ମହିଳାଙ୍କ ସ୍କେଚ୍‌ ସହ ଲାଗିଲା ପୋଷ୍ଟର

ଭୁବନେଶ୍ୱର,(ବ୍ୟୁରୋ)/ ଯଁାଳା,୨୫।୩(ଡି.ଏନ୍‌.ଏ.):ଜଟଣୀ ଥାନା ଅଧୀନ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍‌ରୁ ମିଳିଥିବା ମହିଳାଙ୍କ କଙ୍କାଳର ପରିଚୟ ପାଇବା ପାଇଁ ଲାଗି ପଡିଛି ପୋଲିସ। ବୁଧବାର ମହିଳାଙ୍କ ସ୍କେଚ୍‌ ଥିବା ପୋଷ୍ଟରକୁ ରେଳ ଷ୍ଟେଶନ, ବସ୍‌ଷ୍ଟାଣ୍ଡ୍‌ ସହ ସହରର ବିଭିନ୍ନ ସ୍ଥାନରେ ଲଗାଇଛି। ଉକ୍ତ ପୋଷ୍ଟରରେ ମହିଳାଙ୍କର ଆନୁମାନିକ ଚେହେରାର ୩ ପ୍ରକାର ସ୍କେଚ୍‌ ରହିଛି। ଏଥିସହ ତାଙ୍କ ସଂକ୍ରାନ୍ତରେ ମଧ୍ୟ କିଛି ସୂଚନା ଉଲ୍ଲେଖ କରାଯାଇଛି। ସେପ୍ଟେମ୍ବରରୁ ଡିସେମ୍ବର ୨୦ ମଧ୍ୟରେ ନିଖୋଜ ଥିବା ଅନୁମାନ କରାଯାଇଥିବାବେଳେ ବୟସ ୩୫ରୁ ୪୫ ବର୍ଷ ମଧ୍ୟରେ ହେବ ଓ ସେ ଯକ୍ଷ୍ମା ରୋଗରେ ଆକ୍ରାନ୍ତ ଥିଲେ। ସେହିପରି ତାଙ୍କ ଉଚ୍ଚତା ପ୍ରାୟ ୧୬୪ସେମି, କଳା ରଙ୍ଗର ମୁଣ୍ଡବାଳ ପ୍ରାୟ ୩୫ ସେମି ଲମ୍ବ, ଡାହାଣ ହାତରେ ୪ଟି ଆଲୁମିନିୟମ ଚୁଡ଼ି, ଗୋଟିଏ ସବୁଜ ରଙ୍ଗର ପୂରା ହାତର ସ୍ବେଟର ମିଳିଥିବା ଦର୍ଶାଯାଇଛି। ଏହି ମହିଳାଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରୁଥିବା ବ୍ୟକ୍ତିଙ୍କ ନାମ ଓ ପରିଚୟ ଗୋପନୀୟ ରଖାଯିବ ବୋଲି ଉଲ୍ଲେଖ କରାଯାଇଛି। କେହି ପରିଚୟ ପାଇଲେ ଭୁବନେଶ୍ୱର ମହିଳା ଥାନା ଆଇଆଇସି ବନିତା ମହାରଣା, ଜଟଣୀ ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଓ ଭୁବନେଶ୍ୱର ଡିସିପି ଅଫିସଙ୍କ ମୋବାଇଲ ନମ୍ବରରେ ଜଣାଇବାକୁ ଅନୁରୋଧ କରାଯିବା ସହ ସେସବୁ ନମ୍ବର ମଧ୍ୟ ଦିଆଯାଇଛି।
ପୂର୍ବରୁ ପୋଲିସ ପରିଚୟ ପାଇବା ପାଇଁ ସ୍ଥାନୀୟ ଅଞ୍ଚଳରେ ବୁଲି ବୁଲି ଲୋକଙ୍କୁ ପଚରାଉଚରା କରିବା ସହ ଥାନାକୁ ଡାକି ତଥ୍ୟ ସଂଗ୍ରହ କରିଛି। ହେଲେ ଫେବୃୟାରୀ ୧୨ରୁ କଙ୍କାଳ ମିଳିଥିଲେ ମଧ୍ୟ ଏଯାଏ ତାଙ୍କ ସମ୍ପର୍କରେ କିଛି ବି ସୁରାକ ପାଇପାରୁନି ପୋଲିସ। ମହିଳା ଜଣକ କେଉଁ ପରିସ୍ଥିତିରେ ଫାଣ୍ଡି ପରିସରକୁ ଆସିଲେ, କାର୍‌ ଭିତରେ ତାଙ୍କର ମୃତ୍ୟୁ ଘଟିଛି ନା ମୃତଦେହକୁ ସେଠାରେ ରଖାଯାଇଛି, ସ୍ବାଭାବିକ ମୃତ୍ୟୁ ନା ଏହା ପଛରେ କିଛି ରହସ୍ୟ ଲୁଚି ରହିଛି ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏସବୁ ପାଇବାକୁ ହେଲେ ପ୍ରଥମେ ପରିଚୟ ମିଳିବା ଜରୁରୀ ହୋଇଥିବାରୁ ପୋଲିସ ଏଥିପାଇଁ ଲାଗି ପଡିଛି। ସୂଚନାଯୋଗ୍ୟ, ଉକ୍ତ କାର୍‌ଟି ୨୦୧୯ରେ ଗଞ୍ଜେଇ ଚାଲାଣବେଳେ ଧରାପଡ଼ି ଯାଁଳା ଫାଣ୍ଡି ପରିସରରେ ରହିଥିଲା। ମାଲିକ ବିପିନ କୋର୍ଟ ଅର୍ଡର ଧରି ଫେବୃୟାରୀ ୧୨ରେ ଗାଡ଼ି ନେବାକୁ ଫାଣ୍ଡିକୁ ଆସିବା ପରେ ସେଥିରେ ଏକ କଙ୍କାଳ ମିଳିଥିଲା। କାର୍ଯ୍ୟରେ ଅବହେଳା ଅଭିଯୋଗରେ ଫାଣ୍ଡି ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିବାବେଳେ ଜୋନ୍‌ ଏସିପିଙ୍କୁ ଡିସିପି ସ୍ପଷ୍ଟୀକରଣ ମାଗିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିଶାନ୍ତ ବାର ନ ଖୋଲିବା ପାଇଁ ତେଜିଲା ଦାବି: ଅବକାରୀ ସେକ୍ରେଟାରୀଙ୍କ ନିକଟରେ ଅଭିଯୋଗ

କେସିଙ୍ଗା,୩।୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହର ଓମ୍‌ ନଗର ପଡାରେ ନିଶାନ୍ତ ବାର ଖୋଲିବାକୁ ବହୁ ଚେଷ୍ଟା ଚାଲିଥିବାବେଳେ ଏହାକୁ ବିରୋଧ କରି କେସିଙ୍ଗା ସିଟିଜେନ…

ଭିତରେ ଶୋଇଥିଲେ ପରିବାର, ଲଗାଣ ବର୍ଷାରେ ଭାଙ୍ଗିଲା ଘର, ତା’ପରେ…

ରିଷିଡ଼ା,୩।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହଲ ପଞ୍ଚାୟତ ଅବୁଜବାହଲ ଗ୍ରାମର କଲୋନୀ ପଡାର ନିଳକଣ୍ଠ ଭୋଇଙ୍କ ପରିବାର ଆବାସ ଯୋଜନାରୁ ବଞ୍ଚିତ ହୋଇ ଦୟନୀୟ…

ଆସୁଛି ସବୁଠାରୁ ବଡ଼ ସଙ୍କଟ! ନୂଆ ଭବିଷ୍ୟବାଣୀକୁ ନେଇ ଥରହର ବିଶ୍ୱ

ବ୍ରାସିଲିଆ,୩।୮: ନିଜକୁ “ଜୀବନ୍ତ ନୋଷ୍ଟ୍ରାଡାମସ” କହୁଥିବା ୩୯ ବର୍ଷୀୟ ବ୍ରାଜିଲର ପାରାଲୋଜିଷ୍ଟ ଆଥୋସ ସାଲୋମ ଏକ ବଡ଼ ଦାବି କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ୨୦୨୬ ପାଇଁ…

ଲିଭ୍-ଇନ୍ ପାର୍ଟନରଙ୍କୁ ମଧ୍ୟ ମିଳିବ ପତ୍ନୀଙ୍କ ଭଳି ଅଧିକାର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୮: ଲିଭ୍-ଇନରେ ରହୁଥିବା ପାର୍ଟନରକୁ ନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କରେ ଥିବା ବ୍ୟକ୍ତି ନିଜ…

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୩ା୮: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ବାୟୁସେନାର ସ୍ବତନ୍ତ୍ର ବିମାନରେ ପହଞ୍ଚିଲେ ରାଷ୍ଟ୍ରପତି । ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ବିମାନବନ୍ଦରରେ ରାଜ୍ୟପାଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନ୍ସପେକ୍ଟର, ୨୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ

ସୁନ୍ଦରଗଡ଼/ବଡ ଗାଁ,୩।୮(ଜୟ ନାରାୟଣ ମେଣ୍ଡୁଳି/ ଅଶୋକ ଷଡ଼ଙ୍ଗୀ) : ସୁନ୍ଦରଗଡ଼ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO)ର ଟ୍ରାଫିକ୍ ଇନ୍ସପେକ୍ଟରଙ୍କୁ ଧରିଛି ଓଡ଼ିଶା ଭିଜିଲାନ୍ସ ।ମୁକେଶ କୁମାର ମିଶ୍ର…

ହଜମ କ୍ରିୟାକୁ ସକ୍ରିୟ କରେ ଖଜୁରି, ଏହା ସହ ଗ୍ୟାଷ୍ଟ୍ରିକ ଓ କୋଷ୍ଠକାଠିନ୍ୟ ସମସ୍ୟାକୁ…

ଖଜୁରିରେ ଅନେକ ପ୍ରକାର ଉପକାରୀ ଗୁଣ ଭରି ରହିଛି। ଏହାକୁ ଆମେ ବିଶେଷଭାବରେ ଜଳଖିଆରେ ବ୍ୟବହାର କରିଥାଉ। ଏହାକୁ ନିୟମିତ ଖାଇଲେ ହଜମ କ୍ରିୟା ଆହୁରି ସକ୍ରିୟ…

କାହିଁକି ଆଉ କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌ ଜାଣନ୍ତୁ…

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତିଟି କିଡ୍‌ନୀ ଭଳି ରକ୍ତ ଛାଣିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri