ଧାରଣାରେ ବସିଲେ ତାରା

ଭୁବନେଶ୍ୱର,୨୫ା୩(ବ୍ୟୁରୋ): ରାଜ୍ୟରେ ଖାଇବା ତେଲ, ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍‌ ସବୁ ମହଙ୍ଗା। ସୋରିଷ ତେଲ ଦୁଇମାସ ତଳେ ୭୦ଟଙ୍କା ଥିଲା। ଏବେ ୧୮୦ଟଙ୍କା ହୋଇଗଲାଣି। ସାଧାରଣ ଲୋକ ତ୍ରାହି ତାହି ଡାକିଲେଣି। ତେଲ ଦର ବୃଦ୍ଧିକୁ ନେଇ କଂଗ୍ରେସ ବିଧାନସଭାରେ କୈଫିୟତ ତଲବ କରିଛି। ବୁଧବାର ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି, ରାଜ୍ୟରେ ଖାଇବା ତେଲଠାରୁ ଆରମ୍ଭ କରି ପେଟ୍ରୋଲ ଡିଜେଲ ସବୁ ମହଙ୍ଗା। ଡିଜେଲ, ପେଟ୍ରୋଲ କଥା କହିଲେ ନ ସରେ। କେନ୍ଦ୍ରରେ କଂଗ୍ରେସ ଶାସନ ସମୟରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୪୦ ଡଲାର ଥିଲା। ସେତେବେଳେ ପେଟ୍ରୋଲ ୭୦ ଟଙ୍କାରେ ମିଳୁଥିଲା। ଏବେ ୬୦ଡଲାରକୁ ଆସିଛି। ତଥାପି ଆଜି ଦିନରେ ପେଟ୍ରୋଲ, ଡିଜେଲ ୧୦୦ ଟଙ୍କା ହେଲାଣି। ଡିଜେଲ, ପେଟ୍ରୋଲ ଦର ବଢିବାରୁ ବସ୍‌, ଅଟୋ, କାର୍‌ ଟାକ୍ସି ରେଟ୍‌ ବଢି ଗଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସରୁ ୧୦ ଟଙ୍କା ଲେଖାଏ କମ୍‌ କରନ୍ତୁ। ଖାଇବା ତେଲ ଉପରେ ଟିକସ ଉଚ୍ଛେଦ କରାଯାଉ। ଏହା ସହିତ ବିରୋଧୀ ଦଳ ନେତା ଏବଂ ସରକାରୀ ଦଳ ମିଶି ଏ ବିଷୟରେ ଗୃହରେ ଏକ ସଙ୍କଳ୍ପ ଆଣନ୍ତୁ। ଆଉ ସର୍ବସମ୍ମତିକ୍ରମେ ଏହାକୁ ପାରିତ କରାଯାଉ। ୫ଟଙ୍କାର ତେଲରେ ରସୁଣ ପିଆଜ ଫୁଟୁନି। ସାଧାରଣ ଲୋକ ଅତିଷ୍ଠ ହୋଇସାରିଲେଣି। ବାଚସ୍ପତି ଏନେଇ ରୁଲିଂ ଦିଅନ୍ତୁ। ଦଳଗତ ନିର୍ବିଶେଷରେ ଆମେ ସମସ୍ତେ ଏହାକୁ ସମର୍ଥନ କରିବା। ଖାଇବା ତେଲ ଉପର ଟିକସ ହଟାଯାଉ। ରୁଲିଂ ନ ଦେଲେ ମୁଁ ଧାରଣାରେ ବସିବି କହି ଗୃହର ମଧ୍ୟଭାଗକୁ ଆସି ବସିଲେ। ଏହା ଦେଖି ରିଜୋଲ୍ୟୁଶନ ଆଣିବାକୁ ଗୃହରେ ସରକାରୀ ଓ ବିରୋଧୀ ଦଳ ଅଛନ୍ତି, ସେମାନେ ଆଣିପାରିବେ ବୋଲି ବାଚସ୍ପତି କହିବା ସହ ତାରାଙ୍କୁ ନିଜ ସିଟକୁ ଉଠିଯିବାକୁ କହିଥିଲେ। ମାତ୍ର ତାରା ଗୃହ ମଧ୍ୟଭାଗରେ ବସି ରହିଥିଲେ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଲେ, ଖାଇବା ତେଲ, ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ସବୁ ମହଙ୍ଗା ହୋଇଛି। ବିଧାନସଭାରେ ଯାହା ଆଲୋଚନା ହେଉଛି ତାହା କାର୍ଯ୍ୟକାରୀ ହେଉନାହିଁ। ଉତ୍ତର ମଧ୍ୟ ଠିକ୍‌ରେ ମିଳୁ ନାହିଁ। ଚାଷୀଙ୍କ ଧାନ କିଣା ଯିବ ବୋଲି ମନ୍ତ୍ରୀ ଗୃହରେ ପ୍ରତିଶ୍ରୁତି ଦେଲେ, ତାହା ମଧ୍ୟ ହେଲା ନାହିଁ। ଆପଣ ନିଜେ ରୁଲିଂ ଦେଇଥିଲେ କଟକ, ଭୁବନେଶ୍ୱରରେ ଥିବା ବଡ଼ ବଡ ମାଛଙ୍କୁ ଧରିବାକୁ। ଏ ପର୍ଯ୍ୟନ୍ତ କି ପଦକ୍ଷେପ ନିଆଯାଇଛି ସେ ନେଇ ମନ୍ତ୍ରୀ ଉତ୍ତର ଦେଲେ ନାହିଁ। ଖାଇବା ତେଲ ୧୮୦ ଟଙ୍କାରେ ପହଞ୍ଚତ୍ଲାଣି। ଆମେ ଖାଲି କହି ଚାଲିଯିବୁ। ଆଲୋଚନା କାହିଁକି ହେବ। ଆପଣଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଗୃହ ମଧ୍ୟଭାଗରେ ବସିବାକୁ ପଡୁଛି। ମନ୍ତ୍ରୀମାନେ ତେଲ ଦର କମାଇବା ପାଇଁ କହିବା ଦରକାର। ବାଚସ୍ପତି ନିଦାବିଷ୍ଣୁ ହୋଇ ବସିଲେ ଶୂନ୍ୟକାଳ ସରିଯିବ। ମୁଲତବୀ ସରିଯିବ। ତା’ ପରେ ମନ୍ତ୍ରୀ କହିବେ ସବୁ ହୋଇଯିବ। ଲୋକ ଭୋକରେ ମରୁଥିବେ। କାହିଁିକି ବାଚସ୍ପତିଙ୍କ ଆସନ ରିଆକ୍ଟ କରୁନାହିଁ। ନରସିଂହ କହିଲେ, କଟକ, ଭୁବନେଶ୍ୱର ସୁନା ଦୋକାନରେ ଚଢାଉ ହେବା କଥା କହିଥିଲେ, ମନ୍ତ୍ରୀ ଉତ୍ତର ଦେଲେ କି। ବର୍ଷେ ହେବ ଆପଣଙ୍କ ରୁଲିଂ କାର୍ଯ୍ୟକାରୀ ହେଉ ନାହିଁ। ଆଉଥରେ ରୁଲିଂ ଦେବେ। ପୁଣି ୫ ବର୍ଷ ଚାଲିଯିବ। ତେଣୁ ଗୃହରେ ଯାହା ଆଲୋଚନା ହେଉଛି ତାହାକୁ ସରକାର କାର୍ଯ୍ୟକାରୀ କରିବା ଦରକାର ବୋଲି ନରସିଂହ କହିଥିଲେ।
ବାଚସ୍ପତି ମୁଲତବୀ ଆଲୋଚନା ଆରମ୍ଭ କରିବାକୁ ଗଲାବେଳେ ଶୂନ୍ୟକାଳରେ କହିବାକୁ ସୁଯୋଗ ନ ମିଳିବାରୁ କଂଗ୍ରେସ ସଦସ୍ୟ ସନ୍ତୋଷ ସିଂ ସାଲୁଜା, ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ, ମୋହନ ମାଝି ପ୍ରମୁଖ ବାଚସ୍ପତିଙ୍କୁ ବିରୋଧ କରି ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ। ଭାଜପା ଓ କଂଗ୍ରେସ ଦଳର ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ମୁଲତବୀ ଆଲୋଚନା ହୋଇପାରି ନ ଥିଲା। ବାଚସ୍ପତି ଅଚଳାବସ୍ଥା ଦୂର କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲେ। ଏଥିପାଇଁ ବାଚସ୍ପତି ଗୃହକୁ ଦୁଇଟି ପର୍ଯ୍ୟାୟରେ ଅପରାହ୍ନ ୪ଟା ଯାଏ ମୁଲତବୀ ଘୋଷଣା କରିଥିଲେ। ଅପରାହ୍ନରେ ଗୃହ ସ୍ବାଭାବିକ ହୋଇଥିଲା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?