ନିଖୋଜ ଛାତ୍ରଙ୍କ ମୃତଦେହ ହୋଟେଲରୁ ମିଳିଲା

ଭୁବନେଶ୍ୱର,୨୫।୩(ବ୍ୟୁରୋ):ଦୁଇଦିନ ଧରି ନିଖୋଜ ଥିବା କଟକ ଜେକେବିକେ କଲେଜ ଛାତ୍ର ଅଭିଷେକ କୁମାର ନାୟକଙ୍କ ମୃତଦେହ ବୁଧବାର ଭୁବନେଶ୍ୱରରୁ ମିଳିଛି। ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀବିହାର ଅଞ୍ଚଳରେ ଥିବା ରିଜେଣ୍ଟ ହୋଟେଲ କବାଟ ଭାଙ୍ଗି ପୋଲିସ ମୃତଦେହକୁ ଜବତ କରିଛି। ପରେ ତାହାକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହ ଏକ ଅପମୃତ୍ୟୁ ମାମଲା (୧୭/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ଅଭିଷେକଙ୍କ ଘର କଟକ ସଦର ଥାନା ଅନ୍ତର୍ଗତ ଉରାଳି ଅଞ୍ଚଳରେ। ସେ ଜେକେବିକେ କଲେଜରେ ଯୁକ୍ତ୩ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ। ଗତ ୬ ମାସ ତଳେ ବ୍ରେନ୍‌ଷ୍ଟ୍ରୋକ୍‌ରେ ବାପାଙ୍କ ମୃତ୍ୟୁ ପରେ ସେ ପାଠ ପଢିବା ସହ ବ୍ୟବସାୟ କରୁଥିଲେ। ବଡ଼ ଭାଇ ଆଶିଷ ପିତାଙ୍କ ତେଲ ଟାଙ୍କି ଓ ଟ୍ରକ ବ୍ୟବସାୟ ସମ୍ଭାଳୁଥିବାବେଳେ ଅଭିଷେକ ପ୍ରାୟ ଦେଢ ବର୍ଷ ଧରି ଶେୟାର ଟ୍ରେଡିଂ କରୁଥିଲେ। ତେବେ ସେୟାର ଟ୍ରେଡିଂରେ ଲାଭ କ୍ଷତି ଲାଗି ରହୁଥିଲେ ମଧ୍ୟ ଏହାକୁ ନେଇ ତାଙ୍କର କୌଣସି ସମସ୍ୟା ନ ଥିଲା ବୋଲି ବଡ଼ ଭାଇ ଆଶିଷ କହିଛନ୍ତି। ସେପଟେ ସେ ମେଳାପି ଛାତ୍ର ଥିଲେ ବୋଲି ସାଙ୍ଗମାନେ କହିଛନ୍ତି। ହେଲେ ସେ କେଉଁ ପରିସ୍ଥିତିରେ ନିଖୋଜ ହେଲେ ଓ କିପରି ମୃତ୍ୟୁ ଘଟିଲା ତାହାର ରହସ୍ୟ ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗକୁ ତଦନ୍ତ ପରିସରଭୁକ୍ତ କରିଛି।
ସୋମବାର ଅପରାହ୍ନ ୫ଟାରେ ଅଭିଷେକ ଘରୁ ସ୍କୁଟି ନେଇ ବାହାରିଥିଲେ। ଓଏମ୍‌ପି ଛକ ନିକଟରେ ତାଙ୍କ ଟ୍ରକ ଡ୍ରାଇଭରଙ୍କୁ ତେଲ ପକାଇବା ପାଇଁ ଟଙ୍କା ଦେଇ ଚାଲିଯାଇଥିଲେ। ଏହାପରେ ପରିବାର ଲୋକେ ଓ ବ୍ୟବସାୟିକ କର୍ମଚାରୀମାନେ କଲ୍‌ କରିଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନ ଥିଲେ। ରାତି ପ୍ରାୟ ୯ଟାରେ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରି ନ ପାଇବାରୁ ମଙ୍ଗଳବାର କଟକ ସଦର ଥାନାରେ ଅଭିଯୋଗ କରିଥିଲେ। ତଦନ୍ତବେଳେ ପୋଲିସ ଜାଣିବାକୁ ପାଇଛି ଯେ, ସୋମବାର ସନ୍ଧ୍ୟାରେ ଅଭିଷେକ ଶୈଳଶ୍ରୀବିହାର ରିଜେଣ୍ଟ ହୋଟେଲରେ ରୁମ୍‌ ବୁକ୍‌ କରି ରହିଥିଲେ। ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ରୁମରୁ ନ ବାହାରିବାରୁ ହୋଟେଲ କର୍ମଚାରୀଙ୍କ ସନ୍ଦେହ ହୋଇଥିଲା। ହୋଟେଲ କର୍ତ୍ତୃପକ୍ଷଙ୍କଠାରୁ ଖବର ପାଇ ପୋଲିସ କବାଟ ଭାଙ୍ଗି ଭିତରକୁ ପଶିଥିଲା। ଅଭିଷେକ ତଳକୁ ମୁହଁ ମାଡ଼ି ପଡ଼ି ରହିଥିବାବେଳେ ପାଟିରୁ ଫେଣ ବାହାରୁଥିଲା। ତାଙ୍କ ଶରୀର ନୀଳ ବର୍ଣ୍ଣ ହୋଇଯାଇଥିଲା। ଘଟଣା ସ୍ଥଳରୁ ପୋଲିସ ଏକ ଠିପି ଖୋଲା ମଦ ବୋତଲ ଓ ମୋବାଇଲ ଫୋନ ଜବତ କରିଛି। ତେବେ ତାଙ୍କୁ ହତ୍ୟା କରାଯାଇଛି ବୋଲି ଭାଇ ଆଶିଷ ଓ ପରିବାର ଲୋକେ ଅଭିଯୋଗ କରୁଛନ୍ତି। ଅଭିଷେକଙ୍କର ସାଙ୍ଗ ଓ ଅନ୍ୟ କାହା ସହ କୌଣସି ପୂର୍ବ ଶତ୍ରୁତା ନ ଥିଲା। ତେଣୁ ଉକ୍ତ ହୋଟେଲର ରୁମ୍‌ କାହା ନାମରେ ବୁକ୍‌ ହୋଇଥିଲା ଓ ତାଙ୍କ ପାଖକୁ କେଉଁମାନେ ଯାଇଥିଲେ, ଠିକ୍‌ ତଦନ୍ତ କଲେ ସବୁକିଛି ଜଣାପଡ଼ିବ ବୋଲି ଆଶିଷ କହିଛନ୍ତି। ତେବେ ପୋଲିସ ପ୍ରାଥମିକ ପର୍ଯ୍ୟାୟରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ଯୁବରାଜ ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଭାଜପାର ବଡ଼ ଘୋଷଣା: ଏମାନଙ୍କୁ ଦିଆଗଲା ବଡ଼ ଦାୟିତ୍ୱ

ଲକ୍ଷ୍ନୌ,୧୮।୯: ଉତ୍ତରପ୍ରଦେଶ ନିର୍ବାଚନକୁ ନେଇ BJP ପକ୍ଷରୁ ପ୍ରସ୍ତୁତି ତୀବ୍ର କରାଯାଇଛି। ଏହି କ୍ରମରେ ଦଳ ପକ୍ଷରୁ ନୂଆ ସୋସିଆଲ ମିଡିଆ ଟିମର ଘୋଷଣା କରାଯାଇଛି। ଦଳ…

ପ୍ରଧାନମନ୍ତ୍ରୀ ମୋଦି କେବେ କରିଥିଲେ UPI ପେମେଣ୍ଟ? ଏବେ ଯାଏ କେତେ କରିଛନ୍ତି ଟ୍ରାଞ୍ଜାକ୍ସନ, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୧୮।୯: ନିକଟରେ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ଯେ UPI ଦେୟ ଉପରେ ଶୁଳ୍କ ଲାଗିବା ଚର୍ଚ୍ଚା ପରେ ମଧ୍ୟ ପର୍ସନ ଟୁ ପର୍ସନ (P2P) UPI…

ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ଆସିଲା ବଡ଼ ଖବର, ଏଣିକି ୪୫ଦିନରେ ଆକାଉଣ୍ଟକୁ ଆସିବ…

ନୂଆଦିଲ୍ଲୀ,୧୮।୯: ରାଜ୍ୟରେ ବାର୍ଦ୍ଧକ୍ୟ ଭତ୍ତା ପ୍ରତି ତିନି ମାସରେ ୩୦୦୦ ଟଙ୍କା ଦିଆଯାଇଥାଏ। କିନ୍ତୁ ଏବେ ଏହି ୩୦୦୦ ଟଙ୍କାର ଭତ୍ତା କିସ୍ତି ଆକାରରେ ଦିଆଯିବ। ଏହା…

୨୦୨୭ରେ ମେଷ ରାଶିକୁ ଯିବେ ଶନି: ବର୍ଷ ଆରମ୍ଭରୁ ଆର୍ଥିକ ସମସ୍ୟାରେ ବୁଡିରହିବେ ଏହି ରାଶି, ଏମାନଙ୍କ ଉପରେ ଧନବର୍ଷା

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଅନୁଶାସନ, କର୍ମ ଓ ନ୍ୟାୟର ଗ୍ରହ ବୋଲି ମନେ କରାଯାଏ। ଅନ୍ୟ ଗ୍ରହଙ୍କ ତୁଳନାରେ ଶନିଙ୍କ ଗତି ଧୀର ହୋଇଥିବାରୁ ତାଙ୍କ…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ଦ୍ରୁତ ଶତକ ହାସଲ କରିଥିବା ଅଭିଷେକ ଶର୍ମାଙ୍କ ଭାଇରାଲ ସେଲିବ୍ରଶନର ଅସଲ କାରଣ ଆସିଲା ସାମ୍ନାକୁ, ବ୍ୟାଟର ନିଜେ କହିଲେ…

ନୂଆଦିଲ୍ଲୀ,୧୮।୯: ଭାରତୀୟ T20 ଦଳର ଓପନିଂ ବ୍ୟାଟର ଅଭିଷେକ ଶର୍ମା ଗୁରୁବାର ଅରୁଣ ଜେଟଲୀ ଷ୍ଟାଡିୟମରେ ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଅନ୍ତିମ T20 ମ୍ୟାଚରେ ଦମଦାର…

୩ ସନ୍ତାନର ମା’ଙ୍କୁ ୨୫ ବର୍ଷୀୟା ଯୁବତୀଙ୍କ ସହ ହେଲା ପ୍ରେମ! ସ୍ବାମୀ-ବାପଘର ଛାଡ଼ି କହିଲେ- ଏବେ ତାଙ୍କ ସହ…

କାନପୁର,୧୮।୯: କାନପୁରର ମହାରାଜପୁର ଅଞ୍ଚଳରୁ ଏକ ଘଟଣା ଏବେ ଚର୍ଚ୍ଚାରେ। ତିନି ସନ୍ତାନର ଜଣେ ମା’ ସୱାମୀ ଓ ବାପଘରକୁ ଫେରିବା ପରିବର୍ତ୍ତେ ପ୍ରାୟ ଏକ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?