Posted inଜାତୀୟ

ଜଷ୍ଟିସ୍‌ ରମନାଙ୍କୁ ସୁପ୍ରିମକୋର୍ଟ କ୍ଲିନ୍‌ଚିଟ୍‌

ନୂଆଦିଲ୍ଲୀ,୨୫ା୩: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ଭି. ରମନାଙ୍କ ବିରୋଧରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍‌ମୋହନ ରେଡ୍ଡୀ ଆଣିଥିବା ଅଭିଯୋଗକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ ଓ୍ବେବ୍‌ସାଇଟ୍‌ରେ ବୁଧବାର ଏନେଇ ଏକ ସଂକ୍ଷିପ୍ତ ବିବୃତି ପ୍ରକାଶ ପାଇଛି। ଇନ୍‌-ହାଉସ୍‌ ପ୍ରକ୍ରିୟାରେ ଯାଞ୍ଚ ଓ ଉପଯୁକ୍ତ ଅନୁଧ୍ୟାନ ପରେ ଜଷ୍ଟିସ୍‌ ରମନାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ଅତ୍ୟନ୍ତ ଗୋପନୀୟ ଭାବେ ହୋଇଥିବା ଏହି ଭିତିରି ଶୁଣାଣି ପ୍ରକାଶଯୋଗ୍ୟ ନୁହେଁ ବୋଲି ବିବୃତିରେ ଦର୍ଶାଯାଇଛି।
୨୦୨୦ ଅକ୍ଟୋବର ୬ରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ନିକଟକୁ ପତ୍ର ଲେଖି ଜଷ୍ଟିସ୍‌ ରମନାଙ୍କ ବିରୋଧରେ କେତେକ ସଙ୍ଗିନ ଅଭିଯୋଗ ଆଣିଥିଲେ। ଜଷ୍ଟିସ୍‌ ରମନା ତାଙ୍କ ସରକାରରେ ଅସ୍ଥିରତା ଆଣିବା ପାଇଁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ବିଚାରପତିମାନଙ୍କୁ ପ୍ରଭାବିତ କରୁଛନ୍ତି। ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି (ଟିଡିପି) ଅଧ୍ୟକ୍ଷ ଏନ୍‌. ଚନ୍ଦ୍ରାବାବୁ ନାଇଡୁଙ୍କ ସପକ୍ଷରେ ଯାଇ ବର୍ତ୍ତମାନର ନିର୍ବାଚିତ ସରକାରଙ୍କ ବିରୋଧରେ କାର୍ଯ୍ୟ କରୁଥିବା ଜଗନ୍‌ମୋହନ ଏଥିରେ ଉଲ୍ଲେଖ କରିଥିଲେ। ଏହାସହ ପ୍ରମାଣ ସ୍ବରୂପ ଶାସକ ଓ୍ବାଇଏସ୍‌ଆର୍‌ କଂଗ୍ରେସ ବିଧାୟକମାନଙ୍କ ବିରୋଧରେ ଗଡ଼ୁଥିବା ମାମଲାର ତ୍ୱରିତ ଶୁଣାଣି ପାଇଁ ଜଷ୍ଟିସ୍‌ ରମନା ଦେଇଥିବା ରାୟର ଅବତାରଣା କରିଥିଲେ।
କିଛି ମାସ ତଳେ ଆଟର୍ନି ଜେନେରାଲ କେ.କେ. ବେଣୁଗୋପାଳ ଜଗନ୍‌ମୋହନଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ପାଇଁ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟଙ୍କୁ ଅନୁମତି ଦେବାକୁ ମନା କରିଦେଇଥିଲେ। ବେଣୁଗୋପାଳ କହିଥିଲେ, ସିଜେଆଇ ବୋବ୍‌ଡେଙ୍କ ନିକଟରେ ଉକ୍ତ ଚିଠି ଥିବାରୁ ଅନୁମତି ଦେଇ ପ୍ରଧାନ ବିଚାରପତିଙ୍କ ଦୃଢ଼ ସଂକଳ୍ପକୁ ଭାଙ୍ଗିବା ତାଙ୍କ ପକ୍ଷେ ଉଚିତ ହେବ ନାହିଁ। ଏହା ଉପରେ ଆଇନଜୀବୀ ଉପାଧ୍ୟାୟ କହିଥିଲେ, ଉକ୍ତ ପ୍ରସଙ୍ଗରେ ଶୀର୍ଷ ଅଦାଲତ ନିଜ ଆଡ଼ୁ ଅବମାନନା ମାମଲା ରୁଜୁ କରିପାରିବେ। ସାରା ଦେଶରେ ବିଧାୟକ ଏବଂ ଏମ୍‌ପିମାନଙ୍କ ବିରୋଧରେ ଆପରାଧିକ ମାମଲାଗୁଡ଼ିକର ତ୍ୱରିତ ଫଇସଲା ପାଇଁ ଅଶ୍ୱିନୀ ଉପାଧ୍ୟାୟ ବ୍ୟକ୍ତିଗତ ଭାବେ ଆବେଦନ କରିଥିଲେ। ଏହି ମାମଲାଗୁଡ଼ିକର ତ୍ୱରିତ ଶୁଣାଣି ପାଇଁ ସେପ୍ଟେମ୍ବର ୧୬ରେ ଜଷ୍ଟିସ୍‌ ରମନା ଦେଇଥିବା ରାୟ ଅକ୍ଟୋବର ୬ରେ ଜଗନ୍‌ମୋହନଙ୍କୁ ସିଜେଆଇଙ୍କ ନିକଟକୁ ପତ୍ର ପଠାଇବା ଲାଗି ପ୍ରେରିତ କରିଥାଇପାରେ ବୋଲି ଅଶ୍ୱିନୀ ଅଭିଯୋଗ ଆଣିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରଧାନ ପରାମର୍ଶଦାତା ଅଜେୟ କଲ୍ଲାମ ଅକ୍ଟୋବର ୧୦ରେ ଜଗନ୍‌ମୋହନଙ୍କ ଚିଠିକୁ ଗଣମାଧ୍ୟମରେ ଜାରି କରିବା ଅଦାଲତ ଅବମାନନା ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?