥିବା ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ଅନ୍ତର୍ଜାତୀୟ ବଜାରରେ ତେଲ ଦର ଫେବୃୟାରୀ ପରଠାରୁ ବର୍ତ୍ତମାନ ନିମ୍ନ ସ୍ତରକୁ ଖସିଛି। ଫଳରେ ଇନ୍ଧନ ଦରରେ ଏଭଳି ହ୍ରାସ ପରିଲକ୍ଷିତ ହୋଇଛି।
ନୂଆଦିଲ୍ଲୀରେ ପେଟ୍ରୋଲ ୯୦.୯୯ ଟଙ୍କାକୁ ଖସିଛି। ସେହିଭଳି ଚେନ୍ନାଇରେ ୧୬ ପଇସା ନିମ୍ନରେ ରହି ୯୨.୯୫ ଟଙ୍କା, କୋଲକତା ଏବଂ ମୁମ୍ବାଇରେ ୧୭ ପଇସା ଲେଖାଏ ହ୍ରାସ ହୋଇ ଦର ଯଥାକ୍ରମେ ୯୧.୧୮ ଟଙ୍କା ଓ ୯୭.୪୦ ଟଙ୍କା ରହିଛି। ଗତମାସ ୨୭ ରେ ଶେଷ ଥର ଲାଗି ତେଲ ଦର ବୃଦ୍ଧି ହୋଇଥିଲା। ସେହିଭଳି ଦିଲ୍ଲୀରେ ଡିଜେଲ ଲିଟର ପିଛା ଦର ୧୭ ପଇସା କମି ୮୧.୩୦ ଟଙ୍କା, ମୁମ୍ବାଇରେ ୧୮ ପଇସା ନିମ୍ନରେ ରହି ୮୮.୪୨ ଟଙ୍କା କୋଲକାତାରେ ୮୧.୧୮ ଟଙ୍କା ଏବଂ ଚେନ୍ନାଇରେ ୮୬.୨୯ ଟଙ୍କା ରହିଛି। ରାଜ୍ୟ ସ୍ତରରେ ଭ୍ୟାଟ ଭିନ୍ନ ହୋଇଥିବାରୁ ତେଲ ଦର ହ୍ରାସରେ ଭିନ୍ନତା ଦେଖାଯାଉଛି। ଶେଷ ଥର ପାଇଁ ୨୦୨୦ ମାର୍ଚ୍ଚ ୧୬ରେ ଇନ୍ଧନ ଦର ହ୍ରାସ ହୋଇଥିଲା। କରୋନା ପାଇଁ ଅଶୋଧିତ ତେଲ ରେକର୍ଡ ନିମ୍ନ ସ୍ତରକୁ ଖସିଥିଲେ ମଧ୍ୟ ଗତ ଗୋଟିଏ ବର୍ଷ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୨୧.୫୮ ଟଙ୍କା ବୃଦ୍ଧି ପାଇଛି। ସେହିଭଳି ଡିଜେଲ ଦର ଲିଟର ପିଛା ୧୯.୧୮ ଟଙ୍କା ଉର୍ଦ୍ଧ୍ୱରେ ରହିଛି।
ଗତ ମାସରେ ପେଟ୍ରୋଲ ୧୦୦ ଟଙ୍କା ସ୍ତର ଛୁଇଁଥିଲା। ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଭଳି ରାଜ୍ୟଗୁଡିକରେ ଦରରେ ଏଭଳି ରେକର୍ଡ ଦେଖାଯାଇଥିଲା। ସେହିଭଳି ପଶ୍ଚିମବଙ୍ଗ,ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟଗୁଡିକରେ ନିର୍ବାଚନ ଯୋଗୁ ତେଲ ଦରରେ କୌଣସି ବୃଦ୍ଧି ହୋଇଥିବା ଦେଖାଯାଇଛି। କରୋନାର ଦ୍ୱିତୀୟ ଲହର ଆସିବା ଯୋଗୁ ଅନ୍ତର୍ଜାତୀୟ ବଜାରେ ଅଶୋଧିତ ତେଲ ଦର ଉପରେ ପ୍ରଭାବ ପରିଲକ୍ଷିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍‌ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ…

ଭିତରେ ଶୋଇଥିଲେ ପରିବାର, ଲଗାଣ ବର୍ଷାରେ ଭାଙ୍ଗିଲା ଘର, ତା’ପରେ…

ରିଷିଡ଼ା,୩।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଅବୁଜବାହଲ ଗ୍ରାମର କଲୋନୀ ପଡାର ନିଳକଣ୍ଠ ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ…

ଆସୁଛି ସବୁଠାରୁ ବଡ଼ ସଙ୍କଟ! ନୂଆ ଭବିଷ୍ୟବାଣୀକୁ ନେଇ ଥରହର ବିଶ୍ୱ

ବ୍ରାସିଲିଆ,୩।୮: ନିଜକୁ “ଜୀବନ୍ତ ନୋଷ୍ଟ୍ରାଡାମସ” କହୁଥିବା ୩୯ ବର୍ଷୀୟ ବ୍ରାଜିଲର ପାରାଲୋଜିଷ୍ଟ ଆଥୋସ ସାଲୋମ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ୨୦୨୬ ପାଇଁ…

ଲିଭ୍-ଇନ୍ ପାର୍ଟନରଙ୍କୁ ମଧ୍ୟ ମିଳିବ ପତ୍ନୀଙ୍କ ଭଳି ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୮: ଲିଭ୍-ଇନରେ ରହୁଥିବା ପାର୍ଟନରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରେ ଥିବା ବ୍ୟକ୍ତି ନିଜ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୮: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼/ବଡ ଗାଁ,୩।୮(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ଷଡ଼ଙ୍ଗୀ) : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି, ଏହା ସହ ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ…

ଖଜୁରିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ ବିଶେଷଭାବରେ ଜଳଖିଆରେ ବ୍ୟବହାର କରିଥାଉ। ଏହାକୁ ନିୟମିତ ଖାଇଲେ ହଜମ କ୍ରିୟା ଆହୁରି ସକ୍ରିୟ…

କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri