ଧାରଣାରେ ବସିଲେ ତାରା

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରେ ଖାଇବା ତେଲ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ସବୁ ମହଙ୍ଗା। ସୋରିଷ ତେଲ ଦୁଇମାସ ତଳେ ୭୦ଟଙ୍କା ଥିଲା। ଏବେ ୧୮୦ଟଙ୍କା ହୋଇଗଲାଣି। ସାଧାରଣ ଲୋକ ତ୍ରାହି ତାହି ଡାକିଲେଣି। ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିଧାନସଭାରେ କୈଫିୟତ ତଲବ କରିଛି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଖାଇବା ତେଲଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ସବୁ ମହଙ୍ଗା। ଡିଜେଲ, ପେଟ୍ରୋଲ କଥା କହିଲେ ନ ସରେ। କେନ୍ଦ୍ରରେ କଂଗ୍ରେସ ଶାସନ ସମୟରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୦ ଡଲାର ଥିଲା। ସେତେବେଳେ ପେଟ୍ରୋଲ ୭୦ ଟଙ୍କାରେ ମିଳୁଥିଲା। ଏବେ ୬୦ଡଲାରକୁ ଆସିଛି। ତଥାପି ଆଜି ଦିନରେ ପେଟ୍ରୋଲ, ଡିଜେଲ ୧୦୦ ଟଙ୍କା ହେଲାଣି। ଡିଜେଲ, ପେଟ୍ରୋଲ ଦର ବଢିବାରୁ ବସ୍‌, ଅଟୋ, କାର୍‌ ଟାକ୍ସି ରେଟ୍‌ ବଢି ଗଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସରୁ ୧୦ ଟଙ୍କା ଲେଖାଏ କମ୍‌ କରନ୍ତୁ। ଖାଇବା ତେଲ ଉପରେ ଟିକସ ଉଚ୍ଛେଦ କରାଯାଉ। ଏହା ସହିତ ବିରୋଧୀ ଦଳ ନେତା ଏବଂ ସରକାରୀ ଦଳ ମିଶି ଏ ବିଷୟରେ ଗୃହରେ ଏକ ସଙ୍କଳ୍ପ ଆଣନ୍ତୁ। ଆଉ ସର୍ବସମ୍ମତିକ୍ରମେ ଏହାକୁ ପାରିତ କରାଯାଉ। ୫ଟଙ୍କାର ତେଲରେ ରସୁଣ ପିଆଜ ଫୁଟୁନି। ସାଧାରଣ ଲୋକ ଅତିଷ୍ଠ ହୋଇସାରିଲେଣି। ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ। ଦଳଗତ ନିର୍ବିଶେଷରେ ଆମେ ସମସ୍ତେ ଏହାକୁ ସମର୍ଥନ କରିବା। ଖାଇବା ତେଲ ଉପର ଟିକସ ହଟାଯାଉ। ରୁଲିଂ ନ ଦେଲେ ମୁଁ ଧାରଣାରେ ବସିବି କହି ଗୃହର ମଧ୍ୟଭାଗକୁ ଆସି ବସିଲେ। ଏହା ଦେଖି ରିଜୋଲ୍ୟୁଶନ ଆଣିବାକୁ ଗୃହରେ ସରକାରୀ ଓ ବିରୋଧୀ ଦଳ ଅଛନ୍ତି, ସେମାନେ ଆଣିପାରିବେ ବୋଲି ବାଚସ୍ପତି କହିବା ସହ ତାରାଙ୍କୁ ନିଜ ସିଟକୁ ଉଠିଯିବାକୁ କହିଥିଲେ। ମାତ୍ର ତାରା ଗୃହ ମଧ୍ୟଭାଗରେ ବସି ରହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଖାଇବା ତେଲ, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ସବୁ ମହଙ୍ଗା ହୋଇଛି। ବିଧାନସଭାରେ ଯାହା ଆଲୋଚନା ହେଉଛି ତାହା କାର୍ଯ୍ୟକାରୀ ହେଉନାହିଁ। ଉତ୍ତର ମଧ୍ୟ ଠିକ୍‌ରେ ମିଳୁ ନାହିଁ। ଚାଷୀଙ୍କ ଧାନ କିଣା ଯିବ ବୋଲି ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଲେ, ତାହା ମଧ୍ୟ ହେଲା ନାହିଁ। ଆପଣ ନିଜେ ରୁଲିଂ ଦେଇଥିଲେ କଟକ, ଭୁବନେଶ୍ୱରରେ ଥିବା ବଡ଼ ବଡ ମାଛଙ୍କୁ ଧରିବାକୁ। ଏ ପର୍ଯ୍ୟନ୍ତ କି ପଦକ୍ଷେପ ନିଆଯାଇଛି ସେ ନେଇ ମନ୍ତ୍ରୀ ଉତ୍ତର ଦେଲେ ନାହିଁ। ଖାଇବା ତେଲ ୧୮୦ ଟଙ୍କାରେ ପହଞ୍ଚତ୍ଲାଣି। ଆମେ ଖାଲି କହି ଚାଲିଯିବୁ। ଆଲୋଚନା କାହିଁକି ହେବ। ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୃହ ମଧ୍ୟଭାଗରେ ବସିବାକୁ ପଡୁଛି। ମନ୍ତ୍ରୀମାନେ ତେଲ ଦର କମାଇବା ପାଇଁ କହିବା ଦରକାର। ବାଚସ୍ପତି ନିଦାବିଷ୍ଣୁ ହୋଇ ବସିଲେ ଶୂନ୍ୟକାଳ ସରିଯିବ। ମୁଲତବୀ ସରିଯିବ। ତା’ ପରେ ମନ୍ତ୍ରୀ କହିବେ ସବୁ ହୋଇଯିବ। ଲୋକ ଭୋକରେ ମରୁଥିବେ। କାହିଁିକି ବାଚସ୍ପତିଙ୍କ ଆସନ ରିଆକ୍ଟ କରୁନାହିଁ। ନରସିଂହ କହିଲେ, କଟକ, ଭୁବନେଶ୍ୱର ସୁନା ଦୋକାନରେ ଚଢାଉ ହେବା କଥା କହିଥିଲେ, ମନ୍ତ୍ରୀ ଉତ୍ତର ଦେଲେ କି। ବର୍ଷେ ହେବ ଆପଣଙ୍କ ରୁଲିଂ କାର୍ଯ୍ୟକାରୀ ହେଉ ନାହିଁ। ଆଉଥରେ ରୁଲିଂ ଦେବେ। ପୁଣି ୫ ବର୍ଷ ଚାଲିଯିବ। ତେଣୁ ଗୃହରେ ଯାହା ଆଲୋଚନା ହେଉଛି ତାହାକୁ ସରକାର କାର୍ଯ୍ୟକାରୀ କରିବା ଦରକାର ବୋଲି ନରସିଂହ କହିଥିଲେ।
ବାଚସ୍ପତି ମୁଲତବୀ ଆଲୋଚନା ଆରମ୍ଭ କରିବାକୁ ଗଲାବେଳେ ଶୂନ୍ୟକାଳରେ କହିବାକୁ ସୁଯୋଗ ନ ମିଳିବାରୁ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ମୋହନ ମାଝି ପ୍ରମୁଖ ବାଚସ୍ପତିଙ୍କୁ ବିରୋଧ କରି ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଭାଜପା ଓ କଂଗ୍ରେସ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ମୁଲତବୀ ଆଲୋଚନା ହୋଇପାରି ନ ଥିଲା। ବାଚସ୍ପତି ଅଚଳାବସ୍ଥା ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିପାଇଁ ବାଚସ୍ପତି ଗୃହକୁ ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ଗୃହ ସ୍ବାଭାବିକ ହୋଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri