ଜାଣନ୍ତି ମମତା ବାନାର୍ଜୀ କାହିଁକି ପିନ୍ଧନ୍ତି ଧଳା ଶାଢ଼ି ଆଉ ରବର ଚପଲ
କୋଲକାତା,୧୧।୩: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନଶୈଳୀକୁ ନେଇ ବେଳେ ବେଳେ ଚର୍ଚ୍ଚା ହୋଇଥାଏ। ଏବେ ତାଙ୍କ ଧଳା ଶାଢ଼ିକୁ ନେଇ ଚର୍ଚ୍ଚା ହେଉଛି। ମମତାଙ୍କୁ ସବୁବେଳେ ଧଳା ଶାଢ଼ି ଆଉ ରବର ଚପଲରେ ଦେଖିବାକୁ ମିଳିଥାଏ। ମମତାଙ୍କ ପାଖରେ ଶାଢ଼ିର…
ପ୍ରଧାନମନ୍ତ୍ରୀଙ୍କ ମା’ ନେଲେ କରୋନା ଡୋଜ୍
ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା’ ହୀରା ବେନ୍ ମୋଦି ଗୁରୁବାର କରୋନା ଟିକାର ପ୍ରଥମ ଡୋଜ୍ ନେଇଛନ୍ତି। ଏସମ୍ପର୍କରେ ପ୍ରଧାନମନ୍ତ୍ରୀ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମା’ କରୋନା ଟିକା ନେଇଥିବାରୁ ମୁଁ ବେଶ୍ ଖୁସି।…
ଭାରତକୁ ପ୍ରଥମ ଟେଷ୍ଟ ବିଜୟର ସ୍ବାଦ ଚଖାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର
କିମ୍ବଦନ୍ତୀ ଭାରତୀୟ କ୍ରିକେଟର ବିଜୟ ହଜାରେଙ୍କର ଆଜି ୧୦୬ତମ ଜନ୍ମ ଦିବସ। ସେ ମାର୍ଚ୍ଚ ୧୧, ୧୯୧୫ରେ ଜନ୍ମଗ୍ରହଣ କରିଥିଲେ। ୧୯୫୨ରେ ବିଜୟ ହଜାରେଙ୍କ ନେତୃତ୍ୱରେ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚ୍ ଜିତିଥିଲା। ପାଞ୍ଚ ମ୍ୟାଚ ବିଶିଷ୍ଟ…
ଛାତ୍ରଙ୍କ ହେୟାରଷ୍ଟାଇଲ ଦେଖି ଶିକ୍ଷକ ରାଗି ପଞ୍ଚମ, କହିଲେ…
ଲଣ୍ଡନ,୧୧।୩: ଲକ୍ଡାଉନ୍ ପରେ ଇଂଲଣ୍ଡର କେତେକ ସହରରେ ସ୍କୁଲ ଖୋଲାଯାଇଛି। ତେବେ ସ୍କୁଲ ଖୋଲିବା ପରେ ଜଣେ ଛାତ୍ରଙ୍କ ହେୟାରଷ୍ଟାଇଲ୍ ଦେଖି ଶିକ୍ଷକ ରାଗି ପାଚି ଲାଲ୍ ହୋଇଯାଇଛନ୍ତି। ୧୫ ବର୍ଷୀୟ ଜ୍ୟାକବ ଲି ଷ୍ଟୋକ୍ସ ସ୍କୁଲ ଖୋଲିବା ପରେ ପଢ଼ିବା…
ମହାଶିବରାତ୍ରୀରେ ଭୁଲରେ ବି କରନ୍ତୁ ନାହିଁ ଏହି ୧୦ କାମ, ନଚେତ…
ଆଜି ମହାଶିବରାତ୍ରୀ। ଏହି ପର୍ବକୁ ନେଇ ଉତ୍ସବମୁଖର ହୋଇ ଉଠିଛି ପୂରପଲ୍ଲୀ। କଟକଣା ସତ୍ତ୍ୱେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ଗହଳି ପରିଲିକ୍ଷିତ ହେଉଛି। ଏହି ଦିନରେ ଭକ୍ତମାନେ ମହାଦେବଙ୍କୁ ଉପାସନା ଲାଗି ବିଭିନ୍ନ ପ୍ରକାର ଉପାୟ ଆପଣାଇଥାନ୍ତି। ହେଲେ ଶିବ ଉପାସନା…
ଭାରତରେ ୪ ଲକ୍ଷରୁ ଅଧିକ ଭିକାରି
ନୂଆଦିଲ୍ଲୀ,୧୧।୩: ଦେଶରେ ଭିକାରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସମ୍ପ୍ରତି ଦେଶରେ ୪ ଲକ୍ଷରୁ ଅଧିକ ଭିକାରି ରହିଛନ୍ତି। ସେମାନଙ୍କ ମଧ୍ୟରୁ ପଶ୍ଚିମବଙ୍ଗରେ ସର୍ବାଧିକ ୮୧ ହଜାର ୨୪୪ ଜଣ ଭିକାର ରହିଛନ୍ତି। ଲାକ୍ଷାଦ୍ୱୀପରେ ସର୍ବନିମ୍ନ ୨ ଜଣ ଭିକାରି ଅଛନ୍ତି। କେନ୍ଦ୍ରୀୟ…
ଗୋଟିଏ ରାତିରେ ନିର୍ମାଣ କରାଯାଇଥିଲା ଏହି ମନ୍ଦିର: ଜାଗରରେ ହୋଇଥାଏ ଲକ୍ଷାଧିକ ଭକ୍ତଙ୍କ ସମାଗମ
ମହାଶିବରାତ୍ରି ଅବସରରେ ମଧ୍ୟପ୍ରଦେଶର ବିଦିଶା ଜିଲାରେ ଥିବା ଏକ ଶିବ ମନ୍ଦିରରେ ବିଶାଳ ମେଳାର ଆୟୋଜନ କରାଯାଇଥାଏ। ଜାଗରରେ ଏଠାକୁ ୧ ଲକ୍ଷରୁ ଅଧିକ ଭକ୍ତ ଦର୍ଶନ ପାଇଁ ଆସିଥାନ୍ତି। ପରମାର ବଂଶ ରାଜା ଉଦୟାଦିତ୍ୟଙ୍କ ଦ୍ୱାରା ନିର୍ମିତ ଏହି ମନ୍ଦିର…
ସ୍ବାମୀଙ୍କଠାରୁ ଧନୀ ଏହି ପ୍ରସିଦ୍ଧ ଅଭିନେତ୍ରୀ
ବଲିଉଡ ପରେ ହଲିଉଡ୍ ନାଁ କମାଇଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଚର୍ଚ୍ଚାରେ ଅଛନ୍ତି। କଠିନ ପରିଶ୍ରମ ଯୋଗୁ ସେ ଅନେକ ହିଟ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। ସୋସିଆଲ ମିଡିଆରେ ହେଉ କିମ୍ବା ଫିଊ୍ମ ସବୁଠି ପ୍ରିୟଙ୍କାଙ୍କ ଦବ୍ଦବା ରହିଛି।…
ଆଖଣ୍ଡଳମଣିଙ୍କ ପୀଠରେ ମହାଶିବରାତ୍ରୀ
ଆରଡି,୧୧।୩(ଡି.ଏନ୍.ଏ.): କୋଭିଡ ୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂର୍ବରୁ ଜିଲା ପ୍ରଶାସନ ବିନାଭକ୍ତରେ ଆଖଣ୍ଡଳମଣି ପୀଠ ଆରଡିରେ ମହାଶିବରାତ୍ରି ଅନୁଷ୍ଠିତ ହେବା ନେଇ ଘୋଷଣା କରିଥିଲା। ହେଲେ ଏହାକୁ ବିରୋଧ କରି ସେବାୟତମାନେ ବୁଧବାର ରାତି ସାରା ଅନଶନ କରିଥିଲେ। ପରେ…
ଆଜି ରାଜ୍ୟରୁ ୬୩ ପଜିଟିଭ୍ ଚିହ୍ନଟ, ସର୍ବାଗ୍ରେ ରହିଛି ମୟୂରଭଞ୍ଜ
ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୬୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୮ ଜଣ ଚିହ୍ନଟ…
ସରକାରୀ ସମ୍ପତ୍ତିର ହେବ ଘରୋଇ କରଣ: ୧୦୦ର ତାଲିକା ପ୍ରସ୍ତୁତ
ନୂଆଦିଲ୍ଲୀ,୧୧।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଖୁବ୍ ଶୀଘ୍ର ୧୦୦ଟି ସରକାରୀ ସମ୍ପତ୍ତିକୁ ଘରୋଇ କରଣ କରିବାକୁ ଯାଉଛନ୍ତି। ଏହାଦ୍ୱାରା ୨୦୨୫ ସୁଦ୍ଧା ଭାରତ ୫ ଟ୍ରିଲିୟନ ଅର୍ଥବ୍ୟବସ୍ଥାରେ ପରିଣତ ହେବା ଲକ୍ଷ୍ୟ ପୂରଣ ସହଜ ହୋଇପାରିବ। ଏସବୁ ସମ୍ପତ୍ତି ବିକ୍ରି…
ମନ୍ଦିରରେ ଅଧିକ ଗହଳି ହେଲେ ଦୀପଦାନ ବନ୍ଦ
ଭୁବନେଶ୍ୱର,୧୧।୩(ବ୍ୟୁରୋ): ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ କରୋନା କଟକଣାକୁ ପାଳନ କରି ଦୀପଦାନ କରିବାକୁ ଅନୁମତି ମିଳିଛି। ହେଲେ ଯଦି ଅଧିକ ଗହଳି ହୁଏ ତେବେ ଦୀପଦାନ ବନ୍ଦ ହୋଇପାରେ। ଏନେଇ ଗୁରୁବାର ବିଏମ୍ସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ ସୂଚନା ଦେଇଛନ୍ତି।…
Archives


