Posted inଜାତୀୟ

ପିଏମ୍‌ଏଓ୍ବାଇରେ ବହୁ କୋଟିର ଦୁର୍ନୀତି

ନୂଆଦିଲ୍ଲୀ,୨୫।୩: ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ)ରେ ବହୁକୋଟି ଟଙ୍କା ଦୁର୍ନୀତିର ପର୍ଦ୍ଦାଫାସ୍‌ କରିଛି ସିବିଆଇ। ଏହି ଦୁର୍ନୀତିରେ ସମ୍ପୃକ୍ତ ଦଓ୍ବୋନ ହାଉସିଂ ଫାଇନାନ୍ସ ଲିମିଟେଡ୍‌ (ଡିଏଚ୍‌ଏଫ୍‌ଏଲ୍‌)ର ପ୍ରମୋଟର କପିଲ୍‌ ଓ ଧୀରଜ ଓ୍ବାଧଓ୍ବାନଙ୍କ ବିରୋଧରେ ସିବିଆଇ ବୁଧବାର ମାମଲା ରୁଜୁ କରିଛନ୍ତି। ଦୁଇ ଓ୍ବାଧଓ୍ବାନ ଭ୍ରାତା ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାରେ ଏବେ ଜେଲ୍‌ରେ ଅଛନ୍ତି। ସିବିଆଇ କହିବା ଅନୁଯାୟୀ କପିଲ୍‌ ଓ ଧୀରଜ ଜାଲ୍‌ ଗୃହଋଣ ଆକାଉଣ୍ଟମାନ ଖୋଲି ଏହା ମାଧ୍ୟମରେ ୧୪,୦୦୦ କୋଟି ଟଙ୍କା ଋଣ ଦେଇଥିବା ଦର୍ଶାଇ ସରକାରଙ୍କଠାରୁ ୧,୮୮୦ କୋଟି ଟଙ୍କା ସୁଧ ସବ୍‌ସିଡି ପାଇଥିଲେ।
ସମସ୍ତଙ୍କୁ ଘର ଯୋଗାଇବା ପାଇଁ କେନ୍ଦ୍ର ସରକାର ୨୦୧୫ ଅକ୍ଟୋବରରେ ପିଏମ୍‌ଏଓ୍ବାଇ ଯୋଜନା ଆରମ୍ଭ କରିଥିଲେ। ଅର୍ଥନୈତିକ ଦୁର୍ବଳ ଶ୍ରେଣୀ ଏବଂ ନିମ୍ନ ଓ ମଧ୍ୟମ ଆୟକାରୀ ଗୋଷ୍ଠୀର ଲୋକମାନଙ୍କୁ ଏହି ଯୋଜନାରେ ଋଣ ଦିଆଯାଉଛି। ଏହି ଋଣ ଯୋଗାଉଥିବା ଫାଇନାନ୍ସ କମ୍ପାନୀଗୁଡ଼ିକୁ ସରକାର ସୁଧ ସବ୍‌ସିଡି ଦେଇଥାନ୍ତି। ୨୦୧୮ ଡିସେମ୍ବରରେ ଡିଏଚ୍‌ଏଫ୍‌ଏଲ୍‌ ଏହାର ନିବେଶକମାନଙ୍କୁ କହିଥିଲା, କମ୍ପାନୀ ପିଏମ୍‌ଏଓ୍ବାଇରେ ୮୮,୬୫୧ଟି ଋଣ ପ୍ରକ୍ରିୟା କରିଛି ଓ ସବ୍‌ସିଡି ବାବଦରେ ୫୩୯.୪ କୋଟି ଟଙ୍କା ପାଇଥିବାବେଳେ ୧,୩୪୭.୮ କୋଟି ଟଙ୍କା ପାଇବାକୁ ବାକି ଅଛି। ତେବେ ଫୋରେନ୍‌ସିକ ଅଡିଟରୁ ଜଣାପଡ଼ିଥିଲା, କପିଲ୍‌ ଓ ଧୀରଜ ୨.୬ ଲକ୍ଷ ଜାଲ୍‌ ହାଉସିଂ ଲୋନ୍‌ ଆକାଉଣ୍ଟ ଖୋଲି ଏବାବଦରେ ସବ୍‌ସିଡି ନେଇଛନ୍ତି। ୨୦୦୭ରୁ ୨୦୧୯ ମଧ୍ୟରେ ଉକ୍ତ ଜାଲ୍‌ ଆକାଉଣ୍ଟ ନାମରେ ୧୪,୦୪୬ କୋଟି ଟଙ୍କା ମଞ୍ଜୁର ହୋଇଛି। ସେଥିରୁ ୧୧,୭୫୫.୭୯ କୋଟି ଟଙ୍କା ଅନ୍ୟ ଜାଲ୍‌ ଫାର୍ମକୁ ସ୍ଥାନାନ୍ତର କରାଯାଇଥିବା ସିବିଆଇ ଅଭିଯୋଗ କରିଛି। ଡିଏଚ୍‌ଏଫଏଲ୍‌ରେ ନିବେଶ ଲାଗି ୟେସ୍‌ ବ୍ୟାଙ୍କ ପ୍ରତିଷ୍ଠାତା ରାଣା କପୁର ପରିବାର ଉତ୍କୋଚ ନେବା ମାମଲାରେ ସିବିଆଇ ଗତବର୍ଷ ଜୁନ୍‌ରେ ଓ୍ବାଧଓ୍ବାନ ଭ୍ରାତା ଓ କପୁରଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ୟେସ୍‌ ବ୍ୟାଙ୍କ ଲୋକଙ୍କ ଜମା ରାଶି ୩.୭୦୦ କୋଟି ଟଙ୍କା ଡିଏଚ୍‌ଏଫଏଲ୍‌ର ସ୍ବଳ୍ପକାଳୀନ ଡିବେଞ୍ଚରରେ ଲଗାଇଥିଲେ। ଏଥିପାଇଁ ଓ୍ବାଧଓ୍ବ୍‌ାନ ଭ୍ରାତା କପୁରଙ୍କ ସ୍ତ୍ରୀ ଓ ଝିଅମାନଙ୍କ ନିୟନ୍ତ୍ରଣରେ ଥିବା ଏକ କମ୍ପାନୀକୁ ୬୦୦ କୋଟି ଟଙ୍କା ଋଣ ନାମରେ ସହାୟତା କରିଥିଲେ। କପୁରଙ୍କୁ ଗତବର୍ଷ ମାର୍ଚ୍ଚ ଓ ଓ୍ବାଧଓ୍ବାନ ଭ୍ରାତାଙ୍କୁ ଏପ୍ରିଲରେ ଗିରଫ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?