ବିରାଟ ସେନାଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା: ଜାଣନ୍ତୁ କେତେବେଳେ ଆରମ୍ଭ ହେବ ମ୍ୟାଚ୍
ଅହମଦାବାଦ,୧୮।୩: ପାଞ୍ଚ ମ୍ୟାଚ ବିଶିଷ୍ଟ ଟି -୧୦ ସିରିଜ ଏବେ ନିର୍ଣ୍ଣାୟକ ମୋଡରେ ଅଛି। ଇଂଲଣ୍ଡ ପ୍ରଥମ ଏବଂ ତୃତୀୟ ମ୍ୟାଚ ଜିତି ସିରିଜ ଜିତିବା ନିକଟତର ହୋଇଛି। ଯଦି ଭାରତ ଚତୁର୍ଥ ମ୍ୟାଚରେ ପରାସ୍ତ ହୁଏ, ତେବେ ଟି-୨୦ ସିରିଜ…
ଗରିବଙ୍କୁ ସର୍ବନିମ୍ନ ଆୟ ପ୍ରତିଶ୍ରୁତି
କୋଲକାତା,୧୮।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ତୃଣମୂଳ କଂଗ୍ରେସ (ଟିଏମ୍ସି)ର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ କରିଛନ୍ତି। ଏଥିରେ ପଛୁଆ ବର୍ଗର ଲୋକମାନଙ୍କ ଲାଗି ବାର୍ଷିକ ସର୍ବନିମ୍ନ ରୋଜଗାର ପ୍ରତିଶ୍ରୁତି ସାଙ୍ଗକୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ରୀଛାତ୍ରଙ୍କ ପାଇଁ ୧୦ ଲକ୍ଷ ଟଙ୍କା…
୩ କୋଟି ରାଶନ କାର୍ଡ ରଦ୍ଦ
ନୂଆଦିଲ୍ଲୀ,୧୮ା୩ : ଆଧାର କାର୍ଡ ନ ଥିଲେ ମଧ୍ୟ କୌଣସି ଶିଶୁଙ୍କୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ବଳରେ ସୁବିଧାରୁ ବଞ୍ଚତ୍ତ କରାଯାଇପାରିବ ନାହିଁ ବୋଲି ୨୦୧୮ରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ। ଏହା ସତ୍ତ୍ୱେ ଆଧାର କାର୍ଡ ସହ ରାଶନ…
ଭାଜପା ଏମ୍ପିଙ୍କ ଘର ନିକଟରେ ବୋମା ବିସ୍ଫୋରଣ
କୋଲକାତା,୧୮।୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟର ଅନେକ ସ୍ଥାନରେ ହିଂସା ଘଟଣା ସାମ୍ନାକୁ ଆସିଛି। ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣା ଜିଲାରେ ଦେଶୀ ବୋମା ବିସ୍ଫୋରଣରେ ଜଣେ ଛୋଟ ପିଲା ସମେତ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି।…
ରାଷ୍ଟ୍ରପତି ଭବନରୁ ଚିଠି ପାଇ ଆଶାବାଦୀ ସୋମ୍ୟାଶ୍ରୀ
ନିଶ୍ଚିନ୍ତକୋଇଲି, ୧୮ା୩ (ସ୍ବ.ପ୍ର.):ଆମ ଗାଁ ସ୍କୁଲରେ ପଢ଼ିବାକୁ ମୋର ଇଚ୍ଛା। କିନ୍ତୁ ଗାଁ ସ୍କୁଲରେ ଆବଶ୍ୟକ ଅଭିଜ୍ଞ ଶିକ୍ଷକ ନ ଥିବା ଓ ଶିକ୍ଷା ବ୍ୟବସ୍ଥା ଠିକ୍ ନ ଥିବାରୁ ମାଆବାପା ମୋତେ ଏକ ପବ୍ଲିକ୍ ସ୍କୁଲରେ ପାଠ ପଢ଼ାଇବାକୁ ବାଧ୍ୟ…
ପରିଚୟ ନିକଟରେ ଅଟକିଯାଉଛି ତଦନ୍ତ
ଭୁବନେଶ୍ୱର,୧୮।୩(ବ୍ୟୁରୋ):ଜଟଣୀ ଥାନା ଅନ୍ତର୍ଗତ ଯଁାଳା ଫାଣ୍ଡି ପରିସରରେ ଥିବା ଜବତ କାର୍ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାର ମାସେରୁ ଅଧିକ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଏଯାଏ ପରିଚୟ ଖୋଜି ପାଉନି। ମାସେ ଧରି ଘଟଣାକୁ ଚାପି ଦେଇଥିବାରୁ ଖୋଦ୍ ପୋଲିସ…
ଓଡ଼ିଆରେ ଲେଖାଯିବ ନାମଫଳକ
ଖୋର୍ଦ୍ଧା ଅଫିସ,୧୮ା୩:ଏପ୍ରିଲ ୧ରେ ଖୋର୍ଦ୍ଧା ସଦର ମହକୁମାରେ ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ କରାଯିବ। ଏ ନେଇ ବୁଧବାର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ସନତ କୁମାର ମହାନ୍ତି ଅଧ୍ୟକ୍ଷତା କରିଥିଲେ। ଏପ୍ରିଲ ୧ତାରିଖ…
ଶ୍ରୀମନ୍ଦିର ସୁରକ୍ଷା ପରଖିଲା ଏନ୍ଏସ୍ଜି ଟିମ୍
ପୁରୀ ଅଫିସ,୧୮।୩:ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ (ଏନ୍ଏସ୍ଜି)ର ୩ ଜଣିଆ ଟିମ୍ ବୁଧବାର ପୁରୀରେ ପହଞ୍ଚି ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଅନୁଧ୍ୟାନ କରିଛି। ଏହି ଟିମ୍ର ସଦସ୍ୟମାନେ ପ୍ରଥମେ ଉତ୍ତର ଦ୍ୱାର ଓ ପରେ ଶ୍ରୀମନ୍ଦିର ଚାରିପାଖ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି।…
କେଭିପିୱାଇ ପରୀକ୍ଷାରେ ଅତୀସ ଓଡ଼ିଶା ଟପ୍ପର
ଭୁବନେଶ୍ୱର,୧୮।୩(ବ୍ୟୁରୋ):ବେଙ୍ଗାଲୁରୁର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଦ୍ୱାରା ପରିଚାଳିତ କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା(କେଭିପିଓ୍ବାଇ) ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ୍ର ଛାତ୍ର ଅତୀସ କୁମାର ସାହୁ ଓଡ଼ିଶା ଟପ୍ପର ହୋଇଥିବାବେଳେ ସର୍ବଭାରତୀୟ ସ୍ତରରେ ସେ ୧୩ତମ ର଼୍ୟାଙ୍କ…
ବଢୁଛି ତାତି: ୨୧ରୁ ଝଡ଼ବର୍ଷା
ଭୁବନେଶ୍ୱର,୧୮/୩(ବ୍ୟୁରୋ):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ସର୍ବୋଚ୍ଚ ତାପମାତ୍ରାରେ ୨ରୁ ୩ ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇବ। ତେବେ ଏହି ସମୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ବରଗଡ଼ ଜିଲାର କେତେକ ସ୍ଥାନରେ…
‘ବ୍ୟବହୃତ ଆଲୁମିନିୟମର ପୁନର୍ବ୍ୟବହାର ଯୋଜନା ଅଛି’
ଭୁବନେଶ୍ୱର, ୧୮ା୩(ବ୍ୟୁରୋ):ଆଲୁମିନିୟମ-ଏୟାର ବ୍ୟାଟେରି ଟେକ୍ନୋଲୋଜି ବ୍ୟବସାୟୀକରଣ କରିବା ଦିଗରେ ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଉର୍ଜା ମନ୍ତ୍ରୀ ୟୁଭାଲ୍ ଷ୍ଟିନ୍ଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ୍ ଲିମିଟେଡ(ଆଇଓପି)ର ଉଦଘାଟନ ହୋଇଛି। ଏହି ଯୌଥ…
ରାଜ୍ୟର ୨୪୬୭ ଗାଁ ଅପହଞ୍ଚ
ଯାଜପୁର ଅଫିସ,୧୮ା୩:ରାଜ୍ୟର ୨୪୬୭ ଗାଁ ଏବେ ବି ଅପହଞ୍ଚ ଅବସ୍ଥାରେ ରହିଛି। ଏହି ଗାଁଗୁଡିକୁ ଆଜି ପର୍ଯ୍ୟନ୍ତ ରାସ୍ତା ସଂଯୋଗ ହୋଇନାହିଁ ା ସେଥିମଧ୍ୟରୁ ରାୟଗଡ଼ା ଜିଲାରେ ସର୍ବାଧିକ ୩୦୫ ଗ୍ରାମ ରହିଥିବା ବେଳେ ଦ୍ୱିତୀୟରେ କଳାହାଣ୍ଡି ଜିଲାର ୨୭୦ ଗ୍ରାମ…
Archives


